ପିଏମଇଣ୍ଡିଆ
ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ତଥା ବୁରୁଣ୍ଡି ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଏଭାରିଷ୍ଟେ ନଦାଇଶିମିୟେଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
୨୦୨୩ରେ ଭାରତର ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘକୁ ଜି୨୦ ଗୋଷ୍ଠୀରେ ସାମିଲ କରିବାରେ ଭାରତର ଭୂମିକାକୁ ସ୍ମରଣ କରି ଉଭୟ ନେତା ଭାରତ-ଆଫ୍ରିକୀୟ ସଂଘର ଭାଗୀଦାରୀ ଗ୍ଲୋବାଲ୍ ସାଉଥ୍ ମଧ୍ୟରେ ସହଯୋଗର ଏକ ମୁଖ୍ୟ ସ୍ତମ୍ଭ ବୋଲି ଗୁରୁତ୍ୱାରୋପ କରିଥିଲେ । ସେମାନେ ପାରସ୍ପରିକ ସୁବିଧାଜନକ ତାରିଖରେ ଚତୁର୍ଥ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀର ଶୀଘ୍ର ଆୟୋଜନ ଉପରେ ଆଲୋଚନା କରିଥିଲେ ।
ଇବୋଲା ମହାମାରୀର ମୁକାବିଲାରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ସଂଘର ନେତୃତ୍ୱକୁ ପ୍ରଶଂସା କରିଥିଲେ । ଏହି ମହାମାରୀର ପ୍ରଭାବ ହ୍ରାସ କରିବାରେ ସହାୟତା ପାଇଁ ଭାରତ ପକ୍ଷରୁ ‘ଆଫ୍ରିକା ସିଡିସି’କୁ ଯୋଗାଇ ଦିଆଯାଇଥିବା ଚିକିତ୍ସା ସହାୟତାକୁ ଏୟୁ ଅଧ୍ୟକ୍ଷ ପ୍ରଶଂସା କରିଥିଲେ ।
ଉଭୟ ନେତା ଭାରତ-ବୁରୁଣ୍ଡି ସମ୍ପର୍କ ଉପରେ ଆଲୋଚନା କରିଥିଲେ, ଯାହା ସୌହାର୍ଦ୍ଦ୍ୟ, ଏକତା ଏବଂ ସାମୂହିକ ବିକାଶମୂଳକ ଆକାଂକ୍ଷା ଉପରେ ଆଧାରିତ । ସେମାନେ ଅର୍ଥନୈତିକ ସହଯୋଗ, ବିକାଶ ଭାଗୀଦାରୀ, କୃଷି କ୍ଷେତ୍ରରେ ଆଧୁନିକୀକରଣ, ସ୍ୱାସ୍ଥ୍ୟସେବା ଏବଂ କ୍ଷମତା ନିର୍ମାଣ ପଦକ୍ଷେପ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ।
SR
PM @narendramodi met President @GeneralNeva of Burundi on the sidelines of the BRICS Summit. The two leaders explored new avenues to expand the India-Burundi partnership, including agriculture, clean energy, youth skilling, development cooperation and capacity building. pic.twitter.com/I91Cxdlz9i
— PMO India (@PMOIndia) September 13, 2026
Delighted to meet President Évariste Ndayishimiye of Burundi on the sidelines of the BRICS Summit.
— Narendra Modi (@narendramodi) September 13, 2026
Congratulated Burundi on assuming the Chair of the African Union.
We discussed strengthening India-Burundi ties in development cooperation, capacity building, youth skilling,… pic.twitter.com/YcyKFWkVq4