Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଭୁ ରାମଙ୍କୁ ଧର୍ମର ଜୀବନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥିବା ଏକ ସଂସ୍କୃତ ସୁଭାଷିତମକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି, ଯେଉଁଥିରେ ପ୍ରଭୁ ରାମଙ୍କୁ ଧର୍ମ, ସତ୍ୟ ଏବଂ ବୀରତ୍ୱର ଜୀବନ୍ତ ପ୍ରତୀକ ଭାବେ ଉଲ୍ଲେଖ କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

“ରାମୋ ବିଗ୍ରହବାନ୍ ଧର୍ମସାଧୁସତ୍ୟପରାକ୍ରମଃ ।

ରାଜା ସର୍ବସ୍ୟ ଲୋକସ୍ୟ ଦେବାନାଂ ମଘବାନିବ ।”

ପ୍ରଭୁ ରାମ ହେଉଛନ୍ତି ସ୍ୱୟଂ ଧର୍ମର ଜୀବନ୍ତ ପ୍ରତୀକ । ସେ ସଦାଚାରୀ ଭକ୍ତମାନଙ୍କ ପାଇଁ ପରମ ଆଶ୍ରୟସ୍ଥଳ, ନିଜ ସଂକଳ୍ପରେ ଅଟଳ ଏବଂ ସତ୍ୟନିଷ୍ଠ ବୀରତ୍ୱରେ ଦୃଢ଼ । ସେ ସମଗ୍ର ବିଶ୍ୱର ଏକମାତ୍ର ଶାସକ; ଯେପରି ଦେବରାଜ ଇନ୍ଦ୍ର ସମଗ୍ର ଦେବଲୋକକୁ ଶାସନ ଓ ସୁରକ୍ଷା ପ୍ରଦାନ କରନ୍ତି, ଠିକ୍ ସେହିପରି ପ୍ରଭୁ ରାମ ସମସ୍ତ ଲୋକଙ୍କୁ ଶାସନ ଓ ସୁରକ୍ଷା ପ୍ରଦାନ କରନ୍ତି ।

SR