Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି


ମହାମହିମଗଣ, ଦେବୀ ଓ ସଜ୍ଜନ, ଗଣମାଧ୍ୟମର ବନ୍ଧୁମାନେ

ଆମେ ଏବେ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀର ସମାପନ କଲୁ ।

ସୁନ୍ଦର ରାଜ୍ୟ ଗୋଆରେ ରାଷ୍ଟ୍ରପତି ଜିନପିଙ୍ଗ, ରାଷ୍ଟ୍ରପତି ଜୁମା, ରାଷ୍ଟ୍ରପତି ତେମେର ଓ ରାଷ୍ଟ୍ରପତି ପୁଟିନଙ୍କୁ ସ୍ଵାଗତ କରିବା ସମ୍ମାନ ଓ ଗୌରବର ବିଷୟ ।

ଆମର ଆଲୋଚନା ଆଜି ତିନିଟି ଅଧିବେଶନରେ ହୋଇଛି । ଯାହାକି ବିସ୍ତୃତ, ଠୋସ୍ ଓ ନିର୍ଯ୍ୟାସପ୍ରଦ ।

ସକାଳେ ଆମେ ପ୍ରମୁଖ ଆନ୍ତର୍ଜାତିକ ପ୍ରସଙ୍ଗକୁ ନେଇ ମତ ବିନିମୟ କରିଥିଲୁ । ଏଥିରେ ଆତଙ୍କବାଦ, ବିଶ୍ଵ ଆର୍ଥିକ ପରିଦୃଶ୍ୟ ଓ ବିଶ୍ଵ ପ୍ରଶାସନର ଢାଂଚାରେ ସଂସ୍କାରର ଆବଶ୍ୟକତା ସାମିଲ ଥିଲା ।

ବ୍ରିକ୍ସରେ ଜାରି ରହିଥିବା ସହଭାଗିତା ସମୀକ୍ଷାର ସୁଯୋଗକୁ ଆମେ ଉପେଯାଗ କରିଥିଲୁ ।

ଆଗାମୀ ବର୍ଷରେ ବ୍ରିକ୍ସର ଭବିଷ୍ୟତ ସମ୍ପ୍ରସାରଣର ଚିନ୍ତାଧାରା ଓ ସମ୍ଭାବନା ଉପରେ ପୂର୍ଣ୍ଣ ଅଧିବେଶନ ସମୟରେ ଧ୍ୟାନକେନ୍ଦ୍ରିତ କରିଥିଲୁ ।

ଆଲୋଚନା ଉପଯୋଗୀ ଓ ଆଗେଇବା ପାଇଁ ଉଦ୍ଧିଷ୍ଟ ଥିଲା ଓ ବିଶେଷକରି ସମୟ ଦୃଷ୍ଟିରୁ ବ୍ରିକ୍ସ ଏକ ଦଶନ୍ଧିରେ ଉପନୀତ ହେବାକୁ ଯାଉଛି । ଏବେ ଆମେ ବ୍ରିକ୍ସ ବାଣିଜ୍ୟ ପରିଷଦର ଅଧିବେଶନ ଶେଷ କଲୁ ।

ନୂଆ ବିକାଶ ବ୍ୟାଙ୍କ(ଏନଡିବି)ର ସଭାପତିଙ୍କଠାରୁ ଆମେ ବ୍ୟାଙ୍କ ଦ୍ଵାରା ପ୍ରଥମ ବର୍ଷ ନିଆଯାଇଥିବା ବିଭିନ୍ନ ଯଥାର୍ଥ କାର୍ଯ୍ୟ ସମ୍ପର୍କରେ ଶୁଣିଲୁ ।

ମୁଁ ଆପଣମାନଙ୍କୁ ସୂଚନା ଦେଇ ଖୁସି ଯେ, ଗୋଆ ଘୋଷଣାପତ୍ରକୁ ଆମେ ଆପଣାଇଛୁ ତଥା ଏଥିରେ ବ୍ରିକ୍ସ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆମର ସହଯୋଗ ଓ ସମନ୍ୱୟର ବିସ୍ତୃତ ଲକ୍ଷ୍ୟ ସ୍ଥାନିତ ହୋଇଛି ।

ଦେବୀ ଓ ସଜ୍ଜନମାନେ

ମୁଁ ଏବେ ଆପଣମାନଙ୍କୁ ଶିଖର ସମ୍ମିଳନୀରେ ବ୍ରିକ୍ସ ନେତାମାନଙ୍କ ସର୍ବାଧିକ ଧ୍ୟାନ ଆକର୍ଷିତ କରିଥିବା ପ୍ରମୁଖ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଉଛି ।

ଆମେ ସମସ୍ତେ ଏକସ୍ଵରରେ ସ୍ଵୀକାର କରିଛୁ ଯେ, ଏବେ ଆତଙ୍କବାଦ, ଉଗ୍ରବାଦ ଓ କଠୋରପନ୍ଥୀଙ୍କ ଠାରୁ ବିପଦ ରହିଛି । କେବଳ ଆଂଚଳିକ ଓ ବିଶ୍ଵ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧି ପ୍ରତି ବିପଦ ନୁହେଁ ବରଂ ଆମର ସମାଜ, ଆମ ଜୀବନ ଶୈଳୀ ଓ ସମଗ୍ର ମାନବିକତା ପ୍ରତି ବିପଦ ।

ଆମେମାନେ ମଧ୍ୟ ସମସ୍ତେ ସହମତ ଯେ ବ୍ରିକ୍ସକୁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଓ ଏଭଳି ବିପଦର ମୁକାବିଲା ପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ।

ଆତଙ୍କବାଦୀଙ୍କ ଆର୍ଥିକ ସହାୟତାର ସ୍ରୋତ ଓ ଆତଙ୍କବାଦର ହାର୍ଡୱେୟାରକୁ ଟାର୍ଗେଟ୍ ସମେତ ଅସ୍ତ୍ରଶସ୍ତ୍ର ଯୋଗାଣ, ଗୋଳାବାରୁଦ, ଉପକରଣ ଓ ପ୍ରଶିକ୍ଷଣର ଚିହ୍ନଟ ପାଇଁ ଘନିଷ୍ଠ ସମନ୍ୱୟର ଆବଶ୍ୟକତାକୁ ଆମେ ରେଖାଙ୍କିତ କରିଛୁ ।

ଆମେମାନେ ମଧ୍ୟ ସହମତ ଯେ ଯେଉଁମାନେ ଏହି ହିଂସା ଓ ଆତଙ୍କକୁ ପ୍ରୋତ୍ସାହନ, ସହାୟତା, ଆଶ୍ରୟ ଓ ସମୃଦ୍ଧ କରୁଛନ୍ତି, ସେମାନେ ମଧ୍ୟ ଆତଙ୍କବାଦୀଙ୍କ ଅନୁରୂପ ବିପଦ ।

ଏହି ଗୁରୁତର ଆନ୍ତର୍ଜାତିକ ଚାଲେଞ୍ଜକୁ ନେଇ ମିଳିତ ଚିନ୍ତାଧାରା ଓ ଉଦ୍ଦେଶ୍ୟ ପ୍ରତି ଧ୍ୟାନ ଦିଆଯାଇଥିବାରୁ ଭାରତ ଖୁସି ବ୍ୟକ୍ତ କରୁଛି ।

ବିଶ୍ଵ ଅର୍ଥବ୍ୟବସ୍ଥାକୁ ପୁନଃ ମୁଖ୍ୟସ୍ରୋତକୁ ଆଣିବା ଆମର ବିଚାରବିମର୍ଶର ଆଉ ଏକ କେନ୍ଦ୍ରବିନ୍ଦୁ ଥିଲା ।

2008 ଆର୍ଥିକ ମାନ୍ଦାବସ୍ଥା ପରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ବିଶ୍ଵ ଅର୍ଥବ୍ୟବସ୍ଥା ପ୍ରତି ସକରାତ୍ମକ ସହଯୋଗ ଦେବା ପାଇଁ ପରିଚିତ ।

ଲୋକଙ୍କ ନିବେଶକୁ ଦୀର୍ଘକାଳୀନ ଭିତ୍ତିଭୂମି ପ୍ରକଳ୍ପରେ ବିନିଯୋଗ, ସୂକ୍ଷ୍ମ ଅର୍ଥନୀତିରେ ସମନ୍ୱୟ, ବିକାଶର ଗତି, ବିଶ୍ଵ ବାଣିଜ୍ୟ ଓ ନିର୍ମାଣକୁ ନୂଆ ଉତ୍ସାହର ସହ ପ୍ରୋତ୍ସାହନ ଦେବା ଅର୍ଥବ୍ୟବସ୍ଥା ପାଇଁ ଜରୁରୀ ବୋଲି ଆମେ ଭାବୁଛୁ ।

ଆମେ ବହୁପାକ୍ଷିକ ବାଣିଜ୍ୟ ଢାଂଚାର ଆଧାରଶିଳା ଭାବେ ବିଶ୍ଵ ବାଣିଜ୍ୟ ସଂଗଠନ ପାଇଁ କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ଵ ଦେଇଛୁ ।

ଆମେ ଆର୍ଥିକ ବିକାଶ ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତାକୁ ସ୍ଵୀକାର କରିଛୁ ।

ଆମେ ପ୍ୟାରିସ ଜଳବାୟୁ ବୁଝାମଣାକୁ ଶୀଘ୍ର ଲାଗୁ କରିବାକୁ ସ୍ଵାଗତ କରିଛୁ ।

ଚଳିତବର୍ଷ ଅକ୍ଟୋବର 2 ତାରିଖରେ ଇତିହାସର ସବୁଠୁ ମହାନ ପରିବେଶବିତ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଭାରତ ଏହି ବୁଝାମଣାକୁ ଅନୁମୋଦନ କରି ଗର୍ବିତ ।

ବ୍ରିକ୍ସ ନେତା ଭାବେ ଆମେ ନିଜର ବିକାଶର ଏଜେଣ୍ଡାକୁ ଆଗେଇ ନେବା ପାଇଁ ଏକ ପ୍ରଭାବଶାଳୀ ଢଙ୍ଗରେ ବ୍ରିକ୍ସ ଆଭ୍ୟନ୍ତରୀଣ ସଂସ୍ଥା ନିର୍ମାଣ ଉପରେ ଧ୍ୟାନକେନ୍ଦ୍ରିତ କରିବା ପାଇଁ ସହମତ ହୋଇଛୁ ।

ଏକବର୍ଷ ପୂରଣ ହେବା ନେଇ ନୂଆ ବିକାଶ ବ୍ୟାଙ୍କର ଆମେ ପ୍ରଶଂସା କରିଛୁ ।

ମୌଳିକ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଓ ଅକ୍ଷୟ ଶକ୍ତି କ୍ଷେତ୍ର ଉପରେ ଏନଡିବି ଧ୍ୟାନକେନ୍ଦ୍ରିତ କରିବା ଏବଂ ଏହା ଜାରି ରଖିବା ଉଚିତ୍ ବୋଲି ଆମେ ସହମତ ହୋଇଛୁ ।

ବ୍ରିକ୍ସ କୃଷି ଗବେଷଣା ପ୍ଲାଟଫର୍ମ, ବ୍ରିକ୍ସ ରେଳବାଇ ଗବେଷଣା ନେଟୱାର୍କ, ବ୍ରିକ୍ସ କ୍ରୀଡ଼ା ପରିଷଦ ଓ ଅନ୍ୟାନ୍ୟ ଯୁବକୈନ୍ଦ୍ରୀକ ମଞ୍ଚ ପ୍ରତିଷ୍ଠା କରିବା ପାଇଁ ଆମେ ମିଳିତ ସହମତି ଜଣାଇଛୁ ।

ବିଶ୍ଵ ବିତ୍ତୀୟ ଓ ଆର୍ଥିକ ଢାଂଚାରେ ସଂସ୍କାରକୁ ପ୍ରୋତ୍ସାହନ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ ବିକାଶୋନ୍ମୁମୀ ଓ ବିକାଶଶୀଳ ଅର୍ଥ୍ୟବ୍ୟବସ୍ଥାର ଭୂମିକାକୁ ସମ୍ପ୍ରସାରଣ କରିବା ପାଇଁ ଆମର ସଂକଳ୍ପକୁ ଆମେ ଏକ ସ୍ଵରରେ କହିଛୁ ।

ବିଶ୍ଵ ବିତ୍ତୀୟ ଢାଂଚାରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ବ୍ରିକ୍ସ ରେଟିଂ ଏଜେନ୍ସୀ ସ୍ଥାପନ କରିବାକୁ ଆମେ ସହମତ ହୋଇଛୁ ।

ଜି-2 ରାଷ୍ଟ୍ର ଭିତରେ ଆମର ସମନ୍ୱୟ ବୃଦ୍ଧି ପାଇଁ ଆମେ ସହମତି ଜଣାଇଛୁ ।

ବ୍ରିକ୍ସ ଦେଶର ଲୋକଙ୍କ ପରସ୍ପର ମଧ୍ୟରେ ସମ୍ପର୍କ ଆମ ପାଇଁ ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ରହିଛି ।

ଏଥିପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବର୍ଷତମାମ 100ରୁ ଊର୍ଦ୍ଧ୍ଵ ଗତିବିଧି ଆୟୋଜନ କରିବା ପାଇଁ ଓ ଆମ ଦେଶଗୁଡ଼ିକର ଭୌଗଳିକ ବିବିଧତାକୁ ସେଠାରେ ପହଂଚାଯିବ ।

ଆମର ନିରନ୍ତର ପ୍ରୟାସ ଭାବେ ଲୋକଙ୍କୁ ପୋଷଣ କରିବା ପାଇଁ ସହଯୋଗର ସ୍ତମ୍ଭ ନିମନ୍ତେ ଆମେ ସହମତି ଜଣାଇଛୁ ।

ବ୍ରିକ୍ସ ମଧ୍ୟ ଶାନ୍ତି ଓ ସୁରକ୍ଷା ମାମଲାରେ ସହଯୋଗ ଓ ବିଚାର ବିମର୍ଶକୁ ସୁଦୁଢ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଭଦ୍ରମହିଳା ଓ ସଜ୍ଜନଗଣ

ଗୋଆ ଶିଖର ସମ୍ମିଳନୀର ମୁଖ୍ୟ ଆକର୍ଷଣ ବିମଷ୍ଟେକ ରାଷ୍ଟ୍ରଗୁଡ଼ିକୁ ସମ୍ପ୍ରସାରିତ ହୋଇଛି ।

ବାଂଲାଦେଶ, ଭୂଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲେଣ୍ଡର ରାଷ୍ଟ୍ର ମୁଖ୍ୟ, ସରକାର ମୁଖ୍ୟ ଓ ନେତାମାନେ ଭାରତ ସହ ଏକଜୁଟ ହୋଇ ମିଳିତ ଭାବେ ବିମଷ୍ଟେକ ଗଠନ କରିଛନ୍ତି । ଯେଉଁମାନେ କି ଗୋଆରେ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀରେ ସ୍ଵତନ୍ତ୍ର ଅତିଥି ହୋଇଛନ୍ତି ।

ଆଜି ପ୍ରଥମ ବ୍ରିକ୍ସ-ବିମଷ୍ଟେକ ସମ୍ପ୍ରସାରଣ ଶିଖର ସମ୍ମିଳନୀ ପରେ ଅନୁଷ୍ଠିତ ହେବ ।

ବ୍ରିକ୍ସ ଓ ବିମଷ୍ଟେକ ନେତାଙ୍କ ପାଇଁ ଘନିଷ୍ଠ ଭାଗିଦାରୀ ଓ ସମନ୍ୱୟ ରକ୍ଷା ନିମନ୍ତେ ଆଲୋଚନା ପାଇଁ ଏହା ଏକ ଅପୂର୍ବ ସୁଯୋଗ ।

ପ୍ରାୟ ଦୁଇ ତୃତୀୟାଂଶ ଲୋକ ରହୁଥିବା ବ୍ରିକ୍ସ ଓ ବିମଷ୍ଟେକ ମିଳିତ ଭାବେ ସମ୍ଭାବ୍ୟ ସହଯୋଗକୁ ଉନ୍ମୁକ୍ତ କରି ଆମ ଲୋକଙ୍କ ପାଇଁ ବିପୁଳ ସୁଯୋଗ ଆଣିପାରିବେ ।

ଶେଷରେ ସଫଳ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀକୁ ସୁନିଶ୍ଚିତ କରିବାରେ ସହଯୋଗ ପାଇଁ ବ୍ରିକ୍ସ ରାଷ୍ଟ୍ରର ନେତାମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ