Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଡ. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ ଡ. କୃଷ୍ଣମୂର୍ତ୍ତି ଅନେକ କାମ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଡ. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ନିଧନରେ ମୁଁ ମର୍ମାହତ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ଦକ୍ଷତା ପରବର୍ତ୍ତୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଛି । ଏହା ଆମ ସାଂସ୍କୃତିକ ଚିତ୍ରରେ ବଡ଼ ଛାପ ଛାଡ଼ିଦେଇଛି । ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଦିଗରେ ସେ ବହୁତ କାମ କରିଛନ୍ତି । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା । ଓମ୍ ଶାନ୍ତି ।”

SR