Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚଳଚଚ୍ଚିତ୍ର ଚୋରୀ ଓ ସ୍ଵତ୍ତ୍ଵାଧିକାର ଉଲ୍ଲଙ୍ଘନକୁ ରୋକିବା;


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସିନେମାଟୋଗ୍ରାଫ ଆଇନ, 1952ରେ ସଂଶୋଧନ ଲାଗି ସିନେମାଟୋଗ୍ରାଫ ବିଲ 2019କୁ ଉପସ୍ଥାପନ କରିବା ସଂକ୍ରାନ୍ତରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ବିଲର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ଚୋରୀ ରୋକିବା ଏବଂ ଏଥିରେ ଅଣ-ଅଧିକୃତ କ୍ୟାମକୋଡିଂ ଏବଂ ଚଳଚ୍ଚିତ୍ରର ନକଲ ତିଆରି କରିବା ବିରୋଧରେ ଦଣ୍ଡନୀୟ ବ୍ୟବସ୍ଥାକୁ ସାମିଲ କରିବା ।

ବିବରଣୀ :

ଚଳଚ୍ଚିତ୍ର ଚୋରୀ ରୋକିବା ଲାଗି ସଂଶୋଧନରେ ନିମ୍ନଗୁଡ଼ିକୁ ସାମିଲ କରାଯାଇଛି:

ଅଣ ଅଧିକୃତ ରେକଡିଂକୁ ରୋକିବା ଲାଗି ନୂତନ ଧାରା 6ଏଏକୁ ଯୋଡ଼ାଯାଇଛି ।

ସିନେମାଟୋଗ୍ରାଫ ଆଇନ, 1952ର ଧାରା 6ଏ ପରେ ନିମ୍ନ ଧାରା ଯୋଡ଼ାଯିବ ।

6ଏଏ : ଅନ୍ୟ କୌଣସି ଲାଗୁ ଆଇନ ସତ୍ତ୍ୱେ କୌଣସି ବ୍ୟକ୍ତିକୁ ଲେଖକଙ୍କ ଲିଖିତ ଅନୁମତି ବିନା କୌଣସି ଅଡିଓ ଭିଜୁଆଲ ରେକର୍ଡ ଉପକରଣର ଉପଯୋଗ କରି କୌଣସି ଚଳଚ୍ଚିତ୍ର କିମ୍ବା ଏହାର କୌଣସି ଭାଗକୁ ପ୍ରସାରିତ କରିବା କିମ୍ବା ପ୍ରସାରଣ କରିବାର ସହାୟତା ପହଁଚାଇବାର ଅନୁମତି ମିଳିବ ନାହିଁ ।

ଲେଖକଙ୍କ ଅର୍ଥ ସିନେମାଟୋଗ୍ରାଫ ଆଇନ, 1952ର ଧାରା 2 ଉପଧାରା-ଡିରେ ଦିଆଯାଇଥିବା ବ୍ୟାଖ୍ୟା ଅନୁରୂପ ହେବ ।

ଧାରା 7ରେ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଧାରା 6ଏଏର ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡନୀୟ ବ୍ୟବସ୍ଥାକୁ ଉପସ୍ଥାପନ କରିବା: ମୁଖ୍ୟ ଅଧିନିୟମର ଧାରା-7ରେ ଉପଧାରା-1 ପରେ ନିମ୍ନ ଉପଧାରା 1ଏ ଯୋଡ଼ି ହେବ ।

ଯଦି କୌଣସି ବ୍ୟକ୍ତି ଧାରା 6-ଏଏର ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛନ୍ତି, ତାହେଲେ ତାଙ୍କୁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।

ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଉଦ୍ୟୋଗର ରାଜସ୍ୱରେ ବୃଦ୍ଧି ଘଟିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭାରତର ରାଷ୍ଟ୍ରୀୟ ଆଇପି ନୀତିର ପ୍ରମୁଖ ଉଦ୍ଦେଶ୍ୟ ପୂରଣ ହେବ ଏବଂ ଚୋରୀ ଏବଂ ଅନଲାଇନ ବିଷୟବସ୍ତୁର ନକଲ ଅଧିକାର ଉଲ୍ଲଙ୍ଘନ ମାମଲାରେ ଆଶ୍ୱସ୍ତି ମିଳିପାରିବ ।