ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦ ଠାରେ ‘ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି’ (ସମାନତାର ପ୍ରତିମୂର୍ତ୍ତି) ଉନ୍ମୋଚନ କରିଛନ୍ତି । ଏକାଦଶ ଶତାବ୍ଦୀର ଭକ୍ତି ମାର୍ଗର ମହାନ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ଏହି ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି ନିର୍ମାଣ କରାଯାଇଛି । ଶ୍ରୀ ରାମାନୁଜାଚାର୍ଯ୍ୟ ଜାତି, ଧର୍ମ, ବର୍ଣ୍ଣ ସମେତ ଜୀବନର ସମସ୍ତ କ୍ଷେତ୍ରରେ ସମାନତା ପାଇଁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ଶ୍ରୀମତୀ ତାମିଲସାଇ ସୁନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।
ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପବିତ୍ର ବସନ୍ତ ପଞ୍ଚମୀର ଶୁଭକାମନା ଜଣାଇଥିଲେ। ଏଭଳି ଏକ ପବିତ୍ର ଅବସରରେ ପ୍ରତିମୂର୍ତ୍ତି ଅନାବରଣ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ, ‘‘ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ଜରିଆରେ ଭାରତ ଏହାର ମାନବୀୟ ଊର୍ଜା ଏବଂ ଆକାଂକ୍ଷାକୁ ସାକାର ରୂପ ଦେଉଛି। ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ଜ୍ଞାନ, ବୈରାଗ୍ୟ ଓ ଆଦର୍ଶର ପ୍ରତୀକ।’’
ପ୍ରଧାନମନ୍ତ୍ରୀ ‘ବିଶ୍ୱକ୍ଷେଣ ଇଷ୍ଟି ଯଜ୍ଞ’ର ‘ପୂର୍ଣ୍ଣାହୂତି’ରେ ଅଂଶଗ୍ରହଣ କରିଥିଲେ। ସଂକଳ୍ପ ଓ ଲକ୍ଷ୍ୟ ପୂରଣ ଇଚ୍ଛା ନେଇ ଏହି ଯଜ୍ଞ ଆୟୋଜନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ‘ଅମୃତ ସଂକଳ୍ପ’ ନେଇ ଏହି ଯଜ୍ଞରେ ସଂକଳ୍ପ ଅର୍ପଣ କରିଥିଲେ ଏବଂ ଏହାକୁ ୧୩୦ କୋଟି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ।
ପ୍ରଧାନମନ୍ତ୍ରୀ ଭାରତୀୟ ସନ୍ଥମାନଙ୍କ ସେହି ପରମ୍ପରାର ସ୍ମୃତିଚାରଣ କରିଥିଲେ ଯାହା ଜ୍ଞାନକୁ ଖଣ୍ଡନ ଓ ସ୍ୱୀକୃତି-ଅସ୍ୱୀକୃତି ଠାରୁ ଊର୍ଦ୍ଧ୍ବରେ ଗ୍ରହଣ କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ପଟେ ଆମ ପାଖରେ ‘ଅଦ୍ଵୈତ’ ଏବଂ ‘ଦ୍ଵୈତ’ ଦର୍ଶନ ରହିଛି। ଅନ୍ୟପଟେ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ‘ବିଶିଷ୍ଟ ଅଦ୍ଵୈତବାଦ’ ଦର୍ଶନ ମଧ୍ୟ ରହିଛି, ଯାହାକି ଉଭୟ ‘ଦ୍ଵୈତ’ ଏବଂ ‘ଅଦ୍ଵୈତ’ର ସମାହାର । ସେ କହିଥିଲେ ଯେ ଶ୍ରୀ ରାମାନୁଜାଚାର୍ଯ୍ୟ ଜ୍ଞାନର ଶିଖରରେ ପହଞ୍ଚିଥିଲେ, ତଥାପି ସେ ଭକ୍ତି ମାର୍ଗର ପ୍ରତିଷ୍ଠାତା ଥିଲେ । ଗୋଟିଏ ପଟେ ସେ ସମୃଦ୍ଧ ‘ସନ୍ନ୍ୟାସ’ ପରମ୍ପରାର ସନ୍ଥ ଥିଲେ, ଅନ୍ୟପଟେ ସେ ଗୀତା ଭାଷ୍ୟରେ କର୍ମର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜିର ଦୁନିଆରେ ସାମାଜିକ ସଂସ୍କାର, ପ୍ରଗତି କଥା ଉଠିଲେ, ମୂଳଦୁଆ ଠାରୁ ଆଗକୁ ବଢ଼ିବା ଫଳରେ ହିଁ ସଂସ୍କାର କାର୍ଯ୍ୟକାରୀ ହୁଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ‘‘କିନ୍ତୁ ଆମେ ଯେତେବେଳେ ରାମାନୁଜାଚାର୍ଯ୍ୟ ଜୀଙ୍କୁ ଦେଖିଥାଉ, ଆମର ଏହା ଅନୁଭବ ହୋଇଥାଏ ଯେ ପ୍ରଗତି ଏବଂ ପ୍ରାଚୀନତା ମଧ୍ୟରେ କୌଣସି ବିରୋଧାଭାସ ନାହିଁ । ଗୋଟିଏ ପଟେ ସଂସ୍କାର ପାଇଁ ଆମକୁ ନିଜର ମୂଳଦୁଆ ଠାରୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି । ଅନ୍ୟପଟେ ଆମକୁ ନିଜର ବାସ୍ତବ ମୂଳଦୁଆ ସହିତ ଯୋଡ଼ିହେବା, ନିଜର ବାସ୍ତବ ସାମର୍ଥ୍ୟ ବିଷୟରେ ସଚେତନ ହେବା ମଧ୍ୟ ଜରୁରି।’’
ବର୍ତ୍ତମାନ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଏବଂ ଆମ ସନ୍ଥମାନଙ୍କ ଜ୍ଞାନ ମଧ୍ୟରେ ରହିଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଶ୍ରୀ ରାମାନୁଜାଚାର୍ଯ୍ୟ ଆମ ଦେଶରେ ସାମାଜିକ ସଂସ୍କାର ବିଚାରକୁ ବାସ୍ତବରେ ଲୋକପ୍ରିୟ କରାଇ ପାରିଥିଲେ ଏବଂ ଦଳିତ ଓ ବଞ୍ଚିତମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ସେ କହିଥିଲେ, ଆଜି ଶ୍ରୀ ରାମାନୁଜାଚାର୍ଯ୍ୟ ଏକ ବିଶାଳ ଷ୍ଟାଚ୍ୟୁ ଅପ୍ ଇକ୍ଵାଲିଟି ମାଧ୍ୟମରେ ଆମକୁ ସମାନତାର ବାର୍ତ୍ତା ଦେଉଛନ୍ତି । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦେଶ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ମନ୍ତ୍ରରେ ଅନୁପ୍ରାଣିତ ହୋଇ ଏହାର ନୂତନ ଭବିଷ୍ୟତ ପାଇଁ ମୂଳଦୁଆ ପ୍ରତିଷ୍ଠା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତ ଆଜି ଭେଦଭାବ ବିନା ସାମୂହିକ ଭାବେ ବିକାଶ ଦିଗରେ ଅଗ୍ରସର ହେଉଛି, ସମସ୍ତଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେଉଛି । ଯାହାଫଳରେ ଯେଉଁ ଲୋକମାନେ ଶହ ଶହ ବର୍ଷ ଧରି ଅବହେଳିତ ହୋଇ ରହିଥିଲେ, ସେମାନେ ଏବେ ପୂର୍ଣ୍ଣ ସମ୍ମାନର ସହିତ ଦେଶର ବିକାଶରେ ସହଭାଗୀ ହୋଇପାରିଛନ୍ତି । ପକ୍କା ବାସଗୃହ, ଉଜ୍ଜ୍ବଳା ଗ୍ୟାସ ସଂଯୋଗ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କିମ୍ବା ମାଗଣା ବିଦ୍ୟୁତ ସଂଯୋଗ, ଜନ ଧନ ଆକାଉଣ୍ଟ, ସ୍ୱଚ୍ଛ ଭାରତ ଅଭିଯାନ ଭଳି ଯୋଜନା ଦଳିତ, ପଛୁଆ ଓ ବଞ୍ଚିତମାନଙ୍କୁ ସଶକ୍ତ କରିଛି।
ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ‘ଭାରତର ଏକତା ଓ ଅଖଣ୍ଡତା ପାଇଁ ଏକ ଉଜ୍ଜ୍ବଳ ପ୍ରେରଣା’ ଭାବେ ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଦକ୍ଷିଣରେ ଜନ୍ମ ନେଇଥିଲେ, କିନ୍ତୁ ତାଙ୍କର ପ୍ରଭାବ ଦକ୍ଷିଣରୁ ଉତ୍ତର ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତର ସମସ୍ତ ଭାଗରେ ପରିବ୍ୟାପ୍ତ ହୋଇଥିଲା।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତର ସ୍ଵାଧୀନତା ସଂଗ୍ରାମ କେବଳ କ୍ଷମତା ଓ ଅଧିକାର ପାଇଁ ଏକ ସଂଘର୍ଷ ନଥିଲା। ଗୋଟିଏ ପଟେ ଏହା ‘ଉପନିବେଶବାଦୀ ମାନସିକତା’ ବିରୋଧରେ ଏକ ଲଢ଼େଇ ଥିଲା ଏବଂ ଅନ୍ୟପଟେ ‘ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ଦେବା’ ବିଚାର ପାଇଁ ଏକ ସଂଘର୍ଷ ଥିଲା। ଗୋଟିଏ ପଟେ, ଏଥିରେ ଜାତିଗତ ଉନ୍ନତି ଏବଂ ବସ୍ତୁବାଦର ଏକ ଉନ୍ମାଦନା ଥିଲା, ଅନ୍ୟପଟେ ଏହା ମାନବତା ଓ ଆଧ୍ୟାତ୍ମିକତାର ଏକ ବିଶ୍ୱାସ ଥିଲା। ଏହି ସଂଘର୍ଷରେ ଭାରତ ଏବଂ ଏହାର ପରମ୍ପରା ବିଜୟ ହାସଲ କରିଥିଲା ବୋଲି ସେ କହିଥିଲେ। ‘‘ଭାରତୀୟ ସ୍ଵାଧୀନତା ସଂଗ୍ରାମ ସନ୍ଥମାନଙ୍କ ଠାରୁ ପ୍ରାପ୍ତ ସମାନତା, ମାନବତା ଓ ଆଧ୍ୟାତ୍ମିକତାର ଊର୍ଜାରେ ଅନୁପ୍ରାଣିତ ହୋଇଥିଲା’’, ପ୍ରଧାନମନ୍ତ୍ରୀ କହିଥିଲେ।
ସର୍ଦ୍ଦାର ପଟେଲଙ୍କର ହାଇଦ୍ରାବାଦ ସହ ରହିଥିବା ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସର୍ଦ୍ଦାର ସାହିବଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଦେଶରେ ଏକତାର ସଂକଳ୍ପକୁ ଦୋହରାଉଥିବା ବେଳେ ରାମାନୁଜାଚାର୍ଯ୍ୟଙ୍କ ‘ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି’ ସମାନତାର ବାର୍ତ୍ତା ହେଉଛି। ଏକ ରାଷ୍ଟ୍ର ଭାବେ ଏହା ଭାରତର ବିଶେଷତ୍ୱ’’
ତେଲୁଗୁ ସଂସ୍କୃତି ଭାରତର ବିବିଧତାକୁ କିଭଳି ସମୃଦ୍ଧ କରିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ । ଏହି ସମୃଦ୍ଧ ପରମ୍ପରାର ଆଲୋକବର୍ତ୍ତିକା ସାଜିଥିବା ରାଜା ଓ ରାଣୀଙ୍କର ଦୀର୍ଘ ପରମ୍ପରାକୁ ସେ ସ୍ମରଣ କରିଥିଲେ । ଭାରତରେ ଆସ୍ଥାର କେନ୍ଦ୍ରସ୍ଥଳୀଗୁଡ଼ିକର ପୁନରୁଦ୍ଧାର ଏବଂ ମାନ୍ୟତା ପରିପ୍ରେକ୍ଷୀରେ ତ୍ରୟୋଦଶ ଶତାବ୍ଦୀର କାକତୀୟ ରୁଦ୍ରେଶ୍ୱର ମନ୍ଦିର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ବାରା ପୋଚମପଲ୍ଲୀକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା ଦିଆଯାଇଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ତେଲୁଗୁ ଚଳଚ୍ଚିତ୍ର ଉଦ୍ୟୋଗ ଜଗତର ସମୃଦ୍ଧ ଯୋଗଦାନ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ତେଲୁଗୁ ଭାଷାଭାଷୀ କ୍ଷେତ୍ର ଠାରୁ ବାହାରେ ଏବଂ ବିଶ୍ୱସ୍ତରରେ ନିଜର ଉପସ୍ଥିତି ଜାହିର୍ କରିପାରିଛି । ‘‘ଏହି ସୃଜନଶୀଳତା ରୂପେଲି ପରଦା ଏବଂ ଓଟିଟି ପ୍ଲାଟଫର୍ମରେ ରାଜୁତି କରୁଛି। ଭାରତ ବାହାରେ ମଧ୍ୟ ଏହା ପ୍ରଶଂସିତ ହୋଇଛି । ତେଲୁଗୁ ଭାଷାଭାଷୀ ଲୋକମାନଙ୍କର ନିଜ କଳା ଓ ସଂସ୍କୃତି ପ୍ରତି ଏହି ସମର୍ପଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା’’, ପ୍ରଧାନମନ୍ତ୍ରୀ କହିଥିଲେ।
ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ‘ପଞ୍ଚଲୋହା’ରେ ନିର୍ମାଣ ହୋଇଛି, ଯାହାକି ସୁନା, ରୁପା, ତମ୍ବା, ପିତ୍ତଳ, ଦସ୍ତା ଆଦି ପାଞ୍ଚଟି ଧାତୁର ଏକ ସମାହାର । ବସିବା ସ୍ଥିତିରେ ଏହା ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ମଧ୍ୟରୁ ଅନ୍ୟତମ । ‘ଭଦ୍ର ବେଦୀ’ ନାମକ ୫୪ ଫୁଟ ଉଚ୍ଚ ଅଟ୍ଟାଳିକାର ମୂଳଦୁଆ ଉପରେ ଏହି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ଏହି କୋଠାର ବିଭିନ୍ନ ମହଲାରେ ବୈଦିକ ଡିଜିଟାଲ ପାଠାଗାର ଓ ଗବେଷଣା କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ କେନ୍ଦ୍ର, ଏକ ଥିଏଟର, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ବିଭିନ୍ନ କୃତିର ବିବରଣୀ ଥିବା ଏକ ଶିକ୍ଷା ଗ୍ୟାଲେରୀ ରହିଛି । ଶ୍ରୀ ରାମାନୁଜାଚାର୍ଯ୍ୟ ଆଶ୍ରମର ଶ୍ରୀ ଚିନ୍ନା ଜୀୟର ସ୍ଵାମୀଙ୍କ ପରିକଳ୍ପନାରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
ଏହି କାର୍ଯ୍ୟକ୍ରମ ସମୟରେ, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନଯାତ୍ରା ଏବଂ ଉପଦେଶକୁ ନେଇ ଏକ ଥ୍ରୀଡି ପ୍ରେଜେଣ୍ଟେସନ ମ୍ୟାପିଂ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି ଚତୁଃପାର୍ଶ୍ବରେ ଥିବା ୧୦୮ଟି ଦିବ୍ୟ ଦେଶମ୍ (ଆଳଙ୍କାରିକ ଭାବେ ନିର୍ମିତ ହୋଇଥିବା ମନ୍ଦିର) ପରିଦର୍ଶନ କରିଥିଲେ।
ରାଷ୍ଟ୍ରୀୟତା, ଲିଙ୍ଗ, ଜାତି, ସମ୍ପ୍ରଦାୟ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବେ ଦେଖିବାର ଭାବନା ନେଇ ଜନସାଧାରଣଙ୍କ ଉନ୍ନତିକରଣ ଦିଗରେ ଶ୍ରୀ ରାମାନୁଜାଚାର୍ଯ୍ୟ ନିରନ୍ତର ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ୧୦୦୦ତମ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଆୟୋଜନ କରାଯାଉଥିବା ୧୨ ଦିନିଆ ଶ୍ରୀ ରାମାନୁଜ ସହସ୍ରାବ୍ଦୀ ସମାରୋହମର ଅଂଶବିଶେଷ ସ୍ୱରୂପ ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି ଉଦଘାଟିତ ହୋଇଛି ।
आज मां सरस्वती की आराधना के पावन पर्व, बसंत पंचमी का शुभ अवसर है।
मां शारदा के विशेष कृपा अवतार श्री रामानुजाचार्य जी की प्रतिमा इस अवसर पर स्थापित हो रही है।
मैं आप सभी को बसंत पंचमी की विशेष शुभकामनाएं देता हूं: PM @narendramodi
— PMO India (@PMOIndia) February 5, 2022
जगद्गुरु श्री रामानुजाचार्य जी की इस भव्य विशाल मूर्ति के जरिए भारत मानवीय ऊर्जा और प्रेरणाओं को मूर्त रूप दे रहा है।
रामानुजाचार्य जी की ये प्रतिमा उनके ज्ञान, वैराग्य और आदर्शों की प्रतीक है: PM @narendramodi
— PMO India (@PMOIndia) February 5, 2022
भारत एक ऐसा देश है, जिसके मनीषियों ने ज्ञान को खंडन-मंडन, स्वीकृति-अस्वीकृति से ऊपर उठकर देखा है।
हमारे यहाँ अद्वैत भी है, द्वैत भी है।
और, इन द्वैत-अद्वैत को समाहित करते हुये श्रीरामानुजाचार्य जी का विशिष्टा-द्वैत भी है: PM @narendramodi
— PMO India (@PMOIndia) February 5, 2022
एक ओर रामानुजाचार्य जी के भाष्यों में ज्ञान की पराकाष्ठा है, तो दूसरी ओर वो भक्तिमार्ग के जनक भी हैं।
एक ओर वो समृद्ध सन्यास परंपरा के संत भी हैं, और दूसरी ओर गीता भाष्य में कर्म के महत्व को भी प्रस्तुत करते हैं।
वो खुद भी अपना पूरा जीवन कर्म के लिए समर्पित करते हैं: PM
— PMO India (@PMOIndia) February 5, 2022
ये जरूरी नहीं है कि सुधार के लिए अपनी जड़ों से दूर जाना पड़े।
बल्कि जरूरी ये है कि हम अपनी असली जड़ो से जुड़ें, अपनी वास्तविक शक्ति से परिचित हों: PM @narendramodi
— PMO India (@PMOIndia) February 5, 2022
इसमें एक ओर, ये नस्लीय श्रेष्ठता और भौतिकवाद का उन्माद था, तो दूसरी ओर मानवता और आध्यात्म में आस्था थी।
और इस लड़ाई में भारत विजयी हुआ, भारत की परंपरा विजयी हुई: PM @narendramodi
— PMO India (@PMOIndia) February 5, 2022
******
P.S.
Watch LIVEhttps://t.co/Zoy8tHV3eR

आज जब दुनिया में सामाजिक सुधारों की बात होती है, प्रगतिशीलता की बात होती है, तो माना जाता है कि सुधार जड़ों से दूर जाकर होगा।
— PMO India (@PMOIndia) February 5, 2022
लेकिन, जब हम रामानुजाचार्य जी को देखते हैं, तो हमें अहसास होता है कि प्रगतिशीलता और प्राचीनता में कोई विरोध नहीं है: PM @narendramodi
ये जरूरी नहीं है कि सुधार के लिए अपनी जड़ों से दूर जाना पड़े।
— PMO India (@PMOIndia) February 5, 2022
बल्कि जरूरी ये है कि हम अपनी असली जड़ो से जुड़ें, अपनी वास्तविक शक्ति से परिचित हों: PM @narendramodi
आज रामानुजाचार्य जी विशाल मूर्ति Statue of Equality के रूप में हमें समानता का संदेश दे रही है।
— PMO India (@PMOIndia) February 5, 2022
इसी संदेश को लेकर आज देश ‘सबका साथ, सबका विकास, सबका विश्वास, और सबका प्रयास’ के मंत्र के साथ अपने नए भविष्य की नींव रख रहा है: PM @narendramodi
विकास हो, सबका हो, बिना भेदभाव हो।
— PMO India (@PMOIndia) February 5, 2022
सामाजिक न्याय, सबको मिले, बिना भेदभाव मिले।
जिन्हें सदियों तक प्रताड़ित किया गया, वो पूरी गरिमा के साथ विकास के भागीदार बनें, इसके लिए आज का बदलता हुआ भारत, एकजुट प्रयास कर रहा है: PM @narendramodi
रामानुजाचार्य जी भारत की एकता और अखंडता की भी एक प्रदीप्त प्रेरणा हैं।
— PMO India (@PMOIndia) February 5, 2022
उनका जन्म दक्षिण में हुआ, लेकिन उनका प्रभाव दक्षिण से उत्तर और पूरब से पश्चिम तक पूरे भारत पर है: PM @narendramodi
भारत का स्वाधीनता संग्राम केवल अपनी सत्ता और अपने अधिकारों की लड़ाई भर नहीं था।
— PMO India (@PMOIndia) February 5, 2022
इस लड़ाई में एक तरफ ‘औपनिवेशिक मानसिकता’ थी, तो दूसरी ओर ‘जियो और जीने दो’ का विचार था: PM @narendramodi
इसमें एक ओर, ये नस्लीय श्रेष्ठता और भौतिकवाद का उन्माद था, तो दूसरी ओर मानवता और आध्यात्म में आस्था थी।
— PMO India (@PMOIndia) February 5, 2022
और इस लड़ाई में भारत विजयी हुआ, भारत की परंपरा विजयी हुई: PM @narendramodi
आज देश में एक ओर सरदार साहब की ‘Statue of Unity’ एकता की शपथ दोहरा रही है, तो रामानुजाचार्य जी की ‘Statue of Equality’ समानता का संदेश दे रही है।
— PMO India (@PMOIndia) February 5, 2022
यही एक राष्ट्र के रूप में भारत की विशेषता है: PM @narendramodi
पिछले वर्ष ही तेलांगना में स्थित 13वीं शताब्दी के काकातिया रूद्रेश्वर -रामाप्पा मंदिर को यूनेस्को विश्व धरोहर स्थल घोषित किया गया है।
— PMO India (@PMOIndia) February 5, 2022
वर्ल्ड टूरिज्म ऑर्गनाइजेशन ने पोचमपल्ली को भी भारत के सबसे बेहतरीन Tourism Village का दर्जा दिया है: PM @narendramodi
Statue of Equality will deepen our connect with the past and inspire the future generations. pic.twitter.com/6zgVBszKDq
— Narendra Modi (@narendramodi) February 6, 2022
रामानुजाचार्य जी के ज्ञान की एक अलग भव्यता है। साधारण दृष्टि से जो विचार परस्पर विरोधाभासी लगते हैं, रामानुजाचार्य जी उन्हें बड़ी सहजता से एक सूत्र में पिरो देते हैं। pic.twitter.com/gOP4qtSv2t
— Narendra Modi (@narendramodi) February 6, 2022
Important lessons from the life of Sri Ramanujacharya. pic.twitter.com/575Q4zDwfY
— Narendra Modi (@narendramodi) February 6, 2022
आज देश में एक ओर सरदार साहब की ‘Statue of Unity’ एकता की शपथ दोहरा रहा है, तो रामानुजाचार्य जी की
— Narendra Modi (@narendramodi) February 6, 2022
‘Statue of Equality’ समानता का संदेश दे रहा है। pic.twitter.com/L2NofS6f3t
Telugu culture has been enriched by noble Saints, Seers, inspiring rulers, thoughtful poets and now the vibrant Telugu cinema which is gaining global popularity. pic.twitter.com/MalnIK2BOQ
— Narendra Modi (@narendramodi) February 6, 2022
మహోన్నతులైన సత్పురుషులు, దార్శనికులు, స్పూర్తిదాయకులైన పాలకులు, మేధావులైన కవులు,ఇటీవల కాలంలో ప్రపంచవ్యాప్త ఆదరణ పొందుతున్న విరాజమానమైన తెలుగు సినిమా తెలుగు సంస్కృతిని సుసంపన్నం చేస్తున్నాయి. pic.twitter.com/qHihQQ2UkI
— Narendra Modi (@narendramodi) February 6, 2022