Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ସମସ୍ତ ବରିଷ୍ଠ ମହାନୁଭବ,

ଆଜି ଯେଉଁ ଲୋକମାନେ ପୁରସ୍କାର ପାଇଲେ, ସେମାନଙ୍କୁ ମୋ ତରଫରୁ ବହୁତ-ବହୁତ ଅଭିନନ୍ଦନ । ଆଉ ବହୁତ ଲୋକ ଥିବେ ଯେଉଁମାନେ ବୋଧହୁଏ ପୁରସ୍କାର ପାଖରେ ପହଞ୍ଚି ନଥିବେ କିନ୍ତୁ ବହୁତ ନିକଟରେ ଥିବେ । ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । କାରଣ ଏହି ପ୍ରକ୍ରିୟା ଚାଲୁ ରହୁ । ପ୍ରତ୍ୟେକଙ୍କ ଲେଖନୀ, ପ୍ରତ୍ୟେକଙ୍କ ଚିନ୍ତା, ପ୍ରତ୍ୟେକଙ୍କ ପରିଶ୍ରମ ଦେଶକୁ ଆଗକୁ ନେବାରେ ଯେ କୌଣସି ନା କୌଣସି ଭାବରେ ଯୋଗଦାନ ଦେଇଚାଲୁ ।

ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନ କାଳରେ ନିଜ କ୍ଷେତ୍ରରେ ସ୍ଥାନ ସୃଷ୍ଟି କରିଥାନ୍ତି । କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନ କାଳରେ ନିଜ କାର୍ଯ୍ୟ କ୍ଷେତ୍ରର ବାହାରେ ମଧ୍ୟ ନିଜ ପାଇଁ ସ୍ଥାନ ସୃଷ୍ଟି କରି ଯାଇଛନ୍ତି । କିନ୍ତୁ ବହୁତ କମ୍‌ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନକାଳ ପରେ ମଧ୍ୟ ନିଜ କ୍ଷେତ୍ରରେ, ନିଜ କ୍ଷେତ୍ରର ପରଧିରେ ନିଜର ସ୍ଥାନ ସୃଷ୍ଟିକରି ଅମରତ୍ୱ ଲାଭ କରିଛନ୍ତି । ଆଉ ସେହି ନାମ ହେଉଛି ରାମନାଥ ଗୋଏଙ୍କାଜୀଙ୍କର ।

ଏହା ମୋର ସୌଭାଗ୍ୟ ଯେ, ମତେ ରାମନାଥଜୀଙ୍କ ଦର୍ଶନ କରିବାର ଅବସର ମିଳିଥିଲା । ସେ ଗୁଜୁରାଟ ଆସିଥିଲେ । ଆଉ ସେ ଯେଉଁ ସ୍ଥାନରେ ଥିଲେ, ସ୍ୱଭାବିକ ଭାବେ ତାଙ୍କୁ ଭେଟିବାର ପରିସର କୌଣସି ରାଜନୈତିକ ଦଳର ଅଧ୍ୟକ୍ଷ, କିମ୍ବା ମୁଖ୍ୟମନ୍ତ୍ରୀ ହୋଇଥିବେ କିମ୍ବା ଗଣମାଧ୍ୟମକୁ ଲାଗୁଥିଲା କି ଭବିଷ୍ୟତରେ ସେ ଜଣେ ବଡ ସଂପାଦକ ହୋଇପାରନ୍ତି । ମୁଁ କିଛି ମଧ୍ୟ ନ ଥିଲି । ବୋଧହୁଏ ସେହି ସହରର କୌଣସି ସଂପାଦକଙ୍କୁ ମୁଁ ଯଦି ସମୟ ମାଗିଥାନ୍ତି ତେବେ ସେ ମାସେ ଯାଏ ସମୟ ଦେଇ ନଥାନ୍ତେ । ମାତ୍ର ରାମନାଥଜୀଙ୍କୁ ଦେଖା କରିବାର ସୌଭାଗ୍ୟ ମୋତେ ମିଳି ଥିଲା । ତାହା ଜୟପ୍ରକାଶଜୀଙ୍କ ଆନ୍ଦୋଳନର ସମୟ ଥିଲା । ଆଉ ରାମନାଥଜୀଙ୍କ ଭିତରେ ଯେଉଁ ଅଗ୍ନି ଥିଲା, ତାହା ସେ ଅନୁଭବ କରିପାରୁଥିଲେ । ଆଉ ତାହା ଇଣ୍ଡିଆନ ଏକ୍ସପ୍ରେସ୍ ଏକ ସମ୍ବାଦପତ୍ର, ଏବଂ ତାହା ପାଇଁ ମଧ୍ୟ ଏମିତି ନ ଥିଲା । ଖବରକାଗଜ ମାଧ୍ୟମରେ ଯାହା ଅଭିବ୍ୟକ୍ତ କରୁଥିଲେ ସେଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁ ନ ଥିଲା । ତାଙ୍କ ଭାବନା ପାଇଁ ଖବର କାଗଜର ପୃଷ୍ଠା ମଧ୍ୟ ଛୋଟ ହୋଇଯାଉଥିଲା । ଆଉ ଏଥିପାଇଁ ସେ ସମ୍ବାଦପତ୍ର ପରିସର ବାହାରେ ମଧ୍ୟ କିଛି କରିବାକୁ ଚାହୁଁଥିଲେ ଏବଂ କରୁଥିଲେ ମଧ୍ୟ । ଜୟପ୍ରକାଶଜୀଙ୍କ ପଛରେ ଏକ ଶକ୍ତି ହୋଇ ଠିଆ ହେବାର କାମ ଯଦି ସେହି ସମୟରେ କିଏ କରୁଥିଲା ତ, ଗୋଏଙ୍କାଜୀ ହିଁ କରୁଥିଲେ । ନିଜ ଆଦର୍ଶରେ ସେ ଏତେ ଦୃଢ ଥିଲେ, ଏବଂ ଏତେ ଦୃଢ ଥିଲେ କି ଯେଉଁ ପରିବାର ବିଷୟରେ ସମସ୍ତେ ଜାଣୁଥିଲେ । ତାଙ୍କ ସହିତ ଯଦି କାହାର ନିକଟ ସଂପର୍କ ରହୁଥିଲା ତ ସେ କେଉଁଠି ନା କେଉଁଠି ଯାଇ ପହଞ୍ଚି ଯାଉଥିଲା । ସେ ବହୁତ କିଛି ପାଇ ଯାଉଥିଲା । ସେହି ପରିବାରର କୃପା ପାଇବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କର ସଂଖ୍ୟା ମଧ୍ୟ କିଛି କମ୍ ନ ଥିଲା । ସଂକଳ୍ପ ଆଧାରରେ ଏହି ପରିବାରର ନିକଟତର ଥିଲି । କିନ୍ତୁ ଦୃଢ ସଂକଳ୍ପ ଆଧାରରେ ଏହି ପରିବାର ସହିତ ସଂପର୍କ ତୁଟାଇବାର ସାହସ ଯଦି କେହି ଦେଖାଇଥିଲେ – ସେ ହେଉଛନ୍ତି ଶ୍ରୀମାନ ଗୋଏଙ୍କାଜୀ । ଗୋଏଙ୍କାଜୀ କରି ଦେଖାଇଥିଲେ ଆଦର୍ଶ ଓ ସଂକଳ୍ପ ଆଧାରରେ ।

ଆଉ ଏଥିପାଇଁ ସାମ୍ବାଦିକତା, ଲେଖନୀ ମାଧ୍ୟମରେ ଯହା ପ୍ରକାଶିତ ହୁଏ । ଯାହାକୁ ପରଦିନ ଲୋକମାନେ ପଢନ୍ତି, ତାହା ମଧ୍ୟରେ ସୀମିତ ରହି ନାହିଁ । ଆଉ ଭାରତର ସମ୍ପୂର୍ଣ୍ଣ ଇତିହାସକୁ ଦେଖନ୍ତୁ, ମତେ ଜଣାନାହିଁ ସାମ୍ବାଦିକତାର ଛାତ୍ର ପଢୁଥିବା ପାଠ୍ୟକ୍ରମରେ କ’ଣ କ’ଣ ରହିଛି । କିନ୍ତୁ ଯଦି ଆମେ ଭାରତର ସାମ୍ବାଦିକତା ଇତିହାସକୁ ଦେଖିବା ତାହାର ସମ୍ପୁର୍ଣ୍ଣ ବିକାଶ ଯାତ୍ରା ସ୍ୱାଧୀନତା ଆନ୍ଦୋଳନର ବିକାଶ ଯାତ୍ରା ସହିତ ଯୋଡି ହୋଇ ରହିଛି । ଏହି ଦେଶ ସ୍ୱାଧୀନତାର କୌଣସି ଏମିତି ଆନ୍ଦୋଳନ ନାହିଁ ଯାହାକି କୌଣସି ନା କୌଣସି ଖବରକାଗଜ ସହ ଯୋଡିହୋଇ ନାହିଁ । ପ୍ରତ୍ୟେକଙ୍କୁ ଲାଗୁଥିଲା କି ଇଂରେଜ ସାମ୍ରାଜ୍ୟ ବିରୁଦ୍ଧରେ ଲଢିବାକୁ ହେବ ତ ମୋ ପାଖରେ ଇଏ ମଧ୍ୟ ଏକ ସାଧନ ଅଛି ତେଣୁ ଲଢୁଥିଲେ । ଆଉ ଅଧିକାଂଶ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକ ସେବା ଭାବ ନେଇ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଉଥିବା ଲୋକଙ୍କୁ ହିଁ ଜେଲ୍ ରେ ଜୀବନ ବିତାଇବାକୁ ପଡୁଥିଲା । କିନ୍ତୁ ସେମାନେ ଲଢିବା ଛାଡିଲେ ନାହିଁ । ଆଉ ଆମ ଦେଶର ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ନାମ ଯେପରିକି, ତିଲକଜୀ, ଗାନ୍ଧିଜୀ – ପ୍ରତ୍ୟେକଙ୍କ ନାମ, ଏପରିକି ଶ୍ରୀଅରବିନ୍ଦ, ପ୍ରତ୍ୟେକ ନିଜ ଜୀବନକାଳ ମଧ୍ୟରେ ଖବରକାଗଜ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଶକ୍ତିଶାଳୀ କରି ପାରିଥିଲେ । ହିନ୍ଦୁସ୍ତାନର ଆଉ ଏକ ବିଶେଷତ୍ୱ ଯେ, ଆମେ ଅନୁଭବ କରୁ କି, ଆମର ଯେଉଁମାନେ ମା’ ସରସ୍ୱତୀଙ୍କର ସନ୍ତାନ ଅଟନ୍ତି, ଯେଉଁମାନେ ସହଜରେ କବିତା ଲେଖି ପାରନ୍ତି, ସାହିତ୍ୟ ଓ ସୃଜନ ସେମାନଙ୍କ ପାଇଁ ସହଜ ହୋଇଥାଏ । ମା’ ସରସ୍ୱତୀ ସବୁବେଳେ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କ ପାଖରେ ବିରାଜମାନ କରିଥାନ୍ତି । କିନ୍ତୁ ଏଭଳି ଏକ ସମୟ ଥିଲା ଭାରତର ପ୍ରାୟତଃ ସବୁ ବଡ଼ ସାହିତ୍ୟିକ, ସାମ୍ବାଦିକତା ସହ ଯୋଡି ହୋଇ ରହିବାକୁ ପସନ୍ଦ କରୁଥିଲେ । ଆଉ ସାମ୍ବାଦିକତା ଶିଖାଯାଏ ନାହିଁ । ସେମାନେ କବିତା ମାଧ୍ୟମରେ ଭାବ ଉଦ୍ରେକ କରୁଥିଲେ । କିନ୍ତୁ ସାମ୍ବାଦିକତା ଯେଉଁ ଯୋଶ୍ ଭରିଦେଉଥିଲା ତାହା ଆନ୍ଦୋଳନ ପାଇଁ ପ୍ରେରଣା ଯୋଗାଉଥିଲା । କବିତାର ଶକ୍ତି ଠାରୁ ଅଧିକ ଶକ୍ତି ତାଙ୍କୁ ସେହି ସମୟରେ ପତ୍ରକାରିତାର ଶକ୍ତି ଠାରୁ ଅନୁଭବ ହେଉଥିଲା । ଆଉ ଏଥିରୁ କବିତାର ମାର୍ଗ ନିଜ ଆନନ୍ଦ ପାଇଁ, ମାତ୍ର ରାଷ୍ଟ୍ର କଲ୍ୟାଣ ପାଇଁ ସାମ୍ବାଦିକତାର ମାର୍ଗ, ଏହି ସାହିତ୍ୟିକ ଜୀବନର ପୁରା ପିଢୀ ଆମ ପାଇଁ ରହିଛି । ଅର୍ଥାତ ଏକ ପ୍ରକାରର ଭାରତର ଯାତ୍ରା । ଆଉ ଇଂରେଜ ସାମ୍ରାଜ୍ୟ ଯେଉଁ ସବୁ କ୍ଷେତ୍ରରେ ବିପଦ ଦେଖିଥିଲେ ତା’ ମଧ୍ୟରୁ ଗୋଟିଏ କ୍ଷେତ୍ର ଥିଲା ଲେଖିପଢି ପାରୁଥିବା ଲୋକ । ଆଉ ସେମାନଙ୍କୁ ଲାଗୁଥିଲା ଯେ, ଏମାନଙ୍କ ବିରୁଦ୍ଧରେ କିଛି ନା କିଛି ବ୍ୟବସ୍ଥା କରିବା ଦରକାର, ଲଢାଇ କରିବା ଦରକାର ।

ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ଭାରତର ଲୋକତନ୍ତ୍ରକୁ ମଜବୁତ୍ କରିବା ପାଇଁ, ଲୋକତନ୍ତ୍ରକୁ ସଠିକ୍ ମାର୍ଗରେ ନେବା ପାଇଁ ଭାରତୀୟ ସାମ୍ବାଦିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାହାକୁ ସମାଲୋଚନା କରିବା ପାଇଁ ନୁହେଁ, କାହାକୁ ଭୂଲ ଠିକ୍ କହିବା ପାଇଁ ନୁହେଁ । କିନ୍ତୁ ଆମେ ଜାଣିଛୁ କି ଧରିନିଆଯାଉ କୌଣସି ଏକ ବଡ ମହାମାରୀ ଦେଖାଦେଲା, ବେମାରୀ ଆସିଗଲା, ତାହେଲେ ସମସ୍ତେ ପ୍ରଥମେ ଆସିଥିବା ବଡ ବେମାରୀକୁ ମନେ ପକାନ୍ତି, କି ସେ ସମୟରେ ଏହା ହୋଇଥିଲା । କାରଣ ଜଣାରୁ ଅଜଣା ଆଡକୁ ଯିବା ସରଳ ହୋଇଥାଏ । ଆଉ ଏଥିପାଇଁ ଲୋକତନ୍ତ୍ର ଉପରେ କ’ଣ ବିପଦ ହୋଇପାରେ ଏବଂ କିପରି ମହତ୍ୱ ରଖିଥାଏ । ଏହାକୁ ବୁଝିବା ନିମନ୍ତେ ଭାରତ ପାଇଁ ଜରୁରୀ ପରିସ୍ଥିତି ହେଉଛି ବହୁତ ଉପଯୋଗୀ । ଯଦି ଜରୁରୀ ପରିସ୍ଥିତି କଥା କହିବା ତେବେ ଲୋକଙ୍କୁ ଖରାପ ଲାଗିଥାଏ । ତାକୁ ରାଜନୈତିକ ତରାଜୁରେ ଦେଖା ଯାଇଥାଏ । ମୁଁ ଭାବୁଛି ଯେ, ରାଜନୈତିକ ଖେଳ ସମାପ୍ତ ହୋଇ ଯାଇଛି । ଆଜି ନିରପେକ୍ଷ ଭାବରେ ଉପନିବେଶବାଦରେ ଆଲୋଚନା ଶବ୍ଦକୁ ବ୍ୟବହାର କରୁନାହିଁ ବରଂ ଉପନିବେଶବାଦ ଶବ୍ଦର ବ୍ୟବହାର କରୁଛି । ଏହା ସବୁ ପିଢୀରେ ରହିବା ଆବଶ୍ୟକ, ଫଳରେ ଏହି ଦେଶରେ ଏଭଳି ରାଜପୁରୁଷ ଜନ୍ମ ନ ହୁଅନ୍ତୁ ଯିଏ ଏହି ପ୍ରକାରର ପାପ କରିବାର ଇଛା ମଧ୍ୟ କରିବେ । ଏହା ଆମମାନଙ୍କୁ, ଆମେ ଯେଉଁ ସମାଜର ଲୋକ, ଆମକୁ ବାରମ୍ବାର ସତର୍କ ରହିବା ପାଇଁ ମଧ୍ୟ ଜରୁରୀ ପରିସ୍ଥିତିକୁ ମନେ ରଖିବା ଅତି ଆବଶ୍ୟକ । ଏହା ମଧ୍ୟ ଠିକ୍ ଯେ, ସେହି ସମୟରେ ଗଣମାଧ୍ୟମ ଦୁନିଆ ସହିତ ଦୃଢଭାବେ ରହିଥିଲା, ଏହା କୁହାଯାଏ । ଯେତେବେଳେ ଗଣମାଧ୍ୟମର ସାମର୍ଥ୍ୟ ବିଷୟରେ ଚର୍ଚ୍ଚା ହୁଏ । କିନ୍ତୁ ସେହି କାଳଖଣ୍ଡ ଦେଖାଇ ଦେଇଥିଲା ନା ଏମାନେ ଯାହା ଶୁଣୁଥିଲେ, ନା ଏମାନେ ଯାହା ଦେଖୁଥିଲେ ଏମିତି ନ ଥିଲା ଆଉ କ’ଣ ଥିଲା । ବହୁତ ବିରଳ ଲୋକ ବାହାରିଥିଲେ,ବହୁତ କମ୍ । ଯେଉଁମାନେ ଜରୁରୀ ପରିସ୍ଥିତିକୁ ମୁକାବିଲା କରିବାର ରାସ୍ତା ବାଛିଥିଲେ । ଆଉ ରାମନାଥ ଗୋଏଙ୍କାଜୀ ତାହାର ନେତୃତ୍ୱ ନେଉଥିଲେ, ଇଣ୍ଡିଆନ ଏକ୍ସପ୍ରେସ ନେଇଥିଲା ଏବଂ ବହୁତ ଲୋକ ଅଚିନ୍ତା ହୋଇ କରିଥିଲେ । ମୁଁ ବୁଝିପାରୁଛି କି ଇତିହାସର ଏହି ପୃଷ୍ଠା ଲୋକତନ୍ତ୍ରର ଆବଶ୍ୟକତା ପାଇଁ ଦରକାର । ଲୋକତନ୍ତ୍ରକୁ ସବୁ ସମୟରେ ସବୁ ଯୁଗରେ ତୀକ୍ଷ୍ଣ କରିବାର ଆବଶ୍ୟକତା ରହିଥାଏ ।

ଆଜି ନିଜ ନିଜ ସ୍ଥାନରେ ରହି ମୁଁ ବୁଝିପାରୁଛି କି, ବୋଧହୁଏ ପୂର୍ବ ଶତାବ୍ଦୀରେ ମିଡିଆକୁ ଯେଉଁ ଆହ୍ୱାନ ନ ଥିଲା । ସେହି ଆହ୍ୱାନ ଆଜି ଅଛି । ବୋଧହୁଏ ପୁରା ପୂର୍ବ ଶତାବ୍ଦୀରେ କିଛି ରହି ନାହିଁ । ତା’ର ମୂଳ କାରକ ହେଉଛି ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ । ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ ବିଶେଷକରି ମିଡିଆ ପାଇଁ ବହୁତ ବଡ ଆହ୍ୱାନ ସୃଷ୍ଟି କରିଛି । ପ୍ରଥମେ ଖବର ୨୪ ଘଣ୍ଟା ପରେ ଆସୁଥିଲା ତେବେ ମଧ୍ୟ ଖବର, ଖବର ଭଳି ଲାଗୁଥିଲା । ଆଜି ୨୪ ସେକେଣ୍ଡ ଯଦି ବତିଯାଏ, ଲୋକେ କହିବେ ଆଛା-ଆଛା ତୁମକୁ ଜଣା ନାହିଁ । ଆଉ ଏହା ହୋଇଗଲା, ତା’ ହାତରେ ଟେଲିଫୋନରେ ମୋବାଇଲ ଫୋନ୍ ଯୋଗୁଁ ହେଲା । ଦୁନିଆର କେଉଁ କୋଣକୁ ଜଣାପଡିଯାଉଛି ହଁ ଇଏ କେବେ ଆସିଛି । ମୁଁ ମାନୁ ନାହିଁ । ଯେତେବେଳେ ଟିଭି ମିଡିଆ ଆସିଲା, ତ ସରକାର ବହୁତ ଚିନ୍ତାରେ ଥିଲେ, କି ଗୋଟିଏ ଜାଗାରେ ଟଭିରେ ଖବର ଆସିଯାଏ । ସରକାରଙ୍କୁ ଜବାବ ଦେବାକୁ ସମୟ ଦରକାର । ଧରିନିଆଯାଉ ମହାମାରୀ ଆସିଲା, ତ ଲୋକଙ୍କୁ ପ୍ରସ୍ତୁତ କରିବାକୁ ପଡିବ, କେଉଁଠାରେ ଦଙ୍ଗା ହୋଇଗଲା ପୁଲିସକୁ ପଠାଇବାକୁ ପଡିବ । ମିଡିଆ ସେତିକି ସମୟ ଦେଉନାହିଁ । ତା’ ପାଇଁ ତ’ ଖବର-ଖବର ହୋଇଥାଏ । ବ୍ରେକିଙ୍ଗ୍ ନ୍ୟୁଜ୍ । କ’ଣ ଜଣା ନାହିଁ । କିନ୍ତୁ ତାକୁ ମୁକାବିଲା କରିବା ପାଇଁ ସରକାର ସମର୍ଥ ହୋଇ ନ ଥବା ବେଳେ, ତା ପୂର୍ବରୁ ସାମାଜିକ ଗଣମାଧ୍ୟମ ଆସିଗଲା, ଯାହା କିଛି କ୍ଷଣ ମଧ୍ୟରେ । ପ୍ରଥମେ ସାମ୍ବାଦିକତା କିଛି ଲେଖା ପଢା କରି ଆସିଥିବା ଲୋକ, କେଉଁ ବ୍ୟବସ୍ଥା ସହିତ ଜଡିତ ହୋଇଥିବା ଲୋକ, କିନ୍ତୁ ଆଜି କିଛି ନାହିଁ, ସାହେବ ଗାଁର ଲୋକ ମଧ୍ୟ, ତାକୁ ଠିକ୍ ଲାଗିଲା ଫଟୋ ଉଠାଇ ପଠାଇ ଦେଉଛି । ଆଉ ସେଇଥି ପାଇଁ ଲୋକଙ୍କ ପାଖରେ ବହୁତ ଖବର ପହଞ୍ଚୁଛି । ଆଉ ଏହି ସ୍ଥିତିରେ ତା’ର ବିଶ୍ୱସନୀୟତାକୁ ନେଇ କଥା ଆସେ ।

ଆଜିକାଲି ପ୍ରତିଦିନ ସକାଳ ହେଲେ ଲୋକ ସମ୍ବାଦପତ୍ର ଧରନ୍ତି । ଏହା ଅଭ୍ୟାସ ହୋଇଯାଇଛି, ଚା’ ପିଇବା ଭଳି ଅଭ୍ୟାସ ହୋଇଯାଇଛି, ଏମିତି ଅଭ୍ୟାସ । ସେମାନେ କେତେ ଟିଭିରେ ଖବର ଦେଖନ୍ତୁ କିନ୍ତୁ ଥରେ ମଧ୍ୟ ଖବର କାଗଜ ଉଠାଇ ନିଅନ୍ତି । କିନ୍ତୁ ଏବେ ଖବର ପଢୁନାହାନ୍ତି, ସେ ତ, ମିଳାଇ ଦେଖିଥାଏ କି କାଲି ମୋବାଇଲରେ ଯହା ଦେଖି ଥିଲା ତାହା ଆସିଛି ନା ଆଉ ଅନ୍ୟ କିଛି । ଆଉ ସିଏ ହିସାବ କରିଥାଏ, କି ଆଚ୍ଛା ଭାଇ ଚାଲନ୍ତୁ ଆଜି ଦୁଇ ଟଙ୍କା ଗଲା, ଏଥିପାଇଁ ମୁଁ ବୁଝିପାରୁଛି କି ବହୁତ ବଡ ଆହ୍ୱାନ ଅଛି । ଆଉ ଏହି ଆହ୍ୱାନକୁ ଆମେ କେମିତି ମୁକାବିଲା କରିବା । କିନ୍ତୁ ଏହା ସହିତ ଆମେ ମଧ୍ୟ ଅନୁଭବ କରୁଛୁ କି ଦେଶରେ କିଭଳି ପ୍ରତିଭା ଅଛନ୍ତି, କିଭଳି ସମ୍ବେଦନାପୂର୍ଣ୍ଣ ମାନବ ସମାଜ ଅଛନ୍ତି । ପ୍ରତ୍ୟେକ ଛୋଟ ଘଟଣାକୁ କିଭଳି ଟିକିନିଖି ଭାବେ ବିଶ୍ଳେଷଣ କରି ଦେଖନ୍ତି ।

ମୋର ଭଲ ଭାବେ ମନେ ଅଛି । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ତ କେବେ-କେବେ ନେତାମାନଙ୍କର ଖବର ସମ୍ବାଦପତ୍ରରେ (ଛପା ହେଉଥିଲା) ବାହାରୁଥିଲା । ପ୍ରତ୍ୟେକଙ୍କର ଖବର ବାହାରୁଥିଲା, ବର୍ଷକୁ ଥରେ, କାହାର ଥରେ ତ, କାହାର ଦୁଇଥର ଖବର ଛପା ହେଉଥିଲା(ବାହାରୁଥିଲା) । ଏହି ଭିଆଇପି ସଂସ୍କୃତି ଏତେ ଗାଡି ସବୁ ନେଇକରି ଯାଉଥିଲେ, ଅମୁକ ସମୁକ ବହୁତ ବଡ ରୋଚକ ବିଷୟ ହେଉଥିଲା, ଏବଂ କିଛି ଖବର ନାହିଁ ତ ରେଡି ମେଡ୍ ମିଳି ଯାଉଥିଲା । ଆମେ ମଧ୍ୟ ପଢୁଥିଲୁ । ମୁଁ ମଧ୍ୟ ଆମ ଅଫିସର ମାନଙ୍କୁ କହୁଥିଲି ଆରେ ବନ୍ଧୁ, ଏ କି ଜିନିଷ ନେଇକରି ଚାଲିଛ । କହୁଥିଲେ ସାହେବ, ଏହା ବ୍ଲୁ ବୁକ୍ ରେ ଲେଖା ହୋଇଛି । ଆମେ ମଧ୍ୟ ତାହା ସହିତ ସାଲିସ୍ କରି ପାରିବୁ ନାହିଁ । ଆମେ ମଧ୍ୟ ତାଙ୍କୁ ବୁଝାଇ ପାରୁ ନଥିଲୁ । କିନ୍ତୁ ଥରେ ମୁଁ ଯେତେବେଳେ ଅହମଦାବାଦରୁ, ମୋର ପଟୁଆର ଯାଉଥିଲା, ସଂଧ୍ୟା ସମୟ ଥିଲା । ଜଣେ ଯୁବକ ନିଜ ମୋବାଇଲରେ ରେକଡିଂ ଆରମ୍ଭ କଲା । ଆଉ ଯେମିତି ଗାଡି ଗୁଡିକ ଯାଉଥିଲା, ଏକ, ଦୁଇ, ତିନ ଗଣୁଥିଲା ଏବଂ ଗାଡି ଗୁଡିକ ଯାଉଥିଲା । ଆଉ ତାକୁ ଅପ୍ଲୋଡ୍(Upload) କଲା । ମୁଁ ନିଜେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲି, ତ ଦୁଇ ତିନି ଘଣ୍ଟାରେ ସେଗୁଡିକ ମୋ ପାଖକୁ ଆସିଗଲା । ଖବର କାଗଜ ଗୁଡିକରେ ଆଲୋଚିତ ହୋଇ ଯେତେ ପ୍ରଭାବ ପଡିଥିଲା, ତା’ ଠାରୁ ଅଧିକ ମୋ ଉପରେ ପଡିଥିଲା । ଯେଉଁ ଯୁବକ ଜଣଙ୍କ ଅପ୍ଲୋଡ୍ କରିଥିଲା ତା’ର ପ୍ରଭାବ ପଡିଥିଲା । ମୁଁ ମୋ କଥା ଏଇଥିପାଇଁ କହୁଛି ଏହାର କେତେ ଶକ୍ତି ହୋଇଯାଇଛି । ଜନ ସଶକ୍ତିକରଣ ଭଲ ଜିନିଷ । ଆଉ ଏଭଳି ସମୟରେ ତାହାର ବିଶ୍ୱସନୀୟତା ବଜାୟ ରଖିବା ମୁଁ ବୁଝିବାରେ ସମୟର ସବୁଠାରୁ ଆବଶ୍ୟକତା ।

ଦୁଇଟି ଜିନିଷ ଏମିତି ଅଛି, ଏମିତି ଏହା ଏଭଳି ବର୍ଗ ଏବଂ ଏଭଳି କ୍ଷେତ୍ର ଯାହାକୁ ସମସ୍ତଙ୍କୁ କହିବାର ହକ୍ ଅଛି । କାହାର ତା’କୁ କହିବାର ହକ୍ ନାହିଁ । ଆଉ କହିଦେଲେ ତ, ପୁଣି କ’ଣ ହେବ । ତାହା ମୁଁ ମଧ୍ୟ ଜାଣିଛି, ଆପଣ ମଧ୍ୟ ଭଲ ଭାବେ ଜାଣିଛନ୍ତି । ଏମିତିରେ ମୁଁ ସାରା ଜୀବନ ପାଇଁ ମିଡିଆ ପଖରେ ଋଣୀ ବା କୃତଜ୍ଞ ରହିବି କାରଣ, ମୋତେ କିଏ ଜାଣିଥିଲା । ସ୍ୱାଧୀନତା ପରେ ଯଦି କେଉଁ ରାଜନେତାଙ୍କୁ ଏଭଳି ସୌଭାଗ୍ୟ ମିଳିଛି ତ, ମୋତେ ଏକା ମିଳିଛି । ଏଥିପାଇଁ ସବୁବେଳେ ଦୁଇଟି କଥା ମୋ ମନରେ ରହିଛି । ଆଉ ମୁଁ ଚାହିଁବି କି, କିଏ ଚିନ୍ତା କରୁ । ଦେଖନ୍ତୁ ଦୁନିଆ ବଦଳି ଯାଇଛି । କେବଳ ଅର୍ଥନୈତିକ ଜଗତିକରଣ ହେଉ ଏମିତି ନୁହେଁ ସଂପୂର୍ଣ୍ଣ ଜୀବନ ପରିବର୍ତ୍ତନ ହୋଇଯାଇଛି । ପୁରା ଦୁନିଆ ପରସ୍ପର ସହ ସଂଯୋଗ ହୋଇଛି ଓ ପରସ୍ପର ଉପରେ ନିର୍ଭରଶୀଳ ହୋଇଛି । କ’ଣ କାରଣ ଅଛି ଯେ, ସାରା ମିଡିଆ ଜଗତରେ ଭାରତର କୌଣସି ସ୍ଥାନ ନାହିଁ । ଅଜି ମଧ୍ୟ କିଛି ଲୋକ ଦେଖା ହୁଅନ୍ତି, ଆରେ ମୁଁ ବିବିସିରେ ଶୁଣିଲି, ଏବେ ଆଲ-ଜାଜିରା ପର୍ଯ୍ୟନ୍ତ ମାମଲା ପହଞ୍ଚି ଯାଇଛି । ସିଏନ୍ଏନ୍, ବିବିସି, ଆଲ-ଜାଜିରା ଏହି କ୍ଷେତ୍ରର ଲୋକମାନେ ଏଇ ଆହ୍ୱାନକୁ ବୁଝିବା ଦରକାର । ଭାରତ ବର୍ଷ ଏକ ବିଶ୍ୱସ୍ତରୀୟ, ଏବଂ ଆମେ ଦୁନିଆରେ ଯଦି ଜଣେ ଖେଳାଳୀ ତାହେଲେ ଆମର ପ୍ରତ୍ୟେକ ପକ୍ଷର ପ୍ରଭାବ ବିଶ୍ୱରେ ସୃଷ୍ଟି ହେବା ଦରକାର, ସ୍ୱପ୍ନ ହେବା ଆବଶ୍ୟକ । କାହାକୁ ଖରାପ ଲାଗୁ ବା ନ ଲାଗୁ ମତେ ଲାଗେ ନାହିଁ । ମତେ ଲାଗେ ମୋ ଦେଶର ପ୍ରଭାବ ରହିବା ଦରକାର । ଆମର ଏଠି ବହୁତ ଶକ୍ତି ଅଛି, ଯେମିତି ମୋତେ ଏବେ ପରିବେଶ ପାଇଁ ପୁରସ୍କାର ମିଳିଥିଲା, ମୁଁ ମୋ ବିବେକକୁ ପଚାରିଲି, ମୁଁ (ବିବେକକୁ) କହିଲି ଏହା ପ୍ରଦୂଷଣ ଉପରେ ତଥ୍ୟ ପ୍ରଦାନ ନା ପରିବେଶ ଉପରେ । ଏହା ମୁଁ ଥଟ୍ଟା ମଜାରେ ପଚାରୁଥିଲି ।

ଆଜି ପୁରା ଦୁନିଆ ବିଶ୍ୱ ତାପନ ଓ ପରିବେଶ ଉପରେ ଚର୍ଚ୍ଚା କରୁଅଛି । ଭାରତର ଧମନୀରେ ପ୍ରକୃତି ସହିତ କେମିତି ବଞ୍ଚିବା, ପ୍ରକୃତିର ମହତ୍ୱ କ’ଣ, ପ୍ରକୃତିର ସାମର୍ଥ୍ୟକୁ ସ୍ୱୀକାର କରିବା ଆମମାନଙ୍କର ଧମନୀରେ ପ୍ରବାହିତ । ଯଦି ଆମ ପାଖରେ ଏହି ସ୍ତରର କୌଣସି ଗଣମାଧ୍ୟମ ଥାଆନ୍ତା ତା ହେଲେ ବିଶ୍ୱକୁ ବୁଝାଇ ଦେଇ ଥାଆନ୍ତେ କି ବିନାଶର କାରଣ ଆପଣ ହିଁ ଅଟନ୍ତି । ବଞ୍ଚାଇବା ପାଇଁ ଆମେ ନିଜକୁ ନିଜେ ବିନାଶ କରିଛୁ । ଆମେ ନିଜେ ନିଜକୁ କ୍ଷତି ପହଞ୍ଚାଇଛୁ । ଏମିତି ତ ମହାତ୍ମା ଗାନ୍ଧୀ ସାବରମତି କୂଳରେ ରହୁଥିଲେ । ନଦୀ ସେହି ସମୟରେ ମଧ୍ୟ ପାଣି ଭର୍ତ୍ତି ହୋଇ ରହୁଥିଲା, ୧୯୩୦ ମସିହାରେ । କିନ୍ତୁ ପାଣି ଗ୍ଲାସ ଟିଏ ଦେବା ବେଳେ ଗାନ୍ଧିଜୀ କହୁଥିଲେ କି ଭାଇ ଅଧା ପାଣି ଆଣ, ଅଧା ପାଣି ସେହି ମାଠିଆରେ ରଖିଦିଅ, ପାଣି ନଷ୍ଟ କର ନାହିଁ । ନଦୀ ବହୁଥିଲା, ନଦୀ କୂଳରେ ସେ ବସିଥିଲେ । ଏଇ ଦେଶ ଏମିତି ଏକ ଦେଶ ଯେ, ଯେଉଁଠାରେ ପିଲାମାନଙ୍କୁ ଛୋଟ ବେଳୁ ଶିଖାଯାଏ, କି ପୁଅ ଶେଯରୁ ତଳକୁ ଗୋଡ ରଖିଲା ମାତ୍ରେ ପୃଥିବୀ ମା’କୁ କ୍ଷମା ମାଗ, କି ତୁମେ ତୁମ ଗୋଡ ପୃଥିବୀ ଉପରେ ରଖୁ ଅଛ । ଏହା ଆମର ସଂସ୍କାର ଯେ, ମା’ ଯେତେ ବି ପାଠ ପଢି ଥାଉ ପିଲାକୁ କହେ ଏ ସୂର୍ଯ୍ୟ ତୋର ଜେଜେ, ଚନ୍ଦ୍ର ତୋର ମାମୁଁ, ସାରା ବ୍ରହ୍ମାଣ୍ଡ ତୋର ପରିବାର ଅଟେ । ଏହା ଆମର ଏଠି ଧମନୀରେ ଭରି ରହିଛି । କାହିଁକି ନା ଆଜି ଆମେ ସାରା ଦୁନିଆକୁ ବିଶ୍ୱ ତାପନରୁ ବଞ୍ଚାଇବା ଲାଗି ପତ୍ରକାରିତାର ସେଇ ଶକ୍ତି ଆସୁ, ଆମ ପାଖରେ କେଉଁ ବିଶ୍ୱସ୍ତରୀୟ ଅନୁଷ୍ଠାନ ହେଉ ଫଳରେ ଆମେ ଦୁନିଆକୁ କହି ପାରିବା କି ଭାଇ ଏଇ ହେଉଛି ପ୍ରକୃତ ରାସ୍ତା । କିନ୍ତୁ ଏହା ବହୁତ କଷ୍ଟକର । ସେହି ଦିଗରେ ଆମେ କିଛି କରିପାରିବା କି?

ଆଉ ମୁଁ ମାନୁଛି ଯେ, କେହି ନା କେହି ତ ବାହାରିବେ ଆଉ ତାହା ସରକାରୀ ହୋଇ ନ ଥିବ । ସରକାର ତ ଆଦୌ ହୋଇ ନ ଥିବା ଦରକାର । ଆଉ ଯେପରି ବିନୋବାଜୀ କହୁଥିଲେ, କି ସବୁବେଳେ ସେଇ ମନ୍ତ୍ର ମତେ ଭଲ ଲାଗେ । ବିନୋବାଜୀ ଶବ୍ଦର ଖେଳ ଖେଳିବାରେ ବଡ ଧୁରନ୍ଧର ଥିଲେ । ଆଉ ମତେ ସବୁବେଳେ ବିନୋବାଜୀଙ୍କ ଲେଖା ପଢିବାକୁ ଭଲ ଲାଗୁଥିଲା । ସେ ଗୋଟେ ଯାଗାରେ ଲେଖିଥିଲେ ଅ-ସରକାରୀ- ଅସରକାରୀ, ଶବ୍ଦ ସେହି, ଅ-ସରକାରୀ-ଅସରକାରୀ(ପ୍ରଭାବଶାଳୀ) । ଏଭଳି ଆମର ସ୍ୱପ୍ନ ହେବା ଦରକାର କି ଦୁନିଆରେ ଆମେ ମଧ୍ୟ ମିଡିଆ ୱାର୍ଲ୍ଡର ସେହି ସ୍ତରରେ ଆମର ସ୍ଥାନ ହେବା ଦରକାର । ଆଉ ବୋଧହୁଏ ଯେଉଁମାନେ ମିଡିଆ ଜଗତ ଉପରେ ଗବେଷଣା କରୁଥିବେ ସେମାନଙ୍କୁ ଜଣାଥିବ ଦୁନିଆରେ ଯେଉଁସବୁ ଦେଶ ଶୀର୍ଷ ସ୍ଥାନରେ ଅଛନ୍ତି ସେମାନେ ଆଜିକାଲି କାମରେ ଲାଗିଛନ୍ତି, ଅର୍ଥ, ବଜେଟ୍ ଏହି ସବୁ ବ୍ୟବସ୍ଥା କରି କିଭଳି ଭାବରେ ସେହି ସ୍ତରର ଯୋଗାଯୋଗ ସଂସ୍ଥା ପ୍ରସ୍ତୁତ ହେବେ । ସରକାରଙ୍କର ସରକାରୀ ବ୍ୟବସ୍ଥା ଲାଗି ରହିଛି । ସମସ୍ତଙ୍କୁ ଲାଗୁଛି କି ଭାଇ ଏହା ବିଶ୍ୱ ଅର୍ଥବ୍ୟବସ୍ଥା, କେବଳମାତ୍ର ଏହା ନୁହେଁ, ସାରା ଦୁନିଆ ଏହି ପ୍ରକାର ଆକୃତି ନେଉଛି । ସେଥିରେ ଆମେ ଦେଖାଯିବା ନିହାତି ଜରୁରୀ । ଏକ ସୁଯୋଗ ଅଛି, ଆହ୍ୱାନ ମଧ୍ୟ ଅଛି । ଏହା ଉପରେ ଆମକୁ ଭାବିବାକୁ ହେବ ।

ଅନ୍ୟ ସରକାରଙ୍କର ସମାଲୋଚନା ଯେତେ ହେବ ସେତେ ଅଧିକ ଭଲ, ତାହେଲେ ସେଥିରେ ମତେ କୌଣସି ଅସୁବିଧା ନାହିଁ । ତେଣୁ ତଥ୍ୟ ପ୍ରଦାନ ସମୟରେ କୌଣସି ଭୂଲଭାଲ କରିବେ ନାହିଁ । କିନ୍ତୁ ଭାରତ ବିବିଧତାରେ ପରିପୂର୍ଣ୍ଣ ଏକ ଦେଶ । ବିଶେଷ ଗୁଣରେ ଭରି ରହିଥିବା ଏକ ଦେଶ । ଦେଶର ଏକତା ଆପଣଙ୍କ ପାଇଁ ଖବର । ଆଉ ଗୋଟିଏ ଛାପିବା ସଙ୍ଗେ ସଙ୍ଗେ ଆପଣ ଅନ୍ୟ ଖବର ଖୋଜିବାରେ ଲାଗିଥାନ୍ତି । କିନ୍ତୁ କେବେ କେବେ ତାହା ଏଭଳି ଗଭୀର କ୍ଷତ ଦେଇଥାଏ । ଏହାର ଅର୍ଥ ଇଏ ନୁହେଁ କି ଏହି ପାପ ଅନ୍ୟ ଲୋକ କରନ୍ତି ନାହିଁ । ହୋଇପାରେ କି ଆପଣମାନଙ୍କ ଠାରୁ ଅଧିକ ଆମେ କରୁ, ଆମ ସମାଜର ଲୋକମାନେ କରନ୍ତି । କିନ୍ତୁ ଏହା ଚିନ୍ତାର ବିଷୟ ଯେ, ଆମେ ଦେଶର ଏକତାକୁ ବଢାଇବା ପାଇଁ ଥିବା ଜିନଷ ଉପରେ ଆମେ କିଭଳି ଧ୍ୟାନ ଦେବା । ମୁଁ ଉଦାହରଣ ଟିଏ ଦେଉଛି । ଆଉ ମୁଁ ଯଦି ଭୁଲ କହୁଛି, ଏଠାରେ ଏମିତି ବହୁତ ଲୋକ ବସିଛନ୍ତି ଯେଉଁମାନେ ଏବେତ କିଛି କହିବେ ନାହିଁ କିନ୍ତୁ ମାସେ ପରେ କହିବେ । ଆଗରୁ କୌଣସି ଦୁର୍ଘଟଣା ହେଉଥିଲେ ଖବର ଆସୁଥିଲା କି ଅମୁକ ଗାଁରେ ଦୁର୍ଘଟଣା ହେଲା ଏକ ଟ୍ରକ ଓ ସାଇକେଲ ମଧ୍ୟରେ, ସାଇକେଲ ବାଲା ଆହତ ହେଲା, ମୃତ୍ୟୁ ଘଟିଲା । ଧିରେ ଧିରେ ପରିବର୍ତ୍ତନ ଆସିଲା । ପରିବର୍ତ୍ତନ ଏହା ଆସିଲା କି ଅମୁକ ଗାଁରେ ଦିନରେ ବେପରୁଆ ଗାଡିଚାଳାଇବା ଦ୍ୱାରା ମଦ୍ୟପାନ କରିଥିବା ଡ୍ରାଇଭର ନୀରିହ ଲୋକଟିକୁ ଗାଡି ମଡାଇ ଦେଲା । ଧିରେ ଧିରେ ରିପୋର୍ଟିଂ ବଦଳିଲା । BMW କାରଟି ଜଣେ ଦଳିତ ଲୋକକୁ ଚାପି ଦେଲା । ସାର୍ ମତେ କ୍ଷମା କରି ଦିଅନ୍ତୁ ସେ BMW କାର ଜାଣି ନ ଥିଲା କି ସେ ଲୋକ ଜଣଙ୍କ ଦଳିତ ବର୍ଗର ଥିଲେ । କିନ୍ତୁ ଆମେ ନିଆଁ ଲଗାଇ ଦେଉଥିଲୁ । ଦୁର୍ଘଟଣା ଜନିତ ରିପୋର୍ଟିଂ ହେବା ଦରକାର, ହେବା ଦରକାର କି? ହଁ ହେବା ଦରକାର । ଯଦି ମୁଖ୍ୟ ଖବର ହେବା ଭଳି ଥିବ ତ, ତାକୁ ମୁଖ୍ୟ ଖବର କରିଦିଅ ।

ବଜେଟ୍ ଆସେ, ବଜେଟ୍ ର ରିପୋର୍ଟିଂ କ’ଣ କରିବା ଦରକାର, କି ଭାଇ ସରକାର ଆଣିଥିବା ବଜେଟ୍ ନିଅଣ୍ଟିଆ ହେବ କି ହେବ ନାହିଁ । ୨୦୦୦କୋଟି ଟଙ୍କାର ଟିକସ ଲଗାଇଲେ, ୧୦୦୦କୋଟିର ଲଗାଇଲେ, ଏହା ହେଉଛି ସମ୍ବାଦ । କିନ୍ତୁ ଆମକୁ ଏହି ଖବର ପଢିବାକୁ ମିଳିଲା ନାହିଁ । ଖବର ମିଳିଲା ଯେ, ମୋଦି ସରକାରଙ୍କର ଅଣ୍ଟା ଭାଙ୍ଗିଦେବା ଭଳି ବଜେଟ୍ ! ମୋଦି ସରକାରଙ୍କର ଏହା ଉତ୍ତର ପ୍ରଦେଶ ନିର୍ବାଚନକୁ ଆଖିରେ ରଖି କରାଯାଇଥିବା ବଜେଟ୍ । ସେ ଯାହା ହେଉ ଏ ସବୁ କଥା ଆପଣମାନେ ବୁଝନ୍ତି, ମୁଁ ମଧ୍ୟ ବୁଝିଛି । କିନ୍ତୁ ଏହା କୌଣସି ଆଲୋଚନା ପାଇଁ ନୁହେଁ । ଏହା ଆମ ପାଇଁ ବହୁତ ଆବଶ୍ୟକ ।

ଏତେ ବଡ ଦେଶକୁ ସରକାରଙ୍କ ଦ୍ୱାରା ଚଲାଯାଏ ନାହିଁ ଆଜ୍ଞା । ଯେତେ ସଂସ୍ଥା ଦେଶକୁ ଏକଜୁଟ କରି ରଖି ପାରିବେ, ଯେତେ ସଂସ୍ଥା ଦେଶକୁ ଆଗେଇ ନେଇ ପାରିବ, ଆମେ ସବୁ ମିଳିମିଶି କରିବା । କୌଣସି କାରଣ ନାହିଁ, ଆମ ଦେଶ ପଛରେ ରହିଯାଇ ପାରେ । କୌଣସି କାରଣ ନାହିଁ ଆମେ ଦୁନିଆକୁ କିଛି ଦେଇ ପାରିବା ନାହିଁ । ଆଉ ଏଭଳି ଯୁବକ ଯେଉଁମାନେ ସାମ୍ବାଦିକତାକୁ ନିଜର ଧର୍ମ ଭାବି ସର୍ବୋତ୍ତମ ଭାବେ ନିଜ ଜୀବନ ଆରମ୍ଭ କରିଛନ୍ତି । ସେମାନଙ୍କୁ ମୋର ବହୁତ ବହୁତ ଶୁଭକାମନା । ଆଉ ସେମାନଙ୍କ ଠାରୁ ପ୍ରେରଣା ପାଇ ନୂତନ ପିଢୀ ମଧ୍ୟ ପ୍ରସ୍ତୁତ ହେବେ, ସେମାନଙ୍କୁ ମଧ୍ୟ ମୋର ଶୁଭକାମନା । ଭାଇ ବିବେକ ମୋତେ ଡାକିଥିଲେ, ପରିବାରବର୍ଗଙ୍କ ସହିତ ମୋର ସଂପର୍କ ବହୁତ ପୁରୁଣା । କିନ୍ତୁ ଆଜି ଏଇ ଅବସରରେ ମୋତେ ଆସିବାର ସୌଭାଗ୍ୟ ମିଳିଲା । ମୁଁ ପରିବାର ନିକଟରେ ବହୁତ-ବହୁତ କୃତଜ୍ଞ ।

ଧନ୍ୟବାଦ ।