Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ବିଲ୍ 2016 କୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (10.08.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ବିଲ୍, 2013 ର ଧାରା-44 ରେ ସଂଶୋଧନକୁ କାର୍ଯୋତ୍ତର ମଞ୍ଜୁରି ମିଳିବା ସହ ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ବିଲ୍ 2013 ରେ ତଦନୁଯାୟୀ ସଂଶୋଧନକୁ ମଞ୍ଜୁରି ମିଳିଛି । ଏଥିସହ ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ବିଲ୍ 2016 କୁ ସଂସଦରେ ଉପସ୍ଥାପନ ପାଇଁ ମଧ୍ୟ କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ସ୍ୱୀକୃତ ସଂଶୋଧନ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଆଶା ଆକାଂକ୍ଷାର ଅବସାନ ଘଟାଇବା ସହ ସେ ସବୁ ଆବଶ୍ୟକତା ପୂରଣ କରିବ । ଏହା ସହ ଲୋକାୟୁକ୍ତ ଓ ଲୋକପାଳ ଆଇନ 2013 ଧାରା-44 ର ପ୍ରବର୍ତ୍ତନ କ୍ଷେତ୍ରରେ ଥିବା ସମସ୍ୟାକୁ ମଧ୍ୟ ଦୂର କରିବ । ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ପ୍ରସ୍ତାବିତ ଗୋଟିଏ ସୁପାରିଶ ଅନୁସାରେ ଏଭଳି ସଂଶୋଧନ ଘଟାଯାଇଛି ।