ପିଏମଇଣ୍ଡିଆ

ଆଜି ହେଉଛି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀର ଅବସର, ଆଉ ଆଜିର ଦିନ ହିଁ ହେଉଛି ଲୋକନାୟକ ଜୟପ୍ରକାଶଙ୍କ ଘନିଷ୍ଠ ସାଥୀ ଶ୍ରୀମାନ ନାନାଜୀ ଦେଶମୁଖଙ୍କ ମଧ୍ୟ ଜୟନ୍ତୀ । ଏହି ଦୁଇ ମହାପୁରୁଷ ନିଜ ଜୀବନକାଳ ମଧ୍ୟରେ ଏକ ଏଭଳି ସଂକଳ୍ପର ପରିଚୟ କରାଇଲେ ଆଉ ଯେଉଁ ସଂକଳ୍ପ ପାଇଁ ସେମାନେ ନିଜକୁ ଝାସ ଦେଇଥିଲେ ଆଉ ସିଦ୍ଧି ପ୍ରାପ୍ତ କରିବା ପର୍ଯ୍ୟନ୍ତ ସେମାନେ ଜୀବନର ପ୍ରତିଟି କ୍ଷଣ ମାତୃଭୂମି ପାଇଁ ଦେଶବାସୀଙ୍କ କଲ୍ୟାଣ ପାଇଁ ନିଜର ସଂକଳ୍ପକୁ ସାକାର କରିବା ପାଇଁ ସେ ସାରା ଜୀବନ ଲାଗି ରହିଲେ । ଲୋକନାୟକ ଜୟପ୍ରକାଶ ମହୋଦୟ ସ୍ୱାଧୀନତା ଆନ୍ଦୋଳନରେ ଯୁବକଙ୍କ ପାଇଁ ପ୍ରେରଣା ହୋଇ ରହିଥିଲେ । 1942ରେ ଭାରତ ଛାଡ଼ ଏହି ଆନ୍ଦୋଳନ ଚରମ ସୀମାରେ ପହଂଚିଲା । ମହାତ୍ମାଗାନ୍ଧୀ, ସର୍ଦ୍ଦାର ପଟେଲଙ୍କ ସମେତ ସମସ୍ତ ରାଷ୍ଟ୍ର ପୁରୁଷଙ୍କୁ ଇଂରେଜ ସରକାର ଜେଲରେ ବନ୍ଦୀ କରିଦେଲେ ଆଉ ଏଭଳି ସମୟରେ ଜୟପ୍ରକାଶ ମହୋଦୟ, ରାମ ମନୋହର ଲୋହିଆ ଆଜ୍ଞା, ଏଭଳି ଯୁବକ ଆଗକୁ ଆସି ସେହି ଆନ୍ଦୋଳନର ନେତୃତ୍ୱ ସମ୍ଭାଳିଥିଲେ ଆଉ ସେହି ସମୟରେ ଯୁବପିଢିଙ୍କ ମନରେ ସେ ପ୍ରେରଣାର ସ୍ରୋତ ହୋଇଗଲେ । ସ୍ୱାଧୀନତାର ସେହି ସମୟରେ ଜୟପ୍ରକାଶ ମହୋଦୟ ଲୋକନାୟକ ରୂପରେ ଯୁବ ହୃଦୟରେ ଏକ ପ୍ରେରଣାର କେନ୍ଦ୍ର ହୋଇ ଯାଇଥିଲେ, କିନ୍ତୁ ଦେଶ ସ୍ୱାଧୀନ ହେଲା ପରେ ବହୁତ ବଡ଼-ବଡ଼ ଲୋକ କ୍ଷମତା ରାଜନୀତିରେ ନିଜର ସ୍ଥାନ ଖୋଜୁଥିବାର ଦୃଷ୍ଟିକୁ ଆସିଲେ । ଏହି ଜୟପ୍ରକାଶ ନାରାୟଣ ଥିଲେ, ଯିଏ ଶାସନର ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ଆଉ ସ୍ୱାଧୀନତା ପରେ ଜୟପ୍ରକାଶ ମହୋଦୟ ଆଉ ତାଙ୍କର ପତ୍ନୀ ଶ୍ରୀମତୀ ପ୍ରଭାଦେବୀ ମହାଶୟା ଗ୍ରାମ ଉତ୍ଥାନର ରାସ୍ତାକୁ ବାଛି ନେଇଥିଲେ, ଲୋକ କଲ୍ୟାଣର ରାସ୍ତାକୁ ବାଛି ଥିଲେ ।
ନାନାଜୀ ଦେଶମୁଖ, ଦେଶ ତାଙ୍କୁ ଅଧିକ ଜାଣି ନଥିଲା । ଦେଶ ପାଇଁ ସେ ତାଙ୍କ ଜୀବନ ଦେଇଥିଲେ, କିନ୍ତୁ ଯେତେବେଳେ ଜୟପ୍ରକାଶ ମହାଶୟ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ ଲଢ଼ୁଥିଲେ, ଜରୁରୀକାଳୀନ ପରିସ୍ଥିତି ପୂର୍ବରୁ ପୁଣି ଥରେ ଜୟପ୍ରକାଶ ମହାଶୟ ଦେଶରେ ବଢ଼ୁଥିବା ଭ୍ରଷ୍ଟାଚାର, ଉଚ୍ଚ ପଦରେ ବଢ଼ୁଥିବା ଭ୍ରଷ୍ଟାଚାର ତା’ବିରୁଦ୍ଧରେ ଦୁଃଖୀ ହୋଇ ବିଦ୍ୟାର୍ଥୀ ଆନ୍ଦୋଳନ ସହିତ ଯୋଡ଼ି ହୋଇଥିଲେ । ଗୁଜରାଟର ଯୁବକ ଆନ୍ଦୋଳନରୁ ପ୍ରେରଣା ନେଇ ଜୟପ୍ରକାଶ ମହାଶୟ ପୁଣି ଥରେ ମଇଦାନକୁ ଆସିଗଲେ ଆଉ ଜୟପ୍ରକାଶ ମହାଶୟଙ୍କର ଆସିବା ପରେ ଦିଲ୍ଲୀ ଶାସନରେ ଆଲୋଡ଼ନ ସୃଷ୍ଟି ହେଲା । ଜୟପ୍ରକାଶ ମହାଶୟଙ୍କୁ ରୋକିବା ପାଇଁ କ’ଣ କ’ଣ କରା ଯାଇ ପାରିବ ସେଥିପାଇଁ ଷଡଯନ୍ତ୍ର ହେଉଥିଲା । ଆଉ ପାଟଣାରେ ଥରେ ଏଭଳି ସ୍ଥିତି ଆସିଲା କି ଜୟପ୍ରକାଶ ମହାଶୟଙ୍କ ଉପରକୁ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ଯେତେବେଳେ ଶୋଭାଯାତ୍ରା ବାହାରୁଥିଲା, ଜୟପ୍ରକାଶ ମହାଶୟଙ୍କ ଉପରକୁ ବହୁତ ବଡ଼ ଆକ୍ରମଣ ହେଲା । ଆଉ ସେହି ସମୟରେ ତାଙ୍କ ପାଖରେ ନାନାଜୀ ଦେଶମୁଖ ଠିଆ ହୋଇଥିଲେ । ନାନାଜୀ ନିଜ ହାତ ଉପରେ ସେହି ମୃତ୍ୟୁ ରୂପରେ ଆସିଥିବା ପ୍ରହାରକୁ ସମ୍ଭାଳି ନେଲେ । ତାଙ୍କର ହାତର ହାଡ଼ ଭାଙ୍ଗିଗଲା, କିନ୍ତୁ ଜୟପ୍ରକାଶ ମହାଶୟଙ୍କୁ ସେ କ୍ଷତ ହେବାରୁ ବଂଚାଇ ଦେଲେ ଆଉ ତାହା ଏକ ଏଭଳି ଘଟଣା ଥିଲା କି ଦେଶର ଧ୍ୟାନ ନାନାଜୀ ଦେଶମୁଖଙ୍କ ଆଡ଼କୁ ଗଲା । ନାନାଜୀ ଦେଶମୁଖ ସାରା ଜୀବନ ଦେଶ ପାଇଁ ବଂଚିଲେ । ସେ ଏଭଳି ଦମ୍ପତିଙ୍କୁ ସୃଷ୍ଟି କଲେ ଦୀନଦୟାଲ ଗବେଷଣା ଅନୁଷ୍ଠାନ ମାଧ୍ୟମରେ ଦେଶ ପାଇଁ ଜୀଇଁବା ଶିଖନ୍ତୁ, ଦେଶ ପାଇଁ କଛି କରନ୍ତୁ, ଏହି ମନ୍ତ୍ର ସହିତ ସେ ଯୁବ ଦମ୍ପତିଙ୍କୁ ସେ ନିମନ୍ତ୍ରିତ କଲେ । ଶହ ଶହ ସଂଖ୍ୟାରେ ଏଭଳି ଯୁବ ଦମ୍ପତି ଆଗକୁ ଆସିଲେ ଆଉ ତାଙ୍କୁ ସେ ଗ୍ରାମ ବିକାଶ କାର୍ଯ୍ୟରେ ଲଗାଇଲେ । ଯେବେ ମୋରାରଜୀ ଭାଇ ପ୍ରଧାନମନ୍ତ୍ରୀ ଥିଲେ । ଦେଶରେ ଜନତା ପାର୍ଟିର ଶାସନ ଥିଲା, ନାନାଜୀ ଦେଶମୁଖଙ୍କୁ ମନ୍ତ୍ରୀପରିଷଦ ପାଇଁ ଆମନ୍ତ୍ରିତ କରାଗଲା । ଜୟପ୍ରକାଶ ମହାଶୟଙ୍କର ପଦଚିହ୍ନରେ ହିଁ ନାନାଜୀ ମଧ୍ୟ ମନ୍ତ୍ରୀପରିଷଦ ସହିତ ଯୋଡ଼ି ହେବା ପାଇଁ ବିନମ୍ରତାପୂର୍ବକ ମନା କଲେ ଆଉ ନିଜକୁ ରାଜନୀତି ଜୀବନରୁ ନିବୃତ୍ତ କରି 60 ବର୍ଷ ଯେ ପର୍ଯ୍ୟନ୍ତ ଜୀବିତ ରହିଲେ, ପାଖାପାଖି ସାଢ଼େ ତିନି ଦଶନ୍ଧି ଧରି ସେ ନିଜ ଜୀବନ ଚିତ୍ରକୂଟକୁ କେନ୍ଦ୍ରବିନ୍ଦୁ କରି, ଗୋଣ୍ଡାକୁ କେନ୍ଦ୍ରବିନ୍ଦୁ କରି ଗ୍ରାମୀଣ ବିକାଶ କାର୍ଯ୍ୟରେ ଲଗାଇଲେ ।
ଆଜି ମୁଁ ଖୁସି ଯେ ନାନାଜୀଙ୍କର ଜନ୍ମଶତବାର୍ଷିକ ଅବସରରେ ଭାରତ ସରକାର ଏହି ମହାପୁରୁଷଙ୍କ ସ୍ୱପ୍ନ ଆଧାରରେ ଆଉ ମହାତ୍ମାଗାନ୍ଧି ଯେଉଁ ରାସ୍ତା ଦେଖାଇଲେ ସେହି ରାସ୍ତାରେ ଗ୍ରାମୀଣ ବିକାଶ କ୍ଷେତ୍ରରେ ଆମେ କିପରି ଆଗକୁ ବଢ଼ିବା ଆମ ଗାଁ କିପରି ଆତ୍ମନିର୍ଭରଶୀଳ ହେବ, ଆମ ଗାଁ କିପରି ଗରିବିରୁ ମୁକ୍ତ ହେବ, ଆମ ଗାଁ କିପରି ରୋଗରୁ ମୁକ୍ତ ହେବ, ଆମ ଗାଁ ଯେଉଁଠାରେ ଆଜି ମଧ୍ୟ ଜାତିବାଦର ବିଷ ଗାଁକୁ ଧୂଳିସାତ କରିଦିଏ, ଗାଁର ସ୍ୱପ୍ନକୁ ଚୂନା କରି ଦିଏ, ସେହି ଜାତିବାଦ ଭାବନାରୁ ଉପରକୁ ଉଠି ଗାଁ ଏକ ସମୃଦ୍ଧ ଗାଁ ହେଉ, ସମସ୍ତଙ୍କୁ ଯୋଡ଼ୁଥିବା ଗାଁ ହେଉ ଆଉ ସମସ୍ତେ ମିଳିମିଶି ଗାଁର କଲ୍ୟାଣ ପାଇଁ କାମ କରିବାକୁ ସଂକଳ୍ପ କରନ୍ତୁ । ସେହି ପ୍ରକାରର ଗାଁର ବିକାଶକୁ ଜନଭାଗିଦାରୀ ଦ୍ୱାରା ଆଗକୁ ବଢ଼ାଇବା ଦିଗରେ ଭାରତ ସରକାର ତାଙ୍କର ପଦକ୍ଷେପ ଉଠାଉଛନ୍ତି ।
ଆଜି ମୋତେ ଏଠାରେ ଦେଶର ଗ୍ରାମୀଣ ଜୀବନ ପାଇଁ ଭାବିଲାବାଲା, ଗ୍ରାମୀଣ ଜୀବନ ପାଇଁ ଯୋଗଦାନ ଦେଲାବାଲା, ଗାମୀଣ ଅର୍ଥ ବ୍ୟବସ୍ଥାର, ଗ୍ରାମୀଣ କୃଷି ଜୀବନର ଏଭଳି ଭିନ୍ନ ଭିନ୍ନ ବିଷୟରେ ଯାହାଙ୍କର ଦକ୍ଷତା ରହିଛି, ଏଭଳି ଦେଶର ତିନି ଶହରୁ ଅଧିକ ଲୋକ କାଲି ପୂରା ଦିନ ବସିବେ, ଅଲଗା ଅଲଗା ଦଳରେ ବସିବେ, ଆଧୁନିକ ସନ୍ଦର୍ଭରେ ଗାଁର ବିକାଶ କିପରି ହେବ, ତାହାର ବିଚାର ବିମର୍ଷ କଲେ ଆଉ ସାରା ଦିନ ଏହି ଅନୁଭବୀ ଲୋକମାନେ ଯେଉଁ ମନ୍ଥନ କଲେ ତା’ମଧ୍ୟରୁ ଯେଉଁ ଅମୃତ ବାହାରିଲା, ଆଜି ଏବେ ଏକ ଭିଡିଓ ମାଧ୍ୟମରେ ତାହାକୁ ପ୍ରସ୍ତୁତ କରିବାର ପ୍ରୟାସ ମଧ୍ୟ ହେଲା । କିନ୍ତୁ ମୁଁ ଏହି ସମସ୍ତ ମହାନୁଭବଙ୍କୁ ବିଶ୍ୱାସ ଦେଉଛି କି ଆପଣ ଯେଉଁ ବିଚାର ବିମର୍ଷ କରିଛନ୍ତି, ମନ୍ଥନ କରିଛନ୍ତି ଆଉ ଯେଉଁ ବିନ୍ଦୁକୁ ସାରାଂଶ ଭାବେ ବାହାର କରିଛନ୍ତି ଭାରତ ସରକାର ତାହାକୁ ଗୁରୁତ୍ୱ ଦେବେ, ଗମ୍ଭୀରତାର ସହ ନେବେ । ଆଉ ତା’ମଧ୍ୟରୁ ଯେତିକି କରଣୀୟ ପ୍ରସଙ୍ଗ ରହିଛି, ସନ୍ଦର୍ଭ ବିନ୍ଦୁ ରହିଛି ତାହାକୁ ଭାରତ ସରକାରଙ୍କ ଯୋଜନାରେ ସମାହିତ କରି କେତେ ବର୍ଷ ପରେ ଏତେ ବଡ଼ ମଂଚରେ ଭାରତର ଗ୍ରାମୀଣ ଜୀବନ ବିଷୟରେ ଚିନ୍ତନ ଆଉ ଚର୍ଚ୍ଚା ହୋଇଛି । ଦେଶର ପ୍ରତ୍ୟେକ କୋଣରୁ ଲୋକ ଆସିଛନ୍ତି । ଭିନ୍ନ ଭିନ୍ନ ଅଂଚଳର ପ୍ରକୃତି ଅଲଗା ଅଲଗା, ସେଠାକାର ସମସ୍ୟା ମଧ୍ୟ ହେଉଛି ଅଲଗା, ସେଠାକାର ସଂସାଧନ ମଧ୍ୟ ହେଉଛି ଅଲଗା, ସେଠାକାର ଆବଶ୍ୟକତା ମଧ୍ୟ ହେଉଛି ଅଲଗା । ରୁଚି, ପ୍ରବୃତ୍ତି, ପ୍ରକୃତି ଅନୁସାରେ ଗାଁର ବିକାଶ ଯେଉଁଠାରୁ ଜଡିତ ହୋଇଥିବ ତ ସେଠାରେ ନିରନ୍ତର ଅଭିବୃଦ୍ଧିର ଗ୍ୟାରେଂଟି ଥିବ । ବାହାରୁ ଲଦି ଦିଆଯାଇଥିବା ଜିନିଷ ଗ୍ରାମୀଣ ଜୀବନରେ ଭିତରେ ଅଧିକ ସମୟ ପର୍ଯ୍ୟନ୍ତ ବିଦେଶୀ ତତ୍ୱ ଭାବେ ସଂଘର୍ଷରେ ବିତି ଯାଇଥାଏ ଆଉ କେବେ କେବେ ଗ୍ରାମୀଣ ଜୀବନ, ବାହାରୁ ଲଦି ଦିଆଯାଇଥିବା ଜିନିଷକୁ ସ୍ୱୀକାର କରିବାର ସାହସ କରିପାରନ୍ତି ନାହିଁ । ଆଉ ଏଥିପାଇଁ ଆମର ପ୍ରୟାସ ଏହା ହେଉଛି କି ଗାଁର ନିଜର ଯେଉଁ ଶକ୍ତି ଅଛି, ଗାଁର ନିଜର ଯେଉଁ ସାମର୍ଥ୍ୟ ଅଛି ସର୍ବ ପ୍ରଥମେ ତାହାକୁ ଯୋଡ଼ି ବିକାଶର ମଡେଲ ପ୍ରସ୍ତୁତ କରିବା ଯାହା ଗାଁ ଲୋକଙ୍କ ପାଇଁ ଅନୁକୂଳ ହୋଇଥାଏ, ପରିଚିତ ହୋଇଥାଏ । ତା’ ମଧ୍ୟରେ କିଛି ପରିବର୍ତ୍ତନର ଆବଶ୍ୟକତା ଥାଏ । ସେଥିପାଇଁ ବୈଜ୍ଞାନିକ ଉପାୟରେ ଆର୍ଥିକ ଦୃଷ୍ଟିରୁ ଟେକ୍ନୋଲଜି ଦୃଷ୍ଟିରୁ ଏକ ସହାୟକ ବ୍ୟବସ୍ଥାର ଆବଶ୍ୟକ ହୋଇଥାଏ । ଆଉ ତାହାକୁ ଆମେ ଗୁରୁତ୍ୱ ଦେଇ ଚାଲୁ, ତ ଗାଁ ସହଜରେ ତା’ ସହିତ ଯୋଡ଼ି ହୋଇ ଚାଲେ । ଗାଁ ସେହି ବିକାଶ ଯାତ୍ରାକୁ ନିଜର କାନ୍ଧ ଉପରେ ଉଠାଇ ନିଏ ଆଉ ନିରନ୍ତର ବିକାଶର ତାହା ଏକ ଗ୍ୟାରେଂଟି ହୋଇଯାଏ । ଆପଣ ଯେଉଁ ଚିନ୍ତନ ମନନ କରିଛନ୍ତି ତାହା ପୃଥିବୀର ଅନୁଭବ ଆଧାରରେ କରା ଯାଇଥିବା ଜିନିଷଗୁଡ଼ିକ.. ମୋର ବିଶ୍ୱାସ ଯେ ଆଗାମୀ ଦିନମାନଙ୍କରେ ଗ୍ରାମୀଣ ବିକାଶକୁ ଯେଉଁ ଦ୍ରୁତ ଗତିରେ ଆମେ ନେବାକୁ ଚାହୁଁଛୁ । ଗୋଟିଏ କଥା ଆମକୁ ବୁଝିବାକୁ ହେବ ଆମେ ବିକାଶ କରିବାକୁ ଚାହିଁବୁ, ଏତିକିରେ କଥା ଶେଷ ହେଉ ନାହିଁ, ଆମେ ଭଲ କରିବାକୁ ଚାହିଁବୁ, ଏତିକିରେ କଥା ଶେଷ ହେଉ ନାହିଁ, ଯଦି ଆମେ ଜିନିଷଗୁଡ଼ିକୁ ସମୟ ସୀମା ମଧ୍ୟରେ କରିବା । ଆମେ ଆମ ଯୋଜନାଗୁଡ଼ିକର ଯେଉଁ ଲାଭାର୍ଥୀ ଅଛନ୍ତି, ଯେଉଁ ଗୋଷ୍ଠୀ ପାଇଁ ଲକ୍ଷ୍ୟ ରଖାଯାଇଛି ତା’ପାଇଁ ଶତ ପ୍ରତିଶତ ଲାଗୁ କରିବା । ଯୋଜନା ଯେଉଁ ମନୋଭାବ ନେଇ ଆରମ୍ଭ କରାଯାଇଛି, ଯେଉଁ ଭୂମିରେ ଆରମ୍ଭ କରାଯାଇଛି, ସେଥିରେ ଛଳନା ନଆସୁ, ପରିବର୍ତ୍ତନ ନଆସୁ, ଆଉ ତାହାକୁ ଲାଗୁ କରିବାର ସମୟସୀମାରେ ପ୍ରୟାସ କରିବା, ଆଉ ତାହା ମଧ୍ୟ ପରିଣାମ ଆଧାରିତ ନୁହେଁ, ଫଳାଫଳ ଆଧାରିତ ହେଉ । ଆମେ କେବଳ ଏତିକି ବଜେଟ ଖର୍ଚ୍ଚ ଦେଲୁ, ତାହା ନୁହେଁ । ଏହି ବଜେଟରେ ଏହା ଆମର ଲକ୍ଷ୍ୟ ଥିଲା, ଏହା ଆମେ ପରିପୂର୍ଣ୍ଣ କଲୁ ଯଦି ଏହି ପ୍ରକାରରେ ଆମେ ଏକ ତୁଳନାତ୍ମକ ପ୍ରୟାସ କରିବା ଆଉ ସମୟସୀମା ମଧ୍ୟରେ କରିବା ତ ମୋର ବିଶ୍ୱାସ ହେଉଛି କି 70 ବର୍ଷରେ ଗ୍ରାମୀଣ ବିକାଶର ଯେଉଁ ଗତି ରହିଛି 2022 ସ୍ୱାଧୀନତାର 75 ବର୍ଷ ପାଳନ କରିବା, ସେତେବେଳେ ଆମର ବିକାଶର ଗତି ଏତେ ଦ୍ରୁତ ହେବ କି ଯେଉଁ 70 ବର୍ଷର ସ୍ୱପ୍ନ ଦେଖିକରି ମୋର ଗ୍ରାମୀଣ ବ୍ୟକ୍ତି ବସି ରହିଛି, ତାହାର ଜୀବନରେ ମଧ୍ୟ ପରିବର୍ତ୍ତନ ଆସି ପାରିବ । ଆଜି ଗାଁର ନାଗରିକ ମଧ୍ୟ ସହର ସହିତ ସମକକ୍ଷ ହୋଇ ଜୀବନ ବଂଚିବା ପାଇଁ ଚାହୁଁଛି, ଯେଉଁ ସୁବିଧା ସହର ପାଇଁ ଉପଲବ୍ଧ, ସେହି ସୁବିଧା ଗାଁ ପାଇଁ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ । ଯଦି ସହରରେ ବିଜଳି ଚକାଚକ୍ ହେଉଛି, ତ ଗାଁରେ ମଧ୍ୟ ବିଜୁଳି ଚକାଚକ୍ ହେବା ଆବଶ୍ୟକ । ଯଦି ସହରରେ ରହୁଥିବା ଲୋକର ମନ ଯେତେବେଳେ ଚାହିଁଲା ଟିଭି ଦେଖିପାରିବେ ତ ଗାଁର ଲୋକମାନେ ମଧ୍ୟ ଦେଖିପାରିବେ, ଯଦି ସହରର ପିଲା ସ୍କୁଲର ପ୍ରୟୋଗଶାଳା/ବିଜ୍ଞାନାଗାରରେ ଯାଇ ପ୍ରୟୋଗ କରି ପାରିବ ତ ଗାଁର ପିଲା ମଧ୍ୟ ସ୍କୁଲର ପ୍ରୟୋଗଶାଳାରେ ଯାଇ ପ୍ରୟୋଗ କରି ପାରିବାର ସୁଯୋଗ ତାକୁ ମିଳିବା ଦରକାର । ଯଦି ସହରର ପିଲା ଆଧୁନିକ କମ୍ପ୍ୟୁଟର ଦ୍ୱାରା ଟେକ୍ନୋଲଜିର ଶିକ୍ଷା ପ୍ରାପ୍ତ କରୁଛି, ତ ଏହା ମଧ୍ୟ ଆବଶ୍ୟକ ହେଉଛି କି ଗାଁର ପିଲାଙ୍କୁ ମଧ୍ୟ ସେହି ଟେକ୍ନୋଲଜି ଦ୍ୱାରା ପ୍ରଶିକ୍ଷିତ ହେବାର ସୁଯୋଗ ରହିବା ଦରକାର । ତାକୁ ମଧ୍ୟ ଟେକ୍ନୋଲଜିରେ ଆଗକୁ ବଢ଼ିବାର ସୁଯୋଗ ମିଳିବା ଦରକାର ।
ଯଦି ଇଣ୍ଟରନେଟ୍… ଆଜି କେବେ-କେବେ ଗାଁରେ ଶିକ୍ଷକ ରହିବା ପାଇଁ ପ୍ରସ୍ତୁତ ନୁହଁନ୍ତି, ଡାକ୍ତର ରାତିରେ ଚାଲି ଯିବାକୁ ଚାହାଁନ୍ତି, କିନ୍ତୁ ଯେଉଁ ସୁବିଧା ସହରରେ ଅଛି, ଆମେ ଯଦି ସେମିତି ସୁବିଧାଗୁଡିକ ଯଦି ନଳରେ ପାଣି ଆସୁଛି, ଅପ୍ଟିକାଲ ଫାଇବର ନେଟୱାର୍କ ଅଛି, ଇଣ୍ଟରନେଟ୍ ସହିତ ଯୋଡ଼ି ହୋଇଛି, ଚବିଶ ଘଂଟା ବିଜୁଳି ଅଛି, ଚୂଲି ଜଳେଇବା ପାଇଁ ଗ୍ୟାସ ଉପଲବ୍ଧ ରହିଛି । ଯଦି ଏହି ପ୍ରାଥମିକ ସୁବିଧାଗୁଡ଼ିକୁ ପହଂଚାଇବାରେ ଆମେ ସଫଳ ହେଉଛୁ, ତ ଏକ ଗୁଣାତ୍ମକ ଜୀବନ ରେ ପରିବର୍ତ୍ତନ ଆସିବ ତାହା ଗାଁରେ ମଧ୍ୟ ଲୋକଙ୍କୁ ରହିବା ପାଇଁ ପ୍ରେରଣା ଯୋଗାଇବ । ଯଦି ଶିକ୍ଷକ ଗାଁରେ ରହିବେ, ଡାକ୍ତର ଗାଁରେ ରହିବେ, ସରକାରୀ ବାବୁ ଗାଁରେ ରହିବେ, ତ ଗାଁର ଜୀବନରେ ତାହାଙ୍କର ଉପସ୍ଥିତି ମଧ୍ୟ ବହୁତ ବଡ଼ କାରଣ ହୋଇଥାଏ, ଆଉ ସେଥିପାଇଁ ମହାତ୍ମାଗାନ୍ଧି ଯେଉଁ ସ୍ୱପ୍ନ ଦେଖିଥିଲେ, ଦୀନଦୟାଲ ଉପାଧ୍ୟାୟ ମହାଶୟ ଯେଉଁ ଚିନ୍ତନ କରିଥିଲେ । ନାନାଜୀ ଆଉ ଜୟପ୍ରକାଶ ମହାଶୟ ଯେଉଁ ବିଚାରଧାରାକୁ ନେଇ ବଂଚିଥିଲେ ଏହି ଆଦର୍ଶ ଧାରାକୁ ନେଇ ଆମ ମାନଙ୍କର ମଧ୍ୟ ଏହି ପ୍ରୟାସ ହେଉଛି କି ଆମେ ଗ୍ରାମୀଣ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମହତ୍ୱପୂର୍ଣ୍ଣ ଦିଗରେ ଆଗକୁ ବଢ଼ିବା ।
ଆମ ଦେଶରେ ସଂସାଧନ କାରଣରୁ ଶେଷ ଭାଗରେ ରହୁଥିବା ଲୋକକୁ ଆମେ କିଛି ଦେଇ ପାରୁ ନାହିଁ । ଆଜି ଭାରତ ସରକାରରେ ଆସିବା ପରେ ମୁଁ ଏହି କଥା ଉପରେ ସହମତ ନୁହେଁ । ହିନ୍ଦୁସ୍ଥାନର ଶେଷ ଭାଗରେ ରହୁଥିବା ଲୋକକୁ ମଧ୍ୟ ଯାହା ହେଉଛି ତାହାର ହକ୍ ଯାହାକୁ ତା’ପାଖରେ ପହଂଚାଇବାର ଅଛି ତ ଦେଶ ପାଖରେ ସଂସାଧନର କୌଣସି ଉଣା ନାହିଁ । ଯେଉଁ ଉଣା ଅନୁଭବ ହେଉଛି ତାହା ହେଉଛି ଉତ୍ତମ ଶାସନର, ହେଉଛି ସୁଶାସନର । ଯେଉଁ ଯେଉଁ ରାଜ୍ୟରେ ଉତ୍ତମ ଶାସନ ଅଛି, ସରକାରୀ କଳ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟରେ କାମ ପୂରଣ କରିବାରେ ଅଭ୍ୟସ୍ତ ତ ସେହିଠାରେ ପରିବର୍ତ୍ତନ ଦୃଷ୍ଟିକୁ ଆସେ । ଆପଣ ଦେଖନ୍ତୁ ମନରେଗା, ଏବେ ମନରେଗାର ଏକ ବିଶେଷତ୍ୱ ରହିଛି, ତାହା ହୋଇଛି ଗାଁର ଗରିବ ଲୋକ ମାନଙ୍କୁ ରୋଜଗାର ଦେବା ପାଇଁ । କିନ୍ତୁ ଏହା ଅନୁଭବ ହେଉଛି କି ଯେଉଁ ରାଜ୍ୟରେ ଅଧିକରୁ ଅଧିକ ଗରିବ ଅଛନ୍ତି, ସେହିଠାରେ ମନରେଗାର କାମ କମ୍ ହେଉଛି । କିନ୍ତୁ ଯେଉଁ ରାଜ୍ୟରେ କମ୍ ଗରିବ ଅଛନ୍ତି, କିନ୍ତୁ ଉତ୍ତମ ଶାସନ ଅଛି, ସେହିଠାରେ ରାଜ୍ୟରେ ସକ୍ରିୟତା ରହିଛି । ଅଧିକରୁ ଅଧିକ ଯୋଜନା କରି ଦେଉଛନ୍ତି, ଅଧିକ ଲୋକଙ୍କୁ ଯୋଡ଼ି ଦେଉଛନ୍ତି ଆଉ ଅଧିକ କାମ କରି ନେଉଛନ୍ତି । ଆଉ ସେଥିପାଇଁ ଗ୍ରାମୀଣ ବିକାଶ ପାଇଁ ଉତ୍ତମ ଶାସନ ଉପରେ ଗୁରୁତ୍ୱ ଦେବା ଏହା ହେଉଛି ଆମ ସରକାରଙ୍କର ନିରନ୍ତର ପ୍ରୟାସ । ଆଜି ଯେଉଁ ଦିଶା ନାମରେ ଯେଉଁ ଡିଜିଟାଲ Dashboard ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରାଗଲା ତାହା ଏକ ପ୍ରକାରରେ ଉତ୍ତମ ଶାସନ ଦିଗରେ ହେଉଛି ଏକ ମୁଖ୍ୟ ପଦକ୍ଷେପ । ଯେଉଁ କାରଣରୁ କେନ୍ଦ୍ରୀୟ ସ୍ତରରେ ପ୍ରତ୍ୟେକ ଜିନିଷକୁ ଅପୁଧ୍ୟାନ କରାଯାଇ ପାରିବ, ସମୟ ସୀମା ମଧ୍ୟରେ ସମୀକ୍ଷା କରାଯାଇ ପାରିବ, ଯଦି ତା’ଭିତରେ କିଛି ତୃଟି ରହିଛି ତ ତାହାକୁ ସଂଶୋଧନ କରାଯିବା ପାଇଁ ପଦକ୍ଷେପ ନିଆ ଯାଇ ପାରିବ, ଆଉ ଯୋଜନାରେ ଅସୁବିଧା ରହିଛି ତ ଯୋଜନା ସଂଶୋଧନ କରାଯିବ, ଯଦି ବ୍ୟକ୍ତିଗତ ଅସୁବିଧା ରହିଛି ତ ବ୍ୟକ୍ତିକୁ ସଂଶୋଧନ କରାଯିବା, କିନ୍ତୁ ଦିଶା ଏହି ପ୍ରକାର ଡ଼େସବୋର୍ଡ କାରଣରୁ ଗୋଟିଏ ତ ଏହାର ଅନୁଧ୍ୟାନର ସଂପୂର୍ଣ୍ଣ ବ୍ୟବସ୍ଥା ହିନ୍ଦୁସ୍ଥାନର ସମସ୍ତ ଗାଁ ସହିତ ଯୋଡ଼ି ହେବ । ଅନ୍ୟଟି ଭାରତ ସରକାରଙ୍କର ଯେଉଁ ଦୃଷ୍ଟିଭଙ୍ଗି ରହିଛି, ରାଜ୍ୟ ସରକାରଙ୍କର ଯେଉଁ ଯୋଜନାମାନ ରହିଛି ଆଉ ଆମର ଯେଉଁ ସଂସଦର ସଦସ୍ୟ ଏବଂ ଜିଲ୍ଲା ପ୍ରତିନିଧି ଅଛନ୍ତି, ଏ ସମସ୍ତେ ଯଦି ବିକାଶକୁ ଗୋଟିଏ ସୂତ୍ରରେ ଯୋଡିବେ । ଅଗ୍ରାଧିକାର ରହିବ ତ ଆମକୁ ଆଶା କରାଯାଉଥିବା ପରିଣାମ ନିଶ୍ଚିତ ଭାବେ ମିଳିବ । ଆଉ ଏଥିପାଇଁ ଏହି ଦିଶା ମାଧ୍ୟମରେ ଜନପ୍ରତିନିଧିଙ୍କୁ ସକ୍ରିୟ ଭାବେ ଯୋଡ଼ିବାର ଏକ ମୁଖ୍ୟ କାମ ଭାରତ ସରକାର କରିଛନ୍ତି, ଏହି ଦିଶା ମାଧ୍ୟମରେ । ସଂସଦ ସଦସ୍ୟ ଜିଲ୍ଲା ପ୍ରତିନିଧିଙ୍କ ସହିତ ବସି ଏହି ସମସ୍ତ ଯୋଜନାଗୁଡ଼ିକର ସମୀକ୍ଷା କରନ୍ତି । ସେଠାକାର ଆବଶ୍ୟକତା ଅନୁସାରେ ଅଗ୍ରାଧିକାର କ୍ଷେତ୍ର ସ୍ଥିର କରା ଯାଇଥାଏ । ଜିନିଷଗୁଡ଼ିକ ଏହିଠାରୁ ଲଦି ଦିଆଯାଇ ନଥାଏ । ଆଉ ଏହି କାରଣରୁ କାର୍ଯ୍ୟରେ ଗତି ଆଣିବା ଦିଗରେ ଏକ ବହୁତ ବଡ଼ ସଫଳତା ମିଳିଛି । ଗଣତନ୍ତ୍ରର ସଫଳତା ଖାଲି କେତେ ଲୋକ ଭୋଟ ବାକ୍ସରେ ମତଦାନ କରିଥାଆନ୍ତି, ଭୋଟ ଦେବାକୁ ଯାଆନ୍ତି । ଦୁର୍ଭାଗ୍ୟରୁ ଆମେ କିଛି ବର୍ଷ ହେଲା ଗଣତନ୍ତ୍ରକୁ ଏହାରି ମଧ୍ୟରେ ସୀମିତ କରି ଦେଇଛୁ କି ପାଞ୍ଚ ବର୍ଷରେ ଥରେ ଯିବା, ବାକ୍ସରେ ଭୋଟ କାଗଜ ପକାଇ ଦେବା ବା ବଟନ୍ ଚିପି ଦେବା । ଆଉ ଯେଉଁ ସରକାର ମଧ୍ୟ ନିର୍ବାଚିତ ହୋଇ ଆସିବେ ଯେଉଁ କମିଟି ମଧ୍ୟ ନିର୍ବାଚିତ ହୋଇ ଆସିବେ ଯେଉଁ ପଂଚାୟତ ନିର୍ବାଚିତ ହୋଇ ଆସିବେ ସେ ଆମର 5 ବର୍ଷର ଭାଗ୍ୟ ନିର୍ଦ୍ଧାରଣ କରିବେ । ମୁଁ ବୁଝୁଛି ଯେ ଗଣତନ୍ତ୍ରକୁ ଏତିକି ସୀମିତ ଭାବେ ଚିନ୍ତା କରା ଯାଇ ନପାରେ । ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ କାମ ନିଶ୍ଚିତ ଭାବେ ଏହା ହେଉଛି କି ନିଜ ପସନ୍ଦର ସରକାର ବାଛିବେ, କିନ୍ତୁ ଗଣତନ୍ତ୍ରର ସଫଳତା ସେତେବେଳେ ହୋଇଥାଏ ଯେତେବେଳେ ଜନ ଭାଗିଦାରୀରେ ଦେଶ ଚାଲେ । ଜନ ଭାଗିଦାରୀରେ ଗାଁର ବିକାଶ ଯାତ୍ରା ଚାଲେ, ଜନ ଭାଗିଦାରୀରେ ନଗରର ବିକାଶ ଯାତ୍ରା ଚାଲେ ଆଉ ଏଥିପାଇଁ ଜନତାଙ୍କ ସହିତ ସରକାରଙ୍କ ସମ୍ବାଦ, ଆଲୋଚନା, ପର୍ଯ୍ୟ।ଲୋଚନା, ବିତର୍କ, ବିଚାର, ବିମର୍ଶ ହେଉଛି ଅନିର୍ବାଯ୍ୟ । ଜୀବନ ସମ୍ବାଦ ହେବା ଆବଶ୍ୟକ । ଉପରୁ ତଳ ପର୍ଯ୍ୟନ୍ତ ସଠିକ୍ ମାର୍ଗଦର୍ଶିକା ଯିବା ଦରକାର ଆଉ ତଳୁ ଉପର ପର୍ଯ୍ୟନ୍ତ ସଠିକ୍ ସୂଚନା ଯିବା ଦରକାର । ଯଦି ଏହି ଦ୍ୱିପାକ୍ଷିକ ଚାନେଲ ଉପଯୁକ୍ତ ହେବ ତ ଯୋଜନାଗୁଡିକ, ନୀତି ଆଉ ବଜେଟ୍ ଅନୁଦାନ ସଠିକ୍ ଲକ୍ଷ୍ୟ ସ୍ଥାନରେ ସମସ୍ତ ଜିନିଷ ହୋଇ ପାରିବ । ଆଉ ଏଥିପାଇଁ ଆଜି ଏକ ମୋବାଇଲ ଆପ୍ ଦ୍ୱାରା ଗ୍ରାମୀଣ ସମ୍ବାଦ ଦ୍ୱାରା ଗାଁର ବ୍ୟକ୍ତି ନିଜର ମୋବାଇଲ ଫୋନ ମାଧ୍ୟମରେ ସଠିକ ଖବର ଉପର ପର୍ଯ୍ୟନ୍ତ ପହଂଚାଇପାରେ ଆଉ ଉପରୁ ସଠିକ୍ ମାର୍ଗଦର୍ଶନ ସବୁଠାରୁ ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପର୍ଯ୍ୟନ୍ତ ସିଧା ପହଂଚିପାରିବ ଆଉ ସେହି କାରଣରୁ ସେଠାରେ ସ୍ଥାନୀୟ ପ୍ରତିନିଧି ଯେଉଁମାନେ ସରକାରରେ ରହନ୍ତି ତାଙ୍କ ଉପରେ ମଧ୍ୟ ଚାପ ରହିଥାଏ, କାରଣ ଗାଁର ବ୍ୟକ୍ତି କୁହନ୍ତି ଯେ ବାବୁ ଆପଣ କହୁଛନ୍ତି ଏହି ଯୋଜନା, କିନ୍ତୁ ମୋର ମୋବାଇଲ ଫୋନ୍ ତ କହୁଛି କି ଏହି ଯୋଜନା ଅଛି, ଆପଣ କୁହନ୍ତୁ କି ଆମର ଏଠି କାହିଁକି ଲାଗୁ ହୋଇ ନାହିଁ । ଏହା ଜନତାଙ୍କୁ ଜାଗ୍ରତ କରିବାରେ ଏକ ବହୁତ ବଡ଼ କାମ, ଏହି ମୋବାଇଲ ଆପ୍ ମାଧ୍ୟମରେ ଟେକ୍ନୋଲଜିର ଉପଯୋଗ କରି, ଜନତାଙ୍କ ସହିତ ସମ୍ବାଦ ବଢ଼ାଇ, ତାହାର ଆବଶ୍ୟକତାକୁ ବୁଝି କାମକୁ ଦିଗ ଦେବା, ଗତି ଦେବା ସେହି ଦିଗରେ ଆମେ ପ୍ରୟାସ କରୁଛୁ ।
ଆଜି ମଧ୍ୟ ସାରା ଦେଶରେ କେତେ ଜାଗାରେ ଉଦ୍ଘାଟନ ହୋଇଛି । ସେହି ଭଳି ଭାବରେ କୃଷି ବିଭାଗର ଏହିଠାରେ ଏକ Phonemics Centre, ଏକ ବଡ଼ ମହତ୍ୱପୂର୍ଣ୍ଣ ପ୍ଲାଂଟର ଆଜି ଉଦ୍ଘାଟନ ହୋଇଛି । ଆମ ଦେଶରେ କୃଷି କ୍ଷେତ୍ର ଆଉ ପଶୁପାଳନ ଏହା ହେଉଛି ଗ୍ରାମୀଣ ଅର୍ଥ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । କିନ୍ତୁ ତା’ସହିତ ଆମର ଗ୍ରାମୀଣ ଜୀବନରେ ଯେଉଁ ଶିଳ୍ପୀ ଅଛନ୍ତି ତାଙ୍କର ମଧ୍ୟ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ବହୁତ ବଡ଼ ଯୋଗଦାନ ରହିଛି । ଆଉ ଏଥିପାଇଁ ପଶୁପାଳନ ହେଉ, ଚାଷବାସ ହେଉ, ହୁଏତ ହାତକାମ ହେଉ, ହସ୍ତକଳା ସହିତ ଯୋଡ଼ି ହୋଇଥିବା ଆମର ଲୋକ ହୁଅନ୍ତୁ, ସେମାନଙ୍କୁ ଯୋଡ଼ି ଆମେ ଆମର ଅର୍ଥବ୍ୟବସ୍ଥାର ସ୍ତମ୍ଭକୁ ମଜବୁତ କରିବା ଦିଗରେ ଆମେ କାମ କରୁଛୁ । 2022 ଭାରତର ସ୍ୱାଧୀନତାର 75 ବର୍ଷ ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଏକ ସଂକଳ୍ପ ନେଇ ଆମେ କାମ କରୁଛୁ । ଗୋଟିଏ ପଟେ କୃଷକଙ୍କ ଯେଉଁ ଚାଷ ଖର୍ଚ୍ଚ ଅଛି ତାହାର ଯେଉଁ ଖର୍ଚ୍ଚ ହେଉଛି ତାକୁ କମ୍ କରିବାର ଅଛି । ଆଉ ଅନ୍ୟ ପଟେ ତାହାର ଯେଉଁ ଉତ୍ପାଦନ ରହିଛି, ତାହାକୁ ବଢ଼ାଇବାର ଅଛି । ଯଦି ଏହି ଦୁଇଟି ଜିନିଷକୁ ନେଇ ଚାଲିବା ତ ଆମକୁ ଟେକ୍ନୋଲଜିର ସାହାଯ୍ୟ ନେବାକୁ ପଡ଼ିବ । ଆମକୁ ଆଧୁନିକତା ସହିତ ଆଡ଼କୁ ଯିବାକୁ ପଡ଼ିବ । ପଶୁପାଳନ, ପଶୁଙ୍କ ସଂଖ୍ୟା ହୁଏତ କମ୍ ହେଉ, କିନ୍ତୁ ଦୁଗ୍ଧ ଉତ୍ପାଦନ ଅଧିକ ହେଉ, ପ୍ରତି ପଶୁଙ୍କ ପିଛା ଦୁଗ୍ଧ ଉତ୍ପାଦନ ବଢ଼ୁ ସେହି ଦିଗରେ ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ିବା ସେହି ଗ୍ରାମୀଣ ଅର୍ଥପୂର୍ଣ୍ଣ ଜୀବନ ଆଗକୁ ବଢ଼ିବ । ଆଜି ଆମେ ଦୁନିଆରେ ରାସାୟନିକ ମହମ ବଦଳରେ ମହୁବାଲା ମହମ ଯାହା ହେଉଛି ଜୈବ-ମହମ ତାହାର ଦୁନିଆରେ ବହୁତ ବଡ଼ ଚାହିଦା ରହିଛି । ଲୋକମାନେ ରାସାୟନିକ ମହମରୁ ମୁକ୍ତି ପାଇ ମହୁମାଛିର ଯେଉଁ ମହମ ରହିଛି, ତା’ଆଡ଼କୁ ଯାଉଛନ୍ତି । ଯଦି ଆମେ ଗାଁରେ ମହୁମାଛି ପାଳନକୁ ପ୍ରୋତ୍ସାହନ ଦେବା, ବୈଜ୍ଞାନିକ ଉପାୟରେ ମହୁମାଛିର ପାଳନ କରିବା, ଆମର କୃଷକ ପଶୁପାଳନ ସହିତ ଯୋଡ଼ି ହୋଇଯିବେ, ଅତିରିକ୍ତ ରୋଜଗାରର ସମ୍ଭାବନା ବଢ଼ିବ ଆଉ ଆଜି ଯେଉଁ ବହୁତ ବଡ଼ ବଜାର ମହୁମାଛି ମହମର ଅଛି, ରାସାୟନିକ ମହମରୁ ଲୋକମାନେ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଭାରତ ଏଥିରେ ବହୁତ ବଡ଼ ବଜାରକୁ ଦୁନିଆରେ ଧରି ରଖିବାର ସାମର୍ଥ୍ୟ ରଖେ ଆଉ ସେହି ଦିଗରେ ଆମେ ଆଗକୁ ଯିବାକୁ ଚାହୁଁଛୁ । ଆମର ଏଠି ମତ୍ସ୍ୟ ଉଦ୍ୟୋଗ ରହିଛି, ଆମର ଏଠି କୁକୁଡ଼ା ଫାର୍ମ ଅଛି, ଆମର ପଶୁପାଳନ ହେଉ, ଆମର ଏଠି କୃଷି ହେଉ, ସେଥିରେ ମଧ୍ୟ ଟିମ୍ବରର ଚାଷ, ପଶୁପାଳନ ସହିତ କୃଷି ସହିତ ଯଦି କ୍ଷେତ କଡ଼ରେ କାଠ ଉପଯୋଗୀ ଗଛ ଚାଷ କରିବେ, ତ ଦେଶ ଆଜି କାଠ ଆମଦାନୀ କରୁଛି ସେଥିରୁ ବଂଚିଯିବ । ଆଉ ଦେଶର କୃଷକ ଟିମ୍ବରରୁ ଏତିକି ରୋଜଗାର କରି ପାରିବ କି ତାହାକୁ କେବେ ପରିବାରରେ ସଙ୍କଟର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ପାଞ୍ଚ ଦଶ ବର୍ଷ ପରିଶ୍ରମ କରିବାର ଆବଶ୍ୟକତା ଅଛି ନିଜକୁ ନିଜେ ପରିଣାମ ଆସିବାକୁ ଆରମ୍ଭ ହୋଇଥାଏ ତ ଏଭଳି ଏକ ବ୍ୟପକ ସମନ୍ୱିତ ଦୃଷ୍ଟିଭଙ୍ଗୀ ସହିତ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ଦିଗରେ ଆମେ କାମ କରୁଛୁ । ଆମେ କିଛି କାମ ନିର୍ଦ୍ଧାରିତ ସମୟ ସୀମାରେ କରିବା ଉଦ୍ଦେଶ୍ୟ ନେଇ କରୁଛୁ । ମୁଁ ଖୁସି ଯେ ଆମେ ଗ୍ରାମୀଣ ଜୀବନ ସହିତ ଏକ ଅପରିଷ୍କାର ଗ୍ରାମୀଣ ଜୀବନର ଅଂଶ ହୋଇ ଯାଇଥିଲା । ଲୋକମାନେ ସହି ଯାଉଥିଲେ, ସେମାନେ ଏହା ମାନିନେଲେ କି ଆମ ଭାଗ୍ୟରେ ଏହା ଲେଖା ହୋଇଛି । ଆଉ ଧୀରେ-ଧୀରେ ଯେତେବେଳେ ଜାଗୃତି ଆସିଗଲା ଲୋକଙ୍କ ମଧ୍ୟରେ ଏହି ପରିବର୍ତ୍ତନର ଆରମ୍ଭ ହେଲା । ଖୋଲା ମଳମୂକ୍ତ ଗାଁର ମାଆ ଭଉଣୀମାନଙ୍କ ସମ୍ମାନର ଏକ ଅଭିଯାନ ଚାଲିଛି । ଶୌଚାଳୟ ତିଆରି କରିବାର ଏକ ଅଭିଯାନ ଚାଲିଲା ସମୟ ସୀମା ମଧ୍ୟରେ ଶୌଚାଳୟ ତିଆରି କରିବା, ଶୌଚାଳୟ ତିଆରି କରିବାର କାମ ଚାଲିଲା । ଆଉ ଆଜି ଧୀରେ-ଧୀରେ ସ୍ଥିତି ଏଭଳି ଆସିଛି, କାଲି ପର୍ଯ୍ୟନ୍ତ ଆମେ ଯାହାକୁ ଶୌଚାଳୟ କହୁଥିଲେ, ଆଜି ହିନ୍ଦୁସ୍ଥାନରେ ଉତ୍ତରପ୍ରଦେଶ ଭଳି ରାଜ୍ୟ ତାହାର ନାମ ଇଜ୍ଜତ ଘର କରି ଦେଇଛନ୍ତି । ଶୌଚାଳୟରେ ଲେଖା ଯାଇଛି ଇଜ୍ଜତ ଘର । ସତରେ ମାଆ ଭଉଣୀମାନଙ୍କ ଇଜ୍ଜତ ପାଇଁ ଏହାଟାରୁ ବଡ଼ କୌଣସି ଉପହାର ହୋଇ ପାରେ ନାହିଁ ଯାହା କି ଆମେ ଶୌଚାଳୟ ତିଆରି କରି ଦେଉଛୁ । ଆମର ମାଆ ଭଉଣୀମାନଙ୍କୁ ଶୌଚ ପାଇଁ ଖୋଲାକୁ ଯିବାକୁ ପଡ଼ିବ, ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯାଇ ଆସିବାକୁ ପଡ଼ିବ ଆଉ ଦିନରେ କେତେବେଳେ ଯିବାର ଆବଶ୍ୟକତା ପଡ଼ିବ, ସେହି ମାଆ ଭଉଣୀଙ୍କୁ କେତେ କଷ୍ଟ ହେଉଥିବ ଯେ ପର୍ଯ୍ୟନ୍ତ ସେହି ସମ୍ବେଦନାକୁ ଅନୁଭବ ନ କରିବା, ସେ ପର୍ଯ୍ୟନ୍ତ ଖୋଲା ମଳମୂକ୍ତର ଆନ୍ଦୋଳନ ସଫଳ ହୋଇ ପାରିବ ନାହିଁ । ଆଉ ସେଥିପାଇଁ ଯେତେବେଳେ ମଧ୍ୟ ଶୌଚାଳୟ ତିଆରି କରିବାର କଥା ଆସିବ । ସେହି ମାଆ ଭଉଣୀଙ୍କ ଇଜ୍ଜତ ଆଡ଼କୁ ଦେଖନ୍ତୁ, ସେହି ମାଆ ଭଉଣୀଙ୍କ ବ୍ୟସ୍ତତା ଆଡ଼କୁ ଦେଖନ୍ତୁ ଆପଣଙ୍କୁ ମଧ୍ୟ ଲାଗିବ ଅଲଗା କାମ ସବୁ ଛାଡ଼ି ଭାରତ ସରକାରଙ୍କ ଯୋଜନାରୁ ମୁଁ ଶୌଚାଳୟ ତିଆରି କରିବି ଆଉ ଶୌଚାଳୟକୁ ବ୍ୟବହାର କରିବାର ଅଭ୍ୟାସ କରିବି ।
ଅଢ଼େଇ ଲକ୍ଷରୁ ଅଧିକ ଗାଁ ଖୋଲା ମଳମୂକ୍ତ ଗାଁ ହେବା ପାଇଁ ଆଗକୁ ଆସିଲେ । ସେମାନେ କରି ଦେଖାଇଲେ । ମୁଁ ସେହି ଗାଁଗୁଡ଼ିକୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି, ସେମାନେ ମାଆ ଭଉଣୀଙ୍କ ଇଜ୍ଜତ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ଉଠାଇଛନ୍ତି । ଆଉ ମାଆ ଭଉଣୀଙ୍କ ଇଜ୍ଜତ କରିବାବାଲା ଗାଁ ମୋ ପାଇଁ ହେଉଛି ପୂଣ୍ୟର ଗାଁ । ମୁଁ ସେମାନଙ୍କୁ ପ୍ରଣାମ କରୁଛି କି ଯେଉଁମାନେ ଏହି ମହତ୍ୱପୂର୍ଣ୍ଣ କାମକୁ କରିଛନ୍ତି ।
ସ୍ୱଚ୍ଛତା ଆଜି ଗାଁର ସ୍ୱଭାବ ହେଲାଣି । ଗାଁ ମଧ୍ୟ ଦାୟିତ୍ୱ ନେବାକୁ ଲାଗିଲାଣି । ଆମର ବହୁ ଗାଁ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ, 18 ହଜାର ଏଭଳି ଗାଁ ଅଛି, ଯେଉଁମାନେ ଆଜି ମଧ୍ୟ ଅଷ୍ଟାଦଶ ଶତାବ୍ଦୀରେ ଜୀଉଁଛନ୍ତି । ନା ବିଜୁଳିର ଖୁଂଟ ଅଛି, ନା ବିଜୁଳିର ତାର ଅଛି, ନା ଗାଁ କେବେ ବିଜୁଳି ଦେଖିଛି । ଆମେ ଭାର ଉଠାଇଲୁ, ଲାଲକିଲ୍ଲାରୁ କହିଲୁ ଏକ ହଜାର ଦିନରେ 18ହଜାର ଗାଁକୁ ବିଜୁଳି ପହଂଚାଇବୁ ଆଉ ମୁଁ ଖୁସି ଯେ ରାଜ୍ୟ ସରକାରମାନେ ମଧ୍ୟ ଏଥିରେ ହାତ ମିଳାଇଲେ, ଭାରତ ସରକାର ମଧ୍ୟ ସେଥିରେ ଗତି ଆଣିଲେ ଆଉ ଆଜି ବହୁତ ଦ୍ରୁତ ଗତିରେ 18ହଜାର ଗାଁର ସେହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ, ପାଖାପାଖି 15 ହଜାର ଗାଁରେ ବିଜୁଳି ପହଂଚିଯାଇଛି ।ଏବେ ଗାଁରେ ବିଜୁଳି ପହଂଚିଯାଇଛି ତ ଆମେ ସେଠାରେ ଅଟକି ଯିବୁ ନାହିଁ । ଏବେ ଆମର ସ୍ୱପ୍ନ ହେଉଛି ଗାଁ ହେଉ ବା ସହର ଘର ହେଉ ବା କୁଡ଼ିଆ ପ୍ରତ୍ୟେକ ଘରେ ବିଜୁଳିର ତାର ରହିବା ଦରକାର । 24 ଘଂଟା ବିଜୁଳି ମିଳିବା ଦରକାର, ବଡ଼ ଦାୟିତ୍ୱ ନେଇଛୁ । ଆଉ ଏଥିପାଇଁ ଗରିବ ପରିବାରଙ୍କୁ ଘରେ ବିଜୁଳି ସଂଯୋଗ ନେବା ପାଇଁ ପଇସା ଦେବାକୁ ପଡ଼ୁଥିଲା । ଆମେ ସ୍ଥିର କରିଛୁ ମାଗଣାରେ ସଂଯୋଗ ଦେବୁ, ବିଜୁଳି ପହଂଚାଇବୁ ଆଉ ମୋର ବିଶ୍ୱାସ ଥରେ ବିଜୁଳି ଆସିଲା ତ ଘରର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିବ, ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ବଢ଼ିବ । ଘରର ଜୀବନ ବଦଳିବ, 24 ଘଂଟା ବିଜୁଳି ଦେବାର ନିର୍ଦ୍ଧାରିତ ଲକ୍ଷ୍ୟ ସହିତ କାମ କରିବା ଦିଗରେ ଆଜି ଆମେ ଆଗକୁ ବଢ଼ୁଛୁ । ହିନ୍ଦୁସ୍ଥାନର ଗ୍ରାମୀଣ ଜୀବନକୁ ବଦଳାଇବା ପାଇଁ ଆମର ଯେଉଁ ଗ୍ରାମୀଣ ଲୋକ ଉତ୍ପାଦନ କରୁଛନ୍ତି, ତାହାକୁ ସହରରେ ଏକ ଫ୍ୟାସନ ଆଧାରରେ ତାହାକୁ ପଲ୍ଲବିତ ପୁଷ୍ପିତ କରିବାର ଆବଶ୍ୟକତା ଅଛି । ସାଧାରଣ ବ୍ୟକ୍ତି ନିଜ ହାତରେ ତିଆରି କରିଥିବା ଜିନିଷ ଯଦି ବଡ଼ ବଡ଼ ଘରେ ତାହାର ଟିକେ ହେଲେ ମଧ୍ୟ ଉପଯୋଗ ହୋଇଯାଏ, ଗ୍ରାମୀଣ ଅର୍ଥନୀତିକୁ ବଡ଼ ଶକ୍ତି ମିଳିଯିବ । ଦିପାବଳୀର ଦିପ ମୋର କୁମ୍ଭାର ତିଆରି କରିଥିବା ଯଦି କିଣିବେ ତ ମୋ କୁମ୍ଭାରର ଘରେ ମନକୁ ମନ ଦିପ ଜଳିବାକୁ ଲାଗିବ । ଆଉ ଆମ ପାଇଁ ଏହା ଏକ କଠିନ କାମ ନୁହେଁ । ଆମେ ସହରରେ ରହୁଥିବା ଲୋକ ଆମର ସମଗ୍ର ଜୀବନର ଆବଶ୍ୟକତାଗୁଡ଼ିକୁ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଦୃଷ୍ଟିକୋଣରୁ ଆଗକୁ ବଢ଼ାଇବା ତ ନୂତନତା ମଧ୍ୟ ଅନୁଭବ ହେବ । ଜୀବନରେ ଏକ ସନ୍ତୋଷର ଭାବ ମଧ୍ୟ ଆସିବ ଆଉ ଏଥିପାଇଁ ସହର ଗ୍ରାମ ପାଇଁ ଏକ ବଜାର ସ୍ଥଳ ତିଆରି ହେବା ଦରକାର । କେବଳ ଗାଁରୁ ଆସୁଥିବା ଧାନ ସହର ପାଇଁ ବଜାର ସ୍ଥାନ ତିଆରି ହେବ ତା ନୁହେଁ, କିନ୍ତୁ ସହରରେ ଉତ୍ପାଦିତ ହେବ । ଗାଁରେ ଉତ୍ପାଦିତ ହେଉଥିବା ପ୍ରତ୍ୟେକ ଜିନିଷ ସହର ପାଇଁ ବଜାର ସ୍ଥାନ ରୂପେ ବିକାଶ ଲାଭ କରିବ, ତ କେବେ ହେଲେ ମଧ୍ୟ ମୋ ଦେଶର ଗାଁ ଗରିବ ହୋଇ ରହିବ ନାହିଁ, ଗାଁରେ କୌଣସି ପରିବାର ଗରିବ ହୋଇ ରହିଯିବ ଆଉ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହୋଦୟ ଯେଉଁ ଅନ୍ତ୍ୟୋଦୟର ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ଆମେ ପୂରଣ କରି ପାରିବୁ । ଆଜି ନାନାଜୀ ଦେଶମୁଖଙ୍କର ଜନ୍ମ ଶତବାର୍ଷିକୀରେ ଭାରତ ସରକାରଙ୍କ ତରଫରୁ ଏକ ଡାକ ଟିକଟ ମଧ୍ୟ ଲୋକାର୍ପଣ ହୋଇଛି । ମୋର ବିଶ୍ୱାସ ରହିଛି ଯେବେ ମଧ୍ୟ ଏହି ଡାକ/ପୋଷ୍ଟାଲ ଟିକଟ ସହିତ ଲୋକଙ୍କ ପାଖରେ ଯାଇ ପହଂଚିବ ନାନାଜୀଙ୍କ ପ୍ରତି ସ୍ୱାଭାବିକ ଉତ୍ସୁକତା ସୃଷ୍ଟି ହେବ । କେମିତି କେଭଳି ମହାପୁରୁଷ କେବଳ ଦେଶ ପାଇଁ ଜୀଇଁବା ଏହା ଯାହାଙ୍କର ଉଦ୍ଦେଶ୍ୟ ଥିଲା । ଗାଁର ଜୀବନରେ ପରିବର୍ତ୍ତନ ଆଣିବା, କାହା ପାଇଁ ନିଜେ ଯାଇ ପ୍ରୟୋଗ କରିବା ଆଉ ଦେଶର ସମସ୍ତ ରାଷ୍ଟ୍ରପତି ନାନାଜୀ ଯେବେଠାରୁ ଗାଁରୁ ପ୍ରାରମ୍ଭ କରିଛନ୍ତି ତା’ପରେ ଯେତେ ରାଷ୍ଟ୍ରପତି ଆସିଲେ ସେ ସର୍ବଦା ନାନାଜୀଙ୍କ ଏହି କାମରେ ଯୋଡ଼ି ହୋଇ ରହିଲେ । ନାନାଜୀଙ୍କ କାମକୁ ପସନ୍ଦ କରୁଥିଲେ । ନାନାଜୀଙ୍କ ପ୍ରକଳ୍ପ ଦେଖିବାକୁ ନିଜେ ଯାଉଥିଲେ ଆଉ ଏହି କାମ ନାନାଜୀଙ୍କ କୌଶଳର ବିଶେଷତ୍ୱ ଥିଲା । ଆଜି ନାନାଜୀଙ୍କ ଜନ୍ମ ଶତବାର୍ଷିକୀ ଦିନରେ ସାରା ହିନ୍ଦୁସ୍ଥାନର ଗ୍ରାମୀଣ ଲୋକ ଆସିଛନ୍ତି । ଭାରତ ସରକାରଙ୍କ ସମସ୍ତ ସମ୍ବନ୍ଧିତ ସରକାର ଯୋଡ଼ି ହୋଇଛନ୍ତି ଆଉ ଗ୍ରାମୀଣ ଜୀବନରେ ଏକ ପରିବର୍ତ୍ତନ ସଂକଳ୍ପ ନେଇ ଆମେ ଚାଲିଛୁ । ମୋର ବିଶ୍ୱାସ ରହିଛି କି 2022 ସ୍ୱାଧୀନତାର 75 ବର୍ଷ ପ୍ରତ୍ୟେକ ଗାଁରେ ମଧ୍ୟ ଏକ ସଂକଳ୍ପ କରନ୍ତୁ ପ୍ରତ୍ୟେକ ଗ୍ରାମବାସୀ ସେ ମଧ୍ୟ ଏକ ସଂକଳ୍ପ କରନ୍ତୁ ଯେ 2022ପର୍ଯ୍ୟନ୍ତ ମୁଁ ମୋ ଗାଁକୁ ଏହା ଦେବି ଆଉ ମୋର ଗାଁ ଆମେ ମିଳିମିଶି ଦେଶକୁ ଏହା ଦେବୁ । ଯଦି ଏହି ସଂକଳ୍ପ ନେଇ ଆମେ ଚାଲିବୁ ମୋର ବିଶ୍ୱାସ ରହିଛି କି ଆମେ ଗ୍ରମୋଦୟର ଯେଉଁ ସ୍ୱପ୍ନକୁ ନେଇ ଚାଲିଛୁ ତାହାକୁ ପୂରଣ କରିବାରେ ସଫଳ ହେବା । ମୁଁ ପୁଣି ଥରେ ଆପଣଙ୍କୁ ଅନୁରୋଧ କରୁଛି ଯେଉଁ ପ୍ରଦର୍ଶନୀ ଲାଗିଛି, ମୁଁ ଏବେ ଦେଖିବାକୁ ଯାଇଥିଲି । ଯେଉଁମାନେ ଆସିଛନ୍ତି ତାଙ୍କୁ ମଧ୍ୟ କହିବା ପାଇଁ ବହୁତ କିଛି କଥା ଅଛି, ସଫଳତାର ସହିତ କରିଥିବା ଅନୁଭବର ସେଠାରେ ହେଉଛି ସାରାଂଶ । ମୋର ମଧ୍ୟ ମନ କରୁଥିଲା, ବାରମ୍ବାର ରହି ଯାଉଥିଲା । ଦେଖିବାକୁ, ବୁଝିବାକୁ ଚେଷ୍ଟା କରୁଥିଲା । ମନକୁ ଆନନ୍ଦ ଲାଗୁଥିଲା କି ଗାଁ ଗାଁ କିଭଳି କିଭଳି ପ୍ରୟୋଗ ହେଉଛି ପ୍ରତ୍ୟେକ ରାଜ୍ୟରେ, କିଭଳି କିଭଳି ନୂଆ ନୂଆ ପଦକ୍ଷେପ ନିଆ ଯାଇଛି । ଗାଁରେ ମଧ୍ୟ କିପରି ଟେକ୍ନୋଲଜି ନିଜର ସ୍ଥାନ ତିଆରି କରିଛି । ଏହି ସବୁ ଜିନିଷ ଦେଖି ମନ ବହୁତ ଆନନ୍ଦନିତ ହୋଇଛି । ମୋର ଆପଣମାନଙ୍କୁ ଅନୁରୋଧ । ଆପଣ କେତେ ମଧ୍ୟ ବ୍ୟସ୍ତ ଥାଆନ୍ତୁ ନା କାହିଁକି, କେତେ ମଧ୍ୟ ଶୀଘ୍ର ଯିବାର ଥାଉ ନା କାହିଁକି, ଏହି ପ୍ରଦର୍ଶନୀର ପ୍ରତ୍ୟେକଟି ଜିନିଷକୁ ସୂକ୍ଷ୍ମତାର ସହିତ ଦେଖନ୍ତୁ । ଆପଣଙ୍କ ଗାଁରେ ସେଥିରୁ କ’ଣ ଲାଗୁ ହୋଇପାରିବ । ତାହାକୁ ଟିକେ କାଗଜରେ ଲେଖି ରଖନ୍ତୁ । କାହାକୁ ଯୋଗାଯୋଗ କରିବେ ତାହା ମଧ୍ୟ ଲେଖି ରଖନ୍ତୁ ଆଉ ସେଥିରୁ କେଉଁ ଜିନିଷଟି ଆପଣଙ୍କ ଗାଁ ପାଇଁ ହେଉଛି ଅନୁକୂଳ । ତାହାକୁ ଆପଣ ଯାଇ ନିଜ ଗାଁରେ କିପରି ଲାଗୁ କରି ପାରିବେ । ପ୍ରକାରାନ୍ତରେ ଯେବେ କୌଣସି ଜିନିଷ ଦେଖୁ ତା’ହେଲେ ଯାଇ ତାହାର ଶକ୍ତିର ପରିଚୟ ଅଧିକ ମିଳେ । ଆଉ ଏଥିପାଇଁ ମୁଁ ଅନୁରୋଧ କରିବି କି ଆପଣ ସମସ୍ତଙ୍କ ସହିତ ଦୁଇ ଚାରି ଘଂଟା ମଧ୍ୟ ଏହି ପ୍ରଦର୍ଶନୀରେ ନିଶ୍ଚୟ ଲଗାନ୍ତୁ, ପ୍ରତ୍ୟେକ ଜିନିଷକୁ ଦେଖନ୍ତୁ ଆଉ ଭଲ ଜିନିଷଗୁଡ଼ିକୁ ନିଜ ଗାଁକୁ ନେଇ ଯାଆନ୍ତୁ । ମୁଁ ପୁଣି ଥରେ ନାନାଜୀଙ୍କୁ ପ୍ରଣାମ କରୁଛି, ବାବୁ ଜୟପ୍ରକାଶଜୀଙ୍କୁ ନତମସ୍ତକ ହେଉଛି, ଆଉ ସମସ୍ତ ଗାଁରୁ ଆସିଥିବା ମୋର ଜାଗ୍ରତ ନାଗରିକ ଭାଇ ଭଉଣୀଙ୍କୁ ପ୍ରଣାମ ଜଣାଉଛି, ଆଉ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ।
**********
Today, we pay tributes to the great Loknayak JP and Nanaji Deshmukh, who worked closely with JP. Both these individuals distinguished themselves and devoted their lives towards the betterment of our nation: PM @narendramodi
— PMO India (@PMOIndia) October 11, 2017
Loknayak JP was deeply popular among youngsters. The likes of Loknayak JP and Dr. Lohia were active during the 'Quit India' movement, inspired by the clarion call of Mahatma Gandhi. JP was never interested in power politics: PM @narendramodi
— PMO India (@PMOIndia) October 11, 2017
Loknayak JP fought corruption in the nation. His leadership rattled those in power that time and during a march he was even attacked. At that time, standing shoulder to shoulder with him was Nanaji Deshmukh: PM @narendramodi
— PMO India (@PMOIndia) October 11, 2017
When Janata Government was formed in 1977, Nanaji Deshmukh was requested to join the Government as a Minister but he did not do so. He followed JP and preferred to devote himself towards rural development and making our villages self-reliant, free from poverty: PM @narendramodi
— PMO India (@PMOIndia) October 11, 2017
Just having the best ideas for development are not enough. Initiatives have to be completed on time and the fruits of development must reach the intended beneficiaries. Efforts have to be comprehensive and 'outcome driven' not 'output driven' : PM @narendramodi
— PMO India (@PMOIndia) October 11, 2017
Facilties that are associated with cities must also be made available to our villages: PM @narendramodi
— PMO India (@PMOIndia) October 11, 2017
Strength of a democracy cannot be restricted to how many people vote. Yes, that is important but the real essence of a democracy is Jan Bhagidari and integrating people in the development journey of cities, villages. Regular Samvad with governments is required: PM @narendramodi
— PMO India (@PMOIndia) October 11, 2017
Lack of sanitation facilities is adversely impacting the development journey of villages. That is why we have been working to overcome this and build toilets in rural areas: PM @narendramodi
— PMO India (@PMOIndia) October 11, 2017