ପିଏମଇଣ୍ଡିଆ
ଏଠାକୁ ଆସିଥିବା ଭାଇ ଓ ଭଉଣୀମାନେ, ମହାରାଷ୍ଟ୍ରରେ ଆଜି ଏହା ହେଉଛି ମୋର ଚତୁର୍ଥ କାର୍ଯ୍ୟକ୍ରମ । ଏହା ପୂର୍ବରୁ ମୁଁ ଥାଣେରେ ଥିଲି । ସେଠାରେ ମଧ୍ୟ ହଜାର ହଜାର କୋଟିର ବିକାଶ କାର୍ଯ୍ୟର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି ।
ଏଥିରେ ଗରିବମାନଙ୍କର ବାସଗୃହ ପ୍ରକଳ୍ପ ମଧ୍ୟ ଥିଲା ଏବଂ ମେଟ୍ରୋର ସମ୍ପ୍ରସାରଣ ସହିତ ଜଡିତ ପ୍ରକଳ୍ପ ମଧ୍ୟ ଥିଲା ।
କିଛି ସମୟ ପୂର୍ବରୁ ଏଠାରେ 8 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପୁଣେ ମେଟ୍ରୋ ଲାଇନର ତୃତୀୟ ପର୍ଯ୍ୟାୟର ଶିଳାନ୍ୟାସ ଏବେ କରିବା ପାଇଁ ମୋତେ ଅବସର ମିଳିଛି । ହିଞ୍ଜୱାଡୀରୁ ଶିବାଜୀନଗରକୁ ଯୋଡ଼ୁଥିବା ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଦେଶର ସବୁଠାରୁ ବ୍ୟସ୍ତ ଆଇଟି ସେଣ୍ଟର ମଧ୍ୟରୁ ଏହା ହେଉଛି ଗୋଟିଏ, ଏହି ଅଞ୍ଚଳକୁ ମଧ୍ୟ ବହୁତ କିଛି ସୁବିଧା ମିଳିବ ।
ମହାରାଷ୍ଟ୍ର ଏବଂ ଦେଶର କୋଣ ଅନୁକୋଣରୁ ଏଠାରେ କାର୍ଯ୍ୟ କରିବା ପାଇଁ ପହଞ୍ଚିଥିବା ଆଇଟି ବୃତ୍ତିଧାରୀମାନଙ୍କର, ଏଠାକାର ସ୍ଥାନୀୟ ଲୋକଙ୍କ ଜୀବନ ଏହାଦ୍ୱାରା ସୁଗମ ହେବାକୁ ଯାଉଛି ।
ସାଥୀଗଣ, ଦୁଇ ବର୍ଷ ପୂର୍ବେ ମୋତେ ପୁଣେ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ବହୁତ ଖୁସି ଅନୁଭବ କରୁଛି କି ଦୁଇଟି କରିଡରର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ସେଠାରେ ଦ୍ରୁତ ଗତିରେ କାମ ଚାଲୁଛି । ମୋର ବିଶ୍ୱାସ ରହିଛି କି ଆସନ୍ତା ବର୍ଷ ଶେଷ ସୁଦ୍ଧା ପୁଣେରେ 12 କିଲୋମିଟରର ରାସ୍ତାରେ ମେଟ୍ରୋ ଦୌଡ଼ିବାକୁ ଲାଗିବ ।
ଏବେ ଶିବାଜୀନଗରରୁ ତୃତୀୟ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଯାଇଛି । ଏମିତିରେ ଯେତେବେଳେ ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବ, ତ ଲୋକମାନଙ୍କୁ ପୁଣେ ଆଉ ପିମ୍ପରୀ ଛିନ୍ଦୱାଡ଼ାର ଚାରୋଟି ଭିନ୍ନ ଭିନ୍ନ କୋଣରୁ ହିଞ୍ଜୱଡ଼ୀ ଆଇଟି ପାର୍କ ପହଞ୍ଚିବାରେ ବହୁତ ସହଜ ହୋଇଯିବ ।
ଏଠାରେ ଉପସ୍ଥିତ ଆଇଟି କ୍ଷେତ୍ର ସହିତ ଜଡ଼ିତ ବୃତ୍ତିଧାରୀଙ୍କୁ ମୁଁ ଏଥିପାଇଁ ବିଶେଷ ଶୁଭେଚ୍ଛା ଜଣାଉଛି । ଆଜି ଏଠାରେ ଯେଉଁସବୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇଛି, ଏହା କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କର ବ୍ୟାପକ ଦୃଷ୍ଟିଭଙ୍ଗୀର ହେଉଛି ଅଂଶବିଶେଷ, ଯାହାର କେନ୍ଦ୍ରରେ ରହିଛି ଭିତ୍ତିଭୂମି ଆଉ ମୌଳିକ ସୁବିଧା ।
ଆପଣମାନେ ବିଗତ ଚାରି-ସାଢ଼େ ଚାରି ବର୍ଷ ଧରି ନିରନ୍ତର ଦେଖୁଛନ୍ତି କି କିଭଳି ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସାରା ଦେଶରେ ଯୋଗାଯୋଗ, ଅର୍ଥାତ ରାଜପଥ, ରେଳପଥ, ବିମାନପଥ, ଜଳପଥ ଏବଂ ଆଇ-ୱେର ସମ୍ପ୍ରସାରଣକୁ ଗତି ଦେବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ସାଥୀଗଣ, କାରଗିଲଠାରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ, କଚ୍ଛରୁ କାମରୂପ ପର୍ଯ୍ୟନ୍ତ, ଆପଣ ଯାତ୍ରା କରିବେ ତ ଜଣା ପଡ଼ିବ କି କେଉଁ ଗତିରେ ଆଉ କେତେ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି ।
ଏସବୁ ଯଦି ହୋଇପାରୁଛି ତ, ଏହାର ପଛରେ ସରକାରଙ୍କର ପ୍ରତିବଦ୍ଧତା ହିଁ ରହିଛି, ସ୍ଥାନୀୟ ଲୋକଙ୍କର, କୃଷକମାନଙ୍କର, ଶ୍ରମିକମାନଙ୍କର, ବୃତ୍ତିଧାରୀମାନଙ୍କର ଇଚ୍ଛା-ଆକାଂକ୍ଷା ଏବଂ ସହଯୋଗ ମଧ୍ୟ ରହିଛି ।
ବିକାଶର ରାଜପଥଠାରୁ ଆଜି କେହି ମଧ୍ୟ ଅଛୁଆଁ ହୋଇ ରହିବାକୁ ଚାହାଁନ୍ତି ନାହିଁ । ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ କେହି କେତେ ମଧ୍ୟ ସମର୍ଥ ଏବଂ ଅସମର୍ଥ ହୁଅନ୍ତୁ ନା କାହିଁକି, କିନ୍ତୁ କେବଳ ଯାତାୟାତରେ ହିଁ ସେ ନିଜର ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ସେ ଚାହାଁନ୍ତି ନାହିଁ କି ଯୋଗାଯୋଗର ଅଭାବରୁ ତାଙ୍କର ଫସଲ ସବୁ, ଉତ୍ପାଦନ, ତାଙ୍କର ଦୁଗ୍ଧ-ଦହି, ତାଙ୍କର ଉତ୍ପାଦ ନଷ୍ଟ ହୋଇଯାଉ । ସେ ଚାହାନ୍ତି କି ସ୍କୁଲ ଯିବା ଆସିବାରେ ତାଙ୍କ ପିଲାମାନଙ୍କୁ କମ୍ ସମୟ ଲାଗୁ, ଫଳରେ ସେମାନେ ପାଠପଢା ଏବଂ ଖେଳକୁଦ ପାଇଁ ଅଧିକ ସମୟ ଦେଇ ପାରିବେ । ସେମାନେ ଘଣ୍ଟା ଘଣ୍ଟା ଟ୍ରାଫିକ ଭିଡ଼ରେ ଫସି ଆଠ-ନଅ ଘଣ୍ଟାର ଅଫିସ ସମୟକୁ 12-13 ଘଣ୍ଟା ହେବାକୁ ଦେବା ପାଇଁ ଚାହାନ୍ତି ନାହିଁ । ସେମାନେ ନିଜର ପରିବାରର ସହିତ ସମୟ ବିତାଇବାକୁ ଚାହାନ୍ତି । ନିଜ ସମୟର ସଠିକ ଉପଯୋଗ କରିବାକୁ ଚାହାନ୍ତି । ଏହା ହେଉଛି କାରଣ କି ଆଜି ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ଭବିଷ୍ୟତ ପିଢି ଭିତ୍ତିଭୂମି ଏବଂ ପରିବହନ କ୍ଷେତ୍ରର ସମନ୍ୱୟ ଉପରେ ଧ୍ୟାନ ଦିଆଯାଉଛି ।
ସାଥୀଗଣ, ଏହି ଚିନ୍ତାଧାରା ସହିତ କେନ୍ଦ୍ର ସରକାର ଏଠାରେ ଦେବେନ୍ଦ୍ର ଫଡ଼ନବୀଶ ମହାଶୟଙ୍କ ସରକାରଙ୍କ ସହିତ ମିଳିମିଶି ମହାରାଷ୍ଟ୍ରର, ପୁଣେର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି ।
ହିଞ୍ଜୱାଡ଼ୀ-ଶୀବାଜୀନଗର ମେଟ୍ରୋ ଲାଇନ ତ ଆଉ ଏକ କାରଣରୁ ମଧ୍ୟ ହେଉଛି ସ୍ୱତନ୍ତ୍ର । ସରକାର ଦେଶରେ ମେଟ୍ରୋର ବିକାଶ ପାଇଁ ପ୍ରଥମ ଥର ଯେଉଁ ମେଟ୍ରୋ ନୀତି ପ୍ରସ୍ତୁତ କରିଛନ୍ତି, ତାହା ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ହେଉଛି ପ୍ରଥମ ପ୍ରକଳ୍ପ । ଏହି ପ୍ରକଳ୍ପ ପିପିପି ଅର୍ଥାତ ସରକାରୀ ଘରୋଇ ଭାଗୀଦାରୀରେ ନିର୍ମାଣ କରାଯାଉଛି ।
ଏକ ବର୍ଷ ପୂର୍ବେ ସରକାର ଯେଉଁ ନୂତନ ରେଳନୀତି ପ୍ରସ୍ତୁତ କରିଛନ୍ତି, ଏହା ଦେଶରେ ମେଟ୍ରୋର ସମ୍ପ୍ରସାରଣ ପ୍ରତି ଆମର ସଂକଳ୍ପକୁ ଦର୍ଶାଉଛି । ଏହି ନୀତି ଆସିବା ପରେ ମେଟ୍ରୋର ନିର୍ମାଣରେ ଗତି ଆସୁଛି, କାରଣ ନିୟମ ଏବଂ କାୟଦା କଟକଣା ସ୍ପଷ୍ଟ ହୋଇଛି ।
ସହରରେ ପରିବହନ କ୍ଷେତ୍ରର ଭିନ୍ନ ଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟର ବିଧି ବ୍ୟବସ୍ଥା ସ୍ଥିର କରାଯାଇଛି । ଏହି ମେଟ୍ରୋ ରେଳ ନୀତିକୁ ସଂସ୍କାରଧର୍ମୀ କରାଯାଇଛି । ଏହା ସୁନିଶ୍ଚିତ କରାଯାଉଛି କି କେବଳ ମେଟ୍ରୋ ଟ୍ରେନ ସହିତ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଫିଡର ବସଗୁଡ଼ିକ, ନୂତନ ପାଦଚଲା ରାସ୍ତା, ନୂତନ ଚଲା-ରାସ୍ତାକୁ ମଧ୍ୟ ଏହା ସହିତ ବିକଶିତ କରାଯାଉଛି ।
ଏବେ ମେଟ୍ରୋରେ ସଂଯୁକ୍ତ ସହରାଞ୍ଚଳ ପରିବହନ ପ୍ରାଧିକରଣ ମାଧ୍ୟମରେ ଏକକ କମାଣ୍ଡ ବ୍ୟବସ୍ଥା (single command system ) ଅଧୀନରେ କାର୍ଯ୍ୟ ହେଉଛି । ଏହାଦ୍ୱାରା ଲୋକଙ୍କ ପ୍ରକୃତ ଆବଶ୍ୟକତା ବିଷୟରେ ଜଣାପଡ଼ୁଛି, ଅସୁବିଧାଗୁଡ଼ିକୁ ମଧ୍ୟ ହ୍ରାସ କରାଯାଉଛି ।
ଭାଇ ଓ ଭଉଣୀମାନେ, ମେଟ୍ରୋ ଆଜି ଦେଶର ସହରଗୁଡ଼ିକର ଜୀବନରେଖା ପାଲଟିଯାଇଛି । ବିଗତ ଚାରି ବର୍ଷରେ ସରକାର ଦେଶରେ ଏକ ଡଜନ ସହର ପର୍ଯ୍ୟନ୍ତ ଏହାର ସମ୍ପ୍ରସାରଣ କରିଛନ୍ତି, ଆଉ ଆଗାମୀ ସମୟରେ ଆହୁରି ଅନେକ ସହର ଏଥିରେ ଯୋଡ଼ି ହେବେ ।
ବିଗତ ଚାରି ବର୍ଷରେ 300 କିଲୋମିଟରର ନୂତନ ଲାଇନର ଶୁଭାରମ୍ଭ କରି ଦିଆଯାଇଛି । ଆଉ 200 କିଲୋମିଟରର ନୂତନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ଏହାର ପରିଣାମ ହେଉଛି କି ବର୍ତ୍ତମାନ ସମୟରେ ଦେଶରେ 500 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ ଚାଲୁ ରହିଛି ଏବଂ ପ୍ରାୟ 650 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ ସଂପୂର୍ଣ୍ଣ ହେବାକୁ ଯାଉଛି ।
ମହାରାଷ୍ଟ୍ରରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିମିଶି 200 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନର ନିର୍ମାଣ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ଆଜି ଦେଶରେ ମେଟ୍ରୋ ଯାହାର ମଧ୍ୟ ସମ୍ପ୍ରସାରଣ ହେଉଛି, ତାକୁ ସଠିକ ଢ଼ଂଗରେ ଅଟଳ ମହାଶୟଙ୍କ ସରକାର ଗତି ଦେଇଥିଲେ । ସହର ଏବଂ ଗାଁରେ ଭିତ୍ତିଭୂମି ଉପରେ ଅଟଳ ମହାଶୟ ଅଧିକ ଗୁରୁତ୍ୱ ଦେଇଥିଲେ, ତାହାକୁ 10 ବର୍ଷ ପରେ ଆମ ସରକାର ଗତି ମଧ୍ୟ ଦେଇଛନ୍ତି ଏବଂ ମାତ୍ରା ମଧ୍ୟ ବୃଦ୍ଧି କରିଛନ୍ତି ।
ମୋତେ କହିବାକୁ ଟିକେ ମଧ୍ୟ ସଂକୋଚ ଲାଗୁନାହିଁ ଯେ, ଯଦି ଅଟଳ ମହାଶୟଙ୍କ ସରକାରଙ୍କୁ ଆଉ କିଛି ସମୟ ମିଳିଥାଆନ୍ତା ତ ବୋଧହୁଏ ଆଜି ମୁମ୍ବାଇ ଏବଂ ଏହାର ଆଖପାଖର ଅଞ୍ଚଳକୁ, ମହାରାଷ୍ଟ୍ରର ଅନେକ ସହରକୁ ମେଟ୍ରୋ ସହିତ ଯୋଡ଼ାଯାଇ ସାରିଥା’ନ୍ତା ।
ଦିଲ୍ଲୀରେ ଅଟଳ ମହାଶୟଙ୍କ ସରକାରଙ୍କ ସମୟରେ ମେଟ୍ରୋ ଉପରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସଂପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ସହିତ ଯୋଡ଼ି ହୋଇଯାଇଛି ।
ସାଥୀଗଣ, ପ୍ରଥମେ ଯେଉଁ ସରକାର ଥିଲେ, ସେମାନଙ୍କର ପ୍ରାଥମିକତାରେ ପରିବହନ ଏବଂ ଭିତ୍ତିଭୂମି ସେତେ ପରିମାଣରେ ନଥିଲା, ଯେତିକି ରହିବା କଥା ।
ସାଥୀଗଣ, ସେମାନଙ୍କୁ ନିଜସ୍ୱ ଚିନ୍ତାଧାରା ପାଇଁ ଅଭିନନ୍ଦନ, ଆମର ଚିନ୍ତା ହେଉଛି ଦେଶର କୋଣ-ଅନୁକୋଣ, ପ୍ରତିଟି ଅଂଶ ଯୋଡ଼ି ହେଉ, ଦେଶର ସନ୍ତୁଳିତ ବିକାଶ ହେଉ । ଆମେ ହେଉଛୁ ଏକ ଭାରତ-ଶ୍ରେଷ୍ଠ ଭାରତ ନିର୍ମାଣ କରିବା ପାଇଁ ଏହି ମିଶନରେ ବାହାରିଥିବା ଲୋକ ।
ହଁ, ଏତିକି ମୁଁ ନିଶ୍ଚିତ ମନେପକାଇ ଦେବି କି 2004 ରୁ 2014ର ସମୟ ଏବଂ 2018ରେ, ଗୋଟିଏ ପିଢିର ବ୍ୟବଧାନ ଆସିଯାଇଛି, ଚିନ୍ତଧାରାରେ ପ୍ରଭେଦ ଆସିଯାଇଛି, ଆକାଂକ୍ଷାଗୁଡ଼ିକ ମଧ୍ୟରେ ଅନ୍ତର ଆସିଯାଇଛି ।
ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାରଙ୍କ ପ୍ରାଥମିକତା ହେଉଛି ସହାବସ୍ଥାନରେ ସୁଗମତା ଏବଂ ବ୍ୟବସାୟ ସୁଗମତା ସୁନିଶ୍ଚିତ କରିବା । ଏହା ହେଉଛି କାରଣ କି ସାରା ଦେଶରେ ପ୍ରାୟ ଶହେ ସ୍ମାର୍ଟ ସିଟି ବିକଶିତ କରାଯାଉଛି ।
ପୁଣେ ସମେତ ମହାରାଷ୍ଟ୍ରରେ ମଧ୍ୟ 8ଟି ସହରକୁ ସ୍ମାର୍ଟ କରାଯାଉଛି । ସାରା ଦେଶରେ ଏହି ମିଶନ ଅଧୀନରେ 5 ହଜାରରୁ ଅଧିକ ପ୍ରକଳ୍ପକୁ ମନୋନୀତ କରାଯାଇଛି ।
ଏହି ପ୍ରକଳ୍ପରେ ଆଗାମୀ ଦିନରେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ । 10 ହଜାର କୋଟିର ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଇଛି ଆଉ 53 ହଜାର କୋଟି ଟଙ୍କାର 1700 ପ୍ରକଳ୍ପକୁ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି ।
ସାଥୀଗଣ, ପୁଣେ ସମେତ ମହାରାଷ୍ଟ୍ରର 8ଟି ସହରରେ ସ୍ମାର୍ଟ ସିଟି ମିଶନ ଅଧୀନରେ ପ୍ରାୟ ଦେଢ଼ ହଜାର କୋଟି ଟଙ୍କାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି ଯେତେବେଳେ କି ସାଢ଼େ ତିନି ହଜାର କୋଟିର କାର୍ଯ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି । ।
ପୁଣେରେ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ଆରମ୍ଭ ହୋଇଯାଇଛି । ଏହିଠାରୁ ଏବେ ସମଗ୍ର ସହରର ବ୍ୟବସ୍ଥାଗୁଡ଼ିକର ନିରୀକ୍ଷଣ କାର୍ଯ୍ୟ କରାଯାଉଛି ।
କେବଳ ଏତିକି ହିଁ ନୁହେଁ, ଅମୃତ ମିଶନ ଅଧୀନରେ ମହାରାଷ୍ଟ୍ରର 41ରୁ ଅଧିକ ସହରରେ ମଧ୍ୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ସଡ଼କ, ବିଜୁଳି, ପାଣି, ସିୱେଜ, ଏଭଳି ପ୍ରାଥମିକ ସୁବିଧା ସହିତ ଜଡ଼ିତ ପ୍ରାୟ 6 ହଜାର କୋଟି ଟଙ୍କାର ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେବା ସ୍ଥିତିରେ ଅଛି ।
ଏହା ସହିତ ସହରକୁ ଆଲୋକିତ କରିବା ପାଇଁ, ସେଗୁଡ଼ିକର ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ କମ୍ ବିଜୁଳିରେ ଅଧିକ ଆଲୋକ ପାଇଁ LED Street Lights ଲଗାଯାଉଛି ।
ମହାରାଷ୍ଟ୍ରରେ ପ୍ରାୟ ଏକ ଲକ୍ଷ ଏଭଳି Street Lights ଭିନ୍ନ ଭିନ୍ନ ସହରରେ ଲଗାଯାଇ ସାରିଛି । ଏହାଦ୍ୱାରା ଶହ ଶହ କୋଟି ଟଙ୍କାର ବିଜୁଳି ସଞ୍ଚୟ ହେଉଛି ।
ସାଥୀଗଣ, ସାଧାରଣ ଜନତାଙ୍କର ସଞ୍ଚୟ ହେଉ, ଏହା ସହିତ ସରକାରୀ ସେବା ପର୍ଯ୍ୟନ୍ତ ସେ ସହଜରେ ପହଞ୍ଚିପାରୁ, ଏଥିପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନ ବ୍ୟାପକ ସ୍ୱରୂପ ନେଇ ସାରିଛି ।
ଆଜି ଜନ୍ମ ପ୍ରମାଣପତ୍ରଠାରୁ ନେଇ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ଏପରି ଶହ ଶହ ସୁବିଧା ଅନଲାଇନରେ ଅଛି ।
ବିଜୁଳି, ପାଣିର ବିଲଠାରୁ ନେଇ ହାସପାତାଳରେ ନିଯୁକ୍ତି, ବ୍ୟାଙ୍କରେ ଲୋନ୍ ଦେବା, ପେନସନ, ଭବିଷ୍ୟନିଧି ପାଣ୍ଠି, ନାମଲେଖା, ସଂରକ୍ଷଣ, ପ୍ରାୟ ପ୍ରତ୍ୟେକ ସୁବିଧାକୁ ଅନଲାଇନ୍ କରାଯାଇଛି । କାରଣ ଧାଡି ନ ଲାଗୁ ଏବଂ ଭ୍ରଷ୍ଟାଚାରର ଆଶଙ୍କା କମ୍ ରହୁ ।
ଏବେ ଡିଜି-ଲକରରେ ଆପଣଙ୍କର ସମସ୍ତ ପ୍ରମାଣପତ୍ର ସୁରକ୍ଷିତ ରହି ପାରିବ । ପ୍ରାୟ ଦେଢ କୋଟି ଖାତା ସାରା ଦେଶରେ ଖୋଲାଯାଇଛି । ଏତିକି ହିଁ ନୁହେଁ, ଏବେ ଡ୍ରାଇଭିଂ ଲାଇସେନ୍ସ ସମେତ ଅନ୍ୟ ସମସ୍ତ ଦସ୍ତାବେଜକୁ ସାଙ୍ଗରେ ରଖିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ । ମୋବାଇଲ ଫୋନରେ ଏହାର ସଫ୍ଟ କପି ବା’ ପୁଣି ଡିଜି-ଲକରରେ ହିଁ କାମ ଚଳିଯିବ ।
ଭାଇ ଓ ଭଉଣୀମାନେ, ସରକାରଙ୍କର ପ୍ରୟାସ ହେଉଛି କି ଆମର ବୃତ୍ତିଧାରୀମାନେ, ସେମାନଙ୍କର ଦିନଚର୍ଯ୍ୟା ଆମର ଉଦ୍ୟୋଗ ଗୁଡିକ ଏବଂ ଦେଶର ନୂତନ ଆବଶ୍ୟକତା ହିସାବରେ ଆଇନ-କାନୁନ ତିଆରି ହେଉ ଏବଂ ବଦଳାଯାଉ । ନିୟମ ସରଳ ମଧ୍ୟ ହେଉ ଏବଂ ସୁଗମତା ଓ ପାରଦର୍ଶିତା ମଧ୍ୟ ସୁନିଶ୍ଚିତ କରନ୍ତୁ ।
ଡିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ ଇଣ୍ଡିଆ ସରକାରଙ୍କର ଏହି ପ୍ରୟାସକୁ ଗତି ଦେଇଛି । ଆଜି ଯଦି ସାଧାରଣରୁ ଅତି ସାଧାରଣ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଜ୍ଞାନ କୌଶଳ ପହଞ୍ଚି ପାରୁଛି ତ ଶସ୍ତା ମୋବାଇଲ ଫୋନ, ଶସ୍ତା ଏବଂ ଦ୍ରୁତ ଗତିର ଇଣ୍ଟରନେଟ ଡାଟା ବଡ଼ ଭୂମିକା ତୁଲାଉଛି ।
ମୋବାଇଲ ଫୋନ ଏଥିପାଇଁ ଶସ୍ତା ହେଲା, କାରଣ ଏବେ ଭାରତ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ମୋବାଇଲ ଫୋନ ନିର୍ମାଣ କରିଲାବାଲା ଦେଶ ପାଲଟି ଯାଇଛି । ପ୍ରାୟ ଶହେ ପଚିଶ ମୋବାଇଲ ଫୋନ ନିର୍ମାଣ ୟୁନିଟ ସାରା ଦେଶରେ ଚାଲୁଛି । ଯେତେବେଳେ କି ଚାରି ବର୍ଷ ପୂର୍ବେ କେବଳ-କେବଳ ମାତ୍ର ଏଭଳି ଦୁଇଟି ନିର୍ମାଣକାରୀ କାରଖାନା ଥିଲା । ସଢ଼େ ଚାରିରୁ ପାଞ୍ଚ ଲକ୍ଷ ଯୁବକ ଏହି କଂପାନୀଗୁଡିକରେ କାର୍ଯ୍ୟ କରୁଛନ୍ତି । ଏବେ ଏଥିରେ ଆହୁରି ସଂପ୍ରସାରଣ ହେବ । ମୋବାଇଲ ସମେତ ସଂମ୍ପୂର୍ଣ୍ଣ ଇଲେକଟ୍ରୋନିକ୍ସ ଉତ୍ପାଦନର ଭାରତ ଏକ ବଡ଼ ହବ୍ ପାଲଟିବାକୁ ଯାଉଛି ।
ସାଥୀଗଣ, ହାଡୱେୟର ସହିତ ଶସ୍ତା ଏବଂ ଦ୍ରୁତ ଗତି ଡାଟାକୁ ଗାଁ-ଗାଁ ଗଳି-କନ୍ଦି ପର୍ଯ୍ୟନ୍ତ ପହଞ୍ଚାଇବାର କାର୍ଯ୍ୟ ଚାଲୁ ରହିଛି । ସାରା ଦେଶରେ ପ୍ରାୟ ଶହେ ପଚିଶ ଲକ୍ଷ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଅପଟିକାଲ ଫାଇବର ନେଟୱାର୍କ ପହଞ୍ଚା ଯାଇସାରିଛି ।
ତିନି ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ଗାଁମାନଙ୍କରେ କାର୍ଯ୍ୟ କରୁଛି । ଏଥିରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ଲକ୍ଷ ଯୁବକ, ଗାଁଗୁଡିକୁ ଅନଲାଇନ୍ ସୁବିଧା ଯୋଗାଉଛନ୍ତି ।
ଦେଢ଼ ଲକ୍ଷରୁ ଅଧିକ ପୋଷ୍ଟ ଅଫିସ ଏବେ ଅନଲାଇନ୍ ବ୍ୟାଙ୍କିଙ୍ଗର ମାଧ୍ୟମ ତ ପାଲଟିଛନ୍ତି, ହୋମ୍ ଡେଲିଭରି ବା ଘରେ ପହଞ୍ଚାଇବା ସେବାର ମଧ୍ୟ କେନ୍ଦ୍ର ପାଲଟିବାକୁ ଯାଉଛି ।
ଦେଶରେ ପ୍ରାୟ 700 ରେଳ ଷ୍ଟେସନରେ ମାଗଣା ୱାଇ-ଫାଇର ସୁବିଧା ଦିଆଯାଉଛି ।
ସାଥୀଗଣ, 2014 ପୂର୍ବରୁ ଦେଶରେ ଯେଉଁ ଡିଜିଟାଲ କାରବାର ଥିଲା, ତାହା ଏବେ 6 ଗୁଣରୁ ଅଧିକ ବୃଦ୍ଧି ପାଇଛି । ଦେଶରେ ଏ ପର୍ଯ୍ୟନ୍ତ 50 କୋଟିରୁ ଅଧିକ ରୂପେ, ଡେବିଟ କାର୍ଡ, ବିତରଣ କରାଯାଇ ସାରିଛି । କେବଳ ବିଗତ 2 ବର୍ଷ ମଧ୍ୟରେ ହିଁ ୟୁପିଆଇ, ଭୀମ୍ ଏବଂ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନେଣଦେଣ ଲକ୍ଷ ଲକ୍ଷ ଗୁଣରେ ବୃଦ୍ଧି ପାଇଛି ।
ଭାଇ ଓ ଭଉଣୀମାନେ, ପୁଣେ ହେଉଛି – ଶିକ୍ଷା, ଆଇଟି, ଇଂଜିନିୟରିଂ ଏବଂ ବ୍ୟବସାୟର କେନ୍ଦ୍ର ମଧ୍ୟ । ଏହା ହେଉଛି ଜ୍ଞାନର କେନ୍ଦ୍ର, ଟେକ୍ନିକର କେନ୍ଦ୍ର । ଏହା ନ୍ୟୁ ଇଣ୍ଡିଆର ପରିଚୟ ହେବାକୁ ଯାଉଛି ।
ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଆବଶ୍ୟକ ଭିତ୍ତିଭୂମି ଆମପାଖରେ ପ୍ରସ୍ତୁତ ହୋଇ ରହିଛି ଆଉ ଏଠାରେ ଉପସ୍ଥିତ ହଜାର ହଜାର ଯୁବ ସାଥୀମାନଙ୍କ ଭଳି, ଏକରୁ ବଳି ଅନେକ ନବସୃଜନ ଚିନ୍ତାଧାରା ଥିବା ମସ୍ତିଷ୍କର ଫୌଜ ଆମ ପାଖରେ ପ୍ରସ୍ତୁତ ହୋଇ ଅଛନ୍ତି ।
ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଅଟଳ ନବୋନ୍ମେଷ ମିଶନ ମାଧ୍ୟମରେ ଭାରତ ଭବିଷ୍ୟତର ଟେକ୍ନୋଲଜିର ଏକ ବଡ଼ କେନ୍ଦ୍ର ପାଲଟିବାରେ ଲାଗିଛି । ଷ୍ଟାର୍ଟ ଅପ୍ ବିଷୟରେ ଭାରତ ଦୁନିଆର ଦ୍ୱିତୀୟ ବଡ଼ ଇକୋ-ସିଷ୍ଟମ ପାଲଟି ଯାଇଛି । ଦେଶରେ ପ୍ରାୟ 500 ଜିଲ୍ଲାରେ 14 ହଜାରରୁ ଅଧିକ ଷ୍ଟାର୍ଟ ଅପ୍ସଙ୍କୁ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ୱୀକୃତି ଦିଆଯାଇ ସାରିଛି ।
ଆମ ଦେଶରେ ଚିନ୍ତାଧାରାର କେବେ ଅଭାବ ନଥିଲା । ଅଭାବ ଥିଲା ତ’ କେବଳ ସେମାନଙ୍କୁ ମାର୍ଗଦର୍ଶନ ଦେବାର, ହାତଧରି ଆଗକୁ ବଢ଼ାଇବାର, ହାତଧରି ସାହାଯ୍ୟ କରିବାର ।
କମ୍ ବୟସରେ ହିଁ ଟେକ୍ନୋଲଜି ପାଇଁ ମାନସିକତା ବିକଶିତ କରାଯାଉଛି । ସ୍କୁଲମାନଙ୍କରେ ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯାଉଛି ତ ଷ୍ଟାର୍ଟ ଅପ୍ ପାଇଁ ଅଟଳ ପ୍ରୟୋଗଶାଳା ସାରା ଦେଶରେ ଖୋଲା ଯାଉଛି ।
ନ୍ୟୁ ଇଣ୍ଡିଆର ନୂତନ କେନ୍ଦ୍ରଗୁଡ଼ିକରେ ସାରା ଦେଶର ଭବିଷ୍ୟତ ବଂଶଧର ମାନଙ୍କୁ ପ୍ରସ୍ତୁତ କରାଯାଉଛି । ଦୁନିଆର ସବୁଠାରୁ ବଡ଼ ପ୍ରତିଭା ଶୃଙ୍ଖଳ (talent pool) ପ୍ରସ୍ତୁତ ହେବ । ନୂତନ ଭାରତର ନିର୍ମାଣରେ ଆପଣ ସମସ୍ତଙ୍କର, ପୁଣେର, ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବାକୁ ଯାଉଛି ।
ଏହି ବିଶ୍ୱାସର ସହିତ ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ମେଟ୍ରୋ ଲାଇନର କାମ ଆରମ୍ଭ ହେବା ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି । ଆଉ ଏତେ ବଡ଼ ସଂଖ୍ୟାରେ ଆପଣମାନେ ଆଶୀର୍ବାଦ ଦେବାପାଇଁ ଆସିଲେ, ଏଥିପାଇଁ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
ବହୁତ – ବହୁତ ଧନ୍ୟବାଦ ।
**********
महाराष्ट्र का आज ये मेरा चौथा कार्यक्रम है। इससे पहले मैं ठाणे में था। वहां भी हज़ारों करोड़ के विकास कार्यों का शिलान्यास और लोकार्पण किया गया है। इसमें गरीबों के घर के प्रोजेक्ट्स भी थे और मेट्रो के विस्तार से जुड़े प्रोजेक्ट्स भी: PM @narendramodi
— PMO India (@PMOIndia) December 18, 2018
थोड़ी देर पहले यहां 8 हजार करोड़ रुपये से ज्यादा की लागत से बन रही पुणे मेट्रो लाइन के तीसरे फेज का अभी मैंने शिलान्यास किया है। हिंजवड़ी से शिवाजीनगर को जोड़ने वाले इस मेट्रो प्रोजेक्ट्स से देश के सबसे व्यस्त IT सेंटर्स में से एक, इस क्षेत्र को बहुत बड़ी सुविधा मिलने वाली है: PM
— PMO India (@PMOIndia) December 18, 2018
महाराष्ट्र और देश के कोने-कोने से यहां काम करने पहुंचे आईटी प्रोफेशनल्स को, यहां के स्थानीय लोगों का जीवन इससे सुगम होने वाला है: PM @narendramodi
— PMO India (@PMOIndia) December 18, 2018
दो साल पहले मुझे ही पुणे मेट्रो प्रोजेक्ट का शुभारंभ करने का सौभाग्य मिला था। मुझे बहुत खुशी है कि जिन दो कॉरिडोर्स पर काम शुरु किया गया वहां तेज गति से काम चल रह है। मुझे उम्मीद है कि अगले साल के अंत तक पुणे में 12 किलोमीटर के रुट पर मेट्रो दौड़ने लगेगी: PM @narendramodi
— PMO India (@PMOIndia) December 18, 2018
अब शिवाजी नगर से तीसरे फेज का भी आज शुभारंभ हो गया है। ऐसे में, जब ये फेज पूरा होगा, तो लोगों को पुणे और पिंपरी चिंचवाड के चार अलग-अलग कोनों से हिंजवड़ी आई टी पार्क पहुंचने में बहुत सहूलियत हो जाएगी: PM @narendramodi
— PMO India (@PMOIndia) December 18, 2018
यहां उपस्थित IT सेक्टर से जुड़े प्रोफेशनल्स को मैं इसकी विशेष बधाई देता हूं: PM @narendramodi
— PMO India (@PMOIndia) December 18, 2018
आज यहां पर जिन भी प्रोजेक्ट्स पर काम शुरु हुआ है, ये केंद्र और महाराष्ट्र की सरकार के उस व्यापक विजन का हिस्सा है, जिसके केंद्र में इंफ्रास्ट्रक्चर है, बुनियादी सुविधाएं हैं: PM @narendramodi
— PMO India (@PMOIndia) December 18, 2018
आप बीते चार साढ़े चार वर्षों से आप निरंतर देख रहे हैं कि कैसे इंफ्रास्ट्र्क्चर पर इस सरकार का फोकस रहा है। देशभर में कनेक्टिविटी यानि हाईवे, रेलवे, एयरवे, वॉटरवे और आईवे को विस्तार और रफ्तार देने का काम तेज़ गति से चल रहा है: PM @narendramodi
— PMO India (@PMOIndia) December 18, 2018
करगिल से लेकर कन्याकुमारी तक, कच्छ से लेकर कामरूप तक, आप यात्रा करेंगे तो पता चलेगा कि किस गति से और कितने बड़े स्तर पर काम चल रहा है: PM @narendramodi
— PMO India (@PMOIndia) December 18, 2018
ये सब अगर हो पा रहा है तो, इसके पीछे सरकार की प्रतिबद्धता तो है ही, स्थानीय लोगों, किसानों, कामगारों, प्रोफेशनल्स की इच्छा, आकांक्षा और सहयोग भी है। विकास के हाईवे से आज कोई भी अछूता नहीं रहना चाहता: PM @narendramodi
— PMO India (@PMOIndia) December 18, 2018
आर्थिक और सामाजिक रूप से भले कोई कितना भी समर्थ और असमर्थ हो, लेकिन सिर्फ आवागमन में ही वो अपना समय व्यर्थ नहीं करना चाहता। वो नहीं चाहता कि कनेक्टिविटी के अभाव में ही उसकी फसलें-उपज, उसका दूध-दही, उसका उत्पाद बर्बाद हो जाए: PM @narendramodi
— PMO India (@PMOIndia) December 18, 2018
वो चाहता है कि स्कूल आने-जाने में उसके बच्चों का कम से कम समय लगे, ताकि वो पढ़ाई और खेलकूद को ज्यादा समय दे पाएं। वो घंटों ट्रैफिक जाम में फंसकर 8-9 घंटे के ऑफिस टाइम को 12-13 घंटे नहीं होने देना चाहता: PM @narendramodi
— PMO India (@PMOIndia) December 18, 2018
वो अपने परिवार के साथ समय बिताना चाहता है, अपने समय का सही उपयोग करना चाहता है: PM @narendramodi
— PMO India (@PMOIndia) December 18, 2018
यही कारण है कि आज गांव से लेकर शहरों तक Next Generation Infrastructure और Transport Sector के Integration पर ध्यान दिया जा रहा है: PM @narendramodi
— PMO India (@PMOIndia) December 18, 2018
इसी सोच के साथ केंद्र सरकार, यहां देवेंद्र फणनवीस जी की सरकार के साथ मिलकर महाराष्ट्र के, पुणे के इंफ्रास्ट्रक्चर को मज़बूत करने में जुटी है। हिंजवाड़ी-शिवाजीनगर मेट्रो लाइन तो एक और मायने में भी खास है: PM @narendramodi
— PMO India (@PMOIndia) December 18, 2018
सरकार ने देश में मेट्रो के विकास के लिए पहली बार जो मेट्रो पॉलिसी बनाई है, उसके तहत बनने वाला ये पहला प्रोजेक्ट है। ये प्रोजेक्ट PPP यानि पब्लिक-प्राइवेट पार्टनरशिप में बनाया जा रहा है: PM @narendramodi
— PMO India (@PMOIndia) December 18, 2018
ये मेट्रो रेल पॉलिसी Reform Oriented बनाई गई है। ये सुनिश्चित किया जा रहा है कि सिर्फ मेट्रो ट्रेन के साथ-साथ मेट्रो स्टेशन तक फीडर बसों, नए Walkways, नए Pathways को भी साथ ही साथ विकसित किया जाए: PM @narendramodi
— PMO India (@PMOIndia) December 18, 2018
अब मेट्रो में Unified Urban Transport Authority के जरिए Single Command System के तहत काम हो रहा है। इससे लोगों की असली जरुरत तो पता लग ही रही है, परेशानियों को भी कम किया जा रहा है: PM @narendramodi
— PMO India (@PMOIndia) December 18, 2018
मेट्रो आज देश के शहरों की लाइफलाइन बनती जा रही हैं। बीते चार वर्षों में सरकार ने देश के दर्जनभर शहरों तक इसको विस्तार दिया है और आने वाले समय में अनेक और शहर इससे जुड़ने वाले हैं: PM @narendramodi
— PMO India (@PMOIndia) December 18, 2018
पिछले चार साल में 300 किलोमीटर की नई लाइनों को कमीशन कर दिया है और 200 किलोमीटर के नए प्रस्तावों को भी पास किया गया है: PM @narendramodi
— PMO India (@PMOIndia) December 18, 2018
इसी का परिणाम है कि इस समय देश में 500 किलोमीटर से ज्यादा की मेट्रो लाइन चल रही है और करीब साढ़े 6 सौ किलोमीटर से ज्यादा की लाइऩें पूरी होने को हैं। महाराष्ट्र में भी केंद्र और राज्य सरकार मिलकर 200 किलोमीटर से अधिक की मेट्रो लाइनों का निर्माण कर रही है: PM @narendramodi
— PMO India (@PMOIndia) December 18, 2018
आज देश में मेट्रो का जो भी विस्तार हो रहा है, उसको सही मायने में गति अटल जी की सरकार ने दी थी। शहर और गांव में इंफ्रास्ट्रक्चर पर अटल जी ने जो बल दिया उसको 10 वर्ष बाद हमारी सरकार ने स्पीड भी दी और स्केल भी बढ़ाई: PM @narendramodi
— PMO India (@PMOIndia) December 18, 2018
मुझे ये कहते हुए ज़रा भी संकोच नहीं है कि अगर अटल जी की सरकार को थोड़ा समय और मिलता तो, शायद आज मुंबई और इसके आसपास के इलाकों को, महाराष्ट्र के अनेक शहरों को मेट्रो से जोड़ा जा चुका होता: PM @narendramodi
— PMO India (@PMOIndia) December 18, 2018
दिल्ली में अटल जी की सरकार के दौरान मेट्रो पर काम शुरु हुआ था, आज करीब-करीब पूरी दिल्ली मेट्रो से जुड़ चुकी है: PM @narendramodi
— PMO India (@PMOIndia) December 18, 2018
सामान्य जन को बचत हो, इसके साथ-साथ उसकी सरकारी सेवाओं तक आसानी से पहुंच हो इसके लिए डिजिटल इंडिया अभियान व्यापक स्वरूप ले चुका है: PM @narendramodi
— PMO India (@PMOIndia) December 18, 2018
जन्म प्रमाण पत्र से लेकर जीवन प्रमाण पत्र तक की सुविधाएं ऑनलाइन हैं। बिजली-पानी के बिल से लेकर, अस्पतालों में अप्वाइंटमेंट, बैंकों का लेनदेन, पेंशन, प्रॉविडेंट फंड, एडमिशन, रिज़र्वेशन, करीब-करीब हर सुविधा को ऑनलाइन किया गया है, ताकि कतारें ना लगें और करप्शन की गुंजाइश कम हो: PM
— PMO India (@PMOIndia) December 18, 2018
पुणे एजुकेशन, आईटी, इंजीनियरिंग और बिजनेस का भी सेंटर है। ये नॉलेज का सेंटर है, तकनीक का सेंटर है। यही न्यू इंडिया की पहचान होने वाली है: PM @narendramodi
— PMO India (@PMOIndia) December 18, 2018
चौथी औद्योगिक क्रांति के लिए आवश्यक इंफास्ट्र्क्चर हमारे पास तैयार है और यहां मौजूद हज़ारों युवा साथियों की तरह एक से एक इनोवेटिव माइंड्स की फौज भी हमारे पास तैयार है: PM @narendramodi
— PMO India (@PMOIndia) December 18, 2018
स्टार्ट अप इंडिया और अटल इनोवेशन मिशन के माध्यम से भारत भविष्य की तकनीक का एक बड़ा सेंटर बनता जा रहा है। स्टार्ट अप के मामले में भारत दुनिया का दूसरा बड़ा इकोसिस्टम बन चुका है: PM @narendramodi
— PMO India (@PMOIndia) December 18, 2018
कम उम्र में ही टेक्नॉलॉजी के लिए टेंपरामेंट विकसित किया जा रहा है।
— PMO India (@PMOIndia) December 18, 2018
स्कूलों में अटल टिंकरिंग लैब खोली जा रही हैं तो स्टार्ट अप्स के लिए अटल इंक्यूबेशन सेंटर देशभर में खोले जा रहे हैं: PM @narendramodi
Work on the Pune Metro is moving at a quick pace and this augurs well for the people of Pune and surrounding areas. pic.twitter.com/G0s19yZ1mH
— Narendra Modi (@narendramodi) December 18, 2018
From Kargil to Kanyakumari, from Kutch to Kamrup, there is a lot of work happening towards building next generation infrastructure.
— Narendra Modi (@narendramodi) December 18, 2018
I salute all those working towards completing these projects. pic.twitter.com/D8uM3gZC7r
‘Ease of Living’ for people is our aim.
— Narendra Modi (@narendramodi) December 18, 2018
Resources are being devoted towards creating urban centres where the development is holistic. pic.twitter.com/wkiPT6QBEj
Leveraging the power of technology to bring a positive difference in the lives of 130 crore Indians. pic.twitter.com/Eyu1qHoxip
— Narendra Modi (@narendramodi) December 18, 2018