Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିରନ୍ତର ଅଭ୍ୟାସ ମାଧ୍ୟମରେ ଅଭିବୃଦ୍ଧି ହାସଲ କରିବାରେ ଧ୍ୟାନ ଏବଂ ଇଚ୍ଛାଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସୁଭାଶିତମ୍‍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଧ୍ୟାନ ଏବଂ ଇଚ୍ଛାଶକ୍ତିକୁ ମଜବୁତ କରିବାରେ ନିୟମିତ ଅଭ୍ୟାସ ଏବଂ ଉତ୍ସର୍ଗୀକୃତ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ଏକାଗ୍ରତାୟ ଷଡକଳ୍ପଃ ସ୍ନାୟୁବଦ୍‍ ବର୍ଦ୍ଧନକ୍ଷମୌ ।

ନିତ୍ୟାଭ୍ୟାସପ୍ରଯୋଗଭା ମଧିକାଧିକମୁଧ୍ୟତଃ ।।’’

ଧ୍ୟାନ ଏବଂ ଇଚ୍ଛାଶକ୍ତି ଆମ ସ୍ନାୟୁତନ୍ତ୍ର ଭଳି। ନିୟମିତ ଅଭ୍ୟାସ ଏବଂ ସଠିକ୍ ପ୍ରୟାସ ଦ୍ୱାରା ସେଗୁଡ଼ିକୁ ବିକଶିତ ଏବଂ ସୁଦୃଢ଼ କରାଯାଇପାରିବ। ସମୟ ସହିତ, ଉଭୟ ଅଧିକ ଶକ୍ତିଶାଳୀ ଏବଂ ଅଧିକ ପ୍ରଭାବଶାଳୀ ହୋଇଯାଆନ୍ତି ।’’

HS