Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ସମ୍ବିଧାନର ସ୍ୱତନ୍ତ୍ରତା ଏବଂ ସାମାଜିକ ତଥା ଅର୍ଥନୈତିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରୟାସ ଉପରେ ଆଲୋକପାତ କରୁଥିବା ଏକ ଓପିଇଡି ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଦ୍ୱାରା ଲିଖିତ ଏକ ଓପିଇଡି ସେୟାର କରିଛନ୍ତି, ଯେଉଁଥିରେ ଭାରତର ସମ୍ବିଧାନ ଏବଂ ସମ୍ବିଧାନ ସଭାର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରାଯାଇଛି ଏବଂ ଭାରତର ସମ୍ବିଧାନ କିପରି ତାଙ୍କ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଏହି ନିବନ୍ଧରେ ପ୍ରଧାନମନ୍ତ୍ରୀ ସାମାଜିକ ଏବଂ ଅର୍ଥନୈତିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

“ଏହି ଓପିଇଡି ରେ, ମୁଁ ନିମ୍ନୋକ୍ତ ବିଷୟଗୁଡ଼ିକ ଉପରେ ଆଲୋକପାତ କରୁଛି:

ଆମ ସମ୍ବିଧାନ ଏବଂ ସମ୍ବିଧାନ ସଭାର ସ୍ୱତନ୍ତ୍ରତା।

ଭାରତର ସମ୍ବିଧାନ କିପରି ମୋ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ।

ଏନ୍. ଡି. ଏ. ସରକାର କିଭଳି ଭାବେ ସମ୍ବିଧାନକୁ ସୁଦୃଢ଼ କରିଛନ୍ତି।

ସାମାଜିକ ଏବଂ ଆର୍ଥିକ ନ୍ୟାୟକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରୟାସ।

ମୁଁ ମଧ୍ୟ ଉଲ୍ଲେଖ କରିଛି:

ଯେଉଁମାନେ ୫ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ ସେମାନେ କିପରି ସମ୍ବିଧାନକୁ ପଦଦଲିତ କରିଥିଲେ।

କିପରି ଗୋଟିଏ ଦଳ ବିରୋଧୀ ପକ୍ଷରୁ ଆବରୋଧ ପକ୍ଷରେ ପରିଣତ ହୋଇଛି।

ଇଂରାଜୀ – nm-4.com/PxXR6o

ହିନ୍ଦୀ – nm-4.com/HbHegQ”

HS