ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଷ୍ପମାଲ୍ୟ ଅର୍ପଣ କରି ୱାର୍ସର ଡୋବ୍ରି ମହାରାଜା ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ୱାର୍ସର ଗୁଡ୍ ମହାରାଜା ସ୍କୋୟାର୍ରେ ଅବସ୍ଥିତ ଏହି ସ୍ମାରକଟି, ନୱାନଗର ଦିଗ୍ବିଜୟସିଂଜୀ ରଣ୍ଜିତ୍ସିଂଜୀ ଜାଡେଜାଙ୍କ ଜାମସାହେବ ଗୁଜରାଟର ଆଧୁନିକ ଜାମନଗର)ଙ୍କ ପ୍ରତି ପୋଲାଣ୍ଡର ଲୋକ ତଥା ସରକାରଙ୍କର ଗଭୀର ସମ୍ମାନ ଓ କୃତଜ୍ଞତାର ପ୍ରତୀକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଜାମସାହେବ ଏକ ହଜାରରୁ ଅଧିକ ପୋଲାଣ୍ଡ ପିଲାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଆଜି ତାଙ୍କୁ ପୋଲାଣ୍ଡର ଡୋବ୍ରି (ଭଲ) ମହାରାଜା ଭାବରେ ସ୍ମରଣ କରାଯାଉଛି । ତାଙ୍କର ଉଦାରତାର ଗଭୀର ପ୍ରଭାବ ପୋଲାଣ୍ଡର ଲୋକମାନଙ୍କ ମଧ୍ୟରେ ରହିଛି । ଏହି ସ୍ମାରକରେ ପ୍ରଧାନମନ୍ତ୍ରୀ ଜାମସାହେବଙ୍କ ଦ୍ୱାରା ଆଶ୍ରୟ ପାଇଥିବା ପୋଲାଣ୍ଡ ଲୋକମାନଙ୍କ ବଂଶଧରଙ୍କୁ ଭେଟିଥିଲେ ।
ଏହି ସ୍ମାରକକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭାରତ ଓ ପୋଲାଣ୍ଡ ମଧ୍ୟରେ ଏକ ସ୍ୱତନ୍ତ୍ର ଐତିହାସିକ ସମ୍ପର୍କକୁ ଆଲୋକିତ କରିଛି, ଯାହାକୁ ଉଭୟ ଦେଶର ଲୋକମାନେ ସମ୍ମାନ ଦେଇ ଆସୁଛନ୍ତି ।
SR
PM @narendramodi paid respects at the Jam Saheb of Nawanagar Memorial in Warsaw, Poland. The memorial honours the humanitarian efforts of Jam Saheb Digvijaysinhji Ranjitsinhji Jadeja, who provided shelter and care to homeless Polish children during World War II. pic.twitter.com/uVfIYZu2Yx
— PMO India (@PMOIndia) August 21, 2024