Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ଇଣ୍ଟରବ୍ୟାଙ୍କ ସହଯୋଗ ଢାଞ୍ଚା ଅଧୀନରେ ରପ୍ତାନି-ଆମଦାନୀ ବ୍ୟାଙ୍କ ଦ୍ୱାରା ଡିଜିଟାଲ ଅର୍ଥବ୍ୟବସ୍ଥା ବିକାଶ ସନ୍ଦର୍ଭରେ ଡିଷ୍ଟ୍ରିବ୍ୟୁଟେଡ ଲେଜର ବ୍ଲକ ଚେନ ଟେକନୋଲଜିରେ ମିଳିତ ଗବେଷଣା ସଂକ୍ରାନ୍ତ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ବ୍ରିକ୍ସ ଇଂଟରବ୍ୟାଙ୍କ ସହଯୋଗ ଢାଞ୍ଚା ଅନ୍ତର୍ଗତ ଭାରତର ଆମଦାନୀ-ରପ୍ତାନି ବ୍ୟାଙ୍କ (ଏଗ୍ଜିମ) ଦ୍ୱାରା ଡିଜିଟାଲ ଅର୍ଥବ୍ୟବସ୍ଥାର ବିକାଶ ସନ୍ଦର୍ଭରେ ଡିଷ୍ଟ୍ରିବ୍ୟୁଟେଡ ଲେଜର ଏଣ୍ଡ ବ୍ଲକ ଚେନ ଟେକନୋଲୋଜି ଉପରେ ମିଳିତ ଗବେଷଣା ଲାଗି ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏହାର ସହଯୋଗୀ ସଦସ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କୋ ନେନାଲ ଡେ ଡେଶେନଭୋଲ୍ୱିମେଂଟୋଇକୋନୋମିକୋ ଇ ସୋସଲ (ବିଏନଡିଇଏସ, ବ୍ରାଜିଲ), ଚାଇନା ଡେଭଲପମେଂଟ ବ୍ୟାଙ୍କ (ସିଡିବି), ଷ୍ଟେଟ କୋ ଅପରେସନ ବ୍ୟାଙ୍କ ଫର ଡେଭଲପମେଂଟ ଏଣ୍ଡ ଫରେନ ଇକୋନୋମିକ ଫେୟାର୍ସ(ଭେଂଶୋକୋମ୍ବ୍ୟାଙ୍କ, ରୁଷ) ଏବଂ ଡେଭଲପମେଂଟ ବ୍ୟାଙ୍କ ଅଫ ସାଉଦର୍ଣ୍ଣ ଆଫ୍ରିକା (ଡିବିଏସଏ) ସାମିଲ ଅଛନ୍ତି ।

ପ୍ରମୁଖ ପ୍ରଭାବ

ଡିଷ୍ଟ୍ରିବ୍ୟୁଟେଡ ଲେଜର ଏଣ୍ଡ ବ୍ଲକ ଚେନ ଟେକନୋଲଜିରେ ବ୍ରିକ୍ସ ଦେଶଗୁଡ଼ିକର ଆର୍ଥିକ କ୍ଷେତ୍ରରେ ରହିଥିବା ବ୍ୟାପକ ଆହ୍ୱାନର ସମାଧାନ ମିଳିବାର ସମ୍ଭାବନା ରହିଛି । ଏହି ଏମଓୟୁର ଉଦ୍ଦେଶ୍ୟ ସେ ସମ୍ପୃକ୍ତ ବ୍ୟବସାୟ ପରିଚାଳନାର କ୍ଷେତ୍ରରେ ମିଳିତ ଗବେଷଣା ପ୍ରୟାସ ଜରିଆରେ ଡିଷ୍ଟ୍ରିବ୍ୟୁଟେଡ ଲେଜର ଏଣ୍ଡ ବ୍ଲକ ଚେନ ଟେକନୋଲଜିର ଉନ୍ନତ ବୁଝାମଣା ହାସଲ କରିବା ଅଟେ ଯେଉଁଠି ପରିଚାଳନାଗତ କୁଶଳତା ବଢ଼ାଇବା ଉଦ୍ଦେଶ୍ୟରେ ଏହାର ଅନୁପ୍ରୟୋଗର ସମ୍ଭାବନା ରହିଛି ।

**********