Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ରତ୍ନ ଶ୍ରୀ କର୍ପୁରୀ ଠାକୁରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଶ୍ରୀ କର୍ପୁରୀ ଠାକୁରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ଉତ୍ପୀଡ଼ିତ, ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଉତଥାନ ସର୍ବଦା କର୍ପୁରୀ ଠାକୁରଙ୍କ ରାଜନୀତିର ମୂଳରେ ରହିଥିଲା। ସେ ଉଲ୍ଲେଖ କରିଥିଲେ ଯେ ଜନ ନାୟକ କର୍ପୁରୀ ଠାକୁର ତାଙ୍କର ସରଳତା ଏବଂ ଜନସେବା ପ୍ରତି ଆଜୀବନ ସମର୍ପଣ ପାଇଁ ସର୍ବଦା ସ୍ମରଣୀୟ ଏବଂ ଅନୁକରଣୀୟ ହୋଇ ରହିବେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ କହିଛନ୍ତି;
“ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ ଜନନାୟକ କର୍ପୂରୀ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ସମାଜର ଉତ୍ପୀଡ଼ିତ, ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଉନ୍ନତି ସର୍ବଦା ତାଙ୍କ ରାଜନୀତିର କେନ୍ଦ୍ରରେ ରହିଥିଲା। ତାଙ୍କର ସରଳତା ଏବଂ ଜନସେବା ପ୍ରତି ସମର୍ପଣ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।’’
HS