ପିଏମଇଣ୍ଡିଆ
ଋଷ ସଂଘର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ଆଜି ଟେଲିଫୋନ ଯୋଗେ ତାଙ୍କର ସାଧାରଣ ନିର୍ବାଚନରେ ବିପୁଳ ବିଜୟ ସକାଶେ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରି କହିଛନ୍ତି ଯେ ଭାରତ ଓ ଋଷିଆ ମଧ୍ୟରେ ଦୀର୍ଘ ଦିନରୁ ଅତି ନିବିଡ଼ ସଂପର୍କ ରହିଆସିଛି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଉଭୟ ରାଷ୍ଟ୍ର ମଧ୍ୟରେ ସହଯୋଗର ସମ୍ପର୍କକୁ ଆହୁରି ଆଗକୁ ଆଗେଇ ନେବାରେ ସହାୟକ ହୋଇଛି । ଭାରତ ଓ ଋଷିଆ ଏବେ ବିଶେଷ ଏବଂ ପ୍ରିଭିଲେଜଡ଼୍ ସହଭାଗୀତା ସୂତ୍ରରେ ଅନୁବନ୍ଧିତ ହୋଇଛନ୍ତି ।
ଋାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସଂପର୍କ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଗତ କିଛି ବର୍ଷ ମଧ୍ୟରେ ନିବିଡ଼ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି । ଗତ କିଛି ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ବିଶେଷ ମତ ବିନିମୟ ହୋଇଛି । ଖୁବ୍ ଶୀଘ୍ର ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହେବାକୁ ଆଗ୍ରହୀ ବୋଲି ଇଚ୍ଛା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବଂ ଋଷିଆ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ଢ଼େର୍ ଆଗକୁ ଅଗ୍ରସର ହେବାର ସମ୍ଭାବନା ରହିଛି ।
*********
Thank you @KremlinRussia, and my dear friend, for your warm greetings. Your support for taking our special and privileged strategic partnership to new heights is invaluable. I look forward to our meeting soon. https://t.co/4JG3OPvZNe
— Narendra Modi (@narendramodi) May 24, 2019