ପିଏମଇଣ୍ଡିଆ
ମାନ୍ୟବର ରାଜ୍ୟପାଳ ଶ୍ରୀ ଆର. ଏନ. ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ପ୍ରତାପରାଓ ଜାଧବ ଜୀ, ମଞ୍ଚରେ ଉପସ୍ଥିତ ସମସ୍ତ ସମ୍ମାନିତ ବ୍ୟକ୍ତି, କୋଲକାତାରେ ଏକତ୍ରିତ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀ, ଭାରତ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଏହି ଯୋଗ ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି, ଏବଂ ମୋର ପ୍ରିୟ ଦେଶବାସୀଙ୍କୁ ମୋର ଶୁଭେଚ୍ଛା।
ଜୁନ୍ ୨୧ ତାରିଖ ହେଉଛି ସେହି ଦିନ ଯେତେବେଳେ ପୃଥିବୀର କିଛି ସ୍ଥାନରେ ଦିନ ସବୁଠାରୁ ଲମ୍ବା ହୋଇଥାଏ। ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗୁଁ, ଏବେ ଜୁନ୍ ୨୧ ତାରିଖ ବିଶ୍ୱର ସର୍ବବୃହତ ସାମୂହିକ ଉତ୍ସବର ଦିନ ମଧ୍ୟ ହୋଇଯାଇଛି। ବିଶ୍ୱର ବିଭିନ୍ନ କୋଣରୁ, ଯୋଗର ଅନେକ ଚମତ୍କାର ଫଟୋ ସବୁ ଆସୁଛି। ଭାରତରେ, ହିମାଳୟରୁ ଭାରତ ମହାସାଗର ପର୍ଯ୍ୟନ୍ତ, ଉତ୍ତର-ପୂର୍ବ ଏବଂ ପୂର୍ବରେ ବଙ୍ଗଳାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ, ସମଗ୍ର ଦେଶ ଯୋଗର ଶକ୍ତି ଏବଂ ଚେତନା ସହିତ ପରିପୂର୍ଣ୍ଣ ଦେଖାଯାଉଛି। ସମଗ୍ର ଦେଶ, ସମଗ୍ର ବିଶ୍ୱ ଭିତରେ ସଂଯୋଗ ପରିଦୃଶ୍ୟ ହେଉଛି – ଏବଂ ଏହା ହିଁ ଯୋଗର ପ୍ରକୃତ ଶକ୍ତି। ଯୋଗ ସମସ୍ତଙ୍କୁ ଏକତ୍ର କରେ, ଯୋଗ ସମସ୍ତଙ୍କୁ ଏକାଠି କରେ। ଏହି ଅବସରରେ, ମୁଁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମଗ୍ର ବିଶ୍ୱକୁ, ସମଗ୍ର ମାନବ ସମାଜକୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
ଆଜି, ଯୋଗ ଦିବସରେ, ମୁଁ କୋଲକାତାର ଲୋକମାନଙ୍କୁ ଏଠାରେ, ବିଶେଷ କରି ବଙ୍ଗଳାରେ ସୃଷ୍ଟି ହୋଇଥିବା ସ୍ୱଚ୍ଛତାର ଯୋଗ ପାଇଁ ପ୍ରଶଂସା କରିବାକୁ ଚାହୁଁଛି। ଏହା ଏକ ଚମତ୍କାର ପଦକ୍ଷେପ – ସ୍ୱଚ୍ଛତା ସେ ସ୍ୱାଗତ ପଦକ୍ଷେପ ପାଇଁ ଏଠାରେ ଯେଉଁ ନିରନ୍ତର ପ୍ରୟାସ ଏବଂ ନାଗରିକତାର କର୍ତ୍ତବ୍ୟ ଗ୍ରହଣ କରାଯାଇଛି, ତାହା ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏକ ମହାନ ପ୍ରେରଣା ପାଲଟିଛି।
ବନ୍ଧୁଗଣ,
ଯୋଗ ଦିବସ ଅବସରରେ ବଙ୍ଗଳାରେ ରହିବା ପ୍ରକୃତରେ ସ୍ୱତନ୍ତ୍ର। ଏହି ପବିତ୍ର ବଙ୍ଗଳା ଭୂମି, ଯେଉଁଠାରେ ଭଗବାନ ରାମକୃଷ୍ଣ ପରମହଂସଙ୍କ ଭଳି ସନ୍ଥ ଜନ୍ମଗ୍ରହଣ କରିଥିଲେ, ଯେଉଁଠାରେ ସ୍ୱାମୀ ବିବେକାନନ୍ଦ ସମଗ୍ର ବିଶ୍ୱକୁ ଯୋଗର ପରିଚୟ ଦେଇଥିଲେ, ଯେଉଁଠାରେ ମହର୍ଷି ଅରବିନ୍ଦଙ୍କ ଭଳି ମହାନ ଯୋଗୀ ଜନ୍ମଗ୍ରହଣ କରିଥିଲେ, ଯେଉଁଠାରେ ଲାହିରୀ ମହାଶୟ ଯୋଗ ପରମ୍ପରାକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ – ଏହି ମାଟିରେ ସାମୂହିକ ଯୋଗ ଅନୁଭବ କରିବା ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରେ। ଏହି ଭୂମିରେ ଜନ୍ମଗ୍ରହଣ କରିଥିବା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ବିଶ୍ୱାସ କରୁଥିଲେ ଯେ, ‘ମଣିଷର ପରିଚୟ ପୃଥକ ରହିବାରେ ନୁହେଁ, ବରଂ ତା’ ଚାରିପାଖର ଜଗତ ସହିତ ଯୋଡ଼ି ହେବାରେ ନିହିତ’। ଏହି ସଂଯୋଗ ହେଉଛି ଯୋଗର ସାରମର୍ମ। ମହର୍ଷି ଅରବିନ୍ଦ ମଧ୍ୟ କହିଥିଲେ, ‘ଆମର ସମଗ୍ର ଜୀବନ ହେଉଛି ଯୋଗ, ଆମେ ଏହା ବିଷୟରେ ସଚେତନ ଥାଉ କିମ୍ଵା ନ ଥାଉ’। ଯେତେବେଳେ ଯୋଗ ଆମର ପ୍ରକୃତିର ଅଂଶ ହୋଇଯାଏ, ସେତେବେଳେ ଏହା ମାନବ ଏକତାର ମୂଳଦୁଆ ପାଲଟିଯାଏ।
ବନ୍ଧୁଗଣ,
ଯୋଗ କେବଳ ଶାରୀରିକ ବ୍ୟାୟାମର ଏକ ମାଧ୍ୟମ ନୁହେଁ। ଯୋଗ କୌଣସି ଗୋଟିଏ ବୟସ ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ। ଆମେ ଜାଣିଛୁ ଏବଂ ଅନୁଭବ କରିଛୁ, ଭାରତରେ ଯୋଗ ମାନବ ଜୀବନରେ ଏକ ଆଲୋକ, ଏହା ଚେତନା ଏବଂ ଶକ୍ତି ସହିତ ଏକ ମିଶ୍ରଣ। ସେଥିପାଇଁ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁକୁ ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ଭାବରେ ଚୟନ କରାଯାଇଛି। ବୟସ ବଢ଼ିବା ସହିତ ମଧ୍ୟ, ଆମେ ସୁସ୍ଥ, ଶକ୍ତିଶାଳୀ ଏବଂ ସକ୍ରିୟ ରହିପାରିବା – ଯୋଗ ଆମକୁ ଏଥିପାଇଁ ପଥ ଦେଖାଏ।
ବନ୍ଧୁଗଣ,
ଯେତେବେଳେ ଆମେ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” କଥା କହୁ, ଏହାର ଅର୍ଥ ହେଉଛି ଯେ ଆମେ ଏହା ନିଶ୍ଚିତ କରିବା, ଯେପରି ବୟସ ମଣିଷ ଭିତରେ ରହିଥିବା ସମ୍ଭାବନାକୁ ହ୍ରାସ ନ କରେ। ଯୋଗ ମାନବ ଜୀବନକୁ ନିରନ୍ତର ବିକଶିତ କରିବା ପାଇଁ ମନରେ ଆଶା ସୃଷ୍ଟି କରିବାରେ ସାହାଯ୍ୟ କରିପାରେ। ୨୦ ବର୍ଷ ବୟସରେ ଆମେ ଯେତିକି ନମନୀୟ, ୪୦ ବର୍ଷ ବୟସରେ ତା’ ଠାରୁ ଅଧିକ ନମନୀୟ ହେବା ଆମର ଲକ୍ଷ୍ୟ ଉଚିତ। ୩୦ ବର୍ଷ ବୟସ ଅପେକ୍ଷା ୫୦ ବର୍ଷ ବୟସରେ ଅଧିକ ଶକ୍ତିଶାଳୀ ହେବା ଆମର ଲକ୍ଷ୍ୟ ଉଚିତ। ୫୦ ବର୍ଷ ବୟସ ଅପେକ୍ଷା ୭୦ ବର୍ଷ ବୟସରେ ଜୀବନଶୈଳୀ ଯୋଗୁଁ ସୃଷ୍ଟି ହେଉଥିବା ରୋଗ ପ୍ରତି ଅଧିକ ପ୍ରତିରୋଧୀ ହେବା ଆମର ଲକ୍ଷ୍ୟ ଉଚିତ। ଏଥିରେ ଯୋଗ ଆମକୁ ସାହାଯ୍ୟ କରିପାରିବ। ଏହା ଆମ ଶରୀରକୁ ନମନୀୟ ହେବାରେ ସାହାଯ୍ୟ କରେ। ଏହା ଆମର ଶକ୍ତି ସ୍ତରକୁ ଉଚ୍ଚ ରଖେ, ଏହା ଆମକୁ ଏକ ଶାନ୍ତିପୂର୍ଣ ଚାପମୁକ୍ତ ଜୀବନ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ ଏବଂ ଜୀବନଶୈଳୀ କାରଣରୁ ହେଉଥିବା ରୋଗକୁ ଦୂରରେ ରଖିବାରେ ସହାୟତା ପ୍ରଦାନ କରେ। ଅଧିକନ୍ତୁ, ନିୟମିତ ଅଭ୍ୟାସ ସହିତ, ଯୋଗ ଆମକୁ ନିଜ ଶରୀର ଏବଂ ମନର ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବାକୁ ଶିଖାଏ। ଆମେ ଯେତେ ଅଧିକ ନିଜ ବିଷୟରେ ଜାଣିବା, ଆମେ ନିଜକୁ ସେତେ ଭଲ ଭାବରେ ପରିଚାଳନା କରିପାରିବା। ସେଥିପାଇଁ, ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ହେଉଛି ଆମର ଏଥରର ବିଷୟବସ୍ତୁ। ଏହି ବିଷୟବସ୍ତୁ କେବଳ ବୟସ୍କମାନଙ୍କ ପାଇଁ ନୁହେଁ, ସମସ୍ତ ବୟସର ଲୋକଙ୍କ ପାଇଁ ବୋଲି ଆମେ ଜାଣିବା ଆବଶ୍ୟକ।
ବନ୍ଧୁଗଣ,
ଗୀତାରେ ଭଗବାନ କୃଷ୍ଣ ଯୋଗ ବିଷୟରେ କହିଥିଲେ: “ଯୁକ୍ତ ଆହାର ବିହାରସ୍ୟ , ଯୁକ୍ତ ଚେଷ୍ଟାସ୍ୟ କର୍ମସୁ , ଯୁକ୍ତ ସ୍ଵପ୍ନାଭବୋଧସ୍ୟ, ଯୋଗ ଭବତି ଦୁଃଖା ।” ଏହାର ଅର୍ଥ ହେଉଛି ସନ୍ତୁଳିତ ଖାଦ୍ୟ ଏବଂ ମନୋରଞ୍ଜନ, ସନ୍ତୁଳିତ କାର୍ଯ୍ୟ ଏବଂ କର୍ତ୍ତବ୍ୟ, ସନ୍ତୁଳିତ ନିଦ୍ରା ଏବଂ ଜାଗ୍ରତତା ମାଧ୍ୟମରେ, ଯୋଗ ଦୁଃଖର ବିନାଶକ ହୋଇଯାଏ। ସନ୍ତୁଳନ ହେଉଛି ଯୋଗର ମୂଳଦୁଆ। ସନ୍ତୁଳନ ମଧ୍ୟ ଆମ ଜୀବନର ଆଧାର। ତଥାପି, ଆଧୁନିକ ସମୟରେ, ଅଧିକାଂଶ ଲୋକ ଜୀବନରେ ଅସନ୍ତୁଳନ ସହିତ ସଂଘର୍ଷ କରନ୍ତି। ଯୋଗ ଆମକୁ ସନ୍ତୁଳିତ ଉପାୟରେ ବଞ୍ଚିବାର କଳା ଶିଖାଏ। ଯୋଗ ଆମକୁ କ’ଣ କରିବା ଏବଂ କ’ଣ ନକରିବା ତାହା ଦେଖାଇଥାଏ। ଏବଂ ଯେତେବେଳେ ଆମେ ଆମ ଶରୀରକୁ ସଠିକ୍ ଭାବରେ ମାର୍ଗଦର୍ଶନ କରିବା ଶିଖିଥାଉ, ଆମର ସ୍ୱାସ୍ଥ୍ୟ ପ୍ରାକୃତିକ ଅବସ୍ଥାରେ ରହିଥାଏ।
ବନ୍ଧୁଗଣ,
ଯୋଗ କେବଳ ଆମର ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଏ ନାହିଁ। ଯୋଗ ମାନସିକ ସ୍ୱାସ୍ଥ୍ୟରୁ ଶାରୀରିକ ସ୍ୱାସ୍ଥ୍ୟ ଆଡ଼କୁ ପଥ ଦେଖାଏ। ସେଥିପାଇଁ ଯୋଗରେ କୁହାଯାଇଛି – “ଯୁକ୍ତ ଚେଷ୍ଟାସ୍ୟ ” କର୍ମସୁ ” – ଅର୍ଥ, ଆମକୁ କ’ଣ କରିବା ଉଚିତ ଏବଂ କ’ଣ ନକରିବା ଉଚିତ ସେ ବିଷୟରେ ସଚେତନତା। ଏହି ସଚେତନତା ଆମ ଜୀବନରେ ଶାନ୍ତିର ଏକ ଉତ୍ସ ପାଲଟିଥାଏ, ଏବଂ ଏହା ବିଶ୍ୱ ଶାନ୍ତିର ପଥ ମଧ୍ୟ ଖୋଲିଥାଏ। ସେଥିପାଇଁ ଆଜି ଯୋଗ କେବଳ ଆମର ବ୍ୟକ୍ତିଗତ ଜୀବନଶୈଳୀ ପାଇଁ ଅତ୍ୟାବଶ୍ୟକ ନୁହେଁ, ବରଂ ଏହା ବିଶ୍ୱର ଏକ ଉତ୍ତମ ଭବିଷ୍ୟତ ପାଇଁ ମଧ୍ୟ ଏକ ଆବଶ୍ୟକତା।
ବନ୍ଧୁଗଣ,
ଅନ୍ତର୍ଜାତୀୟ ଯୋଗ ଦିବସରେ, ଲକ୍ଷ ଲକ୍ଷ ଲୋକ ଯୋଗ ସହିତ ଯୋଡ଼ି ହୁଅନ୍ତି। କିନ୍ତୁ ଆଜି ଦିନଟି ଆମକୁ ଆମର ମିଳିତ ସଂକଳ୍ପକୁ ନବୀକରଣ କରିବାର ସୁଯୋଗ ଦିଏ। ଆସନ୍ତୁ ଆମେ ପ୍ରତିଜ୍ଞା କରିବା ଯେ ଯୋଗ କେବଳ ଗୋଟିଏ ଦିନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ଯୋଗ କେବଳ ଗୋଟିଏ କାର୍ଯ୍ୟକ୍ରମରେ ସୀମିତ ରହିବ ନାହିଁ। ଆମେ ଯୋଗକୁ ଆମ ଜୀବନର ଏକ ଅଂଶ, ଆମ ପରିବାରର ଏକ ଅଂଶ ଏବଂ ଭବିଷ୍ୟତ ପିଢ଼ିର ଏକ ଅଂଶ କରିବା।
ବନ୍ଧୁଗଣ,
ଏହି ଦିଗରେ, ଚଳିତ ବର୍ଷ “ଯୋଗ ୩୬୫” ପ୍ରୟାସକୁ ମଧ୍ୟ ଆଗକୁ ବଢ଼ାଯାଇଛି। ଏହା ଅଧୀନରେ, ଏକ ୧୦୦ ଦିନିଆ ଅନଲାଇନ୍ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଜନସାଧାରଣଙ୍କ ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିଛି। ୧୩୦ ଟି ଦେଶର ୩ ନିୟୁତରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଛନ୍ତି।
ବନ୍ଧୁଗଣ,
ଯେତେବେଳେ ସମାଜ ସୁସ୍ଥ ହୁଏ, ଦେଶ ଅଧିକ ସକ୍ଷମ, ଅଧିକ ସମୃଦ୍ଧ ଏବଂ ଅଧିକ ଆତ୍ମବିଶ୍ୱାସୀ ହୋଇଯାଏ। ମୁଁ ଆପଣମାନଙ୍କ ସମସ୍ତଙ୍କ ପାଇଁ କାମନା କରୁଛି: “ସର୍ବେ ଭବନ୍ତୁ ସୁଖିନଃ, ସର୍ଭେ ସନ୍ତୁ ନିରାମୟ।” ଏହା ସହିତ, ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ବହୁତ ବହୁତ ଧନ୍ୟବାଦ!
*****
SSP
From physical wellness to inner peace, yoga enriches every aspect of life. Delighted to join this year’s celebrations in Kolkata. https://t.co/75UZECw8JR
— Narendra Modi (@narendramodi) June 21, 2026
Yoga connects us all and brings us together. pic.twitter.com/ghpAAVOmxE
— PMO India (@PMOIndia) June 21, 2026
When yoga becomes a way of life, it becomes the foundation of human unity. pic.twitter.com/FLxB961hWN
— PMO India (@PMOIndia) June 21, 2026
Yoga helps us tune our bodies to be flexible.
— PMO India (@PMOIndia) June 21, 2026
It keeps our energy levels high. pic.twitter.com/zQxvJeJwv8
Yoga teaches us the art of living a balanced life. pic.twitter.com/gcfmQX9dmM
— PMO India (@PMOIndia) June 21, 2026
Yoga shows the path from mental well-being to physical well-being. pic.twitter.com/O81tKmKfHi
— PMO India (@PMOIndia) June 21, 2026