ପିଏମଇଣ୍ଡିଆ
ଭାରତ ମାତା କି ଜୟ।
ଗଙ୍ଗା ମାଇୟା କି ଜୟ।
ଗଙ୍ଗା ମାଇୟା କି ଜୟ।
ଗଙ୍ଗା ମାଇୟା କି ଜୟ।
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରିଜେଶ ପାଠକ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଜିତିନ ପ୍ରସାଦ, ପଙ୍କଜ ଚୌଧୁରୀ, ୟୁପିର ମନ୍ତ୍ରୀମଣ୍ଡଳ , ସାଂସଦ , ବିଧାୟକ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ।
ସର୍ବପ୍ରଥମେ, ମୁଁ ଭଗବାନ ନରସିଂହଙ୍କ ଏହି ପବିତ୍ର ଭୂମିକୁ ପ୍ରଣାମ କରୁଛି। ଏଠାରୁ ମାତ୍ର କିଛି କିଲୋମିଟର ଦୂରରେ ଗଙ୍ଗା ନଦୀ ପ୍ରବାହିତ ହେଉଛି । ତେଣୁ, ଏହି ସମଗ୍ର ଅଞ୍ଚଳ କୌଣସି ତୀର୍ଥସ୍ଥଳଠାରୁ କମ୍ ନୁହେଁ। ମୁଁ ବିଶ୍ୱାସ କରେ ଯେ ଉତ୍ତର ପ୍ରଦେଶକୁ ଏକ୍ସପ୍ରେସୱେର ଏହି ବରଦାନ ମଧ୍ୟ ମାତା ଗଙ୍ଗାଙ୍କ ଆଶୀର୍ବାଦ। ଏବେ ଆପଣ ମାତ୍ର କିଛି ଘଣ୍ଟା ସମୟ ମଧ୍ୟରେ ସଙ୍ଗମରେ ପହଞ୍ଚିପାରିବେ ଏବଂ କାଶୀରେ ବାବାଙ୍କୁ ଦର୍ଶନ କରି ଫେରିପାରିବେ।
ବନ୍ଧୁଗଣ,
ଯେପରି ହଜାର ହଜାର ବର୍ଷ ଧରି ମାତା ଗଙ୍ଗା ଉତ୍ତର ପ୍ରଦେଶ ଏବଂ ଏହି ଦେଶର ଜୀବନରେଖା ହୋଇଆସିଛନ୍ତି, ସେହିପରି ଆଧୁନିକ ପ୍ରଗତି ଯୁଗରେ, ତାଙ୍କ ନିକଟରୁ ଯାଉଥିବା ଏହି ଏକ୍ସପ୍ରେସୱେ ଉତ୍ତର ପ୍ରଦେଶର ବିକାଶ ପାଇଁ ଏକ ନୂତନ ଜୀବନରେଖା ହୋଇଯିବ। ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ଯେ ଗତ ଚାରି ପାଞ୍ଚ ଦିନ ଧରି ମୁଁ ମାତା ଗଙ୍ଗାଙ୍କ ସାନ୍ନିଧ୍ୟରେ ରହିଆସିଛି। ଏପ୍ରିଲ ୨୪ ତାରିଖରେ, ଯେତେବେଳେ ମୁଁ ବଙ୍ଗଳାରେ ଥିଲି, ମୁଁ ମାତା ଗଙ୍ଗାଙ୍କୁ ଦର୍ଶନ କରିଥିଲି ଏବଂ ଗତକାଲି ମୁଁ କାଶୀରେ ଥିଲି। ଆଜି ସକାଳେ, ମୁଁ ପୁଣି ଥରେ ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣା ଏବଂ ମାତା ଗଙ୍ଗାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ଏବେ, ମୋତେ ମାତା ଗଙ୍ଗାଙ୍କ ନାମରେ ନାମିତ ଏହି ଏକ୍ସପ୍ରେସୱେର ଉଦଘାଟନ କରିବାର ସୁଯୋଗ ମିଳିଛି। ମୁଁ ଅତ୍ୟନ୍ତ ଖୁସି ଯେ ଉତ୍ତର ପ୍ରଦେଶ ସରକାର ଏହି ଏକ୍ସପ୍ରେସୱେକୁ ମାତା ଗଙ୍ଗାଙ୍କ ନାମରେ ନାମିତ କରିଛନ୍ତି। ଏହା ଆମର ବିକାଶର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ଆମର ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରେ। ମୁଁ ଗଙ୍ଗା ଏକ୍ସପ୍ରେସୱେ ପାଇଁ ଉତ୍ତର ପ୍ରଦେଶର କୋଟି କୋଟି ଲୋକଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି ଗଣତନ୍ତ୍ରର ଉତ୍ସବ ପାଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ମଧ୍ୟ ଅଟେ । ବଙ୍ଗଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି, ଏବଂ ରିପୋର୍ଟଗୁଡ଼ିକ ଦର୍ଶାଉଛି ଯେ ମତଦାନ ଅଧିକ ସଂଖ୍ୟାରେ ହେଉଛି । ପ୍ରଥମ ପର୍ଯ୍ୟାୟ ପରି, ଲୋକମାନେ ଭୋଟ ଦେବା ପାଇଁ ବହୁ ସଂଖ୍ୟାରେ ଘରୁ ବାହାରି ଆସୁଛନ୍ତି, ଏବଂ ଲମ୍ବା ଧାଡ଼ିର ଛିଡା ହୋଉଥିବାର ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଗତ ୬-୭ ଦଶନ୍ଧିରେ ଯାହା ଘଟିନଥିଲା ଏବଂ ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା, କିନ୍ତୁ ଏଥର ବଙ୍ଗଳାରେ ଏକ ନିର୍ଭୀକ ପରିବେଶରେ ମତଦାନ ହେଉଛି। ଲୋକମାନେ ବିନା ଭୟରେ ଭୋଟ ଦେଉଛନ୍ତି। ଏଏହା ଦେଶର ସମ୍ବିଧାନ ଏବଂ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବାର ଏକ ପବିତ୍ର ପ୍ରତୀକ। ମୁଁ ବଙ୍ଗଳାର ମହାନ ଜନତାଙ୍କୁ ସେମାନଙ୍କର ଅଧିକାର ପ୍ରତି ଏତେ ସଚେତନ ଏବଂ ଏତେ ସଂଖ୍ୟାରେ ଭୋଟ ଦେବା ପାଇଁ ମୋର କୃତଜ୍ଞତା ଜଣାଉଛି। ଭୋଟ ଶେଷ ହେବାକୁ ଆଉ ଅଳ୍ପ କିଛି ଘଣ୍ଟା ବାକି ଥିବାରୁ, ମୁଁ ବଙ୍ଗଳାର ଲୋକମାନଙ୍କୁ ଗଣତନ୍ତ୍ରର ଏହି ମହୋତ୍ସବରେ ସମାନ ଉତ୍ସାହ ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ, ଯେତେବେଳେ ବିହାରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏକ ବଡ଼ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଥିଲା। ଗତକାଲି ହିଁ, ଗୁଜରାଟରେ ପୌର ନିର୍ବାଚନ, ନଗର ନିଗମ, ଜିଲ୍ଲା ପଞ୍ଚାୟତ, ନଗର ପରିଷଦ ଏବଂ ତହସିଲ ପଞ୍ଚାୟତର ଫଳାଫଳ ଘୋଷଣା କରାଯାଇଥିଲା। ମୋର ଉତ୍ତର ପ୍ରଦେଶର ନାଗରିକମାନେ ଖୁସି ହେବେ ଯେ ବିଜେପି ୮୦ ରୁ ୮୫ ପ୍ରତିଶତ ପୌର ପରିଷଦ ଏବଂ ପଞ୍ଚାୟତ ଜିତିଛି। ମୁଁ ନିଶ୍ଚିତ ଯେ ବିଜେପି ଏହି ପାଞ୍ଚଟି ରାଜ୍ୟ ନିର୍ବାଚନରେ ମଧ୍ୟ ଐତିହାସିକ ବିଜୟର ହ୍ୟାଟ୍ରିକ୍ ହାସଲ କରିବ। ମେ ୪ ତାରିଖର ଫଳାଫଳ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ମଜବୁତ କରିବ ଏବଂଦେଶର ବିକାଶର ଗତିକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିବ।
ବନ୍ଧୁଗଣ,
ଦେଶର ଦ୍ରୁତ ବିକାଶ ପାଇଁ, ଆମକୁ ଦ୍ରୁତ ଗତିରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ। ଡିସେମ୍ବର ୨୦୨୧ ରେ, ମୁଁ ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କରିବା ପାଇଁ ଶାହଜାହାନପୁର ଆସିଥିଲି। ଏଯାଏଁ ୫ ବର୍ଷ ମଧ୍ୟ ହୋଇନାହିଁ, ଏବଂ ଆପଣ ଦେଖୁଛନ୍ତି ଯେ ଦେଶର ସବୁଠାରୁ ବଡ଼ ଏକ୍ସପ୍ରେସୱେମାନଙ୍କ ମଧ୍ୟରୁ ଗୋଟିଏ, ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଗ୍ରୀନ୍ କରିଡୋର ଏକ୍ସପ୍ରେସୱେ କେବଳ ୫ ବର୍ଷରେ ସମ୍ପୂର୍ଣ୍ଣ ହୋଇଯାଇଛି। ଆଜି,ଏହାର ଉଦଘାଟନ ହରଦୋଇରେ ହେଉଛି। କେବଳ ଏତିକି ନୁହେଁ, ଗଙ୍ଗା ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ, ଏହାର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର, ଗଙ୍ଗା ଏକ୍ସପ୍ରେସୱେ ମେରଠ ବାହାରକୁ ଯାଇ ହରିଦ୍ୱାରରେ ପହଞ୍ଚିବ। ଏହାର ଆହୁରି ଉତ୍ତମ ବ୍ୟବହାର ପାଇଁ, ଫାରୁଖାବାଦ ଲିଙ୍କ ଏକ୍ସପ୍ରେସୱେ ନିର୍ମାଣ କରାଯିବ, ଏହାକୁ ଅନ୍ୟ ଏକ୍ସପ୍ରେସୱେ ସହିତ ସଂଯୋଗ କରାଯିବ। ଏହା ହେଉଛି ଡବଲ-ଇଞ୍ଜିନ ସରକାରଙ୍କ ଦୃଷ୍ଟିକୋଣ! ଏହା ହେଉଛି ବିଜେପି ସରକାରଙ୍କ କାର୍ଯ୍ୟର ଗତି! ଏହା ହେଉଛି ବିଜେପି ସରକାରଙ୍କ କାର୍ଯ୍ୟ କରିବାର ପଦ୍ଧତି!
ଭାଇ ଓ ଭଉଣୀମାନେ,
କିଛି ଦିନ ପୂର୍ବେ, ମୋତେ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସୱେ ଉଦଘାଟନ କରିବାର ସୁଯୋଗ ମିଳିଥିଲା। ମୁଁ ସେତେବେଳେ କହିଥିଲି ଯେ ଏହି ନବନିର୍ମିତ ଏକ୍ସପ୍ରେସୱେଗୁଡ଼ିକ ଏକ ବିକାଶଶୀଳ ଭାରତର ହାତ ରେଖା ସଦୃଶ୍ୟ ଏବଂ ଏହି ଆଧୁନିକ ହାତ ରେଖାଗୁଡ଼ିକ ଆଜି ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସୂଚକ।
ବନ୍ଧୁଗଣ,
ସେହି ଦିନ ଆଉ ନାହିଁ ଯେତେବେଳେ ରାସ୍ତା ପାଇଁ ଦଶନ୍ଧି ଧରି ଅପେକ୍ଷା କରିବାକୁ ପଡୁଥିଲା! ଥରେ ଘୋଷଣା ହୋଇଗଲେ, ଫାଇଲଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହୁଥିଲା! ନିର୍ବାଚନ ପାଇଁ କେବଳ ଶିଳାନ୍ୟାସ କରାଯାଉଥିଲା, ଏବଂ ତା’ପରେ ସରକାର ଆସି ଚାଲି ଯାଉଥିଲେ , କିନ୍ତୁ କିଛି କାମ କଲା ପରି ମନେ ହେଉନଥିଲା। କେତେକ ସମୟରେ, ପୁରୁଣା ଫାଇଲ ଖୋଜିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିଲା। ଡବଲ-ଇଞ୍ଜିନ୍ ସରକାରରେ, ଶିଳାନ୍ୟାସ କରାଯାଏ ଏବଂ ଉଦଘାଟନ ସର୍ବଦା ସମୟସୀମା ଅନୁଯାୟୀ ହୁଏ। ସେଥିପାଇଁ, ଆଜି ୟୁପିର ଏକ୍ସପ୍ରେସୱେ ଅପେକ୍ଷା ଯଦି କିଛି ଦ୍ରୁତ ଅଛି, ତେବେ ତାହା ହେଉଛି ୟୁପିର ବିକାଶର ଗତି।
ବନ୍ଧୁଗଣ,
ଏହି ଏକ୍ସପ୍ରେସୱେ କେବଳ ଏକ ଦ୍ରୁତଗାମୀ ସଡକ ନୁହେଁ। ଏହା ନୂତନ ସମ୍ଭାବନା, ନୂତନ ସ୍ୱପ୍ନ ଏବଂ ନୂତନ ସୁଯୋଗର ପ୍ରବେଶ ଦ୍ୱାର। ଗଙ୍ଗା ଏକ୍ସପ୍ରେସୱେ ପ୍ରାୟ ୬୦୦ କିଲୋମିଟର ଲମ୍ବା। ଏହା ପଶ୍ଚିମ ୟୁପିର ମେରଠ, ବୁଲନ୍ଦସହର, ହାପୁର, ଆମରୋହା, ସମ୍ଭଲ ଏବଂ ବାଦାଉନକୁ ସଂଯୋଗ କରେ । ମଧ୍ୟ ୟୁପିର ଶାହଜହାଁପୁର, ହରଦୋଇ, ଉନ୍ନାଓ ଏବଂ ରାୟବରେଲିକୁ ମଧ୍ୟ ସଂଯୋଗ କରେ। ପୂର୍ବ ୟୁପିର ପ୍ରତାପଗଡ଼ , ପ୍ରୟାଗରାଜ ଏବଂ ଅନ୍ୟାନ୍ୟ ସଂଲଗ୍ନ ଜିଲ୍ଲାଗୁଡ଼ିକୁ ମଧ୍ୟ ସଂଯୋଗ କରେ। ଗଙ୍ଗା ଏକ୍ସପ୍ରେସୱେ ଏହି ଅଞ୍ଚଳର କୋଟି କୋଟି ଲୋକଙ୍କ ଜୀବନକୁ ବଦଳାଇ ଦେବ।
ବନ୍ଧୁଗଣ,
ଏହି ଅଞ୍ଚଳଗୁଡ଼ିକ ମା ଗଙ୍ଗା ଓ ଉପନଦୀମାନଙ୍କର ଉର୍ବର ମାଟିର ଆଶୀର୍ବାଦ ପାଇଛନ୍ତି । ଚାଷୀମାନଙ୍କୁ ଅବହେଳା କରାଯିବା ଯୋଗୁଁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ! ଏଠାକାର ଚାଷୀଙ୍କ ଫସଲ ବଡ଼ ବଜାରରେ ପହଞ୍ଚି ପାରିଲା ନାହିଁ। ଶୀତଳ ଭଣ୍ଡାରର ସୁବିଧା ନ ଥିଲା। ଲଜିଷ୍ଟିକ୍ସର ଅଭାବ ଥିଲା। ଚାଷୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମର ଉଚିତ ମୂଲ୍ୟ ମିଳୁନଥିଲା। କିନ୍ତୁ ଏବେ ସେହି ଅସୁବିଧାର ସମାଧାନ ମଧ୍ୟ ଶୀଘ୍ର ହେବ। ଗଙ୍ଗା ଏକ୍ସପ୍ରେସୱେ ମାଧ୍ୟମରେ, କମ ସମୟରେ ବଡ଼ ବଜାରରେ ପହଞ୍ଚି ହେବ। ଏଠାରେ ଚାଷ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକଶିତ ହେବ। ଏହା ଆମ ଚାଷୀମାନଙ୍କ ଆୟ ବୃଦ୍ଧି କରିବ।
ବନ୍ଧୁଗଣ,
ଗଙ୍ଗା ଏକ୍ସପ୍ରେସୱେ କେବଳ ଉତ୍ତର ପ୍ରଦେଶର ଗୋଟିଏ ପ୍ରାନ୍ତକୁ ଅନ୍ୟ ପ୍ରାନ୍ତକୁ ସଂଯୋଗ କରିବ ନାହିଁ। ଏହା ଏନସିଆରର ଅପାର ସମ୍ଭାବନାକୁ ମଧ୍ୟ ନିକଟତର କରିବ। ଗଙ୍ଗା ଏକ୍ସପ୍ରେସୱେରେ କେବଳ ଯାନବାହାନ ଚାଲିବ ନାହିଁ, ବରଂ ଏହାର କୂଳରେ ନୂତନ ଶିଳ୍ପ ସୁଯୋଗ ବିକଶିତ ହେବ। ଏଥିପାଇଁ, ହରଦୋଇ ଭଳି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଶିଳ୍ପ କରିଡର ବିକଶିତ କରାଯାଉଛି। ଏହା ହରଦୋଇ, ଶାହଜାହାନପୁର ଏବଂ ଉନ୍ନାଓ ସମେତ ସମସ୍ତ ୧୨ ଜିଲ୍ଲାରେ ନୂତନ ଶିଳ୍ପ ଆଣିବ। ଔଷଧ, ବୟନଶିଳ୍ପ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କ୍ଲଷ୍ଟର ବିକାଶ ହେବ। ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।
ବନ୍ଧୁଗଣ,
ଆମର ଯୁବପିଢ଼ି ମୁଦ୍ରା ଯୋଜନା ଏବଂ ODOP ଭଳି ଯୋଜନାର ଶକ୍ତିରେ ନୂତନ ରେକର୍ଡ ସ୍ଥାପନ କରୁଛନ୍ତି।ଏଠାରେ କ୍ଷୁଦ୍ର ଶିଳ୍ପ ଏବଂ MSME ଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଉନ୍ନତ ସଂଯୋଗୀକରଣ ସେମାନଙ୍କ ପାଇଁ ମଧ୍ୟ ନୂତନ ରାସ୍ତା ଖୋଲିବ। ମିରଟର କ୍ରୀଡା ଶିଳ୍ପ, ସମ୍ଭାଲର ହସ୍ତଶିଳ୍ପ, ବୁଲନ୍ଦସହରର ମୃଗଶିଳ୍ପ, ହରଦୋଇର ହସ୍ତତନ୍ତ, ଉନ୍ନାଉର ଚମଡା ଏବଂ ପ୍ରତାପଗଡ଼ର ଆମଳା ଉତ୍ପାଦଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଅଧିକ ପରିମାଣରେ ପହଞ୍ଚିବ। ଏହା ଲକ୍ଷ ଲକ୍ଷ ପରିବାରର ଆୟ ମଧ୍ୟ ବୃଦ୍ଧି କରିବ। ମୋତେ କୁହନ୍ତୁ, ପୁରୁଣା ସମାଜବାଦୀ ପାର୍ଟି ସରକାର ସମୟରେ କେହି କଳ୍ପନା କରିପାରୁଥିଲେ କି ହରଦୋଇ ଓ ଉନ୍ନାଓ ପରି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ୍ କରିଡୋର ତିଆରି ହେବ? କେହି ଭାବିଥିଲେ କି ଆମ ହରଦୋଇ ମାଧ୍ୟମରେ ଏକ୍ସପ୍ରେସୱେ ଯିବ? ଏହି କାମ କେବଳ ବିଜେପି ସରକାରରେ ହିଁ ସମ୍ଭବ।
ବନ୍ଧୁଗଣ,
ପୂର୍ବରୁ ଉତ୍ତର ପ୍ରଦେଶକୁ ଏକ ପଛୁଆ ଏବଂ ରୋଗୀ ରାଜ୍ୟ ଭାବରେ ବିବେଚନା କରାଯାଉଥିଲା। ଆଜି, ସେହି ଉତ୍ତର ପ୍ରଦେଶ ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ପାଇଁ ଆଗକୁ ବଢ଼ୁଛି। ଏହା ଏକ ବିରାଟ ଲକ୍ଷ୍ୟ। କିନ୍ତୁ ଏହା ପଛରେ ସମାନ ଭାବରେ ବଡ଼ ପ୍ରସ୍ତୁତି କରାଯାଉଛି । କାରଣ ଉତ୍ତର ପ୍ରଦେଶର ବିପୁଳ କ୍ଷମତା ଅଛି। ଏଦେଶର ଏତେ ବଡ଼ ଯୁବ ଜନସଂଖ୍ୟାର ଶକ୍ତି ଏଠାରେ ଅଛି। ଆମେ ଏହି ଶକ୍ତିକୁ ବ୍ୟବହାର କରି ଉତ୍ତର ପ୍ରଦେଶକୁ ଏକ ଉତ୍ପାଦନ କେନ୍ଦ୍ର କରିବୁ। ଉତ୍ତର ପ୍ରଦେଶରେ ନୂତନ ଶିଳ୍ପ ଏବଂ କାରଖାନା ପ୍ରତିଷ୍ଠିତ ହେବ। ଯେତେବେଳେ ଏଠାରେ ବଡ଼ ନିବେଶ ଆସିବ, ସେତେବେଳେ ହିଁ ଆର୍ଥିକ ପ୍ରଗତି ପାଇଁ ଦ୍ୱାର ଖୋଲିବ, ଯାହା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଭାଇ ଓ ଭଉଣୀମାନେ,
ଏହି ଦୃଷ୍ଟିକୋଣକୁ କେନ୍ଦ୍ରରେ ରଖି ଗତ କିଛି ବର୍ଷ ଧରି ନିରନ୍ତର କାର୍ଯ୍ୟ କରାଯାଉଛି। ଆପଣମାନେ ନିଜେ ଏହା ଅନୁଭବ କରୁଛନ୍ତି, ଯେଉଁ ୟୁପି ପୂର୍ବରୁ ପ୍ରବାସ ସହିତ ପରିଚିତ ଥିଲା, ଆଜି ନିବେଶକ ସମ୍ମିଳନୀ ଏବଂ ଶିଳ୍ପ କରିଡର ପାଇଁ ଜଣାଶୁଣା। ଦେଶ ଏବଂ ବିଶ୍ୱର କମ୍ପାନୀଗୁଡ଼ିକ ୟୁପି ନିବେଶକ ସମ୍ମିଳନୀରେ ଯୋଗ ଦିଅନ୍ତି। ତ୍ତର ପ୍ରଦେଶର ଇନଭେଷ୍ଟର ସମିଟ୍ରେ ଦେଶ ଓ ବିଶ୍ୱର କମ୍ପାନୀମାନେ ଆସୁଛନ୍ତି। ଯଦି ଭାରତ ଆଜି ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ହୋଇପାରିଛି ତେବେ ଏଥିରେ ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଜି ଭାରତ ଯେତେ ମୋବାଇଲ୍ ଫୋନ୍ ଉତ୍ପାଦନ କରେ ତାହାର ଅଧା ଆମ ରାଜ୍ୟରେ ନିର୍ମିତ ହେଉଛି। କିଛି ସପ୍ତାହ ପୂର୍ବରୁ, ମୁଁ ନୋଏଡାରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣନ୍ତି ଯେ ଏହି ଏଆଇର ଯୁଗରେ, ସେମିକଣ୍ଡକ୍ଟର ଏକ ବିଶାଳ କ୍ଷେତ୍ର ହେବାକୁ ଯାଉଛି। ଉତ୍ତର ପ୍ରଦେଶ ଏହି କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବାକୁ ଆଗକୁ ବଢ଼ୁଛି। ଭବିଷ୍ୟତରେ, ୟୁପିର ଲୋକଙ୍କ ପାଇଁ ଅପାର ସୁଯୋଗ ସହିତ ଏକ ବହୁତ ବଡ଼ କ୍ଷେତ୍ର ଖୋଲିବାକୁ ଯାଉଛି।
ବନ୍ଧୁଗଣ,
ଉତ୍ତର ପ୍ରଦେଶର ଶିଳ୍ପ ବିକାଶ ମଧ୍ୟ ଭାରତର ରଣନୈତିକ ଶକ୍ତିରେ ପରିଣତ ହେବାକୁ ଯାଉଛି। ଦେଶର ଦୁଇଟି ପ୍ରତିରକ୍ଷା କରିଡର ମଧ୍ୟରୁ ଗୋଟିଏ ଉତ୍ତର ପ୍ରଦେଶରେ ଅବସ୍ଥିତ। ପ୍ରମୁଖ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ଏଠାରେ କାରଖାନା ସ୍ଥାପନ କରୁଛନ୍ତି। ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ବ୍ରହ୍ମୋସ ଭଳି କ୍ଷେପଣାସ୍ତ୍ର ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି। ପ୍ରତିରକ୍ଷା ଉପକରଣ ନିର୍ମାଣ ପାଇଁ ଆବଶ୍ୟକ ଛୋଟ ଛୋଟ ଅଂଶ ଯୋଗାଣ ପାଇଁ MSME ଗୁଡ଼ିକୁ ନିୟୋଜିତ କରାଯାଉଛି। ଏହା ଉତ୍ତର ପ୍ରଦେଶର MSME କ୍ଷେତ୍ରକୁ ବହୁତ ଲାଭ ଦେଉଛି। ଏବେ ଛୋଟ ଜିଲ୍ଲାମାନେ ମଧ୍ୟ ଯୁବମାନେ ବଡ଼ ଶିଳ୍ପ ସହିତ ଯୋଡ଼ିବାର ସ୍ୱପ୍ନ ଦେଖିପାରୁଛନ୍ତି।
ବନ୍ଧୁଗଣ,
ଉତ୍ତର ପ୍ରଦେଶ ଆଜି ଏତେ ଦ୍ରୁତ ଗତିରେ ବିକାଶ କରୁଛି କାରଣ ଉତ୍ତର ପ୍ରଦେଶ ତା’ର ପୁରୁଣା ରାଜନୈତିକ ଦୃଶ୍ୟପଟକୁ ବଦଳାଇ ଏକ ନୂତନ ପରିଚୟ ସୃଷ୍ଟି କରିଛି। ମନେ ପକାନ୍ତୁ ପୂର୍ବରୁ ଉତ୍ତର ପ୍ରଦେଶ ତା’ର ଗର୍ତ୍ତ ପାଇଁ ଜଣାଶୁଣା ଥିଲା। ଆଜି, ସେହି ଉତ୍ତର ପ୍ରଦେଶ ଦେଶର ସର୍ବାଧିକ ସଂଖ୍ୟକ ଏକ୍ସପ୍ରେସୱେ ଥିବା ରାଜ୍ୟ ପାଲଟିଛି। ପୂର୍ବରୁ, ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ଯାତ୍ରା କରିବା ମଧ୍ୟ କଷ୍ଟକର ଥିଲା। କିନ୍ତୁ ଆଜି, ଉତ୍ତର ପ୍ରଦେଶରେ ୨୧ ଟି ବିମାନବନ୍ଦର ଏବଂ ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। ବର୍ତ୍ତମାନ, ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟିତ ହୋଇଛି। ଏହା ଗଙ୍ଗା ଏକ୍ସପ୍ରେସୱେରୁ ମାତ୍ର କିଛି ଘଣ୍ଟାର ଦୂରତାରେ ଅଛି ।
ଭାଇ ଓ ଭଉଣୀମାନେ,
ଆମର ଉତ୍ତର ପ୍ରଦେଶ ହେଉଛି ଭଗବାନ ରାମ ଏବଂ ଭଗବାନ କୃଷ୍ଣଙ୍କ ଭୂମି। ତଥାପି, ପୂର୍ବ ସରକାରମାନେ ସେମାନଙ୍କର କାର୍ଯ୍ୟ ଦ୍ୱାରା ଅପରାଧ ଏବଂ ଜଙ୍ଗଲ ରାଜକୁ ଉତ୍ତର ପ୍ରଦେଶର ପରିଚୟ କରିଦେଇଥିଲେ। ୟୁପିର ମାଫିଆମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ, ୟୁପିର ଆଇନ ଏବଂ ବ୍ୟବସ୍ଥାକୁ ସାରା ଦେଶରେ ଏକ ଉଦାହରଣ ଭାବରେ ଦର୍ଶାଯାଉଛି।
ଭାଇ ଓ ଭଉଣୀମାନେ,
ସମଜବାଦୀ ପାର୍ଟି, ଯେଉଁମାନେ କ୍ଷମତା ହରାଇଛନ୍ତି ଏବଂ ସମ୍ବଳ ଲୁଟରେ ଲିପ୍ତ ଅଛନ୍ତି, ସେମାନେ ଉତ୍ତର ପ୍ରଦେଶର ଏହି ପ୍ରଗତିରେ ଖୁସି ନୁହଁନ୍ତି। ସେମାନେ ପୁଣି ଥରେ ଉତ୍ତର ପ୍ରଦେଶକୁ ଅତୀତକୁ ଫେରାଇ ନେବାକୁ ଚାହୁଁଛନ୍ତି। ସେମାନେ ପୁଣି ଥରେ ସମାଜକୁ ବିଭାଜିତ ଏବଂ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି।
ବନ୍ଧୁଗଣ,
ସମାଜବାଦୀ ପାର୍ଟି ବିକାଶ ବିରୋଧୀ ଏବଂ ମହିଳା ବିରୋଧୀ। ସମ୍ପ୍ରତି, ଦେଶ ପୁଣି ଥରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଭଳି ଦଳଗୁଡ଼ିକର ପ୍ରକୃତ ଚେହେରା ଦେଖିଛି। କେନ୍ଦ୍ରର ଏନଡିଏ ସରକାର ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନ ପ୍ରଚଳନ କରିଥିଲେ। ଯଦି ଏହି ସଂଶୋଧନ ଗୃହୀତ ହୋଇଥାନ୍ତା, ତେବେ ୨୦୨୯ ନିର୍ବାଚନ ପୂର୍ବରୁ ମହିଳାମାନେ ବିଧାନସଭା ଏବଂ ଲୋକସଭାରେ ସଂରକ୍ଷଣ ପାଇଥାନ୍ତେ! ଆମର ବହୁ ସଂଖ୍ୟକ ମା’ ଏବଂ ଭଉଣୀ ସାଂସଦ ଏବଂ ବିଧାୟକ ହୋଇ ଦିଲ୍ଲୀ ଓ ଲକ୍ଷ୍ନୌରେ ପହଞ୍ଚିଥାନ୍ତେ। ତାହା ମଧ୍ୟ, ଅନ୍ୟ କୌଣସି ବର୍ଗର ଆସନ ହ୍ରାସ ନକରି! ତଥାପି, ସମାଜବାଦୀ ପାର୍ଟି ଏହି ସଂଶୋଧନ ବିଲ୍ ବିରୋଧରେ ଭୋଟ୍ ଦେଇଥିଲା।
ବନ୍ଧୁଗଣ,
ଏହି ବିଲ୍ ସମସ୍ତ ରାଜ୍ୟର ଆସନ ବୃଦ୍ଧି କରିଥାନ୍ତା। ଆମେ ସଂସଦରେ ସ୍ପଷ୍ଟ ଭାବରେ କହିଥିଲୁ ଯେ ସମସ୍ତ ରାଜ୍ୟର ଆସନ ସମାନ ଅନୁପାତରେ ବୃଦ୍ଧି ପାଇବ। କିନ୍ତୁ DMK ଭଳି ଦଳ, ଯେଉଁମାନେ ଉତ୍ତର ପ୍ରଦେଶକୁ ଦୁର୍ବ୍ୟବହାର କରି ରାଜନୀତି କରନ୍ତି, ସେମାନେ ୟୁପିର ଆସନ ବୃଦ୍ଧି ପାଇବାକୁ ବିରୋଧ କରିଥିଲେ। ଦେଖନ୍ତୁ, ସମାଜବାଦୀ ପାର୍ଟି ସଂସଦରେ ସେମାନଙ୍କର ଭାବନାକୁ ପ୍ରତିଫଳିତ କରୁଥିଲା। ଏହି ଏସପି ସଦସ୍ୟମାନେ ଆପଣଙ୍କ ଭୋଟ ନେଇ ସଂସଦକୁ ଯାଆନ୍ତି, ଏବଂ ତା’ପରେ, ସଂସଦରେ, ଉତ୍ତର ପ୍ରଦେଶର ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ସହିତ ଠିଆ ହୁଅନ୍ତି। ସେଥିପାଇଁ ଉତ୍ତର ପ୍ରଦେଶର ଲୋକମାନେ କୁହନ୍ତି ଯେ ସମାଜବାଦୀ ପାର୍ଟି କେବେ ଉନ୍ନତି କରିପାରିବ ନାହିଁ। ଏହି ଲୋକମାନେ ସର୍ବଦା ମହିଳା ବିରୋଧୀ ରାଜନୀତିରେ ସାମିଲ ହେବେ। ସେମାନେ ସର୍ବଦା ତୁଷ୍ଟୀକରଣ ଏବଂ ଅପରାଧୀଙ୍କ ସହିତ ଠିଆ ହେବେ। ଏସପି କେବେ ପରିବାରଭିତ୍ତିକ ଏବଂ ଜାତିବାଦରୁ ଉପରକୁ ଉଠିବ ନାହିଁ। ଏହି ଲୋକମାନେ ସର୍ବଦା ବିକାଶ ବିରୋଧୀ ରାଜନୀତିରେ ସାମିଲ ହେବେ। ଉତ୍ତର ପ୍ରଦେଶକୁ ଏସପି ଏବଂ ଏହାର ସହଯୋଗୀମାନଙ୍କଠାରୁ ସତର୍କ ରହିବାକୁ ପଡିବ।
ବନ୍ଧୁଗଣ,
ଆଜି ଦେଶ ଗୋଟିଏ ସଂକଳ୍ପ ନେଇ ଆଗକୁ ବଢ଼ୁଛି: ଏକ ବିକଶିତ ଭାରତ ପାଇଁ ସଂକଳ୍ପ! ଏହି ସଂକଳ୍ପକୁ ପୂରଣ କରିବାରେ ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣ ସମସ୍ତେ ଦେଖୁଛନ୍ତି ଯେ ଆଜି ସମଗ୍ର ବିଶ୍ୱ ଯୁଦ୍ଧ, ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟରେ ଫସି ରହିଛି। ପ୍ରମୁଖ ଦେଶଗୁଡ଼ିକର ପରିସ୍ଥିତି ଭୟଙ୍କର। ତଥାପି, ଭାରତ ବିକାଶ ପଥରେ ସମାନ ଗତିରେ ଆଗକୁ ବଢ଼ୁଛି। ବାହ୍ୟ ଶତ୍ରୁମାନେ ଏହାକୁ ପସନ୍ଦ କରନ୍ତି ନାହିଁ। କ୍ଷମତା ପାଇଁ ଭିତରେ ବସିଥିବା କିଛି ଲୋକ, କ୍ଷମତା ପାଇଁ ଭୋକିଲା, ଭାରତକୁ ତଳକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ତଥାପି, ଆମେ କେବଳ ସୁରକ୍ଷିତ ନୁହେଁ ବରଂ ବିକାଶର ନୂତନ ରେକର୍ଡ ମଧ୍ୟ ସ୍ଥାପନ କରୁଛୁ। ଆମେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଆଗକୁ ବଢ଼ାଉଛୁ। ଆମେ ସବୁଠାରୁ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛୁ। ଗଙ୍ଗା ଏକ୍ସପ୍ରେସୱେ ଏହି ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ। ମୁଁ ନିଶ୍ଚିତ ଯେ ଗଙ୍ଗା ଏକ୍ସପ୍ରେସୱେ ଯେଉଁ ସମ୍ଭାବନା ଆମ ସମ୍ମୁଖରେ ଆଣିବ, ଉତ୍ତର ପ୍ରଦେଶର ଲୋକମାନେ ସେଗୁଡ଼ିକୁ ତାଙ୍କର ପରିଶ୍ରମ ଓ ପ୍ରତିଭାରେ ସାକାର କରିବେ। ଏହି ସଂକଳ୍ପ ସହିତ, ଆପଣମାନଙ୍କୁ ମୋର ହୃଦୟର ଅଭିନନ୍ଦନ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ଭରତ ମାତା କି ଜୟ |
ଭରତ ମାତା କି ଜୟ |
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବହୁତ ବହୁତ ଧନ୍ୟବାଦ!
*****
SPD
Speaking at the inauguration of the Ganga Expressway in Hardoi. This transformative infrastructure project will boost connectivity and drive progress across Uttar Pradesh. https://t.co/UoFCdwSRmO
— Narendra Modi (@narendramodi) April 29, 2026
जैसे मां गंगा हजारों वर्षों से यूपी की और इस देश की जीवनरेखा रहीं हैं... वैसे ही, आधुनिक प्रगति के इस दौर में उनके समीप से गुजरता ये एक्स्प्रेसवे... ये यूपी के विकास की नई lifeline बनेगा: PM @narendramodi during inauguration of the Ganga Expressway in Hardoi
— PMO India (@PMOIndia) April 29, 2026
कुछ ही दिन पहले मुझे दिल्ली-देहरादून एक्सप्रेसवे के लोकार्पण का अवसर मिला था।
— PMO India (@PMOIndia) April 29, 2026
तब मैंने कहा था कि ये नए बनते एक्सप्रेसवे... विकसित होते भारत की हस्तरेखाएं हैं... और ये आधुनिक हस्तरेखाएं... आज भारत के उज्ज्वल भविष्य का जयघोष कर रही हैं: PM @narendramodi
गंगा एक्सप्रेसवे यूपी के एक छोर को दूसरे छोर से तो जोड़ता ही है।
— PMO India (@PMOIndia) April 29, 2026
ये NCR की असीम संभावनाओं को भी करीब लाएगा: PM @narendramodi