Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତ


 

  • ହଜାରିବାଗ, ଦୁମକା ଏବଂ ପାଲାମୁଠାରେ ମେଡ଼ିକାଲ କଲେଜର କରିବେ ଶୁଭାରମ୍ଭ
  • ହଜାରିବାଗଠାରେ ଆଚାର୍ଯ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟ ଜନଜାତି ଅଧ୍ୟୟନ କେନ୍ଦ୍ର ଲାଗି ରଖିବେ ଆଧାରଶିଳା
  • ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ
  • ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ସହ କରିବେ ମତବିନିମୟ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବୃଆରୀ 17, 2019) ଝାଡ଼ଖଣ୍ଡର ହଜାରିବାଗ ଏବଂ ରାଞ୍ଚି ଗସ୍ତ କରିବେ । ଝାଡ଼ଖଣ୍ଡ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଯୋଗାଣ ଓ ପରିମଳ ଆଦି ଅନେକଗୁଡ଼ିଏ ବିକାଶମୂଳକ ପରିଯୋଜନାର ଶୁଭାରମ୍ଭ କରିବେ ।

ହଜାରିବାଗ ଠାରେ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ପ୍ରକଳ୍ପମାନ ଉଦ୍‌ଘାଟନ କରିବେ:-

ପ୍ରଧାନମନ୍ତ୍ରୀ ହଜାରିବାଗ, ଦୁମକା ଏବଂ ପାଲାମୁଠାରେ ପ୍ରତିଷ୍ଠା ହେବାକୁ ଥିବା ତିନୋଟି ମେଡ଼ିକାଲ କଲେଜ ବିଲଡ଼ିଂର ଉଦଘାଟନ କରିବେ । ଏହି ଅବସରରେ ସେ ହଜାରିବାଗ, ଦୁମକା, ପାଲାମୁ ଏବଂ ଜାମସେଦପୁର ଠାରେ 500 ଶଯ୍ୟାବିଶିଷ୍ଟ ହସପିଟାଲ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ରାମଗଡ଼ ଏବଂ ହଜାରିବାଗ ଜିଲ୍ଲାର ଗ୍ରାମୀଣ  ପାନୀୟ ଜଳଯୋଗାଣ ଯୋଜନାକୁ ଉଦଘାଟନ କରିବେ । ସେହିପରି ଅନ୍ୟ ଦୁଇଟି ଜିଲ୍ଲାର ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକଳ୍ପ ଏବଂ ହଜାରିବାଗଠାରେ ସହରାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ସାହିବଗଞ୍ଜ ବର୍ଜ୍ୟଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ନମାନୀ ଗଙ୍ଗେ ପ୍ରକଳ୍ପ ଅଧୀନରେ ମଧୁସୂଦନ ଘାଟକୁ ଉଦଘାଟନ କରିବେ ।

ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାମଗଡ଼ଠାରେ ମହିଳା ଇଞ୍ଜିନିୟରିଂ କଲେଜ ବିଲ୍ଡିଂକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବସବାସ କରୁଥିବା କ୍ଷେତ୍ର ପାଇଁ ଏକ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ହଜାରିବାଗ ଠାରେ ନିର୍ମିତ ହେବାକୁ ଥିବା ଏକ ଜନଜାତି ଅଧ୍ୟୟନ କେନ୍ଦ୍ର ଏବଂ ଆଚାର୍ଯ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟର ଆଧାରଶିଳା ରଖିବେ ।

ପ୍ରଧାନମନ୍ତ୍ରୀ ଇ-ନାମ୍‌ ଯୋଜନା ଅଧୀନରେ ମୋବାଇଲ୍‌ ଫୋନ୍‌ କ୍ରୟ ଲାଗି ଚାଷୀଙ୍କୁ ଚେକ୍‌ ବଣ୍ଟନ କରିବା ସହ ଡ଼ିବିଟି ଯୋଜନାର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ସେଠାକାର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପୁଷ୍ଟିମାତ୍ରା ବୃଦ୍ଧି ସକାଶେ କେତେକ ଶିଶୁଙ୍କୁ ମାଗଣା କ୍ଷୀର ବଣ୍ଟନ ଯୋଜନାରେ କ୍ଷୀର ପ୍ୟାକେଟ ବଣ୍ଟନ କରିବେ ।

ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତର କେତେକ ହିତାଧିକାରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

 

**********