ପିଏମଇଣ୍ଡିଆ
ମୋର ସମସ୍ତ କ୍ୟାବିନେଟ୍ ସହକର୍ମୀ, ଇସ୍ରୋ ତଥା ମହାକାଶ କ୍ଷେତ୍ରର ବୈଜ୍ଞାନିକ ବୃନ୍ଦ, ଇଞ୍ଜିନିୟର ଏବଂ ମୋର ପ୍ରିୟ ଦେଶବାସୀ!
ଜାତୀୟ ମହାକାଶ ଦିବସରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଏହି ବର୍ଷ, ମହାକାଶ ଦିବସର ବିଷୟବସ୍ତୁ ହେଉଛି ‘ଆର୍ଯ୍ୟଭଟ୍ଟରୁ ଗଗନଯାନ: ପ୍ରାଚୀନ ଜ୍ଞାନରୁ ଅନନ୍ତ ସମ୍ଭାବନା’। ଏହା ଅତୀତର ଆତ୍ମବିଶ୍ୱାସ ଏବଂ ଭବିଷ୍ୟତର ସଂକଳ୍ପକୁ ପ୍ରତିଫଳିତ କରେ। ଆଜି, ଆମେ ଦେଖୁଛୁ ଯେ କିପରି ଏତେ କମ୍ ସମୟ ମଧ୍ୟରେ ଜାତୀୟ ମହାକାଶ ଦିବସ ଆମ ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ଏକ ଅବସର ପାଲଟିଛି। ଏହା ପ୍ରକୃତରେ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ମୁଁ ମହାକାଶ କ୍ଷେତ୍ର ସହିତ ଜଡ଼ିତ ସମସ୍ତଙ୍କୁ, ଆମର ବୈଜ୍ଞାନିକମାନଙ୍କୁ ଏବଂ ସମସ୍ତ ଯୁବପିଢ଼ିଙ୍କୁ ଜାତୀୟ ମହାକାଶ ଦିବସରେ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ନିକଟରେ, ଭାରତ ‘ଆନ୍ତର୍ଜାତିକ ମହାକାଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ଅଲମ୍ପିଆଡ୍’ ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାରେ ବିଶ୍ୱର ୬୦ରୁ ଅଧିକ ଦେଶରୁ ପ୍ରାୟ ୩୦୦ ଯୁବ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଆମର ଭାରତୀୟ ଯୁବକମାନେ ମଧ୍ୟ ପଦକ ଜିତିଥିଲେ। ଏହି ଅଲିମ୍ପିଆଡ୍ ମହାକାଶ କ୍ଷେତ୍ରରେ ଭାରତର ଉଦୀୟମାନ ନେତୃତ୍ୱର ପ୍ରତୀକ ହୋଇଛି।
ବନ୍ଧୁଗଣ,
ମୁଁ ଆନନ୍ଦିତ ଯେ ଆମ ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ, ଇସ୍ରୋ ମଧ୍ୟ ଇଣ୍ଡିଆନ୍ ସ୍ପେସ୍ ହାକାଥନ୍ ଏବଂ ରୋବୋଟିକ୍ସ ଚ୍ୟାଲେଞ୍ଜ ଭଳି ଅଭିନବ ପଦକ୍ଷେପ ଆରମ୍ଭ କରିଛି। ମୁଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଏବଂ ବିଜେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ମହାକାଶ କ୍ଷେତ୍ରରେ, ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ହାସଲ କରିବା ଏବେ ଭାରତ ଏବଂ ଆମର ବୈଜ୍ଞାନିକମାନଙ୍କ ଏକ ପ୍ରକୃତିରେ ପରିଣତ ହୋଇଛି। ମାତ୍ର ଦୁଇ ବର୍ଷ ପୂର୍ବେ, ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଇତିହାସର ପ୍ରଥମ ଦେଶ ହୋଇଥିଲା। ଆମେ ମହାକାଶରେ ଡକିଂ ଏବଂ ଅନଡକିଂ କରିବାର କ୍ଷମତା ସହିତ ବିଶ୍ୱର ଚତୁର୍ଥ ଦେଶ ମଧ୍ୟ ହୋଇଛୁ। ମାତ୍ର ତିନି ଦିନ ପୂର୍ବରୁ, ମୁଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିବାର ସୁଯୋଗ ପାଇଥିଲି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇ ସେ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ଯେତେବେଳେ ସେ ମୋତେ ସେହି ତ୍ରିରଙ୍ଗା ଦେଖାଇଲେ, ସେହି ମୁହୂର୍ତ୍ତ ଏବଂ ସେହି ଅଭିଜ୍ଞତାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁଙ୍କ ସହିତ ମୋର ଆଲୋଚନା ବେଳେ, ମୁଁ ନୂତନ ଭାରତର ଯୁବକମାନଙ୍କର ଅସୀମ ସାହସ ଏବଂ ଅସୀମ ସ୍ୱପ୍ନ ଦେଖିଥିଲି। ଏହି ସ୍ୱପ୍ନଗୁଡ଼ିକୁ ଆଗକୁ ନେବା ପାଇଁ, ଆମେ ଭାରତ ପାଇଁ ଏକ ମହାକାଶଚାରୀ ପୁଲ୍ ମଧ୍ୟ ପ୍ରସ୍ତୁତ କରୁଛୁ। ଏହି ମହାକାଶ ଦିବସରେ, ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଏହି ମହାକାଶଚାରୀ ପୁଲ୍ରେ ଯୋଗ ଦେବାକୁ ଏବଂ ଭାରତର ସ୍ୱପ୍ନକୁ ଡେଣା ଦେବାକୁ ନିମନ୍ତ୍ରଣ କରୁଛି।
ବନ୍ଧୁଗଣ,
ଆଜି ଭାରତ ସେମି-କ୍ରାୟୋଜେନିକ ଇଞ୍ଜିନ୍ ଏବଂ ଇଲେକ୍ଟ୍ରୋନିକ ପ୍ରପଲସନ୍ ଭଳି ପ୍ରଯୁକ୍ତିବିଦ୍ୟା ଦ୍ୱାରା ସହ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଖୁବଶୀଘ୍ର, ଆମର ସମସ୍ତ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଦ୍ୱାରା, ଭାରତ ଗଗନଯାନ ପ୍ରକ୍ଷେପଣ କରିବ, ଏବଂ ଆଗାମୀ ବର୍ଷଗୁଡ଼ିକରେ, ଭାରତ ନିଜର ମହାକାଶ ଷ୍ଟେସନ ମଧ୍ୟ ନିର୍ମାଣ କରିବ। ଆମେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଛୁ। ଏବେ ଆମକୁ ମହାକାଶର ସେହି କ୍ଷେତ୍ରଗୁଡ଼ିକରେ ଗଭୀର ଭାବରେ ଅନୁସନ୍ଧାନ କରିବାକୁ ପଡ଼ିବ, ଯେଉଁଠାରେ ମାନବତାର ଭବିଷ୍ୟତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଲୁଚି ରହିଛି। ଗ୍ୟାଲାକ୍ସି ବାହାରେ ଆମର ଦିଗନ୍ତ ରହିଛି!
ବନ୍ଧୁଗଣ,
ସୀମାହୀନ ଆକାଶ ଆମକୁ ସର୍ବଦା ମନେ ପକାଇ ଦିଏ ଯେ କୌଣସି ମାଇଲଖୁଣ୍ଟ କେବେ ଶେଷ ଗନ୍ତବ୍ୟସ୍ଥଳ ନୁହେଁ। ଠିକ୍ ସେହିପରି ମୁଁ ବିଶ୍ୱାସ କରେ ଯେ ମହାକାଶ ପାଇଁ ନୀତି ସ୍ତରରେ ମଧ୍ୟ କେବେବି ଏକ ଅନ୍ତିମ ବା ପୂର୍ଣ୍ଣଛେଦ ରହିବା ଉଚିତ୍ ନୁହେଁ। ସେଥିପାଇଁ ମୁଁ ଲାଲକିଲ୍ଲାର ପ୍ରାଚୀରରୁ କହିଥିଲି ଯେ ଆମର ପଥ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର’ ଆଧାରରିତ। ଗତ ଏଗାର ବର୍ଷ ମଧ୍ୟରେ, ଭାରତ ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବଡ଼ ସଂସ୍କାର ଆଣିଛି। ଗୋଟିଏ ସମୟ ଥିଲା ଯେତେବେଳେ ମହାକାଶ ଭଳି ଭବିଷ୍ୟତବାଦୀ କ୍ଷେତ୍ରଗୁଡ଼ିକ ଆମ ଦେଶରେ ଅଗଣିତ ପ୍ରତିବନ୍ଧକରେ ବାନ୍ଧି ହୋଇ ରହିଥିଲା। ଆମେ ସେହି ଶୃଙ୍ଖଳଗୁଡ଼ିକୁ ଭାଙ୍ଗିଛୁ। ଆମେ ଘରୋଇ କ୍ଷେତ୍ରକୁ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛୁ। ଫଳସ୍ୱରୂପ ଆଜି, ୩୫୦ରୁ ଅଧିକ ଷ୍ଟାର୍ଟ-ଅପ୍ ମହାକାଶ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ଏବଂ ତ୍ୱରାନ୍ୱୟର ଇଞ୍ଜିନ୍ ଭାବରେ ଉଭା ହୋଇଛନ୍ତି। ସେମାନଙ୍କର ଦୃଢ଼ ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ମଧ୍ୟ ଦେଖାଯାଇପାରିବ। ଖୁବ୍ ଶୀଘ୍ର, ଆମର ଘରୋଇ କ୍ଷେତ୍ର ଦ୍ୱାରା ନିର୍ମିତ ପ୍ରଥମ ପିଏସ୍ଏଲ୍ଭି ରକେଟ୍ ଉତ୍ କ୍ଷେପଣ କରାଯିବ। ମୁଁ ମଧ୍ୟ ଖୁସି ଯେ ଭାରତର ପ୍ରଥମ ଘରୋଇ ଯୋଗାଯୋଗ ଉପଗ୍ରହ ବିକଶିତ ହେଉଛି। ସରକାରୀ-ଘରୋଇ ସହଭାଗୀତା ମାଧ୍ୟମରେ, ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହପୁଞ୍ଜ ମଧ୍ୟ ଉତ୍ କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରୁ ଆପଣ କଳ୍ପନା କରିପାରିବେ ଯେ ମହାକାଶ କ୍ଷେତ୍ରରେ ଭାରତର ଯୁବପିଢ଼ି ପାଇଁ କେତେ ବିପୁଳ ସୁଯୋଗ ସୃଷ୍ଟି ହେଉଛି।
ବନ୍ଧୁଗଣ,
ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ଏପରି ଅନେକ କ୍ଷେତ୍ର ବିଷୟରେ କହିଥିଲି ଯେଉଁଠାରେ ଭାରତକୁ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ। ମୁଁ ପ୍ରତ୍ୟେକ କ୍ଷେତ୍ରକୁ ନିଜସ୍ୱ ଲକ୍ଷ୍ୟ ସ୍ଥିର କରିବାକୁ କହିଥିଲି। ଆଜି, ମହାକାଶ ଦିବସରେ, ମୁଁ ଆମର ମହାକାଶ ଷ୍ଟାର୍ଟ-ଅପ୍ଗୁଡ଼ିକ ଆଗରେ ପ୍ରଶ୍ନଟିଏ ରଖିବାକୁ ଚାହେଁ ଯେ ଆମେ କ’ଣ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମହାକାଶ କ୍ଷେତ୍ରରେ ପାଞ୍ଚଟି ୟୁନିକର୍ଣ୍ଣ ସୃଷ୍ଟି କରିବା ନାହିଁ? ବର୍ତ୍ତମାନ, ଆମେ ପ୍ରତିବର୍ଷ ଭାରତ ମାଟିରୁ ପ୍ରାୟ ପାଞ୍ଚରୁ ଛଅଟି ପ୍ରମୁଖ ପ୍ରକ୍ଷେପଣ ଦେଖୁଛୁ। ମୁଁ ଚାହେଁ ଯେ ଘରୋଇ କ୍ଷେତ୍ର ନେତୃତ୍ୱ ନେଉ ଯାହାଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେ ପ୍ରତିବର୍ଷ ପଚାଶ ରକେଟ୍ ପ୍ରକ୍ଷେପଣ କରିବା ଏକ ମାଇଲଖୁଣ୍ଟରେ ପହଞ୍ଚିପାରିବୁ। ପ୍ରତି ସପ୍ତାହରେ ଗୋଟିଏ! ଏଥିପାଇଁ, ଦେଶ ଚାହୁଁଥିବା ସମସ୍ତ ପ୍ରକାର ଆବଶ୍ୟକ ସଂସ୍କାର ଆଣିବା ଲାଗି ଇଚ୍ଛା ଓ ଉଦ୍ଦେଶ୍ୟ ସରକାର ରଖିଛନ୍ତି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ସରକାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ଠିଆ ହେବେ।
ବନ୍ଧୁଗଣ,
ଭାରତ ମହାକାଶ ପ୍ରଯୁକ୍ତିବିଦ୍ୟାକୁ କେବଳ ବୈଜ୍ଞାନିକ ଅନୁସନ୍ଧାନର ମାଧ୍ୟମ ଭାବରେ ନୁହେଁ, ବରଂ ସହଜ ଜୀବନଯାପନ ପାଇଁ ଏକ ଉପକରଣ ଭାବରେ ମଧ୍ୟ ଗ୍ରହଣ କରେ। ଆଜି, ମହାକାଶ ପ୍ରଯୁକ୍ତିବିଦ୍ୟା ଭାରତ ଶାସନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡୁଛି। ଫସଲ ବୀମା ଯୋଜନାରେ ସାଟେଲାଇଟ୍-ଆଧାରିତ ମୂଲ୍ୟାଙ୍କନ, ସାଟେଲାଇଟ୍ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରାଯାଉଥିବା ସୂଚନା ହେଉ ବା ବିପର୍ଯ୍ୟୟ ପରିଚାଳନା, କିମ୍ବା ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ଯୋଜନାରେ ଭୂ-ସ୍ଥାନିକ ତଥ୍ୟର ବ୍ୟବହାର ପ୍ରଭୃତି ମହାକାଶରେ ଭାରତର ଉନ୍ନତି ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରୁଛି। ଏହି ଦିଗରେ, ଗତକାଲି କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ମହାକାଶ-ପ୍ରଯୁକ୍ତିର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ‘ଜାତୀୟ ସମ୍ମିଳନୀ ୨.୦’ ମଧ୍ୟ ଆୟୋଜନ କରାଯାଇଥିଲା। ମୁଁ ଭବିଷ୍ୟତରେ ଏପରି ପ୍ରୟାସ ଜାରି ରଖିବାକୁ ଚାହୁଁଛି। ମୁଁ ଆମର ମହାକାଶ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ଆମର ନାଗରିକଙ୍କ ସେବା ପାଇଁ ନୂତନ ସମାଧାନ ଏବଂ ନବସୃଜନ ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରୁଛି। ମୁଁ ନିଶ୍ଚିତ ଯେ ଆଗାମୀ ସମୟରେ, ମହାକାଶରେ ଭାରତର ଯାତ୍ରା ନୂତନ ଶିଖର ଛୁଇଁବ। ଏହି ଆତ୍ମବିଶ୍ୱାସ ସହିତ, ମୁଁ ପୁଣିଥରେ ଜାତୀୟ ମହାକାଶ ଦିବସ ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଧନ୍ୟବାଦ!
****
/HP
Greetings on National Space Day! India's journey in space reflects our determination, innovation and the brilliance of our scientists pushing boundaries. https://t.co/2XPktf49Ao
— Narendra Modi (@narendramodi) August 23, 2025
नेशनल स्पेस डे हमारे युवाओं में उत्साह और आकर्षण का अवसर बन गया है। ये देश के लिए गर्व की बात है।
— PMO India (@PMOIndia) August 23, 2025
मैं स्पेस सेक्टर से जुड़े सभी लोगों को, वैज्ञानिकों को, सभी युवाओं को नेशनल स्पेस डे की बधाई देता हूँ: PM @narendramodi
स्पेस सेक्टर में एक के बाद एक नए milestone गढ़ना... ये भारत और भारत के वैज्ञानिकों का स्वभाव बन गया है: PM @narendramodi
— PMO India (@PMOIndia) August 23, 2025
आज भारत semi-cryogenic engine और electric propulsion जैसी breakthrough technology में तेज़ी से आगे बढ़ रहा है।
— PMO India (@PMOIndia) August 23, 2025
जल्द ही, आप सब वैज्ञानिकों की मेहनत से, भारत गगनयान की उड़ान भी भरेगा...और आने वाले समय में, भारत अपना स्पेस स्टेशन भी बनाएगा: PM @narendramodi
आज स्पेस-टेक भारत में गवर्नेंस का भी हिस्सा बन रही है।
— PMO India (@PMOIndia) August 23, 2025
फसल बीमा योजना में satellite based आकलन हो...
मछुआरों को satellite से मिल रही जानकारी और सुरक्षा हो...
Disaster management हो या PM Gati Shakti National Master Plan में geospatial data का इस्तेमाल हो…
आज स्पेस में भारत…