ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମ–ଉପଲବ୍ଧିର ପରିବର୍ତ୍ତନକାରୀ ଶକ୍ତି ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ନିଜ ପ୍ରକୃତ ଆତ୍ମଜ୍ଞାନ ଅସୀମ ଆଭ୍ୟନ୍ତରୀଣ ଶକ୍ତି ଏବଂ ଆତ୍ମବିଶ୍ୱାସକୁ ଜାଗ୍ରତ କରିଥାଏ, ମାନସିକ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ଏବଂ ଗଭୀର ଶାନ୍ତି ଏବଂ ମୁକ୍ତି ଦିଗରେ ମାର୍ଗଦର୍ଶନ କରିଥାଏ।
ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି ଶ୍ରୀ ମୋଦୀ ‘ଏକ୍ସ “ଉପରେ ଲେଖିଥିଲେ;
‘‘ପ୍ରତିବୋଧବିଦିତଂ ମତମମୃତତ୍ବଂ ହି ବିନ୍ଦତେ ।
ଆତ୍ମନା ବିନ୍ଦତେ ବୀର୍ଯ୍ୟଂ ବିଦ୍ୟା ବିନ୍ଦତେମୃତମ୍ ।।’’
HS
प्रतिबोधविदितं मतममृतत्वं हि विन्दते। आत्मना विन्दते वीर्यं विद्यया विन्दतेऽमृतम्॥ https://t.co/eKFWbxAdMk
— Narendra Modi (@narendramodi) November 4, 2026