ପ୍ରଧାନମନ୍ତ୍ରୀ ଆଜି ‘ଇଣ୍ଡିଆନ୍ ଓସିନ୍ ରିମ୍ ଆସୋସିଏସନ୍‘ (ଆଇଓଆରଏ) ର ୨୩ଟି ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେମାନେ ଆଇଓଆରଏ ମନ୍ତ୍ରୀ ପରିଷଦର ୨୫ତମ ବୈଠକରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀରେ ଉପସ୍ଥିତ ଅଛନ୍ତି।
ଭାରତ ମହାସାଗର ଦ୍ୱାରା ଗଢ଼ି ଉଠିଥିବା ହଜାର ହଜାର ବର୍ଷ ପୁରୁଣା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ଆଇଓଆରଏ ର ଅଧ୍ୟକ୍ଷ ଭାବରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ମହାସାଗର ଅଞ୍ଚଳରେ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସାମୂହିକ ସମୃଦ୍ଧିକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ନିଜର ‘ମହାସାଗର‘ (ମ୍ୟୁଚୁଆଲ୍ ଆଣ୍ଡ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ ଫର୍ ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଆକ୍ରସ୍ ରିଜିୟନ୍ସ) ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାକୁ ଆଶା ରଖିଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ଲେଖିଛନ୍ତି:
“ଆଇଓଆରଏ ମନ୍ତ୍ରୀ ପରିଷଦର ୨୫ତମ ବୈଠକ ପାଇଁ ନୂଆଦିଲ୍ଲୀରେ ଉପସ୍ଥିତ ଥିବା ‘ଇଣ୍ଡିଆନ୍ ଓସିନ୍ ରିମ୍ ଆସୋସିଏସନ୍‘ (ଆଇଓଆରଏ) ର ୨୩ଟି ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ଦଳର ମୁଖ୍ୟମାନଙ୍କୁ ଭେଟି ମୁଁ ବହୁତ ଖୁସି।
ଭାରତ ମହାସାଗର ସହସ୍ରାବ୍ଦ ଧରି ଆମ ଲୋକଙ୍କୁ ଯୋଡ଼ି ରଖିଛି। ଆଇଓଆରଏ ର ଅଧ୍ୟକ୍ଷ ଭାବରେ, ଭାରତ ମହାସାଗର (ମ୍ୟୁଚୁଆଲ୍ ଆଣ୍ଡ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ ଫର୍ ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଆକ୍ରସ୍ ରିଜିୟନ୍ସ) ର ଦୃଷ୍ଟିକୋଣକୁ ଆଗକୁ ବଢାଇବା ଏବଂ ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧିକୁ ସୁଦୃଢ଼ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଉତ୍ସୁକ ରହିଛି।
@IORAofficial”
***