Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚିନି ମହଜୁଦ ସୀମା ସଂକ୍ରାନ୍ତ କେନ୍ଦ୍ରୀୟ ଆଦେଶନାମାର ବୈଧତା ଆଉ 6 ମାସ ବୃଦ୍ଧି ପାଇଁ କ୍ୟାବିନେଟର ନିଷ୍ପତ୍ତି


କେନ୍ଦ୍ର ସରକାର ଚିନି ଷ୍ଟକ ଲିମିଟ ବା ମହଜୁଦ ସୀମାର ବୈଧତା ଆଉ 6 ମାସ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 27.10.2016ର କେନ୍ଦ୍ରୀୟ ଆଦେଶନାମାର ଅବଧି ଚଳିତ ମାସରେ ଶେଷ ହେଉଛି । ଏଣୁ ଏହି କେନ୍ଦ୍ରୀୟ ଆଦେଶନାମା ବା ସେଂଟ୍ରାଲ ଅର୍ଡରର ବୈଧତା 29.04.2017 ରୁ 28.10.2017 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରମାନେ କେନ୍ଦ୍ରର ଅନୁମତି କ୍ରମେ ଚିନିର ମହଜୁଦ ସୀମା ବା ଲାଇସେନ୍ସ ଆଦେଶନାମା ସଂକ୍ରାନ୍ତ କଣ୍ଟ୍ରୋଲ ଅର୍ଡରକୁ 6 ମାସ ପାଇଁ ବୃଦ୍ଧି କରିପାରିବେ । ଏହି ନିଷ୍ପତ୍ତି ଚିନିର କଳାବଜାର, ବେଆଇନ ମହଜୁଦକୁ ରୋକିବା ସହ ବଜାରରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ପର୍ଯ୍ୟାପ୍ତ ଚିନି ଉପଲବ୍ଧ ହେବ ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବା ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳର ପ୍ରଶାସନମାନଙ୍କୁ ଜଣାଇ ଦିଆଯିବ । ଏବେ କେନ୍ଦ୍ର ସରକାର ଘରୋଇ ବଜାରରେ ଚିନିର ଦର ନିୟନ୍ତ୍ରଣ ପାଇଁ ସର୍ବାଧିକ 5 ଲକ୍ଷ ମେଟ୍ରିକ ଟନ ଅଶୋଧିତ ଚିନି ବିନା ଶୁଳ୍କରେ ବିଦେଶରୁ ଆମଦାନୀ କରିବା ଲାଗି ମଧ୍ୟ ଚିନିକଳ ମାଲିକ ଏବଂ ବିଶୋଧକମାନଙ୍କୁ ଅନୁମତି ଦେଇଛନ୍ତି ।