Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପେସା ବିଲ, 2018କୁ କ୍ୟାବିନେଟ ଅନୁମୋଦନ


 

 

ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପେସାଦାରଙ୍କ ଦ୍ୱାରା ଶିକ୍ଷା ଏବଂ ସେବାର ନିୟନ୍ତ୍ରଣ ଓ ମାନକୀକରଣ ଲାଗି ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପେସା ବିଲ, 2018କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଭାରତୀୟ ସମବର୍ଗୀ ଏବଂ ସ୍ୱାସ୍ଥ୍ୟ ସେବା ପରିଷଦ ଏବଂ ଅନୁରୂପ ରାଜ୍ୟ ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପରିଷଦମାନ ପ୍ରତିଷ୍ଠା ଲାଗି ଏହି ବିଲରେ ବ୍ୟବସ୍ଥା ରହିଛି । ଏହି ସଂସ୍ଥାଗୁଡ଼ିକ ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପେସାଗୁଡ଼ିକ ପାଇଁ ମାନକ ନିର୍ଦ୍ଧାରଣ ଏବଂ ବ୍ୟବସ୍ଥା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ବିବରଣୀ :

  1. କେନ୍ଦ୍ରୀୟ ଏବଂ ସ୍ଥାନୀୟ ରାଜ୍ୟ ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପରିଷଦ; ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ବର୍ଗରେ 53ଟି ପେସା ସହିତ 15ଟି ବୃହତ ପେସାଦାର ବର୍ଗ ପ୍ରତିଷ୍ଠା ।
  2. କେନ୍ଦ୍ରୀୟ ପରିଷଦ ଏବଂ ରାଜ୍ୟ ପରିଷଦର ଢାଞ୍ଚା, ସମ୍ବିଧାନ, ଗଠନ ଏବଂ ପରିଚାଳନା ଲାଗି ବିଲରେ ବ୍ୟବସ୍ଥା ରହିଛି, ଯଥା ନୀତି ଏବଂ ମାନକ ପ୍ରସ୍ତୁତି, ପେସାଦାର ବ୍ୟବହାରର ନିୟନ୍ତ୍ରଣ, ଲାଇଭ ରେଜିଷ୍ଟର ସୃଷ୍ଟି ଏବଂ ବଜାୟ ରଖିବା, ସାଧାରଣ ପ୍ରବେଶିକା ଏବଂ ପ୍ରସ୍ଥାନ ପରୀକ୍ଷାର ବ୍ୟବସ୍ଥା ଆଦି ।
  • iii. କେନ୍ଦ୍ରୀୟ ପରିଷଦରେ 47 ଜଣ ସଦସ୍ୟ ରହିବେ, ଏମାନଙ୍କ ମଧ୍ୟରୁ 14 ଜଣ ପଦବୀଧାରୀ ହୋଇଥିବେ ଯେଉଁମାନେ ବିବିଧ ଏବଂ ସମ୍ବନ୍ଧୀୟ କାର୍ଯ୍ୟ ଓ ଦାୟିତ୍ୱ ତୁଲାଉଥିବେ । ଅବଶିଷ୍ଟ 33 ଜଣ ଅଣ-ପଦବୀଧାରୀ ସଦସ୍ୟ ରହିବେ ଯେଉଁମାନେ ମୁଖ୍ୟତଃ 15ଟି ପେସାଦାର ବର୍ଗକୁ ପ୍ରତିନିଧିତ୍ୱ କରୁଥିବେ ।
  1. ରାଜ୍ୟ ପରିଷଦର ଗଠନ ମଧ୍ୟ କେନ୍ଦ୍ରୀୟ ପରିଷଦ ଅନୁରୂପ ହେବ । ଏଥିରେ 7ଜଣ ପଦବୀଧାରୀ ସଦସ୍ୟ ଏବଂ 21 ଜଣ ଅଣ ପଦବୀଧାରୀ ସଦସ୍ୟ ଥିବେ ଏବଂ ଜଣେ ଅଧ୍ୟକ୍ଷଙ୍କୁ ଅଣପଦବୀଧାରୀ ସଦସ୍ୟଙ୍କ ମଧ୍ୟରୁ ନିର୍ବାଚିତ କରାଯିବ ।
  2. ନିର୍ଦ୍ଦିଷ୍ଟ ବିବେଚିତ ବର୍ଗ ସଂକ୍ରାନ୍ତରେ ସ୍ୱାଧୀନ ଭାବେ ପ୍ରସଙ୍ଗଗୁଡ଼ିକୁ ଅନୁଧ୍ୟାନ କରିବା ଏବଂ ସୁପାରିସ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ପରିଷଦ ଅଧୀନରେ ପେସାଦାର ପରାମର୍ଶଦାତା ପରିଷଦ ରହିବ
  3. ଯେକୌଣସି ନିର୍ଦ୍ଧାରିତ ହେଉଥିବା ପେସା ପାଇଁ ଅନ୍ୟ ଜାରି ରହିଥିବା ଆଇନ ଉପରେ ଏହି ବିଲର ପ୍ରଧାନ୍ୟ ରହିବ ।
  4. ରାଜ୍ୟ ପରିଷଦ ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ସଂସ୍ଥାନଗୁଡ଼ିକର ମାନ୍ୟତା ଦାୟିତ୍ୱ ନେବ ।
  5. ଅନିୟମିତତା ଉପରେ ଅଙ୍କୁଶ ଲଗାଇବା ପାଇଁ ଅପରାଧ ଏବଂ ଦଣ୍ଡବିଧାନ ବ୍ୟବସ୍ଥା ବିଲରେ ରହିଛି
  6. ଏହି ବିଲ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ କରିବାର କ୍ଷମତା ଦେଇଛି ।
  7. ପରିଷଦକୁ ନିର୍ଦ୍ଦେଶନାମା ଜାରି ରଖିବା, ନିୟମ ପ୍ରଣୟନ କରିବା ଏବଂ ଅନୁଚ୍ଛେଦ ଯୋଡ଼ିବା ଏବଂ ସଂଶୋଧନ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ନିକଟରେ ରହିଛି ।

ଲକ୍ଷ୍ୟ :

  • ଆଇନ ପାରିତ ହେବାର 6 ମାସ ମଧ୍ୟରେ ଏକ ଅନ୍ତରୀଣ ପରିଷଦ ଗଠନ କରାଯିବ ଏହା କେନ୍ଦ୍ରୀୟ ପରିଷଦର ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଦୁଇ ବର୍ଷ ଲାଗି ଦାୟିତ୍ୱରେ ରହିବ ।
  • କେନ୍ଦ୍ର ଏବଂ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ପରିଷଦ କର୍ପୋରେଟ ବଡି ଭାବେ ପ୍ରତିଷ୍ଠିତ ହେବ ଏବଂ ଏଥିରେ ବିଭିନ୍ନ ଉତ୍ସରୁ ପାଣ୍ଠି ସଂଗ୍ରହ କରିବାର ବ୍ୟବସ୍ଥା ରହିବ ।
  • ଆବଶ୍ୟକ ହେଲେ ଗ୍ରାଣ୍ଟ ଇନ ଏଡ ଜରିଆରେ ପରିଷଦଗୁଡ଼ିକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ ସହାୟତା କରିବେ । ତେବେ, ଯଦି ରାଜ୍ୟ ସରକାର ଅକ୍ଷମତା ପ୍ରକାଶ କରନ୍ତି, କେନ୍ଦ୍ର ସରକାର ପ୍ରାରମ୍ଭିକ କିଛି ବର୍ଷ ଲାଗି ରାଜ୍ୟ ପରିଷଦଗୁଡ଼ିକୁ ଅନୁଦାନ ଜାରି କରିପାରନ୍ତି ।

ବୃହତ ପ୍ରଭାବ, ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ସହିତ

  1. ପରିଷଦ ପ୍ରତିଷ୍ଠା ହେବା ତାରିଖର କିଛି ବର୍ଷ ମଧ୍ୟରେ ସମସ୍ତ ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କୁ ଗୋଟିଏ ପରିଷଦ ମଧ୍ୟକୁ ଆଣିବା ।
  2. ସମବର୍ଗୀ ଏବଂ ସ୍ୱାସ୍ଥ୍ୟସେବା ଶ୍ରମଶକ୍ତିରେ ପେସାଦାରୀତାକୁ ସକ୍ଷମ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଶିକ୍ଷିତ, ଉଚ୍ଚ କୁଶଳୀ ଏବଂ ପ୍ରତିଯୋଗିତାମୂଳକ ଚାକିରି ସୃଷ୍ଟି କରିବାର ସୁଯୋଗ ।
  • iii. ଆୟୁଷ୍ମାନ ଭାରତ ଆଧାରରେ ଉଚ୍ଚ ମାନର, ବହୁପକ୍ଷୀୟ ସେବା ପ୍ରଚଳନ କରିବା ଯାହା “ଡାକ୍ତର ନେତୃତ୍ୱ ଢାଞ୍ଚାରୁ ଏକ “ଯତ୍ନ ଗ୍ରହଣୀୟ ଏବଂ ଦଳ ଆଧାରିତଢାଞ୍ଚା ଆଡ଼କୁ ନେଇଯାଉଥିବ ।
  1. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2030 ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା 15 ନିୟୁତ ସ୍ୱାସ୍ଥ୍ୟସେବା କର୍ମଶକ୍ତିର ଆବଶ୍ୟକତା ପଡ଼ିବ । ଏହାକୁ ଆଖି ଆଗରେ ରଖି ବିଶ୍ୱସ୍ତରରେ ଦେଖାଯିବାକୁ ଥିବା ଅଭାବକୁ ପୂରଣ କରିବା ।

 

******************