ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି, ଯେଉଁଥିରେ ୩୧ଟି ଷ୍ଟେସନ ସହିତ ୪୪.୬୫ କିଲୋମିଟର ଦୀର୍ଘ ଦୁଇଟି ଏଲିଭେଟେଡ୍ କରିଡର ରହିଛି । କରିଡର -୨ ଜେପି ନଗର ଚତୁର୍ଥ ପର୍ଯ୍ୟାୟରୁ କେମ୍ପାପୁରା (ଆଉଟର ରିଙ୍ଗ ରୋଡ୍ ପଶ୍ଚିମରେ) ପର୍ଯ୍ୟନ୍ତ ୩୨.୧୫ କିଲୋମିଟର ଲମ୍ବରେ ୨୨ଟି ଷ୍ଟେସନ ଏବଂ ହୋସାହଲ୍ଲୀରୁ କଡାବାଗେରେ (ମଗାଡି ରୋଡ୍ ପାର୍ଶ୍ୱରେ) ପର୍ଯ୍ୟନ୍ତ ୯ଟି ଷ୍ଟେସନ ସହିତ ୧୨.୫୦ କିଲୋମିଟର ଲମ୍ବ ପାଇଁ ଉଦ୍ଦିଷ୍ଟ ।
ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବା ପରେ ବେଙ୍ଗାଲୁରୁ ସହରରେ ୨୨୦.୨୦ କିଲୋମିଟର ସକ୍ରିୟ ମେଟ୍ରୋ ରେଳ ନେଟୱାର୍କ ରହିବ ।
ପ୍ରକଳ୍ପର ସମୁଦାୟ ମୂଲ୍ୟ ୧୫,୬୧୧ କୋଟି ଟଙ୍କା ରହିଛି ।
ପ୍ରକଳ୍ପର ଲାଭ :
ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରୁଛି । ସହରରେ ମେଟ୍ରୋ ରେଳ ନେଟୱାର୍କର ଏକ ପ୍ରମୁଖ ବିସ୍ତାର ଭାବରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ କରେ ।
ଉନ୍ନତ ସଂଯୋଗ :
ତୃତୀୟ ପର୍ଯ୍ୟାୟରେ ପ୍ରାୟ ୪୪.୬୫ କିଲୋମିଟର ନୂଆ ମେଟ୍ରୋ ଲାଇନ୍ ଯୋଡ଼ାଯିବ, ଯାହା ବେଙ୍ଗାଲୁରୁ ସହରର ପଶ୍ଚିମ ଭାଗକୁ ସଂଯୋଗ କରିବ, ଯେଉା ପୂର୍ବରୁ କମ୍ ସେବା ପ୍ରଦାନ କରାଯାଉଥିଲା । ତୃତୀୟ ପର୍ଯ୍ୟାୟରେ ସହରର ପ୍ରମୁଖ ଅଞ୍ଚଳକୁ ସମନ୍ୱିତ କରାଯିବ, ଯେଉଁଥିରେ ପିନ୍ୟା ଶିଳ୍ପାଞ୍ଚଳ, ବାନରଘାଟା ରୋଡ୍ ଓ ଆଉଟର ରିଙ୍ଗରୋଡରେ ଆଇଟି ଶିଳ୍ପ, ତୁମକୁରୁ ରୋଡ୍ ଏବଂ ଓଆରଆରରେ ବୟନ ଓ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ୟୁନିଟ୍, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍), ପିଇଏସ୍ ବିଶ୍ୱବିଦ୍ୟାଳୟ, ଆମ୍ବେଦକର କଲେଜ, ପଲିଟେକନିକ୍ କଲେଜ, କେଏଲ୍ଇ କଲେଜ, ଦୟାନନ୍ଦସାଗର ବିଶ୍ୱବିଦ୍ୟାଳୟ, ଆଇଟିଆଇ ଆଦି ପ୍ରମୁଖ ଶିକ୍ଷାନୁଷ୍ଠାନ ସାମିଲ କରାଯିବ । ତୃତୀୟ ପର୍ଯ୍ୟାୟ କରିଡର ସହରର ଦକ୍ଷିଣ ଭାଗ, ଆଉଟର ରିଙ୍ଗ ରୋଡ୍ ପଶ୍ଚିମ, ମଗାଡି ରୋଡ୍ ଏବଂ ବିଭିନ୍ନ ଅଞ୍ଚଳକୁ ସଂଯୋଗ ପ୍ରଦାନ କରିଥାଏ, ଯାହା ସହରର ସାମଗ୍ରିକ ଯୋଗାଯୋଗକୁ ବୃଦ୍ଧି କରିଥାଏ । ବାଣିଜ୍ୟିକ କେନ୍ଦ୍ର, ଶିଳ୍ପ କେନ୍ଦ୍ର, ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉନ୍ନତ ଯୋଗାଯୋଗ ବାସିନ୍ଦାଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବ ।
ଟ୍ରାଫିକ ଭିଡ଼ ହ୍ରାସ :
ଏକ ଦକ୍ଷ ବିକଳ୍ପ ସଡ଼କ ପରିବହନ ଭାବରେ ମେଟ୍ରୋ ରେଳ ଏବଂ ବେଙ୍ଗାଲୁରୁ ସହରରେ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ଭାବରେ ଫେଜ୍ – ୩ ସହିତ ଟ୍ରାଫିକ ଭିଡ଼ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ ଆଉଟର ରିଙ୍ଗ ରୋଡ୍ ପଶ୍ଚିମ, ମଗାଡି ରାସ୍ତା ଏବଂ ସହରର ଅନ୍ୟ ପ୍ରମୁଖ ମୁଖ୍ୟ ରାସ୍ତାଗୁଡ଼ିକର ପ୍ରବଳ ଜନଗହଳିପୂର୍ଣ୍ଣ ମାର୍ଗ ଉପରେ ବିଶେଷ ଭାବରେ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି । ସଡ଼କ ଯାତାୟାତ ହ୍ରାସ ଫଳରେ ଯାନବାହନ ଚଳାଚଳ ସହଜ ହୋଇପାରିବ, ଯାତ୍ରା ସମୟ ହ୍ରାସ ପାଇବ, ସାମଗ୍ରିକ ସଡ଼କ ନିରାପତ୍ତା ବୃଦ୍ଧି ପାଇବ ଇତ୍ୟାଦି ।
ପରିବେଶ ଲାଭ :
ତୃତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗ ଏବଂ ବେଙ୍ଗାଲୁରୁ ସହରରେ ସାମଗ୍ରିକ ମେଟ୍ରୋ ରେଳ ନେଟୱାର୍କ ବୃଦ୍ଧି, ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ପରିବହନ ତୁଳନାତ୍ମକ ଭାବେ କାର୍ବନ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିପାରିବ ।
ଅର୍ଥନୈତିକ ଅଭିବୃଦ୍ଧି :
ଯାତ୍ରା ସମୟ ହ୍ରାସ ଏବଂ ସହରର ବିଭିନ୍ନ ସ୍ଥାନରେ ଉନ୍ନତ ପ୍ରବେଶ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଧିକ ଦକ୍ଷତାର ସହ ପହଞ୍ଚିବାକୁ ଅନୁମତି ଦେଇ ଉତ୍ପାଦକତା ବୃଦ୍ଧି କରିପାରିବ । ତୃତୀୟ ପର୍ଯ୍ୟାୟ ନିର୍ମାଣ ଓ ପରିଚାଳନା ଦ୍ୱାରା ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାବ୍ୟତୀତ, ବର୍ଦ୍ଧିତ ଯୋଗାଯୋଗ ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିପାରେ, ବିଶେଷ କରି ନୂତନ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଯାହା ପୂର୍ବରୁ କମ୍ ଉପଲବ୍ଧ ଅଞ୍ଚଳରେ ପୁଞ୍ଜିନିବେଶ ଏବଂ ବିକାଶକୁ ଆକୃଷ୍ଟ କରିପାରିବ ।
ସାମାଜିକ ପ୍ରଭାବ :
ବେଙ୍ଗାଲୁରୁରେ ତୃତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ସାର୍ବଜନୀନ ପରିବହନକୁ ଅଧିକ ନ୍ୟାୟସଙ୍ଗତ ପହଂଚ ପ୍ରଦାନ କରିବ, ବିଭିନ୍ନ ସାମାଜିକ – ଅର୍ଥନୈତିକ ଗୋଷ୍ଠୀକୁ ଉପକୃତ କରିବ ଏବଂ ପରିବହନ ଅସମାନତା ହ୍ରାସ କରିବ , ଯାହା ପରିବହନ ସମୟ ହ୍ରାସ କରି ଏବଂ ଅତ୍ୟାବଶ୍ୟକ ସେବା ଗୁଡ଼ିକର ଉପଲବ୍ଧତାରେ ଉନ୍ନତି ଆଣି ଉନ୍ନତମାନର ଜୀବନ ଧାରଣରେ ଯୋଗଦାନ କରିବ ।
ମଲ୍ଟି-ମୋଡାଲ୍ ସମନ୍ୱିତକରଣ ଏବଂ ଅନ୍ତିମ ମାଇଲ୍ ସଂଯୋଗ :
ଜେପି ନଗର ଚତୁର୍ଥ ପର୍ଯ୍ୟାୟ, ଜେପି ନଗର, କାମାକ୍ୟା, ମହୀଶୂର ରୋଡ୍, ସୁମନାହଲ୍ଲୀ, ପିନ୍ୟା, ବିଇଏଲ୍ ସର୍କଲ୍, ହେବଲ୍, କେମ୍ପାପୁରା, ହୋସାହଲ୍ଲୀରେ ୧୦ଟି ସ୍ଥାନରେ ମଲ୍ଟି-ମୋଡାଲ ଇଣ୍ଟିଗ୍ରେସନ୍ ଯୋଜନା କରାଯାଇଛି ଏବଂ ବର୍ତ୍ତମାନର ଏବଂ ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ୍, ବିଏମଟିସି ବସଷ୍ଟାଣ୍ଡ୍, ଭାରତୀୟ ରେଳ ଷ୍ଟେସନ୍, ପ୍ରସ୍ତାବିତ ଉପନଗରୀୟ (କେ-ରାଇଡ୍) ଷ୍ଟେସନ୍ ସହିତ ଇଣ୍ଟରଚେଞ୍ଜ ପ୍ରଦାନ କରାଯିବ ।
ସମସ୍ତ ତୃତୀୟ ପର୍ଯ୍ୟାୟ ଷ୍ଟେସନରେ ଉତ୍ସର୍ଗୀକୃତ ବସ୍ ବେ, ପିକ୍ ଅପ୍ ଆଣ୍ଡ ଡ୍ରପ୍ ଅଫ୍ ବେ, ପଦଚାରୀ ପଥ, ଆଇପିଟି / ଅଟୋ ରିକ୍ସା ଷ୍ଟାଣ୍ଡ ରହିଛି । ବିଏମଟିସି ପୂର୍ବରୁ କାର୍ଯ୍ୟକ୍ଷମ ମେଟ୍ରୋ ଷ୍ଟେସନଗୁଡ଼ିକୁ ଫିଡର ବସ୍ ଚଳାଉଛି ଏବଂ ଏହାକୁ ଫେଜ୍ -୩ ଷ୍ଟେସନ ପର୍ଯ୍ୟନ୍ତ ବିସ୍ତାର କରାଯିବ । ୧୧ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପାର୍କିଂ ସୁବିଧା ପ୍ରଦାନ କରାଯାଇଛି । ଫେଜ୍ -୧ ଏବଂ ଫେଜ୍ -୨ର ବର୍ତ୍ତମାନର ଷ୍ଟେସନଗୁଡ଼ିକୁ ଫେଜ୍ – ୩ର ପ୍ରସ୍ତାବିତ ଷ୍ଟେସନ ସହିତ ସଂଯୁକ୍ତ କରାଯାଇଛି । ଏଫ୍ଓବି / ସ୍କାଏୱାକ୍ ମାଧ୍ୟମରେ ଦୁଇଟି ରେଳ ଷ୍ଟେସନ (ଲୋଟେଗୋଲାହାଲି ଏବଂ ହେବଲ) କୁ ସିଧାସଳଖ ସଂଯୋଗ କରାଯାଇଛି । ଫେଜ୍ – ୩ ମେଟ୍ରୋ ଷ୍ଟେସନରେ ବାଇକ୍ ଏବଂ ସାଇକେଲ୍ ସେୟାରିଂ ସୁବିଧାର ବ୍ୟବସ୍ଥା କରାଯାଇଛି ।
*****
SSP
A boost for Namma Bengaluru's infrastructure...
— Narendra Modi (@narendramodi) August 16, 2024
The Metro network of the city expands with the Cabinet approving 2 new corridors, consisting 30 more stations. This will enhance the commuter experience and boost 'Ease of Living.' https://t.co/JZv1pAGj4r pic.twitter.com/AJsyFVfyVL