Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ କ୍ଲବ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


 

ପ୍ୟାରିସ୍ ପାରାଲିମ୍ପିକ୍ସ ପୁରୁଷ କ୍ଲବ୍ ଥ୍ରୋ ଏଫ୍‌୫୧ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଥଲେଟ୍ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୃଢ଼ତା ଏବଂ ଉଦ୍ୟମର ପ୍ରଶଂସା କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ କ୍ଲବ ଥ୍ରୋ ଏଫ୍‌୫୧ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଣବ ସୁର୍‌ମାଙ୍କୁ ଅଭିନନ୍ଦନ! ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ୀଙ୍କୁ ଉତ୍ସାହିତ କରିବ । ତାଙ୍କର ପରିଶ୍ରମ ଏବଂ ଦୃଢ଼ତା ପ୍ରଶଂସନୀୟ ।  #Cheer4Bharat”

 

 

SR