ପିଏମଇଣ୍ଡିଆ
ମହାମହିମ
ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ବର୍ଷ, COP-30 ବ୍ରାଜିଲରେ ଅନୁଷ୍ଠିତ ହେଉଛି। ଏପରି ପରିସ୍ଥିତିରେ, ବ୍ରିକ୍ସରେ ପରିବେଶ ଉପରେ ଆଲୋଚନା ପ୍ରାସଙ୍ଗିକ ଏବଂ ସମୟୋଚିତ। ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ସର୍ବଦା ଉଚ୍ଚ ପ୍ରାଥମିକତା ପ୍ରସଙ୍ଗ ହୋଇଆସିଛି। ଆମ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଶକ୍ତିର ସମସ୍ୟା ନୁହେଁ। ଏହା ଜୀବନ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ବିଷୟ। କେତେକ ଏହାକୁ ପରିସଂଖ୍ୟାନରେ ମାପ କରୁଥିବା ବେଳେ ଭାରତରେ ଏହା ଆମର ଦୈନନ୍ଦିନ ଜୀବନ ଏବଂ ପରମ୍ପରାର ଏକ ଅଂଶ। ଭାରତୀୟ ସଭ୍ୟତା ଏବଂ ସଂସ୍କୃତିରେ ପୃଥିବୀକୁ ମାତାର ମାନ୍ୟତା ଦିଆଯାଇଛି। ସେଥିପାଇଁ ଯେତେବେଳେ ପୃଥିବୀ ମାତାକୁ ଆମର ଆବଶ୍ୟକତା ଥାଏ, ଆମେ ଚୁପ ହୋଇ ରହୁନା । ଆମେ ଆମର ମାନସିକତା, ଆମର ଆଚରଣ ଏବଂ ଆମର ଜୀବନଶୈଳୀକୁ ପରିବର୍ତ୍ତନ କରୁଛୁ।
“ଲୋକ, ଗ୍ରହ ଏବଂ ପ୍ରଗତି” ଆତ୍ମା ଦ୍ୱାରା ପରିଚାଳିତ ହୋଇ, ଭାରତ ଅନେକ ପ୍ରମୁଖ ପଦକ୍ଷେପ ଆରମ୍ଭ କରିଛି – ଯେପରିକି ମିଶନ୍ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ), ‘ଏକ ପେଡ୍ ମା କେ ନାମ‘ (ମା‘ଙ୍କ ନାମରେ ଏକ ଗଛ), ଅନ୍ତର୍ଜାତୀୟ ସୌର ଆଲାଏନ୍ସ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ସବୁଜ ହାଇଡ୍ରୋଜେନ୍ ମିଶନ୍, ଜୈବ ଇନ୍ଧନ ମେଣ୍ଟ ଓ ବିଗ୍ କ୍ୟାଟ୍ସ ମେଣ୍ଟ ଇତ୍ୟାଦି ଅନେକ ପଦକ୍ଷେପ ଆରମ୍ଭ କରିଛି।
ଭାରତର G20 ସଭାପତିତ୍ଵ ସମୟରେ, ଆମେ ସ୍ଥାୟୀ ବିକାଶ ଏବଂ ବିଶ୍ୱ ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ସେତୁ ସ୍ଥାପନ ଉପରେ ଦୃଢ଼ ଗୁରୁତ୍ୱ ଦେଇଥିଲୁ। ଏହି ଉଦ୍ଦେଶ୍ୟ ସହିତ, ଆମେ ସବୁଜ ବିକାଶ ଚୁକ୍ତି ଉପରେ ସମସ୍ତ ଦେଶ ମଧ୍ୟରେ ସହମତି ହାସଲ କରିଛୁ। ପରିବେଶ ଅନୁକୂଳ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ, ଆମେ ଗ୍ରୀନ କ୍ରେଡିଟ୍ ଇନିସିଏଟିଭ୍ ମଧ୍ୟ ଆରମ୍ଭ କରାଯାଇଛି ।
ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବା ସତ୍ତ୍ୱେ, ଭାରତ ପ୍ରଥମ ଦେଶ ଯିଏ ସମୟ ପୂର୍ବରୁ ପ୍ୟାରିସ ପ୍ରତିଶ୍ରୁତି ପୂରଣ କରିଛି। ଆମେ ୨୦୭୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ଆଡ଼କୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ। ଗତ ଦଶ ବର୍ଷ ମଧ୍ୟରେ, ଭାରତରେ ସୌରଶକ୍ତିର ସ୍ଥାପିତ କ୍ଷମତା ୪ ହଜାର ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରୟାସ ମାଧ୍ୟମରେ, ଆମେ ଏକ ସ୍ଥାୟୀ ଏବଂ ସବୁଜ ଭବିଷ୍ୟତ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛୁ।
ବନ୍ଧୁଗଣ,
ଭାରତ ପାଇଁ, ଜଳବାୟୁ ନ୍ୟାୟ କେବଳ ଏକ ପସନ୍ଦ ନୁହେଁ, ଏହା ଏକ ନୈତିକ ଦାୟିତ୍ୱ। ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଆବଶ୍ୟକ ଦେଶଗୁଡ଼ିକ ପାଇଁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ସୁଲଭ ଆର୍ଥିକ ସହାୟତା ବିନା, ଜଳବାୟୁ କାର୍ଯ୍ୟ କେବଳ ଜଳବାୟୁ ଆଲୋଚନା ପର୍ଯ୍ୟନ୍ତ ସୀମିତ ରହିବ। ଜଳବାୟୁ ମହତ୍ତ୍ୱାକାଂକ୍ଷା ଏବଂ ଆର୍ଥିକ ସହାୟତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ବିକଶିତ ଦେଶଗୁଡ଼ିକର ଏକ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ବିଭିନ୍ନ ଉତ୍ତେଜନା ଯୋଗୁଁ ଖାଦ୍ୟ, ଇନ୍ଧନ, ସାର ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ସମସ୍ତ ଦେଶକୁ ଆମକୁ ସାଙ୍ଗରେ ନେବାକୁ ପଡିବ।
ଭବିଷ୍ୟତ ସମ୍ପର୍କରେ ବିକଶିତ ରାଷ୍ଟ୍ରଗୁଡ଼ିକର ଯେଉଁ ଆତ୍ମବିଶ୍ୱାସ ଅଛି, ଏହି ଦେଶଗୁଡ଼ିକରେ ମଧ୍ୟ ସେହି ଆତ୍ମବିଶ୍ୱାସ ରହିବା ଉଚିତ। କୌଣସି ପ୍ରକାରର ଦ୍ୱନ୍ଦ୍ୱ ମାନଦଣ୍ଡ ବିନା ମାନବତାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ସମ୍ଭବ ନୁହେଁ। ଆଜି ପ୍ରକାଶିତ “ଜଳବାୟୁ ଅର୍ଥ ବ୍ୟବସ୍ଥା ଉପରେ ଢାଞ୍ଚା ଘୋଷଣାନାମା” ଏକ ପ୍ରଶଂସନୀୟ ପଦକ୍ଷେପ। ଭାରତ ଏହାକୁ ସମର୍ଥନ କରେ।
ପୃଥିବୀର ସ୍ୱାସ୍ଥ୍ୟ ଏବଂ ମଣିଷର ସ୍ୱାସ୍ଥ୍ୟ ପରସ୍ପର ସହିତ ଜଡିତ। କୋଭିଡ୍-୧୯ ମହାମାରୀ ଆମକୁ ଶିଖାଇଛି ଯେ ଭାଇରସ ପାଇଁ ଭିସା ଆବଶ୍ୟକ ନାହିଁ ଏବଂ ପାସପୋର୍ଟ ଆଧାରରେ ସମାଧାନ ବାଛିହେବ ନାହିଁ। କେବଳ ସାମୂହିକ ପ୍ରୟାସ ଦ୍ୱାରା ସମାନ ଚ୍ୟାଲେଞ୍ଜର ସମାଧାନ କରାଯାଇପାରିବ।
‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ‘ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ, ଭାରତ ସମସ୍ତ ଦେଶ ସହିତ ସହଯୋଗ ବୃଦ୍ଧି କରିଛି। ଆଜି, ଭାରତରେ ବିଶ୍ୱର ସର୍ବବୃହତ ବୀମା ଯୋଜନା, “ଆୟୁଷ୍ମାନ ଭାରତ” ୫୦୦ ନିୟୁତରୁ ଅଧିକ ଲୋକଙ୍କ ପାଇଁ ଏକ ବରଦାନ ପାଲଟିଛି। ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଭଳି ପାରମ୍ପରିକ ଔଷଧ ପ୍ରଣାଳୀର ଏକ ଇକୋସିଷ୍ଟମ ସୃଷ୍ଟି କରାଯାଇଛି। ଡିଜିଟାଲ ସ୍ୱାସ୍ଥ୍ୟ ମାଧ୍ୟମରେ ଆମେ ଦେଶର ପ୍ରତ୍ୟେକ କୋଣରେ ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛୁ। ଏହି ସମସ୍ତ କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତା ବାଣ୍ଟିବାକୁ ଆମେ ଖୁସି ହେବୁ।
ମୁଁ ଖୁସି ଯେ ବ୍ରିକ୍ସ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛି। ୨୦୨୨ ମସିହାରେ ଆରମ୍ଭ ହୋଇଥିବା ବ୍ରିକ୍ସ ଟୀକା ଗବେଷଣା ଏବଂ ବିକାଶ କେନ୍ଦ୍ର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। “ସାମାଜିକ ଭାବରେ ନିର୍ଣ୍ଣାୟକ ରୋଗ ଦୂରୀକରଣ ପାଇଁ ବ୍ରିକ୍ସ ସହଭାଗୀତା” ବିଷୟରେ ନେତାଙ୍କ ଆଜି ଜାରି ହୋଇଥିବା ବିବୃତ୍ତି ଆମର ସହଯୋଗକୁ ସୁଦୃଢ଼ କରିବା ପାଇଁ ନୂତନ ପ୍ରେରଣା ଯୋଗାଇବ।
ଆଜିର ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ଆଲୋଚନା ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଆମେ ଆସନ୍ତା ବର୍ଷ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ସମସ୍ତ ପ୍ରସଙ୍ଗରେ ଘନିଷ୍ଠ ସହଯୋଗ ଜାରି ରଖିବୁ। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ, ଆମେ ବ୍ରିକ୍ସକୁ ପୁନଃପରିଭାଷିତ କରିବା ପାଇଁ କାର୍ଯ୍ୟ କରିବୁ। ବ୍ରିକ୍ସର ଅର୍ଥ ହେବ – ସହଯୋଗ ଏବଂ ସ୍ଥିରତା ପାଇଁ ସ୍ଥିରତା ଏବଂ ନବସୃଜନ ନିର୍ମାଣ।
ଯେପରି, ଆମ ରାଷ୍ଟ୍ରପତିତ୍ୱ ସମୟରେ, ଆମେ G-20କୁ ବ୍ୟାପକତା ଦେଇଥିଲୁ ଏବଂ କାର୍ଯ୍ୟସୂଚୀରେ ବିଶ୍ୱ ଦକ୍ଷିଣର ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦେଇଥିଲୁ, ସେହିପରି, ବ୍ରିକ୍ସର ଆମର ସଭାପତିତ୍ୱ ସମୟରେ, ଆମେ ଏହି ଫୋରମକୁ ଲୋକ- କେନ୍ଦ୍ରିକ ଆଭିମୁଖ୍ୟ ଏବଂ ‘ମାନବତା ପ୍ରଥମ‘ ମନୋଭାବ ସହିତ ଆଗକୁ ବଢ଼ାଉଛୁ।
ପୁଣିଥରେ, ଏକ ସଫଳ BRICS ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
sws
Addressed the session on ‘Environment, COP30, and Global Health’ at the BRICS Summit in Rio de Janeiro. I’m grateful to Brazil for initiating a discussion on these topics at the BRICS Summit because these are important subjects for the future of humankind. pic.twitter.com/YmzecrnW5U
— Narendra Modi (@narendramodi) July 7, 2025
The health of our people and planet is interconnected. The COVID-19 pandemic taught us that viruses do not arrive with visas, nor are solutions chosen based on passports! Hence, we have to strengthen our shared efforts to make our planet healthier.
— Narendra Modi (@narendramodi) July 7, 2025
India is proud to have rolled out Ayushman Bharat, the largest health coverage scheme of its kind. We’ve leveraged the power of technology to make our health systems more effective. We also have vibrant traditional systems of medicine that further wellness.
— Narendra Modi (@narendramodi) July 7, 2025