Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା


୭ ଅକ୍ଟୋବର ୨୦୨୬ରେ ସରକାରଙ୍କ ମୁଖ୍ୟ ଭାବରେ କ୍ରମାଗତ ୨୫ ବର୍ଷର ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରମୁଖ ବିଶ୍ୱ ନେତାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିତିଥିବା ଏହି ପଚିଶ ବର୍ଷର ଯାତ୍ରାକୁ ଉଲ୍ଲେଖ କରି ବିଶ୍ୱ ନେତାମାନେ ତାଙ୍କର ପରିବର୍ତ୍ତନକାରୀ ନେତୃତ୍ୱ, ସୁଶାସନ ପ୍ରତି ଥିବା ନିଷ୍ଠା ତଥା ବିଶ୍ୱ ଶାନ୍ତି ଏବଂ ସମାବେଶୀ ତଥା ନିରନ୍ତର ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।

 

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

“ପ୍ରଧାନମନ୍ତ୍ରୀ @narendramodi ଆମ ସମୟର ଜଣେ ଅବତାରୀ ପୁରୁଷ”

 

ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

‘‘ଫେଡେରାଲ୍ ରିପବ୍ଲିକ୍ ଅଫ୍ ନାଇଜେରିଆର ସରକାର ଓ ଜନସାଧାରଣଙ୍କ ତଥା ମୋ ନିଜ ତରଫରୁ, ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କୁ ଏକ ଅତ୍ୟନ୍ତ ଐତିହାସିକ ମାଇଲଖୁଣ୍ଟ ପାଇଁ ମୁଁ ଆନ୍ତରିକ ଓ ଭ୍ରାତୃତ୍ୱପୂର୍ଣ୍ଣ ଅଭିନନ୍ଦନ ଜଣାଉଛି।

 

ଆଜି, ୭ ଅକ୍ଟୋବର ୨୦୨୬, ସେହି ଘଟଣାର ୨୫ ବର୍ଷ ପୂରଣ ହୋଇଛି ଯେତେବେଳେ ସେ ପ୍ରଥମ ଥର ପାଇଁ ୨୦୦୧ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

 

ତାଙ୍କର ଜନସେବା ଅବିରତ ଭାବେ ଚାଲିଆସିଛି । ଗୁଜରାଟର ଜନସାଧାରଣଙ୍କ ସେବାରେ ବାର ବର୍ଷରୁ ଅଧିକ ସମୟ ବିତାଇବା ପରେ ସେ ୨୦୧୪ ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।

 

ଯେକୌଣସି ଗଣତନ୍ତ୍ରରେ ଶତାବ୍ଦୀର ଏକ ଚତୁର୍ଥାଂଶ (୨୫ ବର୍ଷ) ଧରି ନିରବିଚ୍ଛିନ୍ନ ନେତୃତ୍ୱ ପ୍ରଦାନ କରିବା ଏକ ବିରଳ ସଫଳତା। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ, ଭାରତୀୟ ଜନସାଧାରଣଙ୍କ ତାଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ଏହା ଏକ ବଳିଷ୍ଠ ପ୍ରମାଣ।

 

ଏହି ୨୫ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏକ ସୁଦୂରପ୍ରସାରୀ ଦୃଷ୍ଟିକୋଣ ଏବଂ ବିକାଶ ଲାଗି ଅଟଳ ପ୍ରତିବଦ୍ଧତା ସହିତ ନେତୃତ୍ୱ ପ୍ରଦାନ କରିଆସିଛନ୍ତି। ଗୁଜରାଟର ରୂପାନ୍ତରଣ ଠାରୁ ଆରମ୍ଭ କରି ବିଶ୍ୱର ଅନ୍ୟତମ ବୃହତ୍ତମ ତଥା ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଭାରତର ଉତ୍ଥାନ ପର୍ଯ୍ୟନ୍ତ—ଭିତ୍ତିଭୂମି, ଡିଜିଟାଲ୍ ସାର୍ବଜନୀନ ସୁବିଧା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ନବସୃଜନ କ୍ଷେତ୍ରରେ ତାଙ୍କ ନେତୃତ୍ୱ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିଛି ଏବଂ ‘ଗ୍ଲୋବାଲ୍ ସାଉଥ୍‘ର ବିଭିନ୍ନ ଦେଶକୁ ଅନୁପ୍ରାଣିତ କରିଛି।

 

ଆମର ଦୁଇ ମହାନ ରାଷ୍ଟ୍ର ମଧ୍ୟରେ ଥିବା ରଣନୀତିକ ଭାଗୀଦାରୀକୁ ନାଇଜେରିଆ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରେ। ମୁଁ ନଭେମ୍ବର ୨୦୨୪ରେ ଆବୁଜାକୁ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ରାଷ୍ଟ୍ରୀୟ ଗସ୍ତକୁ ସ୍ମରଣ କରୁଛି । ସେହି ସମୟରେ ନାଇଜେରିଆ ତାଙ୍କୁ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର‘ ଉପାଧିରେ ସମ୍ମାନିତ କରିଥିଲା।

 

ସେହି ଗସ୍ତ ବାଣିଜ୍ୟ ଓ ନିବେଶ, ଶକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସହଯୋଗକୁ ନୂତନ ଗତି ପ୍ରଦାନ କରିଥିଲା।

ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ‘ଗ୍ଲୋବାଲ୍ ସାଉଥ୍‘ର ଅଗ୍ରଣୀ ସ୍ୱର ଭାବରେ, ନାଇଜେରିଆ ଏବଂ ଭାରତ ଏକ ଅଧିକ ନ୍ୟାୟପୂର୍ଣ୍ଣ, ସମାବେଶୀ ଏବଂ ପ୍ରତିନିଧିତ୍ୱ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଏକ ସାମୂହିକ ପ୍ରତିଶ୍ରୁତିବଦ୍ଧତା ବହନ କରନ୍ତି। ମୋର ଦୃଢ଼ ବିଶ୍ୱାସ ଯେ, ତାଙ୍କର ନିରନ୍ତର ନେତୃତ୍ୱରେ ଆମ ଦେଶର ଲୋକଙ୍କ ମଧ୍ୟରେ ଥିବା ବନ୍ଧୁତାର ସମ୍ପର୍କ ଆହୁରି ସୁଦୃଢ଼ ​​ହେବ।

 

ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଲ୍ଲେଖନୀୟ ପଚିଶ ବର୍ଷ ପୂର୍ତ୍ତି ପାଳନ କରୁଥିବା ସମୟରେ, ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରନ୍ତର ଶକ୍ତି ଏବଂ ଭାରତର ଜନସାଧାରଣଙ୍କ ସେବାରେ ସର୍ବବିଧ ସଫଳତା କାମନା କରୁଛି।

 

ବୋଲା ଅହମ୍ମଦ ତିନୁବୁ, ଜିସିଏଫଆର

 

ରାଷ୍ଟ୍ରପତି ତଥା ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର

 

ଫେଡେରାଲ୍ ରିପବ୍ଲିକ୍ ଅଫ୍ ନାଇଜେରିଆ

 

ଆବୁଜା, ୭ ଅକ୍ଟୋବର ୨୦୨୬ ।

 

ଫିଲିପାଇନ୍ସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

“ସରକାରଙ୍କ ମୁଖ୍ୟ ଭାବରେ ନିରନ୍ତର ଜନସେବାର ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।

 

ଗୁଜରାଟରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ନେତୃତ୍ୱ ନେବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରାରେ ସୁଶାସନ, ଅଭିନବ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ବିକାଶ ଉପରେ ଦୃଢ଼ ଗୁରୁତ୍ୱ ଦିଆଯାଇଛି । ଏହା ଭାରତର ରୂପାନ୍ତରଣ ଏବଂ ବିଶ୍ୱସ୍ତରରେ ଏହାର ଭୂମିକାକୁ ବଢ଼ାଇବାରେ ଯୋଗଦାନ କରିଛି ।

 

ଭାରତର ଜନସାଧାରଣଙ୍କ ସେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ସଫଳତା ପାଇଁ ମୁଁ କାମନା କରୁଛି ।

 

୨୦୨୫ ମସିହାରେ ଆମର ରଣନୀତିକ ଭାଗୀଦାରୀ ଠାରୁ ଆରମ୍ଭ କରି ଗତ ମାସରେ ଫିଲିପାଇନ୍ସର ସିଡିଆରଆଇରେ ଯୋଗଦେବା ପର୍ଯ୍ୟନ୍ତ, ଆମର ସମ୍ପର୍କ କ୍ରମାଗତ ଭାବେ ସୁଦୃଢ଼ ​​ହେବାରେ ଲାଗିଛି। ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍-ଭାରତ ଏବଂ ପୂର୍ବ ଏସିଆ ସମ୍ମିଳନୀ ପାଇଁ ମାନିଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବାକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି।”

 

ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

“ନିଷ୍ଠାପର ଜନସେବାର ୨୫ ବର୍ଷ ପୂରଣ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ @narendramodi-ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

 

ଆଗାମୀ ଦିନଗୁଡ଼ିକରେ ଆପଣ ଏବଂ ଆପଣଙ୍କ ସରକାରର ନିରନ୍ତର ସଫଳତା ଓ ସମୃଦ୍ଧି ପାଇଁ ନେପାଳ ଶୁଭକାମନା କରୁଛି।”

 

ବୋତ୍ସୱାନା ଗଣରାଜ୍ୟର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

“ସରକାରଙ୍କ ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi-ଙ୍କୁ ଅଭିନନ୍ଦନ।

 

ଭାରତର ଜନସାଧାରଣଙ୍କ ପ୍ରତି ଆପଣଙ୍କ ନିଷ୍ଠା ଓ ସେବାକୁ ଆମେ ପ୍ରଶଂସା କରୁଛୁ।

 

ଆଗାମୀ ଦିନରେ ଆମେ ଆପଣଙ୍କର ସଫଳତା କାମନା କରୁଛୁ ଏବଂ ଆମ ଦୁଇ ଦେଶ ମଧ୍ୟରେ ଥିବା ସ୍ଥାୟୀ ବନ୍ଧୁତ୍ୱକୁ ଆଗକୁ ବଢ଼ାଇବା ପାଇଁ ଆଶା ରଖୁଛୁ।”

 

ବେଲଜିୟମର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି:

 

“ଗୁଜରାଟରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସରକାରରେ କ୍ରମାଗତ ୨୫ ବର୍ଷର ନେତୃତ୍ୱ ପାଇଁ ମୁଁ ପ୍ରଧାନମନ୍ତ୍ରୀ @narendramodi-ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଗତ ମାସରେ ମୋର ଭାରତ ଗସ୍ତ ଅତ୍ୟନ୍ତ ଫଳପ୍ରଦ ରହିଥିଲା ​​ଏବଂ ମୁଁ ଆମ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ଭାଗୀଦାରୀକୁ ଆହୁରି ସୁଦୃଢ଼ ​​କରିବାକୁ ଆଶା ରଖୁଛି।”

 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ ଜାପାନର ପ୍ରଧାନମନ୍ତ୍ରୀ କହିଛନ୍ତି;

 

“ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତୃତ୍ୱର ୨୫ତମ ବର୍ଷପୂର୍ତ୍ତି ପାଇଁ ମୋର ଶୁଭେଚ୍ଛା। ସେ ଭାରତର ସାମାଜିକ ଏବଂ ରାଷ୍ଟ୍ରୀୟ ବିକାଶକୁ ସାକାର କରିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ କରିଛନ୍ତି । ୨୦୦୧ ମସିହାରୁ ସେ ଉତ୍କୃଷ୍ଟ ରାଜନୈତିକ ନେତୃତ୍ୱ ସହିତ ସରକାର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ସେ କେବଳ ଭାରତର ବିକାଶକୁ ତ୍ୱରାନ୍ୱିତ କରିନାହାଁନ୍ତି ବରଂ ଭାରତର ଅନ୍ତର୍ଜାତୀୟ ପ୍ରତିଷ୍ଠାକୁ ନୂତନ ଉଚ୍ଚତାକୁ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ସମସ୍ତ ସଫଳତା ପାଇଁ, ମୁଁ ଜଣେ ସାଥୀ ରାଜନେତା ଭାବରେ ମୋର ସମ୍ମାନ ପ୍ରକାଶ କରୁଛି। ଗତ ଜୁଲାଇରେ ମୋର ଭାରତ ଗସ୍ତ ସମୟରେ ମୋତେ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ପୁଣି ଥରେ କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି। ଭାରତର ଖାଦ୍ୟ ସଂସ୍କୃତି ଏବଂ ସଙ୍ଗୀତ ଅନୁଭବ କରିବା ସହିତ, ମୁଁ ଜାପାନ-ଭାରତ “ବିଶେଷ ରଣନୀତିକ ଏବଂ ବିଶ୍ୱ ସହଭାଗୀତା”କୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ତାଙ୍କ ସହିତ କଠିନ ପଦକ୍ଷେପ ବିଷୟରେ ଆଲୋଚନା କରିବାର ସୌଭାଗ୍ୟ ପାଇଲି। ମୋର ଭାରତ ଗସ୍ତ ବହୁତ ଫଳପ୍ରଦ ଥିଲା। ଆସନ୍ତା ବର୍ଷ ଜାପାନ-ଭାରତ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରାଯିବ । ଏକ ମୁକ୍ତ ଏବଂ ସ୍ୱାଧୀନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସାକାର କରିବା ପାଇଁ ତାଙ୍କ ପ୍ରତିବଦ୍ଧତା ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି।” ଜାପାନ ଏବଂ ଭାରତ ପରସ୍ପରର ରଣନୀତିକ ଅଂଶୀଦାର । ଆମର ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମୁଁ ଶ୍ରୀ ମୋଦୀ ଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାକୁ ଅପେକ୍ଷା କରିଛି।”

 

ଡୋମିନିକାର ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି;

 

“ମୋର ପ୍ରିୟ ବନ୍ଧୁ, ପ୍ରଧାନମନ୍ତ୍ରୀ @narendramodi ସରକାରଙ୍କ ମୁଖ୍ୟ ଭାବରେ ଆପଣଙ୍କର ୨୫ ବର୍ଷର ନିରନ୍ତର ସେବା ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି – ଏକ ଏଭଳି ଯାତ୍ରା ଯାହା ଗୁଜରାଟରୁ ଆରମ୍ଭ ହୋଇ ଭାରତର ନେତୃତ୍ୱ ନେବା ପର୍ଯ୍ୟନ୍ତ ଜାରି ରହିଛି ।

 

ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରୁଥିବା ଅବସରରେ, ଡୋମିନିକା ପ୍ରତି ଆପଣଙ୍କ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଏବଂ ଆମ ଲୋକଙ୍କ ପ୍ରତି ଆପଣ ଦେଖାଇଥିବା ଉଦାରତା ପାଇଁ ମୁଁ କୃତଜ୍ଞତା ଜଣାଉଛି । ମୁଁ ଆମ ଦେଶଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦିଏ ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହାକୁ ଆହୁରି ସୁଦୃଢ଼ ​​କରିବାକୁ ଆଶା ରଖେ ।

 

ଡୋମିନିକାର ସରକାର ଓ ଜନସାଧାରଣଙ୍କ ତରଫରୁ ତଥା ବ୍ୟକ୍ତିଗତ ଭାବେ ମୁଁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଭାରତର ଜନସାଧାରଣଙ୍କ ସେବାରେ ଆପଣଙ୍କର ନିରନ୍ତର ସଫଳତା କାମନା କରୁଛି ।”

 

ସର୍ବିୟାର ପୂର୍ବତନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି:

 

“@NarendraModi, ସର୍ବୋଚ୍ଚ ସ୍ତରରେ ଜନସେବାର ୨୫ ବର୍ଷ ପୂରଣ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ।

 

ଖୁବ୍ କମ୍ ଲୋକ କହିପାରିବେ ଯେ ସେମାନେ ନିଜ ଦେଶର ସେବାରେ ଗୋଟିଏ ଶତାବ୍ଦୀର ଏକ ଚତୁର୍ଥାଂଶ (୨୫ ବର୍ଷ) ବିତାଇଛନ୍ତି – ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ।

 

ମୁଁ ଜାଣେ ଯେ ଭାରତ ଏବଂ ଏହାର ଭବିଷ୍ୟତ ପାଇଁ ଆପଣଙ୍କ ମନରେ କେତେ ଗଭୀର ଚିନ୍ତାଧାରା ରହିଛି; ଆଉ ସମଗ୍ର ବିଶ୍ୱ ଦେଖିପାରୁଛି ଯେ ଆପଣ ଭାରତକୁ କେତେ ଉଚ୍ଚ ସ୍ଥାନକୁ ନେଇଯାଇଛନ୍ତି। ମହାନ ଭାରତୀୟ ଜନସାଧାରଣଙ୍କ ସେବାରେ ଆପଣଙ୍କର ସ୍ୱାସ୍ଥ୍ୟ, ଶକ୍ତି ଏବଂ ସଫଳତା ସହିତ ଆହୁରି ଅନେକ ବର୍ଷ ଅତିବାହିତ ହେଉ ବୋଲି ମୁଁ କାମନା କରୁଛି।

 

ଆପଣଙ୍କୁ ପାଇ ଭାରତ ଭାଗ୍ୟବାନ।”

 

****

PS