Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ, ଶୁଭାରମ୍ଭ କଲେ ସୌରାଷ୍ଟ୍ର ନର୍ମଦା ଜଳସେଚନ ପ୍ରକଳ୍ପ

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ସାନୋସାରାଠାରେ ସୌରାଷ୍ଟ୍ର ନର୍ମଦା ଜଳସେଚନ (SAUNI) ପ୍ରକଳ୍ପର ଫଳକ ଅନାବରଣ କରି ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ AJI-3 ବନ୍ଧ ବୁଲିବା ସହିତ ଫାଟକ ଜରିଆରେ ନିଷ୍କାସିତ ହେଉଥିବା ଜଳ ପ୍ରବାହ ଦେଖିଥିଲେ ।

ଏହି ଅବସରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ ସ୍ମରଣ କରିଥିଲେ ଯେ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ କୃଷକମାନଙ୍କ ପାଇଁ ଜଳର ଆବଶ୍ୟକତାକୁ ଅନୁଭବ କରିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଜଳର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଚେକ ଡେମ ନିର୍ମାଣ ମଧ୍ୟ ଅନେକ ସ୍ଥାନରେ କରାଯାଇଛି ବୋଲି ସେ କହିଥିଲେ ।

କଚ୍ଛଠାରେ ଜଳର ସ୍ଥିତିରେ ଆସିଥିବା ଉନ୍ନତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମୟ ଥିଲା ଯେତେବେଳେ ଆମ ଜବାନମାନଙ୍କୁ ମଧ୍ୟ ଆବଶ୍ୟକତା ଅନୁସାରେ ପାଣି ମିଳିପାରୁନଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକ କଲ୍ୟାଣ ପାଇଁ ଶସ୍ୟ ବୀମା ଯୋଜନା ସହିତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ।

ଉଜ୍ଜଳା ଯୋଜନାରେ ଏଲପିଜି ଗ୍ୟାସ ସଂଯୋଗ ଏବଂ ଏଲଇଡି ବଲ ବିତରଣ ଯୋଜନା ଜରିଆରେ ଲୋକମାନଙ୍କର ଜୀବନଶୈଳୀରେ ହୋଇଥିବା ଉନ୍ନତି ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋକପାତ କରିଥିଲେ ।

**********