Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ୱାନ ରାଙ୍କ, ୱାନ୍ ପେନ୍‌ସନ’ ଅନ୍ତର୍ଗତ ଆର୍ମଡ୍‌ ଫୋର୍ସେସ କମର୍ଚାରୀ/ ପାରିବାରିକ ପେନ୍‌ସନଧାରୀଙ୍କ ପେନ୍‌ସନକୁ ଜୁଲାଇ 01, 2019 ଠାରୁ ସଂଶୋଧିତ କରିଛି କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ୱାନ ରାଙ୍କ, ୱାନ୍ ପେନ୍‌ସନ’ (ଓଆରଓପି) ଅନ୍ତର୍ଗତ ଆର୍ମେଡ୍ ଫୋର୍ସେସ କର୍ମଚାରୀ/ ପାରିବାରିକ ପେନ୍‌ସନଧାରୀଙ୍କ ପେନ୍‌ସନରେ ପରିବର୍ତ୍ତନକୁ ମଞ୍ଜୁରି ପ୍ରଦାନ କରିଛି। ଆର୍ମେଡ୍‌ ଫୋର୍ସେସର ପେନ୍‌ସନଧାରୀ/ ପାରିବାରିକ ପେନ୍‌ସନଧାରୀଙ୍କୁ ଓଆରଓପି ପ୍ରସ୍ତାବ ଅନୁରୂପ ଅଧିକ ପେନ୍‌ସନ ମିଳିବ।

କ୍ୟାବିନେଟର ଏହି ନିଷ୍ପତ୍ତି ତାରିଖ 01 ଜୁଲାଇ 2019 ରୁ ଓଆରଓପି ଅନ୍ତର୍ଗତ ଆର୍ମଡ଼ ଫୋର୍ସେସର କର୍ମଚାରୀ/ ପାରିବାରିକ ପେନ୍‌ସନଧାରୀଙ୍କ ପେନସନର ପୁନଃନିରୀକ୍ଷଣ ପ୍ରତି ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ। ଗତ ପେନସନଧାରୀଙ୍କ ପେନ୍‌ସନ କ୍ୟାଲେଣ୍ଡର ବର୍ଷ 2018 ରେ ସମାନ ସେବା ଅବଧି ସହିତ ସମାନ ରାଙ୍କ  ଉପରେ ଅବସର ହୋଇଥିବା ଆର୍ମଡ୍ ଫୋର୍ସେସଙ୍କ କମର୍ଚାରୀଙ୍କୁ ସର୍ବନିମ୍ନ ପେନ୍‌ସନର ହାରାହାରି ଆଧାରରେ ପୁଣି ଥରେ ନିର୍ଦ୍ଧାରିତ କରାଯିବ। ଏହି ହାରାହାରି ଦ୍ବାରା ଅଧିକ ପେନ୍‌ସନ ପାଇବାକୁ ଥିବା ଲୋକମାନଙ୍କ ପେନ୍‌ସନକୁ ସଂରକ୍ଷିତ କରାଯିବ।

ଏହି ଲାଭ ଯୁଦ୍ଧରେ ସହୀଦ ସେନ୍ୟ କର୍ମଚାରୀମାନଙ୍କର ବିଧବା ଏବଂ ଦିବ୍ୟାଙ୍ଗ ପେନ୍‌ସନରଙ୍କ ସହିତ ପାରିବାରିକ ପେନ୍‌ସନଧାରୀଙ୍କୁ ମଧ୍ୟ ଦିଆଯିବ। ଏହା ଯୁବକମାନଙ୍କୁ ସଶସ୍ତ୍ର ବଳରେ ସାମିଲ୍ ହେବା ପାଇଁ ଆକର୍ଷିତ କରିବ।

ବକେୟାର ଇଠ ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ କରାଯିବ। ଯଦିଓ ବିଶେଷ/ ଉଦାରୀକୃତ ପାରିବାରିକ ପେନ୍‌ସନ ପାଉଥିବା ଏବଂ ବୀରତା ପୁରସ୍କାର ବିଜେତାମାନଙ୍କ ସହିତ ସମସ୍ତ ପାରିବାରିକ ପେନ୍‌ସନରଙ୍କୁ ଏକ କିସ୍ତିରେ ବକେୟାର ପଇଠ କରାଯିବ।

ଆନୁମାନିକ ବାର୍ଷିକ ଆର୍ଥିକ ପ୍ରଭାବର ଗଣନା 8450.04 କୋଟି ଟଙ୍କା @ 31 ପ୍ରତିଶତ ଡିୟରନେସ୍ ରିଲିଫ୍ (ଡିଆର) ଭାବରେ କରାଯାଇଛି। ଡିୟରନେସ୍ ରିଲିଫ୍‌ ଅନୁସାରେ ତାରିଖ 01 ଜୁଲାଇ 2019 ରୁ 31 ଡିସେମ୍ବର 2021 ସୁଦ୍ଧା ପ୍ରଭାବୀ ବକେୟାର ଗଣନା 19316.79 ଟଙ୍କା ଭାବରେ କରାଯାଇଛି।

 

Sepoy

17,699

19,726

87,000

Naik

18,427

21,101

1,14,000

Havildar

20,066

21,782

70,000

Nb Subedar

24,232

26,800

1,08,000

Sub Major

33,526

37,600

1,75,000

Major

61,205

68,550

3,05,000

Lt. Colonel

84,330

95,400

4,55,000

Colonel

92,855

1,03,700

4,42,000

Brigadier

96,555

1,08,800

5,05,000

Maj. Gen.

99,621

1,09,100

3,90,000

Lt. Gen.

1,01,515

1,12,050

4,32,000

Rank Pension as on 01.01.2016 Revised pension w.e.f. 01.07.2019 Likely arrears from 01.07.2019 to 30.06.2022

 

ପୁରୁଣା ଓଆରଓପି ର ହିତାଧିକାରୀମାନଙ୍କ ସହିତ ପ୍ରାୟ 2513002 ଆର୍ମଡ ଫୋର୍ସେସଙ୍କ ପେନ୍‌ସନଧାରୀ/ ପାରିବାରିକ ପେନ୍‌ସନଧାରୀ ଏହାଦ୍ବାରା ଲାଭାନ୍ବିତ ହେବେ।

BS