Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶରେ ଆଜି ଶପଥ ନେଇଥିବା ନୂତନ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଉତ୍ତର ପ୍ରଦେଶରେ ଆଜି ଶପଥ ନେଇଥିବା ନୂତନ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୂତନ ସରକାର ଗଠନ ଲାଗି ଶ୍ରୀ ଯୋଗୀ ଆଦିତ୍ୟନାଥ, ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଶ୍ରୀ ଦିନେଶ ଶର୍ମାଙ୍କ ସମେତ ଶପଥ ନେଇଥିବା ସବୁ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂତନ ସରକାର ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସରକାର ଅମଳରେ ବିକାଶର ନୂଆ ରେକର୍ଡ ହେବ ଏବଂ ଉତ୍ତର ପ୍ରଦେଶର ବିକାଶ ସହିତ ଭାରତର ମଧ୍ୟ ପ୍ରଗତି ଘଟିବ ।

“ଯୋଗୀ ଆଦିତ୍ୟନାଥ, କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ଏବଂ ଆଜି ଶପଥ ନେଇଥିବା ସବୁ ମନ୍ତ୍ରୀଙ୍କୁ ମୋର ଅଭିନନ୍ଦନ । ଉତ୍ତର ପ୍ରଦେଶର ସେବାରେ ସମର୍ପିତ ସରକାରକୁ ଶୁଭ କାମନା ।

ମୋର ଦୃଢ ବିଶ୍ଵାସ ଯେ ଏହି ନୂଆ ଟିମ ଉତ୍ତର ପ୍ରଦେଶକୁ ଉତ୍ତମ ପ୍ରଦେଶ ରୂପେ ଗଢିବାରେ

ସମର୍ଥ ହେବେ । ବିକାଶର ସ୍ତର ରେକର୍ଡ ଛୁଇଁବ ।

ଆମର ଏକମାତ୍ର ଲକ୍ଷ୍ୟ ଓ ଆଭିମୁଖ୍ୟ ହେଉଛି ବିକାଶ । ଯେତେବେଳେ ଉତ୍ତର ପ୍ରଦେଶ ଉନ୍ନତି କରିବ ଭାରତ ମଧ୍ୟ ସେତେବେଳେ ବିକଶିତ ହେବ । ଆମେ ଉତ୍ତର ପ୍ରଦେଶର ଯୁବଶକ୍ତି ପାଇଁ କାମ କରିବା ସହିତ ସେମାନଙ୍କ ଲାଗି ଉପଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ ଚାହୁଁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।