Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁଏତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

କୁଏତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବାଙ୍କ ସହ ଆଲୋଚନା କରିଛନ୍ତି
ଉଭୟ ନେତା ରାଜନୈତିକ, ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ଏକ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଗଭୀର କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କୁଏତ ନିବେଶ ପ୍ରାଧିକରଣ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳକୁ ଶକ୍ତି, ପ୍ରତିରକ୍ଷା, ଚିକିତ୍ସା ଉପକରଣ, ଔଷଧ, ଖାଦ୍ୟ ପାର୍କ ଆଦି କ୍ଷେତ୍ରରେ ନୂତନ ସୁଯୋଗ ଖୋଜିବା ପାଇଁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ। ନେତାମାନେ ପାରମ୍ପରିକ ଔଷଧ ଏବଂ କୃଷି ଗବେଷଣା କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ନିକଟରେ ସ୍ୱାସ୍ଥ୍ୟ, ମାନବ ସମ୍ବଳ ଏବଂ ହାଇଡ୍ରୋକାର୍ବନ ଉପରେ ବର୍ତ୍ତମାନର ଜେ. ଡବ୍ଲ୍ୟୁ. ଜି. ଗୁଡ଼ିକ ବ୍ୟତୀତ ବାଣିଜ୍ୟ, ନିବେଶ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କୃଷି, ସୁରକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ନୂତନ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ ପାଇଁ ସ୍ୱାକ୍ଷରିତ ହୋଇଥିବା ମିଳିତ ସହଯୋଗ ଆୟୋଗ (ଜେ. ସି. ସି.) କୁ ସେମାନେ ସ୍ୱାଗତ କରିଥିଲେ।
ଆଲୋଚନା ପରେ ଉଭୟ ନେତା ଦ୍ୱିପାକ୍ଷିକ ରାଜିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଆଦାନପ୍ରଦାନର ସାକ୍ଷୀ ହୋଇଥିଲେ। ଏଥିରେ ପ୍ରତିରକ୍ଷା ସହଯୋଗ ଉପରେ ଏକ ଏମଓୟୁ, ଏକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଉପରେ ଏକ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ଏବଂ ଆନ୍ତର୍ଜାତୀୟ ସୌର ମଞ୍ଚାରେ ଯୋଗଦେବା ପାଇଁ କୁଏତ ଉପରେ ଫ୍ରେମୱାର୍କ ଚୁକ୍ତି ଅନ୍ତର୍ଭୁକ୍ତ ଥିଲା।
ପ୍ରଧାନମନ୍ତ୍ରୀ କୁଏତର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ `
HS