Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁଏନଜିଏର 74ତମ ଅଧିବେଶନ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର ପ୍ରେସ ବିଜ୍ଞପ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 25, 2019ରେ ନ୍ୟୁୟର୍କଠାରେ ଆୟୋଜିତ ୟୁଏନଜିଏର 74ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀ ମିଷ୍ଟର ଚାର୍ଲ୍ସ ମାଇକେଲଙ୍କୁ ସାକ୍ଷାତ କରିଥିଲେ । 

 PM India
ୟୁରୋପୀୟ ପରିଷଦର ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିବାରୁ ଚାର୍ଲ୍ସ ମାଇକେଲଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିଲେ । 
ଭାରତ ଓ ବେଲଜିୟମ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ 2017ରେ ବେଲଜିୟମର ମହାମହିମ ରାଜାଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିକୁ ଉଭୟ ନେତା ସମୀକ୍ଷା କରିଥିଲେ । 
 PM India
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ସମ୍ପର୍କର ସୁଦୃଢୀକରଣ ନେଇ ସେମାନେ ଆଲୋଚନା କରିଥିଲେ । ଦ୍ଵିପାକ୍ଷିକ ନିବେଶ ଓ ବାଣିଜ୍ୟ ଚୁକ୍ତି, ଯୋଗାଯୋଗ, ଆତଙ୍କବାଦ ମୁକାବିଲାରେ ନିବିଡ ସହଯୋଗ, ବହୁପକ୍ଷୀୟ ସଂସ୍ଥାନରେ ସହଯୋଗ, ମାନବ ଚାଲାଣ ଓ ପରିବହନ କ୍ଷେତ୍ରରେ ଯଥାଶୀଘ୍ର ଆଲୋଚନା ଚୁଡାନ୍ତ କରିବା ଲାଗି ପ୍ରୟାସ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନେ ରାଜି ହୋଇଥିଲେ । 
ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଆଗୁଆ ଆୟୋଜନ ନେଇ ଦୁଇ ନେତା ସହମତ ହୋଇଥିଲେ । 

**********