Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୀର ସଭରକରଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ବିପ୍ଳବୀ ବୀର ସଭରକରଙ୍କୁ ତାଙ୍କ ପୁଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରି ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଦେଶକୁ ଦାସତ୍ୱର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୀର ସଭରକରଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ପ୍ରତ୍ୟେକ ପିଢ଼ିକୁ ଜାତୀୟ ସେବା ପାଇଁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ମହାନ ବିପ୍ଳବୀ ବୀର ସଭରକରଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି। ଦେଶକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ ଏବଂ ସଫଳତା ପ୍ରତ୍ୟେକ ପିଢ଼ିକୁ ରାଷ୍ଟ୍ରର ସେବା କରିବା ପାଇଁ ପ୍ରେରଣା ଯୋଗାଇବ।

HS