ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ରାଧା ଭେଙ୍କଟେଶ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ମୋଦୀ ତାଙ୍କର ଏହି ସଫଳତା ପାଇଁ ଗର୍ବ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଭାରତ ତାଙ୍କର ଏହି ସଫଳତାକୁ ଉତ୍ସାହର ସହ ପାଳନ କରୁଛି । ଭବିଷ୍ୟତରେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ରାଧା ଭେଙ୍କଟେଶଙ୍କ ଏକ ଚମତ୍କାର ସଫଳତା! ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଭାରତ ତାଙ୍କର ଏହି ସଫଳତାକୁ ଉତ୍ସାହର ସହିତ ପାଳନ କରୁଛି । ଭବିଷ୍ୟତରେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି: PM @narendramodi”
SR
A wonderful achievement by Radha Venkatesh! Proud of her for winning the Silver Medal in the Women’s 1500m T12/13 event at the Asian Para Games 2026. India celebrates her success. I wish her the very best for many more achievements in the future: PM @narendramodi
— PMO India (@PMOIndia) October 19, 2026