ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦ୍ୱାରା ପ୍ରକାଶିତ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ବିଶ୍ୱ ସାଂସ୍କୃତିକ ଆଲୋଚନାକୁ ରୂପ ଦେବାରେ ଭାରତର ସଭ୍ୟତାଗତ ଐତିହ୍ୟର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରାଯାଇଛି।
ଶ୍ରୀ ଶେଖାୱତ ପ୍ରଥମ ଏସସିଓ ସଭ୍ୟତା ବାର୍ତ୍ତାଳାପ ମଞ୍ଚ ଏବଂ ଇନ୍ଦ୍ରପ୍ରସ୍ଥ କମ୍ୟୁନିକ୍ ଉପରେ ଆଲୋକପାତ କରିଥିଲେ, ଯାହା ସୁଦୃଢ଼ ସାଂସ୍କୃତିକ ସହଯୋଗ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିଥାଏ, ଯେଉଁଥିରେ ଐତିହ୍ୟ ସଂରକ୍ଷଣ, ସାଂସ୍କୃତିକ ଗବେଷଣା, ନବସୃଜନ ଏବଂ ସୃଜନଶୀଳ ଉଦ୍ୟୋଗ ମାଧ୍ୟମରେ ଭାରତ କିପରି ଏହାର ସମୃଦ୍ଧ ସଭ୍ୟତା ପରମ୍ପରାକୁ ବ୍ୟାପକ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇପାରିବ ତାହା ଅନୁସନ୍ଧାନ କରାଯାଇଥାଏ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି:
“ବୈଶ୍ୱିକ ସାଂସ୍କୃତିକ ଆଲୋଚନାକୁ ରୂପ ଦେବାରେ ଭାରତର ସଭ୍ୟତାଗତ ଐତିହ୍ୟର ଭୂମିକା ବୃଦ୍ଧି ପାଉଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଥମ ଏସ୍. ସି. ଓ. ସଭ୍ୟତା ବାର୍ତ୍ତାଳାପ ମଞ୍ଚ ଏବଂ ଇନ୍ଦ୍ରପ୍ରସ୍ଥ କମ୍ୟୁନିକ୍ ବିଷୟରେ ଲେଖିଛନ୍ତି, ଯାହା ସୁଦୃଢ଼ ସାଂସ୍କୃତିକ ସହଯୋଗ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିଛି।
ଐତିହ୍ୟ ସଂରକ୍ଷଣ, ସାଂସ୍କୃତିକ ଗବେଷଣା, ନବସୃଜନ ଏବଂ ସୃଜନଶୀଳ ଉଦ୍ୟୋଗ ମାଧ୍ୟମରେ ଭାରତ କିପରି ଏହାର ସମୃଦ୍ଧ ସଭ୍ୟତା ପରମ୍ପରାକୁ ବ୍ୟାପକ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇପାରିବ, ସେ ବିଷୟରେ ସେ ଅନୁସନ୍ଧାନ କରିଛନ୍ତି।
HS
India's civilisational heritage has a growing role in shaping global cultural discourse. Union Minister Shri @gssjodhpur writes about the first SCO Civilisational Dialogue Forum and the Indraprastha Communiqué, which sets out a framework for stronger cultural cooperation. He explores how India can take its rich civilisational traditions to a wider global audience through heritage conservation, cultural research, innovation and creative enterprise. https://t.co/QPFGxmqJW1
— PMO India (@PMOIndia) November 25, 2026