Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗଙ୍କ ରୌପ୍ୟଜୟନ୍ତୀ ସମାରୋହକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ;


 

ଏନଏଚଆରସି ଉପେକ୍ଷିତ, ବଂଚିତ ଲୋକଙ୍କ ସ୍ୱର – ପ୍ରଧାନମନ୍ତ୍ରୀ;

ଇ-ଅଦାଲତ ସଂଖ୍ୟାରେ ବୃଦ୍ଧି, ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡକୁ ସଶକ୍ତ କରିବା ଉପରେ ଗୁରୁତ୍ୱ;

ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନରେ ସୀମିତ ନରହୁ;

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

 

ବିଗତ ଅଢେଇ ଦଶନ୍ଧି ଧରି ଉପେକ୍ଷିତ ଏବଂ ନ୍ୟାଯ୍ୟ ଅଧୀକାରରୁ ବଂଚିତ ଲୋକମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରି ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗ (ଏନଏଚଆରସି) ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଜି (ଶୁକ୍ରବାର) ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗଙ୍କ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ, ମାନବିକ ଅଧୀକାରର ସୁରକ୍ଷା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ  । ମାନବିକ ଅଧିକାରସମୂହର ସୁରକ୍ଷା ପାଇଁ ସ୍ୱାଧୀନତା ପରେ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନ୍ୟାୟ ପ୍ରଣାଳୀ, ଏକ ସକ୍ରୀୟ ଗଣମାଧ୍ୟମ, ଏକ ସକ୍ରୀୟ ନାଗରିକ ସମାଜ ଏବଂ ଏନଏଚଆରସି ଭଳି ସଂଗଠନଗୁଡିକୁ ଗଠନ କରାଯାଇଛି  । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନ ହୋଇ ରହିନଯାଉ ବରଂ ଆମ ଆଚାର ବ୍ୟବହାରର ଏକ ଅଂଶ ହେବା ଆବଶ୍ୟକ  । ସେ କହିଥିଲେ ଯେ ବିଗତ ଚାରି ବର୍ଷ ମଧ୍ୟରେ, ଗରିବଙ୍କ ଜୀବନର ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା କରାଯାଇଛି । ସେ କହିଥିଲେ ଯେ ମନୁଷ୍ୟର ମୌଳିକ ଆବଶ୍ୟକତା ପୂରଣକୁ ସହଜସାଧ୍ୟ କରିବା ଲାଗି ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବେଟୀ ବଚାଓ, ବେଟୀ ପଢାଓ, ସୁଗମ୍ୟ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ଏହି ଯୋଜନାଗୁଡିକର ପରିଣାମ ସ୍ୱରୂପ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରିଛି  । ସେ କହିଥିଲେ ଯେ 9 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଫଳରେ କୋଟି କୋଟି ଗରିବ ଲୋକମାନଙ୍କ ପାଇଁ ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ଜୀବନ ସୁନିଶ୍ଚିତ କରାଯାଇପାରିଛି । ସେ ନିକଟ ଅତୀତରେ ଆୟୁଷ୍ମାନ ଭାରତ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପଦକ୍ଷେପ – ପିଏମଜେଏୱାଇ ବିଷୟରେ ଉଲ୍ଲେଖ କରିଥିଲେ ।  ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଆର୍ଥିକ ସମାବେଶନ ପଦକ୍ଷେପଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ  । ସେ କହିଥିଲେ ଯେ ମୁସଲିମ ମହିଳାମାନଙ୍କୁ ତିନି ତଲାକ ଭଳି କୁ-ପ୍ରଥାରୁ ମୁକ୍ତ କରିବା ଆଇନ ମଧ୍ୟ ଲୋକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ପର୍ଯ୍ୟାୟରେ ନିଆଯାଇଥିବା ଏକ ପଦକ୍ଷେପ  ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଇ-ଅଦାଲତଗୁଡିକର ସଂଖ୍ୟାରେ ବୃଦ୍ଧି ଏବଂ ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡକୁ ମଜବୁତ କରିବା ଭଳି ଅନେକ ପଦକ୍ଷେପଗୁଡିକ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପଗୁଡିକର ସଫଳତା ଜନ ଭାଗୀଦାରୀ କାରଣରୁ ସମ୍ଭବ ହୋଇପାରିଛି  । ସେ କହିଥିଲେ ଯେ ମାନବିକ ଅଧୀକାରଗୁଡିକ ପ୍ରତି ସଚେତନତା ସହିତ ନାଗରିକମାନଙ୍କୁ ନିଜ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ପ୍ରତି ମଧ୍ୟ ସଚେତନା ହେବା ଆବଶ୍ୟକ  । ସେ କହିଥିଲେ ଯେ ଯେଉଁ ଲୋକମାନେ ନିଜ ଉତ୍ତରଦାୟିତ୍ୱକୁ ବୁଝିଥାନ୍ତି, ସେମାନେ ଏହା ମଧ୍ୟ ଜାଣନ୍ତି ଯେ ଅନ୍ୟର ଅଧିକାରର ସମ୍ମାନ କିଭଳି କରାଯିବାର ଆବଶ୍ୟକତା ରହିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର ବିକାଶ ଲକ୍ଷ୍ୟଗୁଡିକୁ ହାସଲ କରିବା ପାଇଁ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ।

 

**********