Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୋପାଳ ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ; 


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭୋପାଳ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏହି ପ୍ରକଳ୍ପ ଅନ୍ତର୍ଗତ କରୋନ୍ଦ ସର୍କଲ ଠାରୁ ଏମ୍ସ ପର୍ଯ୍ୟନ୍ତ (14.99 କିମି) ଏବଂ ଭଦଭଦା ଛକ ଠାରୁ ରତ୍ନଗିରି ତିରାହା (12.88) ପର୍ଯ୍ୟନ୍ତ ମୋଟ 27.87 କିମି ବିଶିଷ୍ଟ ଦୁଇଟି ରେଳ କରିଡର ନିର୍ମାଣ କରାଯିବ ଏବଂ ଏହି ଦୁଇଟି କରିଡର ଭୋପାଳର ପ୍ରମୁଖ ଅଂଚଳଗୁଡ଼ିକୁ ଯୋଡ଼ିବ ।

ବିବରଣୀ :

  1. କରୋନ୍ଦ ସର୍କଲ ଠାରୁ ଏମ୍ସ ମଧ୍ୟରେ ନିର୍ମିତ ହେବାକୁ ଥିବା ରେଳ ଲାଇନ ଅଧିକାଂଶ ଭାଗରେ ଭୂମି ଉପରେ (ଏଲିଭେଟେଡ) ହେବ ।
  2. କେବଳ ଭୋପାଳ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ନିକଟରେ ଏହାର ଭାଗ ଭୂତଳ ରହିବ । ଏହି ରେଳ ମାର୍ଗରେ 16ଟି ଷ୍ଟେସନ ମଧ୍ୟରୁ 14ଟି ଉପରେ ଏବଂ 2ଟି ଭୂତଳ ରହିବ ।
  3. ଭଦଭଦା ଛକଠାରୁ ରତ୍ନଗିରି ତିରାହି ପର୍ଯ୍ୟନ୍ତ ମେଟ୍ରୋ ଲାଇନରେ 14ଟି ଷ୍ଟେସନ ରହିବ ଏ ସମସ୍ତ ଭୂମି ଉପରେ ନିର୍ମିତ ହେବ ।
  4. ସହରର ଜନସଂଖ୍ୟା ବିଶିଷ୍ଟ ଅଂଚଳରେ ଏହା ରେଳ ପ୍ରକଳ୍ପ ବହନୀୟ, ଭରସାଯୋଗ୍ୟ, ସୁରକ୍ଷିତ ଏବଂ ବାଧାମୁକ୍ତ ପରିବହନ ସେବା ଉପଲବ୍ଧ କରାଇବ । ଯଦ୍ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ, ଯାତ୍ରା ସମୟରେ ସଂଚୟ ହେବ, ଶକ୍ତିର ଖର୍ଚ୍ଚ ଏବଂ ପ୍ରଦୂଷଣ କମିବ ଏବଂ ଦୀର୍ଘସ୍ଥାୟୀ ଲାଗି ସହରୀ ସମ୍ପ୍ରସାରଣ ଓ ଭୂମି ଉପଯୋଗକୁ ଉନ୍ନତ ଢଙ୍ଗରେ ନିୟନ୍ତ୍ରିତ କରାଯାଇପାରିବ ।
  5. ଏହି ପ୍ରକଳ୍ପ ପାଇଁ ଆନୁମାନିକ 6941.40 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପ 4 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।

ଲାଭ :

ଭୋପାଳ ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା ଭୋପାଳର 23 ଲକ୍ଷର ଘନ ଜନସଂଖ୍ୟା ବିଶିଷ୍ଟ କ୍ଷେତ୍ର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲାଭାନ୍ୱିତ ହେବେ । ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କରାଯାଉଥିବା ଦୁଇଟି ରେଳ କରିଡର ବହୁ ମଡେଲ ବିଶିଷ୍ଟ ହେବ ଯାହା ରେଳ ଷ୍ଟେସନ ସହ ଯୋଡ଼ିହେବ । ଏହି ମେଟ୍ରୋ ରେଳ ଷ୍ଟେସନ ଲାଗି ଫିଡର ବସ ସେବା ନେଟୱାର୍କ ଉପଲବ୍ଧ ହେବ । ଏହି ମେଟ୍ରୋ ରେଳ ପ୍ରକଳ୍ପ ଯାତ୍ରୀ ଭଡ଼ା ବ୍ୟତୀତ ଅନ୍ୟାନ୍ୟ ଭଡ଼ା ଏବଂ ବିଜ୍ଞାପନ ଏବଂ ବିସିଏଫ ଜରିଆରେ ରାଜସ୍ୱ ସଂଗ୍ରହ କରିବ ।

ମେଟ୍ରୋ ରେଳ କରିଡର ଆଖପାଖ ଅଂଚଳରେ ଏହି ପ୍ରକଳ୍ପ କାରଣରୁ ଯଥେଷ୍ଟ ଫାଇଦା ମିଳିବ । ଏହି ଅଂଚଳର ଲୋକ ସହରର ବିଭିନ୍ନ ଭାଗ ପର୍ଯ୍ୟନ୍ତ ଯିବାଆସିବା କରୁଥିବା ମେଟ୍ରୋ ରେଳ ସେବାର ଲାଭ ନେଇପାରିବେ ।

କରୋନ୍ଦ ଠାରୁ ଏମ୍ସ ମଧ୍ୟରେ ମେଟ୍ରୋ ରେଳ ଲାଇନ ସହର ମଧ୍ୟ ଭାଗ ଦେଇ ଗତି କରିବା ସହିତ ଘନ ଜନସଂଖ୍ୟା ବିଶିଷ୍ଟ ଅଂଚଳଗୁଡ଼ିକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଏମ୍ସ ସହ ଯୋଡ଼ିବ । ଭଦାଭଦା ଠାରୁ ରତ୍ନଗିରି ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ ଭୋପାଳ ନିକଟବର୍ତ୍ତୀ ନିର୍ମାଣାଧୀନ ସ୍ମାର୍ଟ ସହର ଅଂଚଳଗୁଡ଼ିକୁ ବିଏମଆଇଇଏଲ ଏବଂ ଏହାର ଆଖପାଖର ଶିଳ୍ପ କ୍ଷେତ୍ରଗୁଡ଼ିକୁ ଯୋଡ଼ିବ । ଏହି ମେଟ୍ରୋ ରେଳ ପ୍ରକଳ୍ପ ପରିବେଶ ଅନୁକୂଳ ଏବଂ ଦୀର୍ଘସ୍ଥାୟୀ ସାର୍ବଜନୀନ ପରିବହନ ସେବା ଉପଲବ୍ଧ କରିବ ।

ପ୍ରକଳ୍ପର ଅଗ୍ରଗତି :

  • ପ୍ରକଳ୍ପକୁ ଲାଗୁ କରିବା ପାଇଁ ମଧ୍ୟପ୍ରଦେଶ ମେଟ୍ରୋ ରେଳ କମ୍ପାନୀ ଲିମିଟେଡ ନାମରେ ଏକ ଭିନ୍ନ କମ୍ପାନୀ ଗଠନ କରାଯାଇଛି ।
  • ପ୍ରକଳ୍ପ ଲାଗି ଅର୍ଥ ଯୋଗାଣ କେନ୍ଦ୍ର ଏବଂ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ସମାନ ଭାବେ କରାଯିବ । କିଛିଭାଗ ୟୁରୋପୀୟ ନିବେଶ ବ୍ୟାଙ୍କ ପକ୍ଷରୁ ମଧ୍ୟ ଦିଆଯିବ ।
  • ପ୍ରକଳ୍ପ ଲାଗି ମେସର୍ସ ଡିବି ଇଞ୍ଜିନିୟରିଂ ଏଣ୍ଡ କନସଲଟିଂ ଜିଏନବିଏଚ ଏବଂ ମେସର୍ସ ଲୁଇସ ବର୍ଜର ଏସଏଏସ ମେସର୍ସ ଜିୟୋ ଡାଟା ଇଞ୍ଜିନିୟରିଂ କମ୍ପାନୀ ସମୂହକୁ ପରାମର୍ଶଦାତା କମ୍ପାନୀ ଭାବେ ନିଯୁକ୍ତ ଦିଆଯାଇଛି ।
  • ପ୍ରକଳ୍ପ ପୂର୍ବରୁ ସିଭିଲ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇସାରିଛି । କାମ ଶୀଘ୍ର ଆରମ୍ଭ ହୋଇଯିବ ।

 

****************