Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଖଣିଜ ନୀତି, 2019କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି 


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଖଣିଜ ନୀତି, 2019କୁ ସ୍ୱୀକୃତି ମିଳିଛି ।

ସୁଫଳ: ନୂତନ ଜାତୀୟ ଖଣିଜ ନୀତି ଏହାର ସଫଳ ପ୍ରବର୍ତ୍ତନକୁ ସୁନିଶ୍ଚିତ କରିବ । ଏହା ଖଣିଜ କ୍ଷେତ୍ରର ବିକାଶକୁ ଭବିଷ୍ୟତରେ ନିରନ୍ତର ଭାବେ ଆଗେଇ ନେବାରେ ସହାୟକ ହେବ ଏବଂ ପ୍ରତ୍ୟେକ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ହେଉଥିବା ଲୋକ, ବିଶେଷ କରି ଜନଜାତି କ୍ଷେତ୍ରର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ ।

ଉଦ୍ଦେଶ୍ୟ: ଜାତୀୟ ଖଣିଜ ନୀତି 2019ର ଲକ୍ଷ୍ୟ ହେଲା ଏହି ନୀତିକୁ ଅଧିକ ସକ୍ରିୟ ଭାବେ, ଅର୍ଥପୂର୍ଣ୍ଣ ଢ଼ଙ୍ଗରେ ତଥା ପ୍ରବର୍ତ୍ତନ ଯୋଗ୍ୟ ଭାବେ ସ୍ୱଚ୍ଛ, ଉତ୍ତମ ନିୟନ୍ତ୍ରଣ ଓ କାର୍ଯ୍ୟାନ୍ୱୟନ, ସନ୍ତୁଳିତ ସାମାଜିକ ଓ ଆର୍ଥିକ ବିକାଶ ତଥା ପୋଷଣୀୟ ଖନନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ।

ବିସ୍ତୃତ ବୈଶିଷ୍ଟ୍ୟ :

ଜାତୀୟ ଖଣିଜ ନୀତି, ୨୦୧୯ ଦେଶରେ ଖଣିଜ କ୍ଷେତ୍ରକୁ ନିମ୍ନମତେ ପ୍ରୋତ୍ସାହନ ପ୍ରଦାନ କରିବ:

  • ଆରପି/ପିଏଲଧାରୀଙ୍କ ପାଇଁ ପ୍ରଥମ ପ୍ରତ୍ୟାଖ୍ୟାନ ଅଧିକାର ବ୍ୟବସ୍ଥା ପ୍ରବର୍ତ୍ତନ
  • ଖନନ କାର୍ଯ୍ୟରେ ଘରୋଇ କ୍ଷେତ୍ରଗୁଡିକର ପ୍ରବେଶକୁ ପ୍ରୋତ୍ସାହନ ପ୍ରଦାନ
  • ରାଜସ୍ୱ ବିଭାଜନ ଭିତ୍ତିରେ, ଖନନ ହୋଇନଥିବା କ୍ଷେତ୍ରକୁ ସାମଗ୍ରିକ ଭାବେ ଆରପି ତଥା ପିଏଲ ତଥା ଏମଏଲ ଢ଼ାଞ୍ଚାରେ ନିଲାମ କରିବା
  • ଖନନକାରୀ ସଂସ୍ଥାଙ୍କ ମିଶ୍ରଣ ଏବଂ ଅଧିଗ୍ରହଣ ପାଇଁ ପ୍ରୋତ୍ସାହନ ପ୍ରଦାନ ଏବଂ
  • ମାଇନିଂ ଲିଜ୍‌ ହସ୍ତାନ୍ତରଣ ଏବଂ ସମର୍ପିତ ଖଣିଜ କରିଡର ସୃଷ୍ଟି କରିବା ଯଦ୍ୱାରା ଖଣିଜ କ୍ଷେତ୍ରରେ ଘରୋଇ ସେକ୍ଟରଙ୍କ ପ୍ରବେଶ ସହଜସାଧ୍ୟ ହୋଇପାରିବ
  • 2019 ନୀତିରେ ଖନନ କାର୍ଯ୍ୟକୁ ଶିଳ୍ପ ମାନ୍ୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି ଯଦ୍ୱାରା ଘରୋଇ ସେକ୍ଟରମାନେ ଖନନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରୋତ୍ସାହିତ ହେବେ ଏବଂ ଘରୋଇ ସେକ୍ଟରମାନେ ଅନ୍ୟ ଦେଶରେ ଖନନ ସାଧନ ଅଧିଗ୍ରହଣ କରିପାରିବେ
  • ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଖଣିଜ ଦ୍ରବ୍ୟର ଦୀର୍ଘକାଳୀନ ଆମଦାନି ରପ୍ତାନୀ ନୀତି ଘରୋଇ ସେକ୍ଟରକୁ ଉତ୍ତମ ଯୋଜନା ଏବଂ ବ୍ୟବସାୟିକ ସ୍ଥିରତା ରକ୍ଷା ଦିଗରେ ସହାୟକ ହେବ
  • ଏହି ନୀତିରେ ଥିବା ବ୍ୟବସ୍ଥାର ଅନୁସାରେ ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇଥିବା ସଂରକ୍ଷିତ କ୍ଷେତ୍ର ଯାହାକି ଏଯାବତ୍‌ ବ୍ୟବହୃତ ହୋଇନାହିଁ ଏବଂ ସେଭଳି କ୍ଷେତ୍ରକୁ ନିଲାମୀ କରାଯିବାକୁ ସୁସଂଗତ କରାଯିବ ଏବଂ ତାହା ଘରୋଇ କ୍ଷେତ୍ରରଗୁଡିକର ଅଂଶଗ୍ରହଣକୁ ସୁଯୋଗ ପ୍ରଦାନ କରିବ ।
  • ଏହି ନୀତି ଅନୁସାରେ ଟିକସ, ଲେଭି ଓ ରୟାଲଟିକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ସୁସଂଗତ କରାଯାଇପାରିବ ଯାହାକି ଘରୋଇ କ୍ଷେତ୍ର ପାଇଁ ସହାୟକ ହେବ ।

ଜାତୀୟ ଖଣିଜ ନୀତି 2019ରେ ଯେଉଁସବୁ ପରିବର୍ତ୍ତନର ବ୍ୟବସ୍ଥା ରହିଛି ସେଥିମଧ୍ୟରେ ମେକ୍‌ ଇନ୍‌ ଇଣ୍ଡିଆ ପ୍ରୟାସ ଏବଂ ଲିଙ୍ଗଗତ ସଚେତନତା ଦୂରଦୃଷ୍ଟି ଉପରେ ପ୍ରାଧାନ୍ୟ ଦିଆଯାଇଛି । ସେହିଭଳି ଖଣିଜ ଦ୍ରବ୍ୟ ନିୟନ୍ତ୍ରଣ ସଂପର୍କୀତ ଦିଗ ପରିପ୍ରେକ୍ଷୀରେ ଇ-ଗଭର୍ଣ୍ଣାନ୍ସ, ଆଇଟି ସକ୍ଷମ ବ୍ୟବସ୍ଥା, ସଚେତନତା ଏବଂ ସୂଚନା ଅଭିଯାନକୁ ସାମିଲ କରାଯାଇଛି । ଖଣିଜ ଦ୍ରବ୍ୟ ବିକାଶରେ ରାଜ୍ୟର ଭୂମିକା ପରିପ୍ରେକ୍ଷୀରେ ଅନଲାଇନ୍‌ ପବ୍ଲିକ୍‌ ପୋର୍ଟାଲ ସହ ଉଚ୍ଚସ୍ତରରେ ସମସ୍ତ ପ୍ରକାର ଅନୁମତି ପ୍ରଦାନକୁ ତ୍ୱରାନ୍ୱିତ କରିବାର ବ୍ୟବସ୍ଥା ହୋଇଛି । ଏନଏମପି 2019ରେ ଘରୋଇ ନିବେଶକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ଆକୃଷ୍ଟ କରିବାର ବ୍ୟବସ୍ଥା ରହିଛି । ସେହିଭଳି ଦେଶର ଖଣିଜ ସମ୍ପଦର ଡାଟାବେସ୍‌ ପ୍ରସ୍ତୁତି ତଥା ଖନନ ଟ୍ରିଟମେଣ୍ଟ ବ୍ୟବସ୍ଥା କରାଯାଇଛି । ନୂତନ ନୀତି ଅନୁସାରେ ଉପକୂଳ ଜଳପଥ ଏବଂ ଦେଶ ଭିତରେ ଜାହାଜ ଚଳାଚଳ ଦ୍ୱାରା ଖଣିଜ ଦ୍ରବ୍ୟର ଉତ୍ସର୍ଗୀକୃତ ଖଣିଜଦ୍ରବ୍ୟ କରିଡ଼ୋର ମାଧ୍ୟମରେ ସ୍ଥାନାନ୍ତରଣ ଓ ପରିବହନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଜିଲ୍ଲା ଖଣିଜ ପାଣ୍ଠିକୁ ବିନିଯୋଗ କରାଯାଇ ପ୍ରଭାବିତ ଲୋକ ତଥା କ୍ଷେତ୍ରର ସନ୍ତୁଳିତ ବିକାଶ ପାଇଁ ପ୍ରୟାସ କରାଯିବ । ଏନଏମପି 2019 ଦୀର୍ଘକାଳୀନ ଭିତ୍ତିରେ ଖଣିଜ କ୍ଷେତ୍ରରେ ଆମଦାନି ଓ ରପ୍ତାନି ନୀତିରେ ସ୍ଥିରତା ରକ୍ଷା ତଥା ବ୍ୟବସାୟିକ ଭିତ୍ତିରେ ଖନନ କାର୍ଯ୍ୟ ପାଇଁ ପୁଞ୍ଜି ନିବେଶର ପ୍ରସ୍ତାବ ରହିଛି ।

2019ର ଏନଏମପି ନୀତିରେ ଆନ୍ତଃ ସରକାରୀ ଇକ୍ୟୁଟି ବ୍ୟବସ୍ଥା ରହିଛି ଯଦ୍ଵାରା କେବଳ ବର୍ତ୍ତମାନ ପିଢ଼ିର ନୁହେଁ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି । ଏଥିସହ ଏକ ଆନ୍ତଃ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ କରି ଏହି ବ୍ୟବସ୍ଥାର ଆନୁଷ୍ଠାନିକରଣ ଦ୍ୱାରା ଖନନ କାର୍ଯ୍ୟର ନିରନ୍ତର ବିକାଶ ବ୍ୟବସ୍ଥାକୁ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି କରାଯିବ ।

 ***