Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟା ଯୋଗୁଁ ହୋଇଥିବା ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟା ଯୋଗୁଁ ହୋଇଥିବା ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟା ଘଟଣା ଯୋଗୁଁ ମୁଁ ମର୍ମାହତ । ଯେଉଁମାନେ ସେମାନଙ୍କର ନିକଟତମ ଏବଂ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ମୋର ସମବେଦନା ରହିଛି । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି । ଆନ୍ଧ୍ରପ୍ରଦେଶ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । PM @narendramodi”

 

SR