Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ବନ୍ୟା ପରିସ୍ଥିତିର ସମୀକ୍ଷା ସହିତ ଦୁଇ ରାଜ୍ୟର ସାଂସଦଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ସାଂସଦମାନଙ୍କୁ ଭେଟିଛନ୍ତି ଏବଂ ବନ୍ୟା କାରଣରୁ ଦୁଇ ରାଜ୍ୟର ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ବନ୍ୟା ଜନିତ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିବେ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ।

ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ସାଂସଦମାନଙ୍କ ସହ ଏକ ବୈଠକ ହୋଇଥିଲା। ଆମେ ଏହି ରାଜ୍ୟଗୁଡ଼ିକର ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲୁ। ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିବେ। ସମସ୍ତଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ”

HS