ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ (ଏଫଟିଏସସି)ଗୁଡ଼ିକର ପରିଚାଳନା ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଅବଧିକୁ ଅତିରିକ୍ତ ପାଞ୍ଚ ବର୍ଷ ବୃଦ୍ଧି କରାଯାଇଛି । ଏସବୁ ଅଦାଲତଗୁଡ଼ିକ ମଧ୍ୟରେ ସ୍ୱତନ୍ତ୍ର ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଅଦାଲତ ମଧ୍ୟ ରହିଛି । ବର୍ତ୍ତମାନ ଏହି ଯୋଜନା ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଯୋଜନାରେ ମୋଟ୍ ୩,୭୮୮.୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏଥିରେ କେନ୍ଦ୍ର ଭାଗ ୨,୩୫୩.୧୫ କୋଟି ଟଙ୍କା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଭାଗ ୧,୪୩୪.୮୯ କୋଟି ଟଙ୍କା ରହିଛି । ନିର୍ଭୟା ପାଣ୍ଠିରୁ କେନ୍ଦ୍ର ଭାଗ ଯୋଗାଇ ଦିଆଯିବ ।
ଅନୁମୋଦିତ ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା:
ପ୍ରମୁଖ ପ୍ରଭାବ:
ଯୋଜନା ଜାରି ରଖିବା ଦ୍ୱାରା ନିମ୍ନଲିଖିତ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି:
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:
ଏହି ଯୋଜନାଟି ନ୍ୟାୟ ବିଭାଗ ଦ୍ୱାରା ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହିତ ସମନ୍ୱୟ ରଖି କାର୍ଯ୍ୟକାରୀ କରାଯିବ। ପ୍ରମୁଖ କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟଗୁଡ଼ିକ ନିମ୍ନଲିଖିତ:
ଏହି ଯୋଜନାର ପ୍ରାଥମିକ ହିତାଧିକାରୀ ହେଉଛନ୍ତି ମହିଳା ଏବଂ ଶିଶୁ ଯେଉଁମାନେ ପୋକ୍ସୋ ଆଇନ, ୨୦୧୨ ଅନୁଯାୟୀ ଦୁଷ୍କର୍ମ ଏବଂ ଅପରାଧର ଶିକାର ହୋଇଛନ୍ତି ।
ଏହି ଯୋଜନାକୁ ୮୫୦ ଏଫଟିଏସସି ପର୍ଯ୍ୟନ୍ତ ବିସ୍ତାର କରାଯିବାର ପ୍ରସ୍ତାବ ରହିଛି। ଏହି ବିସ୍ତାରର ଲକ୍ଷ୍ୟ ଅତିରିକ୍ତ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ଯାହାକୁ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ମାମଲା ଆଧାରରେ ଚିହ୍ନଟ କରାଯିବ ।
ପୃଷ୍ଠଭୂମି:
ଏହି ଯୋଜନା ୨ ଅକ୍ଟୋବର, ୨୦୧୯ ଠାରୁ କାର୍ଯ୍ୟକାରୀ ହେଉଛି । ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଉତ୍ସର୍ଗୀକୃତ ଫାଷ୍ଟ-ଟ୍ରାକ୍ ଅଦାଲତଗୁଡ଼ିକର ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଏହାକୁ ନିରନ୍ତର ବିସ୍ତାର କରାଯାଇଛି। ଯୋଜନାର ସ୍ଥିତି ନିମ୍ନଲିଖିତ ଅଟେ:
|
ଶୁଭାରମ୍ଭ ତାରିଖ |
୦୨.୧୦.୨୦୧୯ |
|
ଅଂଶଗ୍ରହଣକାରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ |
୨୯ |
|
ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସମେତ ମୋଟ କାର୍ଯ୍ୟକ୍ଷମ ଏଫଟିଏସସି |
୩୯୯ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସମେତ ୭୭୯ ଏଫଟିଏସସି |
|
ଯୋଜନା ଆରମ୍ଭ ହେବା ପରଠାରୁ ମୋଟ ମାମଲା ସମାଧାନ ହୋଇଛି |
୪,୦୨,୪୫୭ |
|
ବିସ୍ତାରିତ ଯୋଜନା ଅଧୀନରେ ପ୍ରସ୍ତାବିତ ଏଫଟିଏସସି ସଂଖ୍ୟା |
୮୫୦ |
|
ଅନୁମୋଦିତ ଜାରି ରଖିବାର ଅବଧି |
୦୧.୦୪.୨୦୨୬ ରୁ ୩୧.୦୩.୨୦୩୧ ପର୍ଯ୍ୟନ୍ତ |
ବିବରଣୀ |
|---|
ଏହି ଯୋଜନା ବଳାତ୍କାର ଏବଂ ପୋକ୍ସୋ ଆଇନ ମାମଲାଗୁଡ଼ିକର ସମାଧାନ ପାଇଁ ଉତ୍ସର୍ଗୀକୃତ କୋର୍ଟ ଯୋଗାଇ ଯୌନ ଅପରାଧର ନ୍ୟାୟିକ ପ୍ରତିକ୍ରିୟାକୁ ମଜବୁତ କରିବାରେ ସହାୟକ ହୋଇଛି । ନ୍ୟାୟ ବିଭାଗ ନିୟମିତ ଭାବରେ ଏଫଟିଏସସି ଡ୍ୟାସବୋର୍ଡ ମାଧ୍ୟମରେ ଏଫଟିଏସସିର କାର୍ଯ୍ୟକାରିତା ଉପରେ ନଜର ରଖେ, ହାଇକୋର୍ଟଗୁଡ଼ିକରୁ ସାମୟିକ ତଥ୍ୟ ସଂଗ୍ରହ କରେ ଏବଂ ପ୍ରାସଙ୍ଗିକ ଅଂଶୀଦାରମାନଙ୍କ ସହିତ ସମୀକ୍ଷା ବୈଠକ କରେ । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନା ଜାରି ରଖିବା ଦ୍ୱାରା ନ୍ୟାୟପାଳିକାର ସଂସ୍ଥାଗତ କ୍ଷମତା ଆହୁରି ମଜବୁତ ହେବ, ଯୌନ ଅପରାଧ ମାମଲାଗୁଡ଼ିକର ବିଚାର ହ୍ରାସ ହେବ ଏବଂ ପୀଡିତା, ବିଶେଷକରି ମହିଳା ଓ ଶିଶୁମାନଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ପ୍ରାୟୋଜିତ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଯୋଜନା ୦୨.୧୦.୨୦୧୯ରେ ଫୌଜଦାରୀ ଆଇନ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୫.୦୭.୨୦୧୯ରେ ସ୍ୱତଃ ଦାଖଲ ମାମଲା (ଫୌଜଦାରୀ) ସଂଖ୍ୟା ୧/୨୦୧୯ରେ ନିର୍ଦ୍ଦେଶାବଳୀ ପାଳନ କରି ଆରମ୍ଭ କରାଯାଇଥିଲା। ସୁପ୍ରିମକୋର୍ଟ ପୋକ୍ସୋ ଆଇନ, ୨୦୧୨ ଅନୁଯାୟୀ ୧୦୦ରୁ ଅଧିକ ମାମଲା ବିଚାରାଧୀନ ଥିବା ଜିଲ୍ଲାଗୁଡ଼ିକରେ ଉତ୍ସର୍ଗୀକୃତ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତଦନୁସାରେ, କେନ୍ଦ୍ର ସରକାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ସମେତ ନିର୍ଦ୍ଦିଷ୍ଟ ‘ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ’ (ଏଫଟିଏସସି) ସ୍ଥାପନ କରିବା ପାଇଁ ଏକ ଯୋଜନା ଆରମ୍ଭ କଲେ। ଏଥିରେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ, ୨୦୧୨ ଅଧୀନରେ ଥିବା ଅପରାଧ ସମ୍ବନ୍ଧୀୟ ବିଚାରାଧୀନ ମାମଲାଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଯୋଜନାଟି ପ୍ରାରମ୍ଭରେ ଏକ ବର୍ଷ ପାଇଁ ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନର ଅନୁମୋଦନ ଅନୁଯାୟୀ, ଏହି ଯୋଜନାଟି ଆଉ ପାଞ୍ଚ ବର୍ଷ ପାଇଁ, ଅର୍ଥାତ୍ ୩୧.୦୩.୨୦୩୧ ପର୍ଯ୍ୟନ୍ତ ଜାରି ରହିବ ।
******
PS