ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶ୍ରମ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଜୋର୍ଡାନ ମଧ୍ୟରେ ସହଯୋଗ ବୁଝାମଣାରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ଉଭୟ ପକ୍ଷ ମଧ୍ୟରେ ଠିକା ରୋଜଗାର ପ୍ରଶାସନରେ ସର୍ବୋତ୍ତମ ପ୍ରୟାସକୁ ପ୍ରୋତ୍ସାହନ ଦେବା, ନିଯୁକ୍ତି ପ୍ରକ୍ରିୟାରେ ନବୀନତମ ସଂସ୍କାରକୁ ପ୍ରତିଫଳିତ କରିବା ଏବଂ ଜୋର୍ଡାନରେ ଭାରତୀୟ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହନ ଦେବା । ଭାରତୀୟ ଶ୍ରମଶକ୍ତିଙ୍କ ନିଯୁକ୍ତି ଲାଗି ଅନଲାଇନ ପୋର୍ଟାଲର ବ୍ୟବହାରରେ ଉଭୟ ପକ୍ଷ ମଧ୍ୟରେ ସହଯୋଗ ଜରିଆରେ ଆହୁରି ଅଧିକ ପାରଦର୍ଶିତା ଅଣାଯାଇପାରିବ । ଏହା ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ରୋକିବାରେ ସହାୟକ ହେବ ।
ଏହି ବୁଝାମଣା ପାଞ୍ଚ ବର୍ଷ ଲାଗି ବୈଧ ହେବ, ଏଥିରେ ମିଳିତ ବୈଷୟିକ କମିଟି ମାଧ୍ୟମରେ ସ୍ୱୟଂକ୍ରିୟ ନବୀକରଣ ଏବଂ ଅନୁଧ୍ୟାନ ବ୍ୟବସ୍ଥା ସମ୍ମିଳିତ କରାଯାଇଛି ।
****