ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି, ଯେଉଁଥିରେ ପ୍ରଭୁ ରାମଙ୍କୁ ଧର୍ମ, ସତ୍ୟ ଏବଂ ବୀରତ୍ୱର ଜୀବନ୍ତ ପ୍ରତୀକ ଭାବେ ଉଲ୍ଲେଖ କରାଯାଇଛି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ରାମୋ ବିଗ୍ରହବାନ୍ ଧର୍ମସାଧୁସତ୍ୟପରାକ୍ରମଃ ।
ରାଜା ସର୍ବସ୍ୟ ଲୋକସ୍ୟ ଦେବାନାଂ ମଘବାନିବ ।”
ପ୍ରଭୁ ରାମ ହେଉଛନ୍ତି ସ୍ୱୟଂ ଧର୍ମର ଜୀବନ୍ତ ପ୍ରତୀକ । ସେ ସଦାଚାରୀ ଭକ୍ତମାନଙ୍କ ପାଇଁ ପରମ ଆଶ୍ରୟସ୍ଥଳ, ନିଜ ସଂକଳ୍ପରେ ଅଟଳ ଏବଂ ସତ୍ୟନିଷ୍ଠ ବୀରତ୍ୱରେ ଦୃଢ଼ । ସେ ସମଗ୍ର ବିଶ୍ୱର ଏକମାତ୍ର ଶାସକ; ଯେପରି ଦେବରାଜ ଇନ୍ଦ୍ର ସମଗ୍ର ଦେବଲୋକକୁ ଶାସନ ଓ ସୁରକ୍ଷା ପ୍ରଦାନ କରନ୍ତି, ଠିକ୍ ସେହିପରି ପ୍ରଭୁ ରାମ ସମସ୍ତ ଲୋକଙ୍କୁ ଶାସନ ଓ ସୁରକ୍ଷା ପ୍ରଦାନ କରନ୍ତି ।
SR
रामो विग्रहवान् धर्मस्साधुस्सत्यपराक्रमः। राजा सर्वस्य लोकस्य देवानां मघवानिव॥ https://t.co/up7GplXzTg
— Narendra Modi (@narendramodi) October 20, 2026