Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଦ୍ୱିପାକ୍ଷିକ ପ୍ରକଳ୍ପର ଭିଡିଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଅନୁବାଦ


ମାନ୍ୟବର ପ୍ରଧାନମନ୍ତ୍ରୀ ଶେଖ ହସୀନା,

ମହାଭାଗ,

ବନ୍ଧୁଗଣ,

ନମସ୍କାର ।

ସବାଇକେ ଶାରୋଦୀୟୋ ଶୁଭେଚ୍ଛା ।

ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ଶେଖ ହସୀନା ଜୀଙ୍କ ସହିତ ଆଉ ତିନୋଟି ଦ୍ୱିପାକ୍ଷିକ ପ୍ରକଳ୍ପ ଉଦଘାଟନ କରିବାର ସୁଯୋଗ ମୋତେ ମିଳିଛି । ଗତ ଏକ ବର୍ଷ ମଧ୍ୟରେ ଆମେ ଭିଡିଓ ଲିଙ୍କ ମାଧ୍ୟମରେ 9ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲୁ । ଆଜିର ତିନୋଟି ପ୍ରକଳ୍ପକୁ ମିଶାଇ ଗୋଟିଏ ବର୍ଷ ମଧ୍ୟରେ ଆମେ ଏକ ଡଜନ ଯୁଗ୍ମ ପ୍ରକଳ୍ପର ଶୁଭାରମ୍ଭ କରିଛୁ । ଏହି ଉପଲବ୍ଧିକୁ ନେଇ ମୁଁ ଦୁଇ ଦେଶର ଅଧିକାରୀ ଓ ସମସ୍ତ ନାଗରିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଆଜିର ଏହି ତିନୋଟି ପ୍ରକଳ୍ପ ତିନୋଟି ଭିନ୍ନ ଭିନ୍ନ କ୍ଷେତ୍ରରେ ରହିଛି:- ଏଲପିଜି ଆମଦାନୀ, ବୃତ୍ତିଗତ ପ୍ରଶିକ୍ଷଣ ଓ ସାମାଜିକ ସୁବିଧା । ମାତ୍ର ଏହି ତିନୋଟିର ଉଦ୍ଦେଶ୍ୟ ସମାନ । ଆଉ ଏହା ହେଉଛି-ଆମ ନାଗରିକମାନଙ୍କ ଜୀବନକୁ ଉନ୍ନତ କରିବା । ଏହା ମଧ୍ୟ ହେଉଛି ଭାରତ-ବାଂଲାଦେଶ ସମ୍ପର୍କର ମୂଳମନ୍ତ୍ର । ଭାରତ-ବାଂଲାଦେଶ ଭାଗିଦାରିତାର ଆଧାର ହେଉଛି ମିତ୍ରତା ଦ୍ୱାରା ସମସ୍ତ ନାଗରିକଙ୍କ ବିକାଶ ସୁନିଶ୍ଚିତ କରିବା

ବାଂଲାଦେଶରୁ ଅଧିକ ସଂଖ୍ୟାରେ ଏଲପିଜିର ଯୋଗାଣ ଫଳରେ ଦୁଇ ଦେଶକୁ ଲାଭ ମିଳିବ । ଏହା ଫଳରେ ବାଂଲାଦେଶରେ ରପ୍ତାନୀ, ଆୟ ଓ ରୋଜଗାର ମଧ୍ୟ ବଢ଼ିବ । ଯୋଗାଯୋଗର ଦୂରତ୍ୱ 1500 କିଲୋମିଟର ହ୍ରାସ ପାଇବା ଦ୍ୱାରା ଆର୍ଥିକ ଲାଭ ମଧ୍ୟ ମିଳିବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ଦ୍ୱିତୀୟ ପ୍ରକଳ୍ପ-ବାଂଲାଦେଶ-ଭାରତ ବୃତ୍ତିଗତ ଦକ୍ଷତା ବିକାଶ ପ୍ରତିଷ୍ଠାନ, ବାଂଲାଦେଶର ଔଦ୍ୟୋଗିକ ବିକାଶ ପାଇଁ କୁଶଳୀ ମାନବଶକ୍ତି ଓ ଟେକ୍ନିସିଆନ ପ୍ରସ୍ତୁତ କରିବ ।

ହାଭାଗ,

ଢ଼ାକାର ରାମକୃଷ୍ଣ ମିଶନରେ ବିବେକାନନ୍ଦ ଭବନ ଦୁଇ ମହାମାନବଙ୍କ ଜୀବନରୁ ପ୍ରେରଣା ନେଇଥାଏ । ଆମ ସମାଜ ଓ ମୂଲ୍ୟବୋଧ ଉପରେ ସ୍ୱାମୀ ରାମକୃଷ୍ଣ ଓ ସ୍ୱାମୀ ବିବେକାନନ୍ଦଙ୍କର ଗଭୀର ପ୍ରଭାବ ରହିଛି ।

ବାଂଲା ସଂସ୍କୃତିର ଉଦାରତା ଓ ମୁକ୍ତ ଭାବନା ପରି ଏହି ମିଶନରେ ମଧ୍ୟ ସମସ୍ତ ପନ୍ଥଙ୍କୁ ମାନୁଥିବା ସମ୍ପ୍ରଦାୟଙ୍କ ପାଇଁ ସ୍ଥାନ ରହିଛି । ଆଉ ଏହି ମିଶନ ସମସ୍ତ ସମ୍ପ୍ରଦାୟର ଉତ୍ସବକୁ ସମାନ ଭାବେ ପାଳନ କରିଥାଏ । ଭବନରେ 100ରୁ ଅଧିକ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଗବେଷଣା କରୁଥିବା ବିଦ୍ୱାନମାନେ ରହିବାର ବ୍ୟବସ୍ଥା କରାଯାଇଛି ।

ହାଭାଗ,

ଭାରତ ବାଂଲାଦେଶ ସହିତ ଏହାର ଭାଗିଦାରିତାକୁ ପ୍ରାଥମିକତା ପ୍ରଦାନ କରିଥାଏ । ଆମେ ଗର୍ବିତ ଯେ ଭାରତ-ବାଂଲାଦେଶ ସମ୍ବନ୍ଧ ଦୁଇ ମିତ୍ର ପଡୋଶୀ ଦେଶଙ୍କ ମଧ୍ୟରେ ସହଯୋଗକୁ ନେଇ ସମଗ୍ର ବିଶ୍ୱ ପାଇଁ ଏକ ଉତ୍ତମ ଉଦାହରଣ । ମୁଁ ଖୁସି ଯେ ଆମର ଆଜିର ଆଲୋଚନା ଫଳରେ ଆମ ସମ୍ପର୍କକୁ ଆହୁରି ଅଧିକ ଶକ୍ତି ମିଳିବ ।

ଜୟ ହିନ୍ଦ! ଜୟ ବାଂଲା!  ଜୟ ଭାରତ-ବାଂଲା ବନ୍ଧୁତ୍ୱ!

ଧନ୍ୟବାଦ ।

**********