ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାଠାରେ ଆସିଆନ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ଫର୍ଡିନାଣ୍ଡ ଆର. ମାର୍କୋସ ଜୁନିୟରଙ୍କୁ ଭେଟିଛନ୍ତି।
ଚଳିତ ବର୍ଷ ଆସିଆନର ସଫଳ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ଫିଲିପାଇନ୍ସକୁ ଅଭିନନ୍ଦନ ଜଣାଇଥିଲେ। ୨୦୨୪ ମସିହାରୁ ଆସିଆନରେ ଭାରତ ପାଇଁ ରାଷ୍ଟ୍ର ସଂଯୋଜକ ଭାବରେ କାର୍ଯ୍ୟ କରୁଥିବା ଫିଲିପାଇନ୍ସର ଭୂମିକା ଏବଂ ଆସିଆନ-ଭାରତ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏହାର ନିରନ୍ତର ସମର୍ଥନକୁ ସେ ପ୍ରଶଂସା କରିଥିଲେ।
ଉଭୟ ନେତା ସେପ୍ଟେମ୍ବର ୨୦୨୬ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ସେମାନଙ୍କର ସାମ୍ପ୍ରତିକ ସାକ୍ଷାତକୁ ସ୍ମରଣ କରିଥିଲେ, ଯେଉଁଠାରେ ଆସିଆନ ଅଧ୍ୟକ୍ଷ ଭାବରେ ରାଷ୍ଟ୍ରପତି ମାର୍କୋସ ଜୁନିୟରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ ଜଣାଇଥିଲେ। ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ମାର୍କୋସ ଜୁନିୟରଙ୍କ ସରକାରୀ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିଷ୍ଠିତ ରଣନୈତିକ ଭାଗିଦାରୀ ଅଧୀନରେ ପ୍ରତିରକ୍ଷା ଓ ସୁରକ୍ଷା, ମହାକାଶ, ରେଳ ଭିତ୍ତିଭୂମି, ଫିନଟେକ୍ ଏବଂ ବାଣିଜ୍ୟ ଓ ନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବର୍ଦ୍ଧିତ ଗତିକୁ ସେମାନେ ପ୍ରଶଂସା କରିଥିଲେ। ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ।
—
/HP