ପିଏମଇଣ୍ଡିଆ
ଭାରତର ମା’, ଭଉଣୀ ଏବଂ ଝିଅମାନଙ୍କ ସହ ଜଡ଼ିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପ୍ରଗତି ଅଟକିଯିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସର୍ବୋତ୍ତମ ଏବଂ ନିଷ୍ଠାପର ପ୍ରୟାସ ସତ୍ତ୍ୱେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ’ ସଂଶୋଧନ ଗୃହୀତ ହୋଇପାରିଲା ନାହିଁ, ଯାହା ଫଳରେ ମହିଳାମାନଙ୍କ ଏକ ସ୍ୱପ୍ନ ଭାଙ୍ଗିଗଲା।, “ଏହି ଦୁର୍ଭାଗ୍ୟଜନକ ଫଳାଫଳ ପାଇଁ ମୁଁ ଦେଶର ସମସ୍ତ ମା’ ଏବଂ ଭଉଣୀମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି”ଶ୍ରୀ ମୋଦୀ କହିଥିଲେ।
ଜାତୀୟ ସ୍ୱାର୍ଥ ସର୍ବୋପରି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କଡ଼ା ସମାଲୋଚନା କରିଥିଲେ ଯେଉଁମାନେ ରାଷ୍ଟ୍ରର କଲ୍ୟାଣ ଅପେକ୍ଷା ନିଜସ୍ୱ ଦଳୀୟ ଲାଭକୁ ପ୍ରାଥମିକତା ଦେଉଛନ୍ତି।
ଦେଶବ୍ୟାପୀ ଦେଖାଯାଇଥିବା ଗଭୀର ନିରାଶାର ବାତାବରଣ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଭାବରେ କହିଥିଲେ ଯେ ଏହି ବିଲ୍ର ବିଫଳତା ମହିଳାମାନଙ୍କ ଆତ୍ମସମ୍ମାନ ପ୍ରତି ସିଧାସଳଖ ଅପମାନ, ଏକ ଅପମାନ ଯାହାକୁ ମହିଳା ଭୋଟରମାନେ କେବେ ଭୁଲିପାରିବେ ନାହିଁ। ସେ କହିଥିଲେ “ମହିଳାମାନେ ଅନେକ ଜିନିଷ ଭୁଲିପାରନ୍ତି, କିନ୍ତୁ ସେମାନେ ସେମାନଙ୍କ ଆତ୍ମସମ୍ମାନ ଉପରେ ହୋଇଥିବା ଅପମାନକୁ କେବେ ଭୁଲନ୍ତି ନାହିଁ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ମହିଳାମାନେ ଏପରି ମନ୍ଦ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ବୁଝିଛନ୍ତି ଏବଂ ଭବିଷ୍ୟତରେ ଏଥିପାଇଁ ଦାୟୀ ଲୋକଙ୍କୁ ଉତ୍ତରଦାୟୀ କରିବେ। ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ପଛରେ ଥିବା ପରିବର୍ତ୍ତନକାରୀ ଦୃଷ୍ଟିକୋଣ ବିଷୟରେ ବୁଝାଇ କରି ସେ କହିଥିଲେ ଯେ ଏହି ଆଇନ ଦେଶର ଅର୍ଦ୍ଧେକ ଜନସଂଖ୍ୟାଙ୍କୁ ଦୀର୍ଘଦିନ ଧରି ବାକି ରହିଥିବା ସେମାନଙ୍କ ଅଧିକାର ପ୍ରଦାନ କରିବ ଏବଂ ସେମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ସେ ଆହୁରି କହିଥିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ତଥା ଆୟତନ କିମ୍ବା ଭୌଗୋଳିକ ସ୍ଥିତି ନିର୍ବିଶେଷରେ ସମସ୍ତ ରାଜ୍ୟର ରାଜନୈତିକ କ୍ଷମତାକୁ ସମାନ ଭାବରେ ସୁଦୃଢ଼ କରିବା । ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ଏହି ସଂଶୋଧନ ଭାରତର ବିକାଶ ଯାତ୍ରାରେ ମହିଳାମାନଙ୍କୁ ସହଯାତ୍ରୀ କରିବା ପାଇଁ ଏକ ଆନ୍ତରିକ ପ୍ରୟାସ ଥିଲା।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ନାଗରିକମାନେ ଏପରି ରାଜନୀତିର ନକାରାତ୍ମକ ସ୍ୱଭାବକୁ ସମ୍ପୂର୍ଣ୍ଣ ଭାବରେ ବୁଝିସାରିଛନ୍ତି ଏବଂ ଏହା ପଛରେ ଲୁଚି ରହିଥିବା ଗୋପନ ଅଭିପ୍ରାୟ ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି। ସେ କହିଥିଲେ, “ଦେଶ ଏବେ ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ନିୟୋଜିତ ଏହି ମନ୍ଦ ରାଜନୈତିକ କୌଶଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଝିସାରିଛି।”
ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ବଂଶବାଦୀ ଦଳଗୁଡ଼ିକ ଆଶଙ୍କା କରୁଛନ୍ତି ଯେ ସେମାନଙ୍କ ପରିବାର ବାହାରର ମହିଳାମାନଙ୍କୁ ସଶକ୍ତ କରିବା ସେମାନଙ୍କ ସ୍ଥାନୀୟ ନେତୃତ୍ୱ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପଞ୍ଚାୟତ ସ୍ତରରେ ସେବାରତ ହଜାର ହଜାର ଦକ୍ଷ ମହିଳା ଏହି ବଂଶବାଦୀ ରାଜନେତାଙ୍କ ଗଭୀର ଅସୁରକ୍ଷାକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି।
ପରିସୀମନ ସମ୍ପର୍କରେ ସୃଷ୍ଟି କରାଯାଉଥିବା ଭ୍ରାନ୍ତ ଧାରଣାକୁ ଦୂର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସୁନିଶ୍ଚିତ କରିଥିଲେ ଯେପରି କୌଣସି ରାଜ୍ୟ ନିଜର ପ୍ରତିନିଧିତ୍ବ ହରାଇବେ ନାହିଁ, ସମସ୍ତ ରାଜ୍ୟଙ୍କ ଆସନ ସମାନ ଓ ନ୍ୟାୟସଂଗତଭାବେ ବୃଦ୍ଧି ପାଇବ। ଆଞ୍ଚଳିକ ବିକାଶର ସୁଯୋଗ ହାତଛଡ଼ା ହୋଇଥିବା ଉଲ୍ଲେଖ କରି ସେ କହିଥିଲେ ଯେ ଏହି ସଂଶୋଧନ ଦ୍ୱାରା ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟର ସଂସଦୀୟ ଆସନ ସଂଖ୍ୟାରେ ଏକ ଉଲ୍ଲେଖନୀୟ ବୃଦ୍ଧି ହୋଇପାରିଥାନ୍ତା।
ଅତୀତରେ ବିରୋଧର ସମ୍ମୁଖୀନ ହୋଇଥିବା ଅନେକ ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଧନ-ଆଧାର-ମୋବାଇଲ୍ (ଜେଏଏମ) ତ୍ରିମୂର୍ତ୍ତି, ଡିଜିଟାଲ୍ ପେମେଣ୍ଟ, ଜିଏସଟି ଏବଂ ତିନି ତଲାକ୍ ନିରୋଧୀ ଆଇନ ବିରୋଧର ସମ୍ମୁଖୀନ ହୋଇଥିଲା। ସେ ଆହୁରି କହିଥିଲେ ଯେ ସିଏଏ ସମ୍ପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇଥିଲା ଏବଂ ମାଓ ହିଂସାକୁ ଦୂର କରିବା ପ୍ରୟାସରେ ନିୟମିତଭାବେ ପ୍ରତିବନ୍ଧକ ଲଗାଯାଇଥିଲା।
ଭାରତର ବିକାଶରେ ହୋଇଥିବା ଐତିହାସିକ ବିଳମ୍ବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାର ପ୍ରବୃତ୍ତି ଯୋଗୁଁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନ୍ୟ ଦେଶମାନେ ଭାରତଠାରୁ ଆଗେଇଯାଇଥିଲେ। ପ୍ରାୟ ୪୦ ବର୍ଷ ଧରି, ସୀମା ବିବାଦର ସମାଧାନ, ଓବିସି ସଂରକ୍ଷଣ ଏବଂ ସୈନିକଙ୍କ ପାଇଁ ‘ୱାନ୍ ରାଙ୍କ୍, ୱାନ୍ ପେନସନ’ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ନିଷ୍ପତ୍ତି ନେବାରେ ସ୍ଥାଣୁତା ଏବଂ ପ୍ରତାରଣା ଯୋଗୁଁ ଭାରତର ଅନେକ ପିଢ଼ିଙ୍କୁ ଗଭୀର କ୍ଷତି ସହିବାକୁ ପଡ଼ିଛି। ସେ କହିଥିଲେ ଯେ ବର୍ତ୍ତମାନର ରାଜନୈତିକ ସଂଘର୍ଷ କେବଳ ଗୋଟିଏ ବିଲ୍ ମଧ୍ୟରେ ସୀମିତ ନୁହେଁ, ବରଂ ଏକ ସଂସ୍କାର ବିରୋଧୀ ମାନସିକତା ବିରୁଦ୍ଧରେ ଏକ ବ୍ୟାପକ ଲଢ଼େଇ ଗଠନ କରେ। ସେ ମନ୍ତବ୍ୟ ଦେଇଥିଲେ, “ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଦେଶର ସମସ୍ତ ଭଉଣୀ ଏବଂ ଝିଅ ଏହି ନକାରାତ୍ମକ ମାନସିକତାର ଉପଯୁକ୍ତ ଜବାବ ଦେବେ।”
ବିଲ୍ ପାସ୍ ନ ହେବା ସରକାରଙ୍କ ପ୍ରତିମୂର୍ତ୍ତିକୁ ପ୍ରତିକୂଳ ଭାବରେ ପ୍ରଭାବିତ କରୁଛି ବୋଲି ହେଉଥିବା ଆଲୋଚନାକୁ ଖାରଜ କରି ସେ କହିଥିଲେ ଯେ ଯଦି ବିରୋଧୀଦଳମାନେ ଏହି ବିଲ୍କୁ ସମର୍ଥନ କରିଥାନ୍ତେ, ସେ ସେମାନଙ୍କୁ ବିଜ୍ଞାପନ ମାଧ୍ୟମରେ ଏହାର ଶ୍ରେୟ ଦେବାକୁ ପ୍ରସ୍ତୁତ ଥିଲେ। “ ଏହି ପ୍ରସଙ୍ଗ କେବେବି ରାଜନୈତିକ ଶ୍ରେୟ ପାଇଁ ନଥିଲା, ବରଂ ଅଧିକାର ସୁନିଶ୍ଚିତ କରିବା ବିଷୟରେ ଥିଲା’’ ସେ କହିଥିଲେ।
ମହିଳା ସଶକ୍ତିକରଣ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖିତ ଥିବା ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ – ସଂସଦରେ ସଂଖ୍ୟାବଳ ନଥିଲେ ବି ତାଙ୍କର ସଂକଳ୍ପ ଏବଂ ଦେଶର ସାମୂହିକ ସଂକଳ୍ପ ଅକ୍ଷୁର୍ଣ୍ଣ ରହିଛି। ସେ ଘୋଷଣା କରିଥିଲେ ଯେ ସରକାର ଏହି ବିଲର ରାସ୍ତାରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବାକୁ ସଂକଳ୍ପବଦ୍ଧ ଏବଂ ଦେଶର ସମସ୍ତ ମହିଳାଙ୍କ ଆଶୀର୍ବାଦ ଦ୍ୱାରା ଏହି ପ୍ରୟାସରେ ସଫଳତା ହାସଲ କରିବେ। ” ଦେଶର ଅର୍ଦ୍ଧେକ ଜନସଂଖ୍ୟାଙ୍କ ସ୍ୱପ୍ନ ଏବଂ ଦେଶର ଭବିଷ୍ୟତ ପାଇଁ, ଆମକୁ ଏହି ସଂକଳ୍ପ ପୂରଣ କରିବାକୁ ପଡିବ” ସେ ଦୃଢତା ପ୍ରକାଶ କରିଥିଲେ।
TKM
My address to the nation. https://t.co/2Vyx15A4rx
— Narendra Modi (@narendramodi) April 18, 2026
नारी सब भूल जाती है, अपना अपमान कभी नहीं भूलती: PM @narendramodi pic.twitter.com/A76uJkfOlK
— PMO India (@PMOIndia) April 18, 2026
संसद में नारीशक्ति वंदन संशोधन का जिन भी दलों ने विरोध किया है, वे लोग नारी शक्ति को for granted ले रहे हैं: PM @narendramodi pic.twitter.com/W23Fwq214H
— PMO India (@PMOIndia) April 18, 2026
नारी शक्ति वंदन संशोधन 21वीं सदी की महिलाओं को सशक्त बनाने का एक ‘महायज्ञ’ था। pic.twitter.com/ckEZw7KGWd
— PMO India (@PMOIndia) April 18, 2026
नारी शक्ति वंदन अधिनियम के विरोध की एक बड़ी वजह है... इन परिवारवादी पार्टियों का डर। pic.twitter.com/tmLu8HeqeG
— PMO India (@PMOIndia) April 18, 2026
कांग्रेस, एक एंटी रिफॉर्म पार्टी है। pic.twitter.com/8JuChzCVWn
— PMO India (@PMOIndia) April 18, 2026
कांग्रेस के एंटी रिफॉर्म रवैये ने हमेशा देश का बहुत बड़ा नुकसान किया है। pic.twitter.com/XmLtrjZOnL
— PMO India (@PMOIndia) April 18, 2026
देश की 100 परसेंट नारीशक्ति का आशीर्वाद हमारे साथ है: PM @narendramodi pic.twitter.com/AGEu61h5nS
— PMO India (@PMOIndia) April 18, 2026
हम महिला आरक्षण के रास्ते में आने वाले हर रुकावट को खत्म करेंगे: PM @narendramodi pic.twitter.com/1kdNM1WGNl
— PMO India (@PMOIndia) April 18, 2026
महिलाओं से उनके अधिकार छीनकर ये लोग मेजें थपथपा रहे थे।
— PMO India (@PMOIndia) April 18, 2026
वो नारी के स्वाभिमान पर...उसके आत्मसम्मान पर चोट थी। pic.twitter.com/a0G8cH6hrq
कांग्रेस, महिला आरक्षण के विषय से ही नफरत करती है।
— PMO India (@PMOIndia) April 18, 2026
उसने हमेशा ही महिला आरक्षण को रोकने के लिए षड्यंत्र किए हैं! pic.twitter.com/IsmdqPAYUc
महिला आरक्षण का विरोध करके जो पाप विपक्ष ने किया है... इसकी उन्हें सजा जरूर मिलेगी। pic.twitter.com/32UlMi5oNe
— PMO India (@PMOIndia) April 18, 2026
महिला आरक्षण का विरोध करके विपक्षी दलों ने संविधान निर्माताओं की भावनाओं का अपमान किया है। देश की नारी शक्ति के स्वाभिमान और आत्मसम्मान पर चोट करने वाले अब माताओं-बहनों और बेटियों के आक्रोश से बच नहीं पाएंगे। pic.twitter.com/bEvWmYIlQo
— Narendra Modi (@narendramodi) April 18, 2026
नारी शक्ति वंदन अधिनियम से जुड़ा संशोधन भारतवर्ष की नारी को नई उड़ान देने का महायज्ञ था। लेकिन कांग्रेस, TMC, समाजवादी पार्टी और DMK जैसे दलों ने इसकी भ्रूणहत्या कर दी। pic.twitter.com/EOH9dG0iI9
— Narendra Modi (@narendramodi) April 18, 2026
मुझे व्यक्तिगत तौर पर आशा थी कि महिला आरक्षण को लेकर कांग्रेस अपने पापों का प्रायश्चित करेगी। लेकिन उसने एक बार फिर इस अवसर को खो दिया। pic.twitter.com/4xPgXQONV0
— Narendra Modi (@narendramodi) April 18, 2026
नारी शक्ति वंदन अधिनियम के विरोध की एक बड़ी वजह है- परिवारवादी पार्टियों का डर! उन्हें लगता है कि महिलाएं सशक्त हो गईं, तो उनका नेतृत्व खतरे में पड़ जाएगा। pic.twitter.com/Y6nDnN6swS
— Narendra Modi (@narendramodi) April 18, 2026