Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୌମ୍ୟାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ନିଜର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୌମ୍ୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ ଲେଖିଛନ୍ତି ଯେ, ନିଜର ପ୍ରଥମ ଅଂଶଗ୍ରହଣରେ ଏହି ଅସାଧାରଣ ପ୍ରଦର୍ଶନ ତାଙ୍କର ପ୍ରତିଭା, ନିଷ୍ଠା ଏବଂ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ଏକ ସ୍ୱର୍ଣ୍ଣିମ ଆରମ୍ଭ!

ସୌମ୍ୟା ଏସୀୟ ପାରା ଗେମ୍ସ ୨୦୨୬ରେ ଏକ ଚମତ୍କାର ସଫଳତା ହାସଲ କରିଛନ୍ତି । ସେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ନିଜର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ସହିତ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି!

ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି ଏଭଳି ଅସାଧାରଣ ପ୍ରଦର୍ଶନ କରିବା ତାଙ୍କର ପ୍ରତିଭା, ନିଷ୍ଠା ଏବଂ ଦୃଢ଼ ସଂକଳ୍ପର ପରିଚୟ ଦିଏ । ତାଙ୍କୁ ଅଭିନନ୍ଦନ : PM @narendramodi”

 

SR