Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


12. 02. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମହନ୍ତଙ୍କୁ ଧାର୍ମିକ ରୀତିନୀତି ଏବଂ ଶାସ୍ତ୍ରରେ ଜଣେ ବିଶେଷଜ୍ଞ ଭାବରେ ପ୍ରଶଂସା କରିଛନ୍ତି, ଯିଏ ଭଗବାନ ଶ୍ରୀ ରାମଙ୍କ ସେବା ପାଇଁ ତାଙ୍କ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ।

X ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ ଜୀଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ। ଧାର୍ମିକ ରୀତିନୀତି ଏବଂ ଶାସ୍ତ୍ରରେ ବିଶେଷଜ୍ଞ ମହନ୍ତ ଜୀଙ୍କ ସମଗ୍ର ଜୀବନ ପ୍ରଭୁ ଶ୍ରୀ ରାମଙ୍କ ସେବାରେ ଉତ୍ସର୍ଗ କରାଯାଇଥିଲା। ଦେଶର ଆଧ୍ୟାତ୍ମିକ ଏବଂ ସାମାଜିକ ଜୀବନରେ ତାଙ୍କର ଅମୂଲ୍ୟ ଅବଦାନକୁ ସର୍ବଦା ଶ୍ରଦ୍ଧାର ସହିତ ମନେ ରଖାଯିବ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ଅନୁଗାମୀମାନଙ୍କୁ ଶକ୍ତି ପ୍ରଦାନ କରିବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓମ୍ ଶାନ୍ତି!”

*****

SSP