ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ + ୧୧୦ କେଜି ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଲଭପ୍ରୀତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଲଭପ୍ରୀତ ସିଂ ତାଙ୍କ ଉଲ୍ଲେଖନୀୟ ପ୍ରୟାସ ଦ୍ୱାରା ଏହି ପ୍ରତିଯୋଗିତାରେ ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି।
ଶ୍ରୀ ମୋଦୀ ତାଙ୍କ ସମର୍ପଣ ଏବଂ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“ପୁରୁଷ + ୧୧୦ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ଲଭକ୍ରୀତ ସିଂଙ୍କ ଚମତ୍କାର ପ୍ରଦର୍ଶନ। ଏହି ଖେଳରେ ତାଙ୍କର ଉଲ୍ଲେଖନୀୟ ପ୍ରୟାସ ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ମଧ୍ୟ ସ୍ଥାପନ କରିଥିଲା। ତାଙ୍କର ସମର୍ପଣ ଏବଂ ଦୃଢ ସଂକଳ୍ପ ବାସ୍ତବରେ ପ୍ରଶଂସନୀୟ। ଆଗାମୀ ପ୍ରୟାସ ପାଇଁ ତାଙ୍କୁ ମୋର ଶୁଭେଚ୍ଛା।
#CWG2026”
HS
Exceptional performance by Lovepreet Singh for winning a Silver in the Men's +110kg event. His outstanding effort in the snatch set a new Commonwealth Games record too. His dedication and determination are truly admirable. My best wishes to him for the endeavours ahead.#CWG2026 pic.twitter.com/fwgvJ5G3Vv
— Narendra Modi (@narendramodi) July 31, 2026